spot_img
Home Blog Page 7107

ଧୈର୍ଯ୍ୟ ରଖି ସବୁ କାମ କରନ୍ତୁ, ବିଳମ୍ବ ହେଲେ ମଧ୍ୟ ସଫଳ ହେବେ

ମେଷ-

ଅଶ୍ୱିନୀ ନକ୍ଷତ୍ର-କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ, ପରିବାର ସହିତ ସମୟ କଟିବ
ଦ୍ୱିଜା ନକ୍ଷତ୍ର-ଆର୍ଥିକ ସଙ୍କଟ ରହିବା ସହ ଦୁଃଶ୍ଚିନ୍ତା ମଧ୍ୟରେ ସମୟ କଟିବ
କୃତ୍ତିକାନକ୍ଷତ୍ର-କାର୍ଯ୍ୟରେ ସଫଳତା ସହ ଶରୀର ସୁସ୍ଥ ରହିବ
ପ୍ରତିକାର-

ବୃଷ-

କୃତ୍ତିକା ନକ୍ଷତ୍ର-ଧାର୍ମିକ କାର୍ଯ୍ୟକୁ ଗୁରୁତ୍ୱ ଦେବେ
ରୋହିଣୀ ନକ୍ଷତ୍ର – ପଛ କଥାକୁ ଭାବି ଦୁଶ୍ଚିନ୍ତାରେ ରହିବେ
ମୃଗଶିରା-ଈଶ୍ୱରଙ୍କ ପ୍ରତି ଭକ୍ତି ବଢିବା ସହିତ ପରିବାରରେ ସମୟ ଦେବେ
ପ୍ରତିକାର-ଗୋମାତାଙ୍କୁ କିଛି ଖାଦ୍ୟ ଦିଅନ୍ତୁ

ମିଥୁନ-

ମୃଗଶିରା ନକ୍ଷତ୍ର- ଅର୍ଥଲାଭର ଯୋଗ ରହିଛି, ନିଜ ଚେଷ୍ଟାରେ ସଫଳ ରହିବେ
ଆର୍ଦ୍ରା ନକ୍ଷତ୍ର-ବନ୍ଧୁଙ୍କର ସହଯୋଗ ପାଇବେ, ଅନେକ ଦିନର ଅଭିଳାଷ ପୂର୍ଣ ହେବ
ପୁନର୍ବସୁ ନକ୍ଷତ୍ର-ଶରୀର ପ୍ରତି ବିପଦ ରହିଛି, ସତର୍କ ରହିବେ
ପ୍ରତିକାର-ଛୋଟ ଶିଶୁଙ୍କୁ କିଛି ଚକୋଲେଟେ ଦିଅନ୍ତୁ

କର୍କଟ-
ପୁନର୍ବସୁ ନକ୍ଷତ୍ର-ସମୟ ଅତି ଖରାପ ରହିବ, ଅର୍ଥ , ଦୁଶ୍ଚିନ୍ତା ଲାଗି ରହିବ
ପୁଷ୍ୟା ନକ୍ଷତ୍ର -ପୂର୍ବରୁ ରୋଗ ରହିଥିଲେ ସେଥିରୁ ଉପଶମ ମିଳିବ
ଅଶ୍ଲେଷା ନକ୍ଷତ୍ର-କମ୍‌ ପରିଶ୍ରମ କରିଲେ ବି ଅଧିକ ଲାଭ ପାଇପାରନ୍ତି
ପ୍ରତିକାର- ଥଣ୍ଡା ଜଳ ପଶୁ, ପକ୍ଷୀଙ୍କୁ ଦିଅନ୍ତୁ

ସିଂହ-
ମୃଘାନକ୍ଷତ୍ର-ନିଜର କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ
ପୂର୍ବା ଫାଲଗୁନୀ ନକ୍ଷତ୍ର-ମାନସିକ ଶାନ୍ତି ସହିତ ଆର୍ଥିକ ଲାଭ ବି ପାଇପାରନ୍ତି
ଉତ୍ତରା ଫାଲଗୁନୀ ନକ୍ଷତ୍ର-ମାନସିକ ଅଶାନ୍ତିରେ ସମୟ କାଟିବେ
ପ୍ରତିକାର-ବ୍ରାହ୍ମଣଙ୍କୁ ଫଳ ଦାନ କରନ୍ତୁ

କନ୍ୟା-

ଉତ୍ତରା ଫାଲଗୁନୀ ନକ୍ଷତ୍ର-ଦିନଟି ଖରାପ ରହିପାରେ , ପ୍ରତିଟି କାମରେ ସତର୍କ ରୁହନ୍ତୁ
ହସ୍ତା ନକ୍ଷତ୍ର-ଆଶା ରଖୁଥିବା ଦିଗରୁ କିଛି ଆର୍ଥିକ ସାହାଯ୍ୟ ପାଇପାରନ୍ତି
ଚିତ୍ରା ନକ୍ଷତ୍ର- ପୂଜାପାଠରେ ମନ ଦିଅନ୍ତୁ
ପ୍ରତିକାର-ଅସହାୟ ବ୍ୟକ୍ତିଙ୍କୁ ଖାଦ୍ୟ ଦାନ କରନ୍ତୁ

ତୁଳା-

ଚିତ୍ରା ନକ୍ଷତ୍ର-ବିଳମ୍ବରେ କାର୍ଯ୍ୟ ସଫଳ ହେବ
ସ୍ୱାତୀ ନକ୍ଷତ୍ର-ଦିନଟି ଭଲ ରହୁଥିବାରୁ ଉତ୍ସାହରେ ସମୟ କାଟିବେ
ବିଶାଖା ନକ୍ଷତ୍ର-ଶରୀର ପ୍ରତି ବିପଦ ରହିଥିବାରୁ, ସତର୍କ ରୁହନ୍ତୁ
ପ୍ରତିକାର-ଗରିବ ବ୍ୟକ୍ତିଙ୍କୁ କିଛି କ୍ଷୀର ଦାନ କରନ୍ତୁ

