spot_img
Home Blog Page 5172

ବିଦ୍ୟାଭାରତୀଙ୍କୁ କ୍ରାଇମବ୍ରାଞ୍ଚର ୫୦ ପ୍ରଶ୍ନ: ପରକୀୟାପ୍ରୀତି ନେଇ ମଧ୍ୟ କରିଛି ପ୍ରଶ୍ନ

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା । ଷ୍ଟେଟ୍ ଫରେନ୍ସିକ୍ ଲ୍ୟାବରେ ପତ୍ନୀ ବିଦ୍ୟାଭାରତୀଙ୍କର ସରିଛି ଲାଏ ଡିଟେକ୍ସନ ଟେଷ୍ଟ। ଫରେନସିକ୍ ଲାବରେ ବିଦ୍ୟାଭାରତୀଙ୍କୁ ମାରାଥନ ପ୍ରଶ୍ନ କରିଛି କ୍ରାଇମବ୍ରାଞ୍ଚ । ତଦନ୍ତକାରୀ ଅଧିକାରୀ ଓ ଲାଏ ଡିଟେକ୍ସନ ଅଫିସରଙ୍କ ସମ୍ମୁଖରେ ପଚରାଉଚରା କରାଯାଇଛି । ସ୍ୱାମୀ ସୌମ୍ୟ ରଞ୍ଜନଙ୍କ ସମ୍ପର୍କରେ ପଚରାଯିବାରୁ ଭାବ ବିହ୍ୱଳ ହୋଇ ପଡିଥିଲେ ବିଦ୍ୟା ଭାରତୀ । ପାଖାପାଖି ୩ ଘଣ୍ଟା ଧରି ବିଦ୍ୟାଙ୍କର ଲାଏ ଡିଟେକ୍ସନ ଟେଷ୍ଟ ହୋଇଥିଲା । ପ୍ରଥମେ ତାଙ୍କ ପାରିବାରିକ ସମ୍ପର୍କ, ବୈବାହିକ ଜୀବନ ଓ ପରବର୍ତ୍ତି ସମୟରେ ଡିଏଫଓଙ୍କ ସହ ପରକୀୟାପ୍ରୀତି ଯେଉଁ ଅଭିଯୋଗ ଆସିଥିଲା । ସେ ନେଇ ପ୍ରଶ୍ନ କରିଥିଲା କ୍ରାଇମବ୍ରାଞ୍ଚ ଟିମ ।

ପାଖାପାଖି ୫୦ଟି ପ୍ରଶ୍ନ ଗୁଡେଇତୁଡେଇ ପଚାରିଥିଲେ ଲାଏ ଡିଟେକ୍ସନ ଏକ୍ସପର୍ଟ । ଘଟଣାକୁ ୭୦ ଦିନ ବିତି ଯାଇଥିବାରୁ କ୍ରାଇମବ୍ରାଞ୍ଚର ତଦନ୍ତରେ ସହଯୋଗ କରିଥିଲେ ବିଦ୍ୟା ଭାରତୀ, ଡିଏଫଓ ଏବଂ ସୌମ୍ୟଙ୍କ ରୋଷେୟା । ସଭିଙ୍କୁ ପଚରାଯାଇଥିବା ପ୍ରଶ୍ନର ମେଳ ଖାଉଛି ନା ନାହିଁ ସେ ନେଇ ପ୍ରସ୍ତୁତି ଆରମ୍ଭ କରିଛି ଟିମ୍ । ବିଦ୍ୟା ଭାରତୀ କେତେ ସତ କହୁଛନ୍ତି ଲାଏ ଡିଟେକ୍ସନ ଟେଷ୍ଟରୁ ଜଣାପଡ଼ିବ । ପୂର୍ବରୁ ଡିଏଫଓ ଏବଂ ରୋଷେୟାଙ୍କର ମଧ୍ୟ ଲାଏ ଡିଟେକ୍ସନ ଟେଷ୍ଟ ଶେଷ ହୋଇଛି । ଏହା ସହ ସୌମ୍ୟଙ୍କ ପରିବାର ଓ ବିଦ୍ୟାଭାରତୀଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ । ସୌମ୍ୟରଂଜନଙ୍କ ମୃତ୍ୟୁକୁ ୨ ମାସ ବିତିଲାଣି । ହେଲେ ଏଯାଏଁ ମୃତ୍ୟୁ ଉପରୁ ହଟିନି ପରଦା । ବିଦ୍ୟାଭାରତୀଙ୍କୁ ଗିରଫ କରିବା ପାଇଁ ସୌମ୍ୟଙ୍କ ମାଆ ଦାବି କରିଛନ୍ତି । ଏଥିସହ ଓଆଇସି ମମତା ପଣ୍ଡା ଓ ଡାକ୍ତରଙ୍କ ଲାଏ ଡିଟେକ୍ସନ୍‌ ଟେଷ୍ଟ କରିବାକୁ ସେ ଦାବି କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: କର୍ତ୍ତୃପକ୍ଷଙ୍କ ଭେଟ ନହେବାରୁ, CHSE କାର୍ଯ୍ୟାଳୟ ଆଗରେ ହାତ କାଟିଲେ ଛାତ୍ରୀ

