spot_img
Home Blog Page 3215

ଆଜି ସିନେମା ହଲରେ ଦର୍ଶକ ଦେଖିବେ ୨ ଦଶନ୍ଧି ତଳର ଚର୍ଚ୍ଚିତ ସିନେମା ’ଗଦ୍ଦର ଏକ ପ୍ରେମକଥା’

ନୂଆଦିଲ୍ଲୀ: ଦର୍ଶକ ଦେଖିବେ ପୁରୁଣା ପ୍ରେମକଥା । ୨୨ ବର୍ଷ ପରେ ପୁଣିଥରେ ରିଲିଜ ହେଉଛି ସୁପରହିଟ ବଲିଉଡ ସିନେମା ’ଗଦ୍ଦର ଏକ ପ୍ରେମକଥା’ । ୨୦୦୧ ମସିହାର ବ୍ଲକବଷ୍ଟର ସିନେମା ’ଗଦ୍ଦର ଏକ ପ୍ରେମକଥା’ । ଅନିଲ ଶର୍ମାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ସିନେମା ୨ ଦଶନ୍ଧି ତଳେ ଚହଳ ପକାଇଥିଲା । ଯାହାକି ଆଜି ପୁନଃରିଲିଜ ହେବାକୁ ଯାଉଛି । ଗଦ୍ଦର-୨ର ସିକ୍ବେଲ ଆସନ୍ତା ଅଗଷ୍ଟ ୧୧ ତାରିଖରେ ରିଲିଜ ହେବାକୁ ଯାଉଛି । ଏହାପୂର୍ବରୁ ପ୍ରଥମ ଭାଗକୁ 4K କ୍ବାଲିଟିରେ ସିନେମା ହଲରେ ପୁନଃରିଲିଜ କରାଯାଉଛି ।

ପୂର୍ବରୁ ଏହାର ଟ୍ରେଲକୁ ଦର୍ଶକମାନେ ବେଶ୍ ପସନ୍ଦ କରିସାରିଛନ୍ତି । ୨୨ ବର୍ଷ ପରେ ପୁରୁଣା ଦର୍ଶକଙ୍କ ସହିତ ନୂଆ ଦର୍ଶକ ମଧ୍ୟ ଏହାର ମଜାନେବେ । ସନ୍ନି ଦେଓଲଙ୍କ ବ୍ଲକବୁଷ୍ଟର ସିନେମାକୁ ପୁଣିଥରେ ସିନେମା ହଲରେ ଦେଖିବାକୁ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଭରିରହିଛି । ୨୦୦୧ ରେ ’ଗଦ୍ଦର ଏକ ପ୍ରେମକଥା’ ଖାଲି ହିଟ ହୋଇନଥିଲା । ବକ୍ସ ଅଫିସରେ ବି ବହୁ ରେକର୍ଡ ଭାଙ୍ଗିଥିଲା ।

ଆଜି ଦେଶରେ ୨୮ଟି ଟ୍ରେନ ବାତିଲ, ସେଫଟି ସମ୍ପର୍କିତ କାମ ପାଇଁ ରେଳବାଇର ନିଷ୍ପତ୍ତି

ନୂଆଦିଲ୍ଲୀ: ସେଫଟି ସମ୍ପର୍କିତ କାମ ପାଇଁ ବିଭିନ୍ନ ଟ୍ରେନ୍ ବାତିଲ । ଆଜି ଦେଶରେ ୨୮ ଟ୍ରେନକୁ ବାତିଲ କରିଛି ରେଳବାଇ । ସାନ୍ତ୍ରାଗାଚ୍ଛି-ପୁରୀ ଏକ୍ସପ୍ରେସ ବାତିଲ ହୋଇଛି । ସେହିପରି ଶାଲିମାର-ସମ୍ବଲପୁର, ହାଓ୍ବଡା-ଚେନ୍ନାଇ ମେଲ, ଅଗରତାଲା-ସିକନ୍ଦରାବାଦ, ସିଲଘାଟ-ତମ୍ବରମ, ପୁରୀ-ବାଙ୍ଗିରିପୋଷି, ଭୁବନେଶ୍ବର-ହାଓ୍ବଡା, ମହୀଷୁର-ହାଓ୍ବଡା, ଭଦ୍ରକ-ହାଓ୍ବଡା, ପୁରୀ-ଜଳେଶ୍ବର, ଖୋର୍ଦ୍ଧା-ଖଡ଼ଗପୁର, ବାଲେଶ୍ବର-ଭୁବନେଶ୍ବର ଆଦି ରୁଟରେ ଟ୍ରେନ୍ ଚଳାଚଳ ବାତିଲ କରାଯାଇଛି । ବିଭିନ୍ନ ଟ୍ରାକରେ ସୁରକ୍ଷା ଯାଞ୍ଚ ପାଇଁ ଟ୍ରେନ୍ ବାତିଲ କରାଯାଇଛି ।