ବିଛା-

ବିଶାଖା ନକ୍ଷତ୍ର-ମନ ବିଚଳିତ ରହିବ
ଅନୁରାଧା ନକ୍ଷତ୍ର-କିଛି ବାଧା,ପ୍ରତିବନ୍ଧକ ଦେଇ ସମୟ କଟିବ
ଜ୍ୟେଷ୍ଠା ନକ୍ଷତ୍ର-ପରୋପକାର କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ
ପ୍ରତିକାର-ଅସହାୟ ବ୍ୟକ୍ତିକୁ ଖାଦ୍ୟ ଦିଅନ୍ତୁ

ଧନୁ-
ମୂଳାନକ୍ଷତ୍ର-ଯାହା ବି କିଛି କରିବେ ସେଥିରେ ସଫଳ ରହିବେ
ପୂର୍ବାଷାଢା ନକ୍ଷତ୍ର-ମାନସିକ ଅଶାନ୍ତି ଭିତରେ ଦିନଟି କଟିବ
ଉତ୍ତରଷାଢା-ଚେଷ୍ଟା କରୁଥିବା କାର୍ଯ୍ୟରେ ସଫଳ ରହିବେ
ପ୍ରତିକାର-ତୁଳସୀ ପତ୍ର ଭଗବାନ ଶ୍ରୀବିଷ୍ଣୁଙ୍କୁ ଅର୍ପଣ କରନ୍ତୁ

ମକର-
ଉତ୍ତରାଷାଢା ନକ୍ଷତ୍ର-ଅନେକ ଦିନର ଆଶା ସଫଳ ହୋଇଯିବ
ଶ୍ରବଣା ନକ୍ଷତ୍ର-ଶରୀର ପ୍ରତି ବିପଦ ରହିଛି, ବିଶେଷ ଧ୍ୟାନ ଦେଇ କାର୍ଯ୍ୟ କରନ୍ତୁ
ଧନିଷ୍ଠା ନକ୍ଷତ୍ର-ପଡୋଶୀଙ୍କ ସହଯୋଗ ପାଇବେ, ଧାର୍କମି କାର୍ଯ୍ୟରେ ସମୟ କଟିବ
ପ୍ରତିକାର-ପିତା,ମାତାଙ୍କୁ ପ୍ରଣାମ କରି ମିଠା ଖାଇବାକୁ ଦିଅନ୍ତୁ

କୁମ୍ଭ-

ଧନିଷ୍ଠା ନକ୍ଷତ୍ର-ପାରିବାରିକ ଶାନ୍ତି, ଆର୍ଥିକଲାଭର ଯୋଗ ରହିଛି
ଶତଭିଷା ନକ୍ଷତ୍ର-ଧନହାନୀ ହୋଇପାରେ,ଶରୀର ପ୍ରତି ବିପଦ ରହିଛି
ପୂର୍ବାଭାଦ୍ରପଦ ନକ୍ଷତ୍ର-ଧୈର୍ଯ୍ୟ ରଖି ସବୁ କାମ କରନ୍ତୁ, ବିଳମ୍ବ ହେଲେ ମଧ୍ୟ ସଫଳ ହେବେ
ପ୍ରତିକାର- ବୁଲା କୁକୁରକୁ ଖାଦ୍ୟ ଦିଅନ୍ତୁ

ମୀନ-
ପୂର୍ବାଭାଦ୍ରପଦ ନକ୍ଷତ୍ର -ଧାର୍ମିକ ପରିବେଶରେ ସମୟ କାଟିବେ
ଉତ୍ତରାଭାଦ୍ରପଦ ନକ୍ଷତ୍ର-ନିଜ କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ
ରେବତୀ ନକ୍ଷତ୍ର-ମାନସିକ ଅଶାନ୍ତି ହିଁ ଦୁଃଖର କାରଣ ହେବ
ପ୍ରତିକାର-ଓଁ ନମଃ ଶିବାୟ ଜପ କରନ୍ତୁ

ଜ୍ୟୋତିର୍ବିଦ୍‌ ଡ.ଶ୍ୟାମସୁନ୍ଦର ବାଗ୍

ଯୋଗାଯୋଗ- 9938571935

କ୍ୱାରେଣ୍ଟାଇନକୁ ବିରୋଧ, ୧୯ ଜଣଙ୍କୁ ବେଙ୍ଗଳୁରୁରୁ ପୁଣି ପଠାଗଲା ଦିଲ୍ଲୀ

ବେଙ୍ଗଳୁରୁ: କରୋନା ମହାମାରୀ ସଂକ୍ରମଣ ଦେଶରେ ବଢ଼ିବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଫସିଥିବା ପ୍ରବାସୀ ସ୍ୱତନ୍ତ୍ର ଟ୍ରେନ୍ ଓ ଶ୍ରମିକ ସ୍ପେଶାଲ୍ ଟ୍ରେନ୍ ଯୋଗେ ରାଜ୍ୟକୁ ଫେରୁଛନ୍ତି । ସେମାନଙ୍କ ସ୍କ୍ରିନିଂ ପରେ କ୍ୱାରେଣ୍ଟାଇନରେ ରଖାଯାଉଛି । ଗୁରୁବାର ଦିଲ୍ଲୀରୁ ସ୍ୱତନ୍ତ୍ର ଟ୍ରେନରେ ପ୍ରାୟ ୫୪୩ ଜଣ ବେଙ୍ଗଳୁରୁ ପହଞ୍ଚିଥିଲେ । ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଗୋଷ୍ଠୀ ସଂଘରୋଧ କେନ୍ଦ୍ରକୁ ପଠାଯାଇଥିଲା ।

ଗୋଷ୍ଠୀ ସଂଘରୋଧକୁ କେତେକ ବିରୋଧ କରିଥିଲେ । ବିରୋଧ କରିଥିବା ୧୪୦ ଯାତ୍ରୀଙ୍କ ସହ ପ୍ରଶାସନ, ରେଲୱେ ପ୍ରମୁଖ ଆଲୋଚନା କରିଥିଲେ । ପରେ ଅଧିକାଂଶ ଗୋଷ୍ଠୀ ସଂଘରୋଧରେ ରହିବାକୁ ରାଜି ହୋଇଥିଲେ । ଅସହମତି ପ୍ରକାଶ କରୁଥିବା ୧୯ ଜଣଙ୍କୁ ପୁଣି ଥରେ ଦିଲ୍ଲୀ ଫେରାଇ ଦିଆଯାଇଛି ।