ଭାରତ-ନେପାଳ ସୀମାରୁ ଚୀନ୍ ନାଗରିକ ଗିରଫ

କୋଲକାତା: ଭାରତ-ନେପାଳ ସୀମାରେ ପଶ୍ଚିମବଙ୍ଗର ଖୋରିବୋରୀରୁ ଜଣେ ଚୀନ୍ ନାଗରିକଙ୍କୁ ଗିରଫ କରିଛନ୍ତିସଶସ୍ତ୍ର ସୀମା ବଳ (ଏସଏସବି) ଯବାନ। ସମ୍ପୃକ୍ତ ବ୍ୟକ୍ତି ଜଣକ ନେପାଳ ସୀମା ପାର୍ ହେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି।

ଗିରଫ ହୋଇଥିବା ବ୍ୟକ୍ତିଙ୍କ ପାଖରୁ ଯବାନ ମାନେ ଭାରତ ସମ୍ପର୍କିତ କିଛି ନକଲି ଡକ୍ୟୁମେଣ୍ଟ ଉଦ୍ଧାର କରିଛନ୍ତି। ବିହାରର କିଶନଗଞ୍ଜରେ ମୁତୟନ ଜଣେ ଏସଏସବି ଅଧିକାରୀ କହିଛନ୍ତି ଯେ ‘୪୧ତମ ବାଟାଲିୟନ ରବିବାର ରାତିରେ ସୀମାରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ନେପାଳ ସୀମାରେ ଜଣେ ଚୀନ୍ ନାଗରିକ ସୀମା ପାର କରିବାକୁ ଚେଷ୍ଟା କରୁଥିବା ବେଳେ କାବୁ କରାଯାଇଥିଲା।

ଗିରଫ ବ୍ୟକ୍ତିଙ୍କ ନାମ ଲୋବସାଙ୍ଗ ନାଇମା। ତାଙ୍କ ନିକଟରୁ ନକଲି ଆଧାର କାର୍ଡ ଏବଂ ଭୋଟର ପରିଚୟ ପତ୍ର ଜବତ କରାଯାଇଥିବା ବୋଲି ଅଧିକାରୀମାନେ କହିଛନ୍ତି।

“ନାଇମା ପ୍ରଥମେ ନିଜକୁ ଭାରତୀୟ ବୋଲି ଦାବି କରିଥିଲେ । ଏମିତିକି ସେ ଆଧାର କାର୍ଡ ଏବଂ ଭୋଟର ପରିଚୟ ପତ୍ର ମଧ୍ୟ ଦେଖାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେ ଚୀନର ଜଣେ ନାଗରିକ ବୋଲି ମାନିଥିଲା। ପରେ ତାଙ୍କୁ ଖୋରିବୋରୀ ଥାନାକୁ ହସ୍ତାନ୍ତର କରାଯାଇଛି ।

ତେବେ ଚାଇନାର ନାଗରିକଙ୍କ ପାଖରେ ଆଧାର କାର୍ଡ ଏବଂ ଭୋଟର ପରିଚୟ ପତ୍ର କେଉଁଠୁ ଆସିଲା ସେନେଇ ତଦନ୍ତ ଚାଲିଥିବା ନେଇ କହିଛନ୍ତି ଖୋରିବୋରୀ ଥାନାର ଜଣେ ବରିଷ୍ଠ ଅଧିକାରୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଚୀନ୍ ନାଗରିକଙ୍କ ଗିରଫଦାରୀ ସମ୍ପର୍କରେ ଗୃହ ମନ୍ତ୍ରଣାଳୟ ଏବଂ ବୈଦେଶିକ ମନ୍ତ୍ରଣାଳୟକୁ ସୂଚନା ଦିଆଯାଇଛି।