ଡକାୟତି ମାମଲାରେ ବନ୍ଧା ହେଲେ ୩ ପୋଲିସ କର୍ମଚାରୀ

ଜୟପୁର: ଖାକିରେ ଦାଗ । ଡକାୟତି ମାମଲାରେ ବନ୍ଧା ହେଲେ ୩ ପୋଲିସ କର୍ମଚାରୀଙ୍କ ସହ ୨ ଜଣ ଡକାୟତ l ଆନ୍ଧ୍ରପ୍ରଦେଶର କାମୁଡ ଚିତ୍ତଲ ଗାଡ଼ି କିଣିବାପାଇଁ ଜୟପୁର ଯାଉଥିବା ସମୟରେ ସେ ଡକାୟତିର ଶିକାର ହୋଇଥିଲେ । ଚାଟୁଆ ନିକଟରେ ପିଛା କରି ୧ ଲକ୍ଷ ୫୦ ହଜାର ଟଙ୍କା ତାଙ୍କଠାରୁ ଲୁଟ ହୋଇଥିବା ଅଭିଯୋଗ ହୋଇଥିଲା । ପାଡୁଆ ପୋଲିସ ଏହି ଘଟଣାକୁ ଗୁରୁତର ଭାବରେ ନେଇ ତଦନ୍ତ କରି ଦୁଇ ଜଣ ଡକାୟତ ଏବଂ ସମ୍ପୃକ୍ତ ଥିବା ୩ ଜଣ ପୋଲିସ କର୍ମଚାରୀକୁ ଗିରଫ କରିଛି । ଅଭିଯୁକ୍ତଙ୍କଠାରୁ ଏକ କାର, ୮୦ ହଜାର ଟଙ୍କା ଏବଂ ତିନୋଟି ମୋବାଇଲ ଜବତ କରାଯାଇଛି । ଅଭିଯୁକ୍ତମାନଙ୍କ ନାମରେ ପୂର୍ବରୁ ଗଞ୍ଜେଇ ଚୋରା ଚାଲାଣ ଏବଂ ଡକାୟତ ଭଳି ମାମଲା ରହିଥିବା ନନ୍ଦପୁର SDPO ସୂଚନା ଦେଇଛନ୍ତି  ।

ପୁରୀ-ଦୁର୍ଗ ଏକ୍ସପ୍ରେସରେ ଲାଗିଲା ନିଆଁ

ନୂଆପଡ଼ା: ପୁରୀ-ଦୁର୍ଗ ଏକ୍ସପ୍ରେସରେ ଲାଗିଲା ନିଆଁ । ଟ୍ରେନ ବଗିରେ ନିଆଁ ଲାଗିଥିବା ସୂଚନା । ନୂଆପଡ଼ା ଖରିଆର ରୋଡରେ ଲାଗିଲା ନିଆଁ । ନିଆଁ ବଢ଼ିବା ପୂର୍ବରୁ ସ୍ଥାନୀୟ ଲୋକ ଓ ଦମକଳ ବାହିନୀ ଦ୍ୱାରା ନିଆଁକୁ କରାଗଲା ଆୟତ୍ତ । ବ୍ରେକ୍ ବାଇଣ୍ଡିଂରେ ସ୍ପାର୍କିଂ ଘଟି ନିଆଁ ଲାଗିଥିବା ସୂଚନା । ଏସି ବଗିର ବ୍ରେକ୍ ବାଇଣ୍ଡିଂରେ ଘଟିଥିଲା ସ୍ପାର୍କିଂ । ତେବେ ଏଥିରେ କୌଣସି କ୍ଷୟକ୍ଷତି ଘଟିନଥିବା ପ୍ରାଥମିକ ଭାବେ ସୂଚନା ।

ସିଙ୍ଗଲ ଓ୍ବିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ ଅନୁଷ୍ଠିତ, ୧୮ ଶିଳ୍ପକୁ ମିଳିଲା ଅନୁମୋଦନ

ଭୁବନେଶ୍ୱର: ୧୧୮ ତମ ରାଜ୍ୟସ୍ତରୀୟ ସିଙ୍ଗଲ ଓ୍ବିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୧୮ ଶିଳ୍ପକୁ ଅନୁମୋଦନ ମିଳିଛି । ଏହି ପ୍ରକଳ୍ପ ପାଇଁ ରାଜ୍ୟରେ ୩ ହଜାର ୪୫୭ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ । ଏହି ନିବେଶ ପରେ ୧୪ ହଜାର ୪୩୬ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ୧୮ଟି ଶିଳ୍ପ ମଧ୍ୟରୁ ମେକ୍ ଇନ ଓଡ଼ିଶା କନକ୍ଳେଭ ୨୦୨୨ରେ ୧୦ଟି କମ୍ପାନୀ ନିବେଶ ପାଇଁ ପ୍ରସ୍ତାବ ଦେଇଥିଲେ । ୨୦୨୨-୨୩ ବର୍ଷରେ ଓଡ଼ିଶା ଦେଶର ଦ୍ବିତୀୟ ସ୍ଥାନରେ ଥିଲା । ଯେଉଁଠାରେ ଅଧିକରୁ ଅଧିକ ନିବେଶ ପାଇଁ ପ୍ରସ୍ତାବ ଆସିଥିଲା ।