ବିଶ୍ରାମ ନେବାକୁ ସମୟ ନାହିଁ: ଟ୍ରୋଲି ବ୍ୟାଗ୍‌ରେ ଶୋଇଥିବା ପୁଅକୁ ଟାଣି ଟାଣି ନେଲା ମାଆ

ନୂଆଦିଲ୍ଲୀ: ଦେଶର ନିର୍ମାଣ ଏବଂ ବିକାଶରେ ଜଣେ ଶ୍ରମିକଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି | କିନ୍ତୁ ଲକ୍‌ଡାଉନ୍ ଯୋଗୁଁ ଅନେକ ଶ୍ରମିକ ଚାକିରି ହରାଇଛନ୍ତି । ଫଳରେ ଦୈନନ୍ଦିନ ଜୀବନ ଯାପନରେ ନା ନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଣୁ ଦେଶରେ ଲକ୍‌ଡାଉନ୍ ଲାଗୁ ହୋଇଥିବ ସତ୍ତ୍ୱେ ଶ୍ରମିକଙ୍କ ପଳାୟନ ଜାରି ରହିଛି।  ଯିବା ପାଇଁ କୌଣସି ସାଧନ ନଥିବାରୁ ବାଧ୍ୟ ହୋଇ ଶ୍ରମିକମାନେ ଚାଲି ଚାଲି ଶହ ଶହ କିଲୋମିଟର ରାସ୍ତା ଅତିକ୍ରମ କରୁଛନ୍ତି ।

ଏଭଳି ପାଦଚଲା ଶ୍ରମିକଙ୍କ ଅନେକ ଦୃଶ୍ୟ ଏବେ ସୋସିଆଲ୍ ମିଡିଆ ଓ ଟିଭି ପରଦାରେ ଦେଖିବାକୁ ମିଳୁଛି ଯାହା ସାଧାରଣରେ ସମସ୍ତଙ୍କୁ ବ୍ୟତିଥ କରୁଛି । ଏଭଳି ହିଁ ପାଦ ଚଲା ଶ୍ରମିକଙ୍କ ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହା ଆପଣଙ୍କ କଳ୍ପନା ବାହାରେ । ଯାହାର ଭିଡିଓ ଏବେ ଖୁବ୍‌ ଭାଇରାଲ ।

ଏଥିରେ ଗୋଟିଏ ପରିବାର ପଞ୍ଜାବରୁ ଝାନ୍ସି ପାଦରେ ଚାଲି ଚାଲି ଯାତ୍ରା କରୁଛନ୍ତି । ସେମାନଙ୍କ ସହିତ ରହିଛି ଛୋଟ ଛୁଆ । ଯିଏ ବହୁ କିଲୋମିଟର ଚାଲିବା ପରେ ଥକି ଯାଇଛି । ଆଉ ଶୋଇପଡ଼ିଛି ଟ୍ରୋଲି ବ୍ୟାଗ୍‌ ଉପରେ । ହେଲେ ଅଟକି ଯାଇନାହାନ୍ତି ପରିବାର ଲୋକେ । ଛୋଟ ଛୁଆଟି ସେମିତି ବ୍ୟାଗ୍‌ ଉପରେ ଶୋଇଥିବା ବେଳେ ଟ୍ରୋଲି ବ୍ୟାଗ୍‌କୁ ଟାଣି ଟାଣି ନେଉଛି ତା’ ମାଆ ।

ସେମାନଙ୍କ କହିବା ହେଲା ଯେ, ଗତ ୩ ଦିନ ହେଲା ସେମାନେ ଚାଲି ଚାଲି ଘର ଅଭିମୁଖେ ବାହାରିଛନ୍ତି  । କିଛି ଶ୍ରମିକ ଟ୍ରେନ୍‌ ଓ ବସ୍‌ ମାଧ୍ୟମରେ ଘରକୁ ବାହୁଡ଼ୁଥିବା ସେମାନେ ଏନେଇ ଅବଗତ ନୁହଁନ୍ତି । ପରିବାରର ମୁଖିଆ ଧିରଜଙ୍କ କହିବା ହେଲା ଯେ, ସେମାନେ ବୁନ୍ଦଲଖଣ୍ଡ ଜିଲ୍ଲାକୁ ଯିବାର ଅଛି କିନ୍ତୁ ସେମାନେ ପ୍ରଶାସନର ବ୍ୟବସ୍ଥା ନେଇ ଅବଗତ ନଥିବା କହିଛନ୍ତି ।

ସରିଗଲା ସଂଗ୍ରାମ, ଚାଲିଗଲେ ସ୍ୱାଧୀନତା ସଂଗ୍ରାମୀ: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ସାଂସଦ ପଦ୍ମଶ୍ରୀ ଭବାନୀ ପଟ୍ଟନାୟକଙ୍କ ପରଲୋକ । ସ୍ୱର୍ଗତ ଭବାନୀ ପଟ୍ଟନାୟକ ଓଡ଼ିଶାକୁ ପାର୍ଲାମେଣ୍ଟର ଉଚ୍ଚସଦନରେ ଏକାଧିକ ଥର ପ୍ରତିନିଧିତ୍ୱ କରିଥିଲେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ସ୍ୱର୍ଗତ ପଟ୍ଟନାୟକଙ୍କୁ ମୃତ୍ୟୁ ବେଳକୁ ୯୯ ବର୍ଷ ହୋଇଥିଲା