ମୃତ ଛାତ୍ରଙ୍କ ପରିବାରକୁ ମିଳିବ ୪ଲକ୍ଷ ସହାୟତା, ଘୋଷଣା କଲେ ବିଧାୟକ

ଭୁବନେଶ୍ୱର: ଡ୍ରେନରେ ଭସିଯାଇ ମୃ୍ତ୍ୟୁ ବରଣ କରିଥିବା ଦଶମ ଶ୍ରେଣୀ ଛାତ୍ରଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ଘୋଷଣା  । ମୃତ ନାବାଳକ ଜ୍ୟୋତି ପ୍ରକାଶ ବେହେରାଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅର୍ଥିକ ଅନୁକମ୍ପା ପ୍ରଦାନ କରାଯିବା ନେଇ ଘୋଷଣା କରିଛନ୍ତି ବିଧାୟକ ଅନନ୍ତ ନାରାୟଣ ଜେନା  । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯିବ ଏହି ସହାୟତା ରାଶି  । ତାଙ୍କ ପରିବାର ଲୋକଙ୍କୁ ସମବେଦନା ମଧ୍ୟ ଜଣାଇଛନ୍ତି ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା  ।

ରବିବାର ଅପରାହ୍ନରେ ଭାସିଯାଇଥିଲେ ଦଶମ ଶ୍ରେଣୀ ଛାତ୍ର ଜ୍ୟୋତି ପ୍ରକାଶ  । ପାଖାପାଖି ୧୯ ଘଣ୍ଟାର ଅପରେସନ ପରେ ଆଜି ନିଖୋଜ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ଟିମ  । ଗତକାଲି ଟ୍ୟୁସନ ଯାଇ ଫେରିନଥିବା ଜ୍ୟୋତି ପ୍ରକାଶ ବେହେରାଙ୍କ ମୃତ ଶରରୀକୁ ପଞ୍ଚଶଖା ନଗରର ଡ୍ରେନରୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ  । ଅପରାହ୍ନରୁ ଡ୍ରେନ ପାଣିରେ ଭାସିଯାଇଥିଲେ  ।

ସ୍ପେନର ଲା ପାମା ଦ୍ବୀପରେ ଭୟଙ୍କର ଆଗ୍ନେୟ ଉଦଗୀରଣ, ୫ହଜାର ଲୋକଙ୍କୁ ସ୍ଥାନାନ୍ତର

ସ୍ପେନ: ସ୍ପେନର ଲା ପାମା ଦ୍ବୀପରେ ଭୟଙ୍କର ଆଗ୍ନେୟ ଉଦଗୀରଣ। ତରଳ ଲାଭା ପ୍ରବାହ ଜାରି ରହିଥିବାରୁ ୫ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଉଦଗୀରଣ ଯୋଗୁ କିଛି ଘର ବି ନଷ୍ଟ ହୋଇଥିବା ଜଣାପଡିଛି। କୁମ୍ବ୍ରେ ଭିଏଜା ଜାତୀୟ ଉଦ୍ୟାନସ୍ଥିତ କିଛି ଗ୍ରାମର ଲୋକଙ୍କୁ ନିରାପଦ ସ୍ଥାନକୁ ନିଆଯାଇଛି ।

ଗତ ସପ୍ତାହରେ ଏହି ଅଞ୍ଚଳରେ ୨୨ ହଜାରରୁ ଅଧିକ ଥର ମୃଦୁ କମ୍ପନ ଅନୁଭୂତ ହେବା ପରେ ଅଗ୍ନି ଉଦଗୀରଣ ଆରମ୍ଭ ହୋଇଥିଲା ।୧୪୩୦ ମସିହା ପରେ ୧୯୭୧ ମସିହାରେ ଶେଷ ଥର ଲାଗି ଆଗ୍ନେୟ ଉଦଗୀରଣ ହୋଇଥିଲା । ଉତ୍ତପ୍ତ ଲାଭା ପ୍ରବାହିତ ହେବା ସହ ବାୟୁ ମଣ୍ଡଳରେ ଏହାର ପ୍ରଭାବ ପଡିଥିବାରୁ ଚତୁର୍ଦ୍ଦିଗରେ ଆତଙ୍କ ପ୍ରକାଶ ପାଇଥିଲା । ପ୍ରାଣୀ ଉଦ୍ୟାନର କିଛି ଜୀବଜନ୍ତୁଙ୍କୁ ମଧ୍ୟ ସ୍ଥାନାନ୍ତର କରାଯାଇଛି ।