ପୁଞ୍ଜି ବିନିଯୋଗର ଉଦ୍ଦେଶ୍ୟକୁ ବାସ୍ତବତାରେ ପରିଣତ କରିବାକୁ ରାଜ୍ୟ ସରକାର ପ୍ରତିବଦ୍ଧ । ମେଟାଲ୍ ଡାଉନଷ୍ଟ୍ରିମିଂ, ଫାର୍ମାସ୍ୟୁଟିକାଲ୍, ଖାଦ୍ୟ ପ୍ରକ୍ରିୟାକରଣ, ସିମେଣ୍ଟ, ଟେକ୍ସଟାଇଲ୍ ଏବଂ ପୋଷାକ, ଆଇଟି, ଇଏସଡିଏମ୍ ଏବଂ ଏଗ୍ରୋ ପ୍ରକ୍ରିୟାକରଣ ପରି ବିଭିନ୍ନ କ୍ଷେତ୍ରଗୁଡିକରେ ନିବେଶ ପାଇଁ ଅନୁମୋଦନ ମିଳିଛି । ମଞ୍ଜୁରୀପ୍ରାପ୍ତ ପ୍ରକଳ୍ପଗୁଡ଼ିକ ଯାଜପୁର, ଖୋର୍ଦ୍ଧା, କୋରାପୁଟ, କଟକ, ସୁନ୍ଦରଗଡ଼, ଭଦ୍ରକ, ସୋନପୁର, ବଲାଙ୍ଗୀର ଏବଂ ବୌଦ୍ଧ ଜିଲ୍ଲା ସ୍ଥାପନ କରାଯିବ । ମେଟାଲ ସେକ୍ଟରରେ ୯ଟି ପ୍ରକଳ୍ପ, ଏଗ୍ରୋ ଆଣ୍ଡ ଫୁଡ୍ ପ୍ରୋସେସିଂ ସେକ୍ଟରରେ ୫ଟି ପ୍ରୋଜେକ୍ଟ ଏବଂ ଟେକ୍ସଟାଇଲ, ସିମେଣ୍ଟ, ଆଇଟି ଆଣ୍ଡ ଇଏସଡିଏମ ଏବଂ ଫାର୍ମାସ୍ୟୁଟିକାଲ୍ସ ସେକ୍ଟରରେ ଗୋଟିଏ ଲେଖାଏଁ ପ୍ରକଳ୍ପକୁ ଗ୍ରୀନ୍ ସିଗନାଲ ଦିଆଯାଇଛି ।

‘ଲଭ୍ ଇନ୍ ଲଣ୍ଡନ’ ଫିଲ୍ମର ଲାଭାଶଂ ଅର୍ଥର ୧୦ ଭାଗ ଓଡ଼ିଶା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଯିବ: ପ୍ରଯୋଜକ

ଭୁବନେଶ୍ୱର: ଜେବି ଫିଲ୍ମସ୍ ଆଣ୍ଡ ଟିଭି ଏବଂ ଅମରା ଷ୍ଟୁଡିଓ ଏଲଏଲପି ତରଫରୁ ଗତ ଜୁନ୍ ୨ରେ ଘଟିଥିବା ଭୟଙ୍କର ତଥା ବାହାନଗା ଟ୍ରେନ୍ ଟ୍ରାଜେଡି ପାଇଁ ଦୁଖ ଓ ସମବେଦନା ଜଣାଯାଇଛି । ଭୁବନେଶ୍ବରରେ ଅନୁଷ୍ଠିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଜେବି ଫିଲ୍ମସ୍ ଆଣ୍ଡ ଟିଭି ଏବଂ ଅମରା ଷ୍ଟୁଡିଓ ଏଲଏଲପି ବ୍ଯାନ୍ନରରେ ନିର୍ମିତ ‘ଲଭ୍ ଇନ୍ ଲଣ୍ଡନ୍‌’ର ଟିମ୍ କହିଥିଲେ ଯେ ଏହି ଦୁଖଦ ଘଟଣା ଆମ ସମସ୍ତଙ୍କୁ ଗଭୀର ଭାବରେ ପ୍ରଭାବିତ କରିଛି ଏବଂ ଆମେ ଶୋକରେ ସମସ୍ତେ ଶୋକରେ ଅଛୁ । ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ସହ ଆଲୋଚନା କଲାପରେ, ଆମେ ଅନୁଭବ କରୁଛୁ ଯେ ବହୁ ପ୍ରତୀକ୍ଷିତ ‘ଲଭ୍ ଇନ୍ ଲଣ୍ଡନ’ ଜୁନ୍ ୯, ୨୦୨୩ ରେ ମୁକ୍ତିଲାଭ କରିବାକୁ ଯୋଜନା କରାଯାଇଥିଲା, ହେଲେ ବାହାନାଗାର ଏହି ଅଘଟଣକୁ  ସମ୍ମାନ ଏବଂ ଓଡ଼ିଶାରେ ଏକତାର ଚିହ୍ନ ଭାବରେ ଆମେ ଫିଲ୍ମର ପ୍ରିମିୟର୍ ଜୁନ୍ ୧୩, ୨୦୨୩କୁ ଘୁଞ୍ଚାଇବାକୁ ନିଷ୍ପତ୍ତି କରିଛୁ । ଆମେ ଆମର ଦର୍ଶକମାନଙ୍କୁ ଆନ୍ତରିକତାର ଧନ୍ୟବାଦ ଦେବା ସହ ଏପରି ଦୁଃଖଦ ସମୟରେ ତାଙ୍କର ସହଯୋଗ  ଆଶା କରୁଛୁ । ଏହି ନିଷ୍ପତ୍ତିକୁ ଅନୁଭବ ମହାନ୍ତି ଫ୍ୟାନ୍ କ୍ଲବ୍ ଏବଂ ଓଡ଼ିଶାର ପ୍ରତ୍ୟେକ ବ୍ୟକ୍ତି ବୁଝିଛନ୍ତି ଏବଂ ସମର୍ଥନ କରିଛନ୍ତି । ଓଡ଼ିଶାର କଳାକାର ଏବଂ ଲୋକମାନଙ୍କ ସହିତ ଆମର ସଠିକ୍ କାର୍ଯ୍ୟ ସପକ୍ଷରେ କାର୍ଯ୍ୟ କରିବା ଏବଂ ଜାରି ରଖିବା ।