Freedom fighter Bhawani Charan Patnaik hospitalised in BBSR

କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଭବାନୀ ପଟ୍ଟନାୟକ ୧୯୬୧,୧୯୬୬ ଏବଂ ୧୯୭୮ରେ ରାଜ୍ୟ ସଭାକୁ ଯାଇଛନ୍ତି ସେ ୧୯୨୨ ମସିହା ମାର୍ଚ୍ଚ ୧୧ରେ ପୁରୀ ଜିଲା ଅନ୍ଧିଆରେ ଜନ୍ମଗ୍ରହଣ କରିଥିଲେ ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ଅନୁଭବ କରିବାରୁ ନିକଟରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ମୃତ୍ୟୁର ଦୁଇଦିନ ପୂର୍ବେ ନିଜର ଅଙ୍ଗଦାନ ନେଇ ଘୋଷଣା କରିଥିଲେ ସ୍ୱର୍ଗତ ଭବାନୀ ଚରଣ

ତାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଜଣେ ମହାନ ଗାନ୍ଧିବାଦୀ ଭାବେ ସ୍ମରଣୀୟ ରହିବେ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଭବାନୀ ଚରଣଙ୍କ ଦେହାନ୍ତ ତାଙ୍କୁ ମର୍ମହାତ କରିଥିବା ପ୍ରକାଶ କରିଛନ୍ତି । ସେ ଖୁବ୍ କମ୍‌ ବୟସରେ ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଇ ଭାରତ ଛାଡ଼ ଆନ୍ଦୋଳନରେ ଝାସ ଦେଇଥିବା ଉଲ୍ଲେଖ କରିଛନ୍ତି । 

 

୨ ଲକ୍ଷ କୋଟି ଟଙ୍କାର ଋଣ ରିହାତି ସମେତ କୃଷକଙ୍କ ପାଇଁ ୧୦ ବଡ଼ ଘୋଷଣା

ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ପ୍ୟାକେଜରେ ଗ୍ରାମୀଣ ଭାରତ ଉପରେ ଗୁରୁତ୍ୱ । ଦେଶର ଆତ୍ମା କୁହାଯାଉଥିବା ଗାଁ ଅର୍ଥନୀତିକୁ ପ୍ରାଥମିକତା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କୃଷକଙ୍କ ଠାରୁ ପ୍ରବାସୀ ଶ୍ରମିକ, ରାସ୍ତା କଡ଼ ଉଠା ଦୋକାନୀ ସମସ୍ତଙ୍କ ପାଇଁ ସରକାର ପ୍ୟାକେଜରେ ସହାୟତା ଦେଇଛନ୍ତି ।

କୃଷକଙ୍କ ପାଇଁ ପ୍ରମୁଖ ଘୋଷଣା

୧) ୩ କୋଟି କ୍ଷୁଦ୍ର ଚାଷୀ କମ୍ ସୁଧରେ ୪ ଲକ୍ଷ କୋଟି ଟଙ୍କା ଋଣ ନେଇଛନ୍ତି । ୨୫ ଲକ୍ଷ ନୂଆ କିଷାନ କ୍ରେଡିଟ୍ କାର୍ଡରେ ୨୫ ହଜାର କୋଟି ଟଙ୍କା ଋଣ ମଞ୍ଜୁର କରାଯାଇଛି ।

୨) ୨୦୨୦ ମସିହା ମାର୍ଚ୍ଚ ଓ ଏପ୍ରିଲ ମାସରେ ୬୩ ଲକ୍ଷ ଚାଷୀଙ୍କୁ ୮୬ ହଜାର କୋଟି ଟଙ୍କାର ଋଣ ଦିଆଯାଇଛି ।

୩) କିଷାନ୍ କ୍ରେଡିଟ୍ କାର୍ଡ ସୁବିଧା ଏବେ ମତ୍ସ୍ୟଜୀବୀ, ପଶୁପାଳନ କରୁଥିବା ଫାର୍ମ ପାଇବେ । କିଷାନ କ୍ରେଡିଟ୍ କାର୍ଡ ଜରିଆରେ ୨ ଲକ୍ଷ କୋଟିର ରିହାତ ଋଣର ଘୋଷଣା କରାଯାଇଛି ।

୪) କୃଷକଙ୍କ ପାଇଁ ଅତିରିକ୍ତ ୩୦ ହଜାର କୋଟିର ବ୍ୟବସ୍ଥା ହୋଇଛି । ଏଥିରେ ୩ କୋଟି କୃଷକ ଉପକୃତ ହେବେ । ନାବାର୍ଡ ବ୍ୟାଙ୍କ ଦ୍ୱାରା ଏହି ଅର୍ଥ ଦିଆଯିବ । ଏହି ଅର୍ଥ କୃଷକ ସ୍ଥାନୀୟ ବ୍ୟାଙ୍କ କିମ୍ବା କୋ-ଅପରେଟିଭ୍ ବ୍ୟାଙ୍କ ଦ୍ୱାରା ପାଇବେ । ନାବାର୍ଡ ଏହି ୨ ବ୍ୟାଙ୍କକୁ ସହାୟତା କରିବ ।

୫) କରୋନା ସଂକଟ ବେଳେ କୃଷକଙ୍କୁ ଲିକ୍ୱିଡିଟି ସହାୟତା ମିଳିଛି । ମାର୍ଚ୍ଚ ୧ରୁ ଏପ୍ରିଲ ୩୦ ତାରିଖ ମଧ୍ୟରେ ୮୬ ହଜାର କୋଟି ଟଙ୍କାର ୬୩ ଲକ୍ଷ କୃଷି ଋଣ ଦିଆଯାଇଛି ।

୬) ଏହା ଛଡ଼ା ଗ୍ରାମୀଣ ଅର୍ଥନୀତିକୁ ମଜଭୁତ୍ କରିବା ପାଇଁ ଗ୍ରାମୀଣ ଅଞ୍ଚଳର ଭିତ୍ତିଭୂମୀ ବିକାଶ ଫଣ୍ଡକୁ ୪୨୦୦ କୋଟି ଟଙ୍କା ଦିଆଯାଇଛି ।

୭) ଦେଶର ୩ କୋଟି କୃଷକ ୪.୨୨ ଲକ୍ଷ କୋଟି କୃଷି ଋଣରେ ୩ ମାସର ରିହାତି ପାଇଛନ୍ତି ।

୮)  ଫସଲ ଋଣ ରିପେମଣ୍ଟ ଉପରେ ରିହାତି ଦିଆଯାଇଛି । ମାର୍ଚ୍ଚ ୧ ସୁଦ୍ଧା ପେମେଣ୍ଟ ହେବାକୁ ଥିବା ଋଣ ଜମାକୁ ମେ ୩୧ ଯାଏଁ ବୃଦ୍ଧି କରାଯାଇଛି ।

୯) ୨୫ ଲକ୍ଷ ନୂଆ କିଷାନ କ୍ରେଡିଟ୍ କାର୍ଡ ଜାରି କରାଯାଇଛି । ଯେଉଁଥିରେ ୨୫ ହଜାର କୋଟି ଟଙ୍କାର ଲୋନ୍ ଲିମିଟ୍ ରହିଛି ।

୧୦) ନାବାର୍ଡ ଗ୍ରାମାଞ୍ଚଳର ବ୍ୟାଙ୍କକୁ ୨୯ ହଜାର ୫୦୦ କୋଟି ଟଙ୍କାର ସହାୟତା ପ୍ରଦାନ କରିଛି ।

ମାଗଣା ମିଳିବ ୫ କେଜି ଶସ୍ୟ, କେଜିଏ ଡାଲି

ରାହୁଲଙ୍କ ଆବେଗ ପୂର୍ଣ୍ଣ ଭିଡିଓ ବାର୍ତ୍ତା: ଶ୍ରମିକଙ୍କ ଚିତ୍କାରକୁ ସରକାରଙ୍କ ନିକଟରେ ପହଞ୍ଚାଇବୁ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବ ଅଧ୍ୟକ୍ଷ ତଥା ଲୋକସଭା ସାଂସଦ ରାହୁଲ ଗାନ୍ଧୀ ଗୁରୁବାର ପ୍ରବାସୀ ଶ୍ରମିକଙ୍କ ଅବସ୍ଥାକୁ ଦର୍ଶାଇ ଏକ ଆବେଗ ପୂର୍ଣ୍ଣ ଭିଡିଓ ଟ୍ୱିଟ୍ କରିଛନ୍ତି । ଭିଡିଓରେ ବଡ଼ ସହରରୁ ପାଦରେ ଚାଲି ଚାଲି ଶ୍ରମିକମାନେ ନିଜ ଘରକୁ ପଳାୟନ କରୁଥିବା ଚିତ୍ର ଦେଖିବାକୁ ମିଳିଛି । ଏଥିସହିତ ଭିଡିଓରେ ଥିବା ଏକ ଗୀତ ମାଧ୍ୟମରେ ବର୍ତ୍ତମାନ ସମୟରେ ଶ୍ରମିକ ଯେଉଁ ସମସ୍ୟ ଦେଇଗତି କରୁଛିନ୍ତି ତାହାକୁ ମଧ୍ୟ ଦର୍ଶାଯାଇଛି । ଲକ୍‌ଡାଉନ୍‌ ଏବଂ ଏହାର ପରବର୍ତ୍ତୀ ପରିସ୍ଥିତିକୁ ନେଇ ରାହୁଲ ଗାନ୍ଧୀ ସବୁବେଳେ ଗଠନମୂଳକଭାବେ ସମାଲୋଚନା କରିଆସୁଛନ୍ତି ।

https://twitter.com/RahulGandhi/status/1260895626465665025

ଭିଡିଓ ସଂଯୋଗ କରି ପୋଷ୍ଟ କରିଥିବା ଟ୍ୱିଟ୍‌ରେ ରାହୁଲ ଲୋକଙ୍କୁ ଧୌର୍ଯ୍ୟ ଧରିବାକୁ ନିବେଦନ କରିଛନ୍ତି । ବର୍ତ୍ତମାନ ଅତି କଠିନ ପରିସ୍ଥିତି ଦେଇ ସମସ୍ତେ ଗତି କରୁଛେ । ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ନେଇ ଆମେ ଆଙ୍ଗୀକାରବଦ୍ଧ । ଏମାନଙ୍କ ଚିତ୍କାରକୁ ଆମେ ସରକାରଙ୍କ ନିକଟରେ ପହଞ୍ଚାଇବୁ । ଏମାନଙ୍କ ହକ୍‌ର ସହାୟତା ଏମାନଙ୍କୁ ନିଶ୍ଚିତ ଯୋଗାଇବୁ । ଏମାନେ ଦେଶର ସାଧାରଣ ଜନତା ନୁହଁନ୍ତି, ଏମାନେ ତ ଦେଶର ସ୍ୱାଭିମାନର ପତାକା । ଆମେ ଏହାକୁ ନୁଇବାକୁ ଦେବୁନୁ ।

ରାହୁଲ ଗାନ୍ଧୀଙ୍କ ଏହି ଟ୍ୱିଟ୍ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ, ଆଜି ବି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର କୃଷକ, ପ୍ରବାସୀ ଶ୍ରମିକ ଏବଂ ଗରିବଙ୍କ ପାଇଁ ଅନେକ ଘୋଷଣା କରିଛନ୍ତି । କରୋନା ଯୋଗୁଁ ଦେଶବ୍ୟାପୀ ଲାଗୁ ହୋଇଥିବା ଲକ୍‌ଡାଉନ୍ ଫଳରେ ସହରାଞ୍ଚଳରେ ରହୁଥିବା ଗରିବ ଲୋକେ ସର୍ବାଧିକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଟଙ୍କା ଓ କାମ ନଥିବାରୁ ଶ୍ରମିକ ବର୍ଗ ବଡ଼ ସହରୁ ନିଜ ଘରକୁ ବାହୁଡ଼ିବାକୁ ବାଧ୍ୟ ହେଉଛି ।  ଏମାନଙ୍କ ପାଇଁ ସରକାର ଶ୍ରମିକ ଟ୍ରେନ୍‌ ଆରମ୍ଭ କରିଛନ୍ତି । କିନ୍ତୁ ଏହା ସତ୍ତ୍ୱେ ସଡ଼କରେ ଲୋକେ ଚାଲିଚାଲି ଯାଉଥିବା ଦେଖିବାକୁ ମିଳୁଛି ।