ଆହୁରି କହିଛନ୍ତି ଯେ, ସମସ୍ତଙ୍କ ସମର୍ଥନ ପାଇଁ ଆମେ ଜାଣି ଆନନ୍ଦିତ ଓ ଏହି ଗୁରୁତର ପରିସ୍ଥିତିକୁ ବୁଝି ନିଆଯାଇଥିବା ଏହି ସଠିକ୍ ପଦକ୍ଷେପରେ ଏହି ଚଳଚ୍ଚିତ୍ରର କଳାକାରମାନେ, ଦର୍ଶକ ଏବଂ ଥିଏଟର ମାଲିକମାନଙ୍କୁ ଆମକୁ ସମର୍ଥନ କରିଥିବାରୁ ଆମେ ଧନ୍ୟବାଦ ଦେଉଛୁ ଏବଂ ଚଳଚ୍ଚିତ୍ର ରିଲିଜକୁ ବିଳମ୍ବ କରିବାକୁ ଆମେ ଚିନ୍ତା କରିଛୁ ।

ଏଥିସହ, “ଆମେ ‘ପୀଡିତଙ୍କ ପରିବାରକୁ ସହାୟତା କରିବା ପାଇଁ ଏକ ପ୍ରତିଶ୍ରୁତି ଦେଉଛୁ ଯେ ‘ଲଭ୍ ଇନ୍ ଲଣ୍ଡନ’ ଫିଲ୍ମର ପ୍ରଯୋଜକ ଲାଭାଷଂ ଅର୍ଥର ୧୦ ଭାଗ ଓଡ଼ିଶା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦେଇ ଏହି ଦୁଃଖଦ ଘଟଣାରେ ସହଯୋଗ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛୁ । ଆମର ଆତ୍ମବିଶ୍ୱାସ ଏବଂ ଆଶା ଯେ ଏହି ଅବଦାନ ଦୁର୍ଘଟଣା ଦ୍ୱାରା ପ୍ରଭାବିତ ଲୋକଙ୍କ ଆରୋଗ୍ୟ ଏବଂ ପୁନରୁଦ୍ଧାର ପ୍ରକ୍ରିୟାରେ କିଛି ସାହାଯ୍ୟ ଏବଂ ସହାୟତା ପ୍ରଦାନ କରିବ ବୋଲି ଫିଲ୍ମର ନିର୍ମାତା ନବୀନ ଭଣ୍ଡାରୀ ଓ ଜେ. ବର୍ଖା କହିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ଅଭିନେତା ଅନୁଭବ ମହାନ୍ତି ,ଅଭିନେତ୍ରୀ ସ୍ବପ୍ନା ପ୍ରିୟଦର୍ଶିନୀ, ନିର୍ଦ୍ଦେଶକ ତାପସ ସରଘରିଆ, ଆମର ମ୍ୟୁଜିକର ଓଡିଶା ମୁଖ୍ୟ ଦେବାଶିଷ ପଣ୍ଡା, ଲଭ୍ ଇନ୍‌ ଲଣ୍ଡନର କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ସ୍ବପ୍ନ ପୂରଣ କରିବ ମୋ ଘର, ଅଧାଗଢା ଘରକୁ ପ୍ରାଥମିକତା ଦେବା ପାଇଁ ପଞ୍ଚାୟତିରାଜ ବିଭାଗକୁ ପ୍ରସ୍ତାବ