କୋଭିଡ୍ ଯୁଦ୍ଧ: ସରପଞ୍ଚ ଓ ସ୍ୱେଚ୍ଛାସେବୀଙ୍କୁ ଯୋଦ୍ଧା ମାନ୍ୟତା, ମୃତ୍ୟୁ ହେଲେ ପରିବାରକୁ ମିଳିବ ୫୦ ଲକ୍ଷ

ଭୁବନେଶ୍ୱର: କରୋନା ଯୋଦ୍ଧାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ବଡ଼ ଘୋଷଣା କରିଛନ୍ତି । ପୂର୍ବରୁ କରୋନା ଯୋଦ୍ଧା ତାଲିକାରେ ସ୍ୱାସ୍ଥ୍ୟକର୍ମୀ, ଡାକ୍ତର, ପୋଲିସଙ୍କୁ ସାମିଲ କରାଯାଇଥିଲା । ଏହାକୁ ସମ୍ପ୍ରସାରଣ କରାଯାଇଛି । ଏଥିରେ ତୃଣମୂଳସ୍ତରରେ କରୋନା ମୁକାବିଲା କରୁଥିବା ସରପଞ୍ଚଙ୍କ ସହ ଟିଏମସି, ସଙ୍ଗରୋଧ କେନ୍ଦ୍ର ଓ ଅନ୍ୟ କୋଭିଡ ସୁବିଧାଗୁଡ଼ିକ ସୁପରିଚାଳନାରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କୁ ସାମିଲ୍ କରାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଆଗ ଧାଡ଼ିର କରୋନା ଯୋଦ୍ଧା କହିଛନ୍ତି । ପୂର୍ବରୁ ଘୋଷଣା କରାଯାଇଥିବା ୫୦ ଲକ୍ଷ ଟଙ୍କା ସହାୟତା ରାଶି ମଧ୍ୟ ଏମାନଙ୍କ ପରିବାରକୁ ମିଳିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ ଯୋଗେ ଏନେଇ ସୂଚନା ଦେଇଛନ୍ତି ।ବେସରକାରୀ ତଥା ସରକାରୀ କ୍ଷେତ୍ରର ଯେକୌଣସି ବ୍ୟକ୍ତି ଟିଏମସି, ସଙ୍ଗରୋଧ କେନ୍ଦ୍ର ଓ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ସମେତ କୋଭିଡ ସୁବିଧା ପରିଚାଳନାରେ ନିୟୋଜିତ ଅଛନ୍ତି ସେମାନେ ମଧ୍ୟ ଆମର କରୋନା ଯୋଦ୍ଧା । କରୋନାରେ ଏମାନଙ୍କ ମଧ୍ୟରୁ କାହାରି ମୃତ୍ୟୁ ହେଲେ ସେମାନଙ୍କ ପରିବାରକୁ ମଧ୍ୟ ଏହି ସହାୟତା ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

କରୋନା ଯୋଦ୍ଧାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କଲେ ମୁଖ୍ୟମନ୍ତ୍ରୀ, ଦେଲେ ସୁରକ୍ଷା ଓ ସମ୍ମାନର ପ୍ରତିଶ୍ରୁତି

ଦେଶ ଅପେକ୍ଷା ରାଜ୍ୟରେ ନମୁନା ପରୀକ୍ଷଣ ହାର ଅଧିକା: ବାଗଚୀ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଛଅଟି ପର୍ଯ୍ୟାୟରେ ସାରା ବିଶ୍ୱ ମୁକାବିଲା କରୁଛି । ତାଲାବନ୍ଦ ଠାରୁ ଆରମ୍ଭ କରି ସଂକ୍ରମିତଙ୍କ ଚିହ୍ନଟ, ପୃଥକୀକରଣ, ପରୀକ୍ଷଣ, ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ପରୀକ୍ଷା ଏବଂ ଚିକିତ୍ସା । ଏହିସବୁ ପର୍ଯ୍ୟାୟ ମୁକାବିଲାରେ ରାଜ୍ୟ ସରକାର ମଧ୍ୟ ସଫଳତାର ସହ କାର୍ଯ୍ୟ କରୁଛନ୍ତି ।

Says Subroto Bagchi: Overcoming Fear Key To Contain Spread

ଯାହାର ଫଳସ୍ୱରୂପ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ବଢିପାରିନି ଗୋଷ୍ଠୀ ସଂକ୍ରମଣ । ସର୍ବଭାରତୀୟ ସ୍ତରରେ ପ୍ରତି ୧୦ ଲକ୍ଷରେ ୯୮୩ଟି ନମୁନା ପରୀକ୍ଷା ହେଉଥିବା ବେଳେ ଓଡିଶାରେ ୧୧୫୫ଟି ନମୁନା ପରୀକ୍ଷା ହେଉଛି । ସେପଟେ ନମୁନା ପରୀକ୍ଷଣରେ ଯୋଡ଼ି ହୋଇଥିବା ଭାରତୀୟ ଜୀବ ବିଜ୍ଞାନ ପ୍ରତିଷ୍ଠାନ ବା ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍ ଅଫ ଲାଇଫସାଇନ୍ସରେ କରୋନା ମୁକାବିଲା ନେଇ ଚାଲିଛି ଅଧିକ ଗବେଷଣା ।

କରୋନା ଭ୍ୟାକ୍ସିନ୍‌ ଓ ଔଷଧ ନେଇ ଚାଲିଛି ପ୍ରସ୍ତୁତି । ଆଇଏଲଏସରେ ଗତ ୧୪ ଏପ୍ରିଲରୁ କରୋନା ପରୀକ୍ଷଣ ୪୪ଟି ନମୁନାରୁ ଆରମ୍ଭ ହୋଇଥିଲା । ଏବେ ଏଠାରେ ଦୈନିକ ହଜାରେ ନମୁନା ପରୀଷା ହେଉଛି । ଏଥିସହିତ କରୋନା ଭୂତାଣୁର ଜେନେଟିକ ଆନାଲିସିସ ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି, ମେଡିସିନାଲ ପ୍ଲାଣ୍ଟରୁ କରୋନା ଚିକିତ୍ସା ପାଇଁ ଔଷଧ ପ୍ରସ୍ତୁତି ନେଇ ଚାଲିଛି ଗବେଷଣା । ତେବେ ଆଶ୍ୱସ୍ତିକର ବିଷୟ ଯଥେଷ୍ଟ ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରି ଟେଷ୍ଟ କରାଯାଉଥିବା ସ୍ୱାବ୍‌ ଟେଷ୍ଟ କରୁଥିବା କୌଣସି ବି କର୍ମଚାରୀ ସଂକ୍ରମିତ ହୋଇନାହାନ୍ତି ।

ଜାଣନ୍ତୁ ବାତ୍ୟା ‘ଅମ୍ଫାନ’ର ନାମକରଣ କରିଛି କେଉଁ ଦେଶ…

ଭୁବନେଶ୍ୱର: ଲଘୁଚାପ ବଳୟର ରୂପ ନେଇଛି ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଅଂଚଳ ରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ । ଏହା ୧୬ ତାରିଖ ସନ୍ଧ୍ୟାରେ ସାମୁଦ୍ରିକ ଝଡ଼ର ରୂପ ନେବାର ସମ୍ଭାବନା ରହିଛି । ତେବେ, ଜାଣିଛନ୍ତି କି ବାତ୍ୟା ‘ଅମ୍ଫାନ’ର ନାମକରଣ କରିଛି କେଉଁ ଦେଶ ? ‘ଅମ୍ଫାନ’ ନାମ ପଛରେ କଣ ରହିଛି କାରଣ ?

ସାହିନ୍, ଗୁଲାବ, ତେଜ୍, ଅଗ୍ନି, ଆଗ୍ ଏମିତି ପ୍ରାୟ ୧୬୯ଟି ବାତ୍ୟାର ନାଁ ୧୩ଟି ଦେଶ ଦେଇଛନ୍ତି । ଉତ୍ତର ଭାରତ ମହାସାଗର, ଆରବ ସାଗର ଓ ଭାରତ ମହାସାଗରରେ ଆସିବାକୁ ଥିବା ବାତ୍ୟା ପାଇଁ ଏସବୁ ନାଁ ରହିଛି । ୨୦୦୪ ମସିହାରେ ୮ଟି ଦେଶର ପାଣିପାଗ ବିଭାଗ ଏହିସବୁ ନାଁ ଦେଇଥିଲେ ।

ଏବେ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବାତ୍ୟା ନାଁ ହେଉଛି ‘ଅମ୍ଫାନ’ । ଏହି ନାଁ ଦେଇଛି ଥାଇଲାଣ୍ଡ । ୨୦୦୪ ମସିହାରେ ଏହି ନାଁକୁ ଥାଇଲାଣ୍ଡ ଦେଇଥିଲା ।

‘ଅମ୍ଫାନ’ର ଅର୍ଥ

ଥାଇଲାଣ୍ଡରେ ‘ଅମ୍ଫାନ’ ହେଉଛି ଏକ ଜଣାଶୁଣା ଶବ୍ଦ । ଇଂରାଜୀର ଏହି ୬ ଅକ୍ଷର ବିଶିଷ୍ଟ ଶବ୍ଦ ବିଶେଷ କରି ଥାଇଲାଣ୍ଡର ଲୋକମାନେ ସରନେମ୍ ବା ମିଡିଲ ନେମ୍ ହିସାବରେ ବ୍ୟବହାର କରିଥାନ୍ତି । ଥାଇଲାଣ୍ଡରେ ପାଖାପାଖି ୪୮୮୮ ଲୋକଙ୍କ ନାଁ ସହ ଜଡ଼ିତ ‘ଅମ୍ଫାନ’ ।

୨୦୧୮ ମସିହାରେ IMDର ମହାନିର୍ଦ୍ଦେଶକ ଏକ ନୂଆ ପ୍ୟାନେଲ ପୁନଃଗଠନ କରିଥିଲେ । ପ୍ୟାନେଲରେ ୧୩ ଦେଶ ଯଥା- ବାଂଲାଦେଶ, ଭାରତ, ଇରାନ, ମାଳଦ୍ୱୀପ, ମିଆଁମାର, ଓମାନ, ପାକିସ୍ତାନ, କତାର, ସାଉଦି ଆରବ, ଶ୍ରୀଲଙ୍କା, ଥାଇଲାଣ୍ଡ, ୟୁଏଇ, ୟେମେନ ଆଦି ଦେଶ ରହିଥାନ୍ତି । ଏହି ୧୩ ଦେଶ ଆରବ ସାଗର, ବଙ୍ଗୋପସାଗର ଓ ଉତ୍ତର ଭାରତ ମହାସାଗରରେ ଆସିବାକୁ ଥିବା ବାତ୍ୟାର ନାମକରଣ କରିବେ ।

ପ୍ରତି ସଦସ୍ୟ ଦେଶ ୧୩ଟି ଲେଖାଏଁ ନାମ ଦେବେ । ଏବେ ବାଂଲାଦେଶ ଦେଇଥିବା ‘ଅର୍ଣ୍ଣବ’, କତାର ‘ସାହିନ’, ପାକିସ୍ତାନ ‘ଲୁଲୁ’, ଭାରତ ‘ଗତି’ ‘ତେଜ’ ‘ମରାସୁ’ ‘ଆଗ’ ‘ନୀର’ ଆଦି ନାଁ ସ୍ଥିରୀକୃତ ହୋଇ ରହିଛି । ତେବେ, ବାତ୍ୟାର ନାଁ କୌଣସି ରାଜନୈତିକ ଦଳ, ନେତା, ଧର୍ମ ଭାବନା, ସଂସ୍କୃତି ସହ ଜଡ଼ିତ ନଥିବା ଦରକାର ।

 