ଭୁବନେଶ୍ୱର: ପୂରଣ ହେବ ସ୍ବପ୍ନ । ଘର ପାଇଁ ଆଉ ଚିନ୍ତାରେ ରହିବେନି ନିମ୍ନ ଓ ମଧ୍ୟବିତ୍ତ ପରିବାର । ବିଭିନ୍ନ ଯୋଜନାରେ ରାଜ୍ୟର ୧ ଲକ୍ଷ ୭୪ ହଜାର ହିତାଧିକାରୀଙ୍କ ଘର ଅଧା ନିର୍ମାଣ ହୋଇ ବର୍ଷ ବର୍ଷ ଧରି ପଡ଼ିରହିଛି । ରାଜ୍ୟ ସରକାରଙ୍କ ମୋ ଘର ଯୋଜନା ଏସବୁ ଘରକୁ ସମ୍ପୂର୍ଣ୍ଣ କରିବାରେ ବଡ଼ ସହାୟକ ହେବ । ବିଧାନସଭାର ସମ୍ପୃକ୍ତ ଷ୍ଟାଣ୍ଡିଂ କମିଟି ବୈଠକରେ ଏନେଇ ପଞ୍ଚାୟତିରାଜ ବିଭାଗକୁ ପ୍ରସ୍ତାବ ଦିଆଯାଇଛି । ବନ୍ୟାପ୍ରବଣ ଅଞ୍ଚଳ ଓ ସ୍ବାଭିମାନ ଅଞ୍ଚଳରେ ଘର ନିର୍ମାଣ ପାଇଁ ଗୁରୁତ୍ବ ଦେବାକୁ ପ୍ରସ୍ତାବ ଦେଇଛି କମିଟି । ମୋ ଘର ଯୋଜନା ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସକୁ କମିଟି ଧନ୍ୟବାଦ ଦେବା ସହ ଲୋକମାନେ କିପରି ସହଜରେ ସୁବିଧା ପାଇବେ ତା’ ଉପରେ ଗୁରୁତ୍ବ ଦେଇଛି । ମୋ ଘର ପାଇଁ ରାଜ୍ୟ ସରକାର ସୁଧ ରିହାତି ଦେବେ । ହିତାଧିକାରୀଙ୍କୁ ତୁରନ୍ତ ଋଣ ପ୍ରଦାନ ଉପରେ ସରକାର ଫୋକସ କରିଥିବା କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ।

ଜୁନ ୧୬ ତାରିଖରୁ ମୋ ଘର ଯୋଜନା ପାଇଁ ଆବେଦନ ଗ୍ରହଣ କରାଯିବ । ହିତାଧିକାରୀ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ପାଇବେ । ପ୍ରଥମ ବର୍ଷର ରିହାତି ଅବଧିକୁ ବାଦ୍‌ ଦେଇ ପରବର୍ତ୍ତୀ ୧୦ ବର୍ଷ ମଧ୍ୟରେ ଋଣ ପରିଶୋଧ କରି ପାରିବେ ହିତାଧିକାରୀ । ସୁଧ ରିହାତି ରାଜ୍ୟ ସରକାର ବହନ କରିବେ । ମୋ ଘର ଯୋଜନାକୁ ସଫଳ କରିବା ପାଇଁ ବ୍ୟାଙ୍କଗୁଡ଼ିକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ଗୃହ ନିର୍ମାଣ ଯୋଜନାରୁ ବଞ୍ଚିତ ଥିବା ପରିବାର ମୋ ଘର ଯୋଜନାରେ ଉପକୃତ ହେବେ । ସେହିପରି ସ୍ବଳ୍ପ ଗୃହ ନିର୍ମାଣ ସହାୟତା ପାଇଥିବା ପରିବାର ଗୃହର ଉନ୍ନତିକରଣ ଓ ସମ୍ପ୍ରସାରଣ କରିପାରିବେ । ହିତାଧିକାରୀଙ୍କ ଆର୍ଥିକ ବୋଝ ହ୍ରାସ କରିବାକୁ ରାଜ୍ୟ ସରକାର ପଞ୍ଜୀକରଣ ଶୁଳ୍କ ଏବଂ ଷ୍ଟାମ୍ପ ଡ୍ୟୁଟି ଛାଡ଼ କରିଛନ୍ତି ।

ଉଚ୍ଚଶିକ୍ଷାରେ ଅଜବ ସମସ୍ୟା, ବଢୁଛି କଲେଜ ସଂଖ୍ୟା କିନ୍ତୁ ଲାଗି ରହିଛି ଅଧ୍ୟାପକଙ୍କ ଉତ୍କଟ ଅଭାବ

ଭୁବନେଶ୍ୱର: ବଢୁଛି କଲେଜ ସଂଖ୍ୟା । ବଢ଼ୁନି ଅଧ୍ୟାପକଙ୍କ ସଂଖ୍ୟା । ଉଚ୍ଚଶିକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢ଼ିବା ସହ ବଢ଼ିଛି ଡିଗ୍ରୀ କଲେଜ ସଂଖ୍ୟା । ହେଲେ ଅଧ୍ୟାପକଙ୍କ ଅଭାବ ଶିକ୍ଷାଦାନରେ ସମସ୍ୟା ସୃଷ୍ଟି କରିଛି । ଆଉ କିଛି କଲେଜରେ ଅଫିସ୍ ଷ୍ଟାଫ ଅଭାବ ଯୋଗୁ ଅଧ୍ୟାପକମାନଙ୍କୁ ପରିଚାଳନା କାମ କରିବାକୁ ପଡ଼ୁଛି । ଯେଉଁଥିପାଇଁ ଶିକ୍ଷାଦାନ ପ୍ରଭାବିତ ହେଉଛି । ତେବେ ଶିକ୍ଷକ ଅଭାବକୁ ଦୂର କରିବା ପାଇଁ ବିଧାନସଭାର ଉଚ୍ଚଶିକ୍ଷା ବିଭାଗ ଷ୍ଟାଣ୍ଡିଂ କମିଟି ଅବସର ବୟସସୀମା ବଢାଇବାକୁ ତା’ର ପଞ୍ଚମ ରିପୋର୍ଟରେ ପ୍ରସ୍ତାବ ଦେଇଥିଲା । ୬୦ ବଦଳରେ ୬୨ ବର୍ଷରେ ଅବସର ଉପରେ କମିଟି ଗୁରୁତ୍ବ ଦେଇଥିଲା । କାରଣ ଏହା ଜରିଆରେ ମୁଖ୍ୟତଃ ବ୍ଲକ ଗ୍ରାଣ୍ଟ ଓ ଗ୍ରାଣ୍ଟ-ଇନ୍-ଏଡ ପାଉଥିବା କଲେଜ ଗୁଡ଼ିକରେ ଅଧ୍ୟାପକ ଅଭାବ ଦୂର ହୋଇ ପାରିବ । ୨୦୧୮ ମସିହାରେ ଅଧ୍ୟାପକମାନଙ୍କ ଅବସର ବୟସକୁ ୬୨ରୁ ୬୫ ବର୍ଷ କରିଥିଲା ୟୁଜିସି । ଏହାକୁ ୧୮ଟି ରାଜ୍ୟ କାର୍ଯ୍ୟକାରୀ କରିଥିଲେ । ଅତିରିକ୍ତ ଆର୍ଥିକ ବୋଝ, ଅଧ୍ୟାପକମାନଙ୍କ ଯୋଗ୍ୟତା ଓ ଅନ୍ୟ ଦିଗକୁ ତର୍ଜମା କରି ଅଧ୍ୟାପକମାନଙ୍କ ଅବସର ବୟସସୀମାକୁ ୬୨ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ଷ୍ଟାଣ୍ଡିଂ କମିଟି ରିପୋର୍ଟ କରିଥିଲା । ଉତ୍କଟ ହେଉଥିବା ଅଧ୍ୟାପକ ଅଭାବକୁ ଦୂର କରିବା ଦିଗରେ କମିଟିର ସୁପାରିସ କେତେଦୂର ଏହା କାର୍ଯ୍ୟକାରୀ ହୋଇଛି ସେନେଇ ରିପୋର୍ଟ ତଲବ କରାଯାଇଛି ।

୨୦୦୦ ମସିହାରେ ମାତ୍ର ୫୪୮ ଯୁକ୍ତ ତିନି କଲେଜ ଥିଲା । ଯାହା ଏବେ ୧୦୨୪ରେ ପହଁଚିଛି । ଏଥିରୁ ୫୧ଟି ସରକାରୀ କଲେଜ ହୋଇଥିବାବେଳେ ୯୭୩ଟି ବ୍ଲକଗ୍ରାଣ୍ଟ, ଗ୍ରାଣ୍ଟ-ଇନ-ଏଡ ବା ଅନୁଦାନ ଅପେକ୍ଷାରେ ଅଛନ୍ତି । ଅନେକ ସଂସ୍କୃତ ଓ ଘରୋଇ ଡିଗ୍ରୀ କଲେଜ ବି ରହିଛି । ଛାତ୍ରୀଙ୍କ ସଂଖ୍ୟା ୧.୬୯ ଲକ୍ଷରୁ ୩.୮୪ ଲକ୍ଷରେ ପହଁଚିଛି । ୨୦୦୦ ମସିହାରେ ୩.୨ ଲକ୍ଷ ଛାତ୍ରଛାତ୍ରୀ +୩ରେ ନାଁ ଲେଖାଇଥିବାବେଳେ ୨୦୨୩ରେ ଏହା ୬.୫ ଲକ୍ଷ ହୋଇଛି । ହେଲେ ଏବେ ବି ଦେଢ଼ ହଜାର ଅଧ୍ୟାପକ ପଦ ଖାଲି ପଡ଼ିଛି । ବର୍ତ୍ତମାନ ସ୍ଥିତିରେ ୬୨ ବର୍ଷରେ ଅବସର ନିଷ୍ପତ୍ତି ନିଆଗଲେ, ବହୁ ମାତ୍ରାରେ ଅଧ୍ୟାପକ ଅଭାବ ପୂରଣ କରାଯାଇପାରିବ ।