ରାଷ୍ଟ୍ରପତି କୋବିନ୍ଦ ବର୍ଷେ ପାଇଁ ତାଙ୍କ ବେତନର ୩୦ ପ୍ରତିଶତ ଦାନ କରିବେ,ନୂଆ କାର କିଣା ସ୍ଥଗିତ

ନୂଆଦିଲ୍ଲୀ: କରୋନା ସଙ୍କଟକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଷ୍ଟ୍ରପତି ଭବନରୁ ସୂଚନା ମିଳିଛି ଯେ, ରାଷ୍ଟ୍ରପତି ତାଙ୍କର ମାସକର ଦରମା ପିଏମ କେୟାର ଫଣ୍ଡକୁ ଦେଉଛନ୍ତି ଏବଂ ସେ ତାଙ୍କ ବେତନର ୩୦ ପ୍ରତିଶତ ବର୍ଷେ ପାଇଁ ଦାନ କରିବେ । ଏହା ସହିତ ଅନ୍ୟ କେତେଗୁଡ଼ିଏ ପ୍ରସ୍ତାବ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ କିଣିବେନି ନୂଆ କାର

ରାଷ୍ଟ୍ରପତି ଭବନ ପକ୍ଷରୁ ଦିଆଯାଇଥିବା ସୂଚନାରେ, ରାଷ୍ଟ୍ରପତି କୋବିନ୍ଦ ଏକ ଲିମୋଜିନ୍ କାର କିଣିବାର ପ୍ରସ୍ତାବକୁ ମଧ୍ୟ ସ୍ଥଗିତ ରଖିଛନ୍ତି । ସୂଚନା ଅନୁସାରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ପାଇଁ ଚଳିତ ବର୍ଷ ଏକ ନୂଆ ଲିମୋଜିନ୍ କିଣିବାକୁ ନିଷ୍ପତ୍ତି ନିଆଯାଇଥିଲା । କାରଣ ସେ ବର୍ତ୍ତମାନ ସୁଦ୍ଧା ମର୍ସିଡିଜ୍-ବେଞ୍ଜ୍ ଏସ୍ କ୍ଲାସ୍ (S600) ପୁଲମାନ୍ ଗାର୍ଡର ପୁରୁଣା ମଡେଲ୍ ବ୍ୟବହାର କରୁଛନ୍ତି । ସେଥିପାଇଁ ୨୦୨୧ ଗଣତନ୍ତ୍ର ଦିବସ ଅବସରରେ ସେ ଏକ ନୂତନ ଲିମୋଜିନ୍ କାରରେ ପ୍ୟାରେଡରେ ଆସିବାର ଥିଲା କିନ୍ତୁ କରୋନା ସଙ୍କଟ କାରଣରୁ ଏହାକୁ ବାତିଲ କରିଦିଆଯାଇଛି । କେବଳ ଏତିକି ନୁହେଁ, ରାଷ୍ଟ୍ରପତି ଭବନର କର୍ମଚାରୀଙ୍କୁ ଖର୍ଚ୍ଚ କମ୍ କରିବାକୁ ଏବଂ ବାକି ଟଙ୍କାକୁ କୋଭିଡ -୧୯ ବିରୋଧରେ ଲଢେଇ ପାଇଁ ଦାନ କରିବାକୁ  କୁହାଯାଇଛି ।

ରାଷ୍ଟ୍ରପତି ଭବନରେ ଅଧିକ ଖର୍ଚ୍ଚ ହେବ ନାହିଁ

କୋଭିଡ -୧୯ ସଙ୍କଟ ସମୟରେ ବହୁ ପଦକ୍ଷପ ନିଆଯାଉଛି । ଯେମିତିକି ଭୋଜିରେ କମ୍ ଅତିଥି, ଫୁଲର କମ୍ ବ୍ୟବହାର ସହ ଖାଦ୍ୟ ପ୍ରକାରକୁ କମାଇଦିଆଯିବାର ପଦକ୍ଷେପ ନିଆଯାଇଛି । ଏଥି ସହିତ ସାମାଜିକ ଦୂରତା ବଜାୟ ରଖିବା ଏବଂ ଖର୍ଚ୍ଚ କମାଇବା ପାଇଁ ରାଷ୍ଟ୍ରପତିଙ୍କୁ ଘରୋଇ ପରିଦର୍ଶନ କମାଇବା ଏବଂ କମ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ କୁହାଯାଇଛି । ରାଷ୍ଟ୍ରପତି ଭବନରେ କୁହାଯାଇଛି ଯେ, ଆମେ କୌଣସି ଅତିଥିଙ୍କ ସେବାରେ ସ୍ୱାଗତରେ କୌଣସି ଅଭାବ ରଖିବୁ ନାହିଁ, କିନ୍ତୁ ବର୍ତ୍ତମାନ ବେଶି ସୋ ଅଫ୍ କରାଯିବ ନାହିଁ ।

ବଢି ଚାଲିଛି କରୋନା ସଂକ୍ରମଣ

କରୋନା ଭାଇରସ୍ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୩୭୨୨ ଟି ନୂତନ କରୋନା ସଂକ୍ରମଣ ରିପୋର୍ଟ ଆସିଛି ଯାହା ଦ୍ୱାରା ସଂକ୍ରମିତଙ୍କ ସଂଖ୍ୟା ୭୮୦୦୩ ରେ ପହଞ୍ଚିଛି ଏବଂ ୧୩୪ ଜଣଙ୍କର ହୋଇଛି ଯାହାଦ୍ୱାରା ମୃତ୍ୟୁ ସଂଖ୍ୟା ୨୫୪୯ରେ ପହଞ୍ଚିଛି । ସଂକ୍ରମିତଙ୍କ ସଂଖ୍ୟା ୭୮ ହଜାର ଅତିକ୍ରମ କରିବା ପରେ, ୫୦ ହଜାରରୁ ଅଧିକ ସଂକ୍ରମଣ ଥିବା ଦେଶ ତାଲିକାରେ ଭାରତ ଦ୍ୱାଦଶ ସ୍ଥାନରେ ପହଞ୍ଚିଛି ।