ବିଜ୍ଞାନ ଶିକ୍ଷା ପ୍ରତି ବି ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢିଛି । ସେଥିପାଇଁ ଡିଗ୍ରୀ କଲେଜ ନଥିବା ବ୍ଲକରେ ଗୋଟିଏ ଲେଖାଏଁ ବିଜ୍ଞାନ ମହାବିଦ୍ୟାଳୟ ଖୋଲିବା ଉପରେ ବି ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର।

ଓଡ଼ିଶାରେ କମିଛି ଗରିବୀ, ଅନୁକରଣ କରିବାକୁ ନୀତି ଆୟୋଗର ପରାମର୍ଶ

ଭୁବନେଶ୍ୱର: ଏସଡିଜି ନମ୍ବର ଓ୍ବାନ୍ ଟାର୍ଗେଟ୍ ହଟାଅ ଗରିବୀ । ଟାର୍ଗେଟ ପୂରା କରିପାରିଛି ଓଡ଼ିଶା । ସୁପରହିଟ୍ ଓଡ଼ିଶା ମଡେଲ । ଅନ୍ୟ ରାଜ୍ୟଙ୍କୁ ଆପଣେଇବାକୁ ଖୋଦ ନୀତି ଆୟୋଗ ଦେଇଛି ପରାମର୍ଶ । ଦେଶ ଓ ରାଜ୍ୟରୁ ଦାରିଦ୍ର୍ୟ ହ୍ରାସ କରିବା ପାଇଁ ସବୁ ସରକାରଙ୍କୁ ଦିଆଯାଇଛି ନିରନ୍ତର ବିକାଶ ଲକ୍ଷ୍ୟ- ଏସ୍ଡିଜି । ଯାହାକୁ ଓଡ଼ିଶା ପୂରା କରିପାରିଥିବାବେଳେ ରାଜ୍ୟରେ ଗରିବଙ୍କୁ ଭରପୂର ଖାଦ୍ୟ ସହିତ ବାସ ଓ ଭୂମିହୀନଙ୍କୁ ଜାଗା ମିଶନ ଜରିଆରେ ଭୂମି ପ୍ରଦାନ କରାଯାଉଛି । ସୁବିଧା, ପୁଷ୍ଟିକର ସୁଷମ ଖାଦ୍ୟ, ମାଗଣା ସ୍ବାସ୍ଥ୍ୟସେବା, ଗରିବ ପିଲାଙ୍କ ମୌଳିକ ଓ ଉଚ୍ଚତର ଶିକ୍ଷା ପାଇଁ ବ୍ୟବସ୍ଥା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସ୍ଡିଜିର ପ୍ରଥମ ମାପକାଠି ପୂରା କରିଛନ୍ତି । ଏବେ ଓଡ଼ିଶା ମଡେଲ୍ ଯେପରି ଅନ୍ୟ ରାଜ୍ୟ ଆପଣାଇବେ, ସେଥିପାଇଁ ଖୋଦ ନୀତି ଆୟୋଗ ଦେଉଛନ୍ତି ପରାମର୍ଶ । ଓଡ଼ିଶା ମିଲେଟ୍ ମିଶନ, କୃଷିର ବିକାଶ, ମହିଳା ସଶକ୍ତୀକରଣ ପାଇଁ ମିଶନ ଶକ୍ତି, ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଓ ବିପର୍ଯ୍ୟୟ ମୁକାବିଲାରେ ଜିରୋ କାଜୁଆଲଟି ବିଶ୍ବ ସମୁଦାୟଙ୍କ ଦୃଷ୍ଟି ଆକର୍ଷଣ କରିଛି । ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗର ଏସ୍ଡିଜି ମାନଦଣ୍ଡ ନେଇ ରିପୋର୍ଟକୁ ପ୍ରଶଂସା କରିଛନ୍ତି ନୀତି ଆୟୋଗ ।

ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ପାଇଁ ୧୭ଟି ଟାର୍ଗେଟ୍ ଧାର୍ଯ୍ୟ କରାଯାଇଛି । ୨୦୨୦ ମସିହାରୁ ଓଡ଼ିଶା ସରକାର ବାର୍ଷିକ ବଜେଟରେ ଏସ୍ଡିଜି ବଜେଟିଂ ଆରମ୍ଭ କରିଛନ୍ତି । ଏହାସହିତ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଓ ତଦାରଖ ପାଇଁ ଯୋଜନା ଓ ସଂଯୋଜନ ବିଭାଗ ଅଧୀନରେ ସ୍ବତନ୍ତ୍ର ଏସ୍ଡିଜି ସେଲ୍ ଖୋଲାଯାଇଛି । ନିରନ୍ତର ବିକାଶ ଲକ୍ଷ୍ୟ କିପରି ହାସଲ ହେବ ସେନେଇ ରାଜ୍ୟସ୍ତରରେ, ବିଭାଗ, ଜିଲ୍ଲା, ବ୍ଲକ୍ ଓ ଗ୍ରାମ ପଞ୍ଚାୟତ ସ୍ତରରେ ଜନପ୍ରତିନିଧି ସରକାରୀ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।

ଗରିବଙ୍କ ପାଇଁ କାର୍ଯ୍ୟକାରୀ ହୋଇଛି ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା । କେନ୍ଦ୍ର ଉପରେ ନିର୍ଭର ନ କରି ସମସ୍ତ କଲ୍ୟାଣକାରୀ ଯୋଜନା କିପରି ଦୀର୍ଘ ବର୍ଷ ଧରି ଚାଲୁରହିବ ସେଥିପାଇଁ ରାଜ୍ୟ ସରକାର କରିଆସୁଛନ୍ତି ଆର୍ଥିକ ବ୍ୟବସ୍ଥା ।

ରାଜଧାନୀ ରାଜରାସ୍ତାରେ ରାଜାର ଗୁଣ୍ଡାରାଜ୍, ଭିଡିଓ ଭାଇରାଲ ପରେ ସବୁଠି ଆତଙ୍କ

ଭୁବନେଶ୍ୱର: ରାଜଧାନୀ ରାଜରାସ୍ତାରେ ରାଜାର ଗୁଣ୍ଡାରାଜ । ମାର୍କେଟକୁ ଆସିଛୁ ନୂଆ, ବଜାର କରିବୁ ଧୂଆଁ । ଡାଇଲଗ୍ ସହ ନବାବ ଷ୍ଟାଇଲରେ ଚାଲି କରୁଛି ଖତରନାକ ରିଲ୍ସ । ଛାତି ଥରାଇ ଦେଲା ଭଳି ମାଳ ମାଳ ଭିଡିଓ । କେତବେଳେ କାହାକୁ ହାଣି ପକାଉଛନ୍ତି ତ ଆଉ କାହାକୁ ଗୁଳି ମାରି ଦେଉଛି । ତା ସାଙ୍ଗକୁ ଧମକ ଆଉ ଅଭଦ୍ର ଭାଷାରେ ଗାଳିଗୁଲଜ ବି । ଏଇ କିଛି ଦିନ ହେବ ସୋସିଆଲ ମିଡିଆରେ ରାଜା ଗୁଣ୍ଡା ନାଁରେ ଭିଡିଓ ଭାଇରାଲ ଚାଲିଛି  ।

ସୋସିଆଲ ମିଡିଆରେ ଏହି ସବୁ ଭିଡିଓ କେଉଁ ଉଦ୍ଦେଶ୍ୟରେ କରାଯାଇଛି ତାହା ହୁଏତ ସ୍ପଷ୍ଟ ହୋଇନି । କିନ୍ତୁ ଏହା ସାଧାରଣ ଲୋକର ହାର୍ଟ ବିଟ ବଢାଇଦେବା ସୁନିଶ୍ଚିତ । ନୃଶଂସ ଭଳି ବ୍ୟବହାର କରୁଥିବା ଏହି ଯୁବକମାନେ ରିଲ୍ସରେ ଜଣଙ୍କ ପରେ ଜଣଙ୍କୁ ହାଣି ପକାଉଛନ୍ତି । କାହାର ଆଖି ତାଡି ପକାଉଛନ୍ତି ତ ପୁଣି ବାଘ ଭଳି ଝାମ୍ପ ଦେଇ ବେକରୁ ରକ୍ତ ଶୋଷି ପକାଉଛନ୍ତି । ଓପନ ଜିପରେ ବସି ରାଜରାସ୍ତା ଉପରେ ରାପ୍ କରିବା ଆଳରେ ଅଶ୍ଳୀଳ ଇଙ୍ଗିତ କରି ଭିଡିଓ ଅପଲୋଡ କରୁଛନ୍ତି । ଏହି ଭିଡିଓ ଏବେ ଭାଇରାଲ ପରେ କମିଶନରରେଟ ପୋଲିସ ସ୍କାନରରେ ରହିଛନ୍ତି ଏହି ଯୁବକ ।

ପୂର୍ବରୁ ରାଜଧାନୀରେ ଦବଦବା ଜାହିର ପାଇଁ ରକ୍ତଚରିତ୍ର ରିଲ୍ସ କରି ଲୋକଙ୍କ ମନରେ ଆତଙ୍କ ଖେଳାଇଥିବା ଗ୍ୟାଙ୍ଗ ଓ ଗ୍ୟାଙ୍ଗଲିଡର ଝାରପଡ଼ା ଜେଲରେ ଦିନ କାଟିଛନ୍ତି । ଲୋକଙ୍କୁ ଭୟଭୀତ କଲାଭଳି ରିଲ୍ସ ତିଆରି କଲେ କିମ୍ବା ପ୍ରୋଫାଇଲରେ ଥିବା ପୁରୁଣା ଭିଡିଓ ଡିଲେଟ୍ ନକଲେ ଷ୍ଟାର ହେବା ନିଶା ଛଡ଼ାଇଦେବ ବୋଲି କହିଛି ପୋଲିସ ।