ତେବେ ଉଦଗୀରଣର ତୀବ୍ରତା ଏତେ ଶକ୍ତିଶାଳୀ ଥିଲା ଯେ ଶତାଧିକ ମିଟର ଉପରକୁ ତରଳ ପଦାର୍ଥ ବିଛୁରିତ ହୋଇଥିଲା । ତରଳ ଲାଭା ନଦୀ ପରି ବିଭିନ୍ନ ଭାଗକୁ ପ୍ରବାହିତ ହୋଇଥିଲା । ଉଦଗୀରଣ ନେଇ ସ୍ପେନ ପ୍ରଧାନମନ୍ତ୍ରୀ ପେଦ୍ରୋ ସାଙ୍କେଜ ସ୍ଥିତିର ସମୀକ୍ଷା କରିଛନ୍ତି । ବିପର୍ଯ୍ୟୟ ରୋକିବା ଲାଗି ସେଠାରେ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଦୂର ଇଲାକାଗୁଡିରେ ମଧ୍ୟ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି ।

ପ୍ରେମ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଦୂତୀ, କହିଲେ ୨୪ରେ ବାହାହେବି..

ଭୁବନେଶ୍ୱର: ପ୍ରେମ ସମ୍ପର୍କକୁ ନେଇ ପୁଣି ଖୋଲିଲେ ଧାବିକା ଚାନ୍ଦ ।  ମୁଁ ଗୋଟିଏ ରିଲେସନସିପରେ ଅଛି  ।  ଯାହାକୁ ସାରା ଦୁନିଆ ଜାଣିଛି, ଏହି ସମ୍ପର୍କ 3ରୁ 4 ବର୍ଷର।  ମୋ ପାର୍ଟନରକୁ ବର୍ତ୍ତମାନ ୨୨  ବର୍ଷ। ସେହିପରି ଦୂତି କହିଛନ୍ତି ୨୦୨୪ ହେଉଛି ମୋର ଶେଷ ଅଲମ୍ପିକ। ଏହାପରେ ଆଉ ଅଲିମ୍ପିକ ଖେଳିବି ନାହିଁ ବୋଲି କହିଛନ୍ତି ଧାବିକା ଦୂତି ଚାନ୍ଦ  ।

ନନ୍ଦିଘୋଷ ଟିଭିକୁ ପ୍ରତିକ୍ରିୟା ଦେଇ ଦୂତି କହିଛନ୍ତି 2024 ପରେ ବିବାବ କରିବାର ଯୋଜନା ଅଛି, ଆଶା ଅଛି ମୋ ସ୍ୱପ୍ନ ସାକାର ହେବ। ଯେହେତୁ ମୋ relationship ଭଲ ଚାଲିଛି, କିଛି ଅସୁବିଧା ନାହିଁ । ମୋର ଦୃଢ ଆଶା ଅଛି ସ୍ୱପ୍ନ ସାକାର ହେବ। ଏବେ ପରିବାର ଲୋକ ମଧ୍ୟ ତାଙ୍କ ସମ୍ପର୍କକୁ ସ୍ୱୀକାର କରିଥିବା କହିଛନ୍ତି  । ଏହି ପ୍ରସଙ୍ଗରେ  ମୋତେ ବହୁତ ସହଯୋଗ ଏବଂ ସପୋର୍ଟ କରିବା ଆରମ୍ବ କଲେଣି।

ବିପର୍ଯ୍ୟୟ ଆଡକୁ ଗତି କରୁଛି ବିଶ୍ୱ ତାପମାତ୍ରା; ସତର୍କ କଲା ଜାତିସଂଘ

ନୂଆଦିଲ୍ଲୀ: ବିପଦ ପଥରେ ବିଶ୍ବ । କ୍ରମାଗତ ତାପମାତ୍ରା ବଢିବା ଯୋଗୁ କିଛି ବର୍ଷ ପରେ ଆସିପାରେ ଘୋର ବିପର୍ଯ୍ୟୟ । ଏନେଇ ସତର୍କ କରାଇଛି ଜାତିସଂଘ । ଚଳିତ ଶତାବ୍ଦୀର ଶେଷ ଭାଗ ଆଡକୁ ବିଶ୍ବରେ ତାପମାତ୍ରା ୨.୭ ଡିଗ୍ରି ସେଲସିୟସ ବୃଦ୍ଧି ପାଇବ। ଆମେରିକା ଓ ୟୁରୋପରେ ଗ୍ରୀଷ୍ମ ଋତୁରେ ଜଙ୍ଗଲରେ ବ୍ୟାପକ ନିଆଁ ଲାଗିବା, ଚୀନ ଓ ଜର୍ମାନୀରେ ପ୍ରଳୟଙ୍କରୀ ବନ୍ୟା ଆଦି ଏହାର ପୂର୍ବ ସଙ୍କେତ ।

ଏକ ବଡ଼ ବିପର୍ଯ୍ୟୟ ଆଡକୁ ବିଶ୍ବ ଗତି କରୁଛି ବୋଲି କହିଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ । ବୈଜ୍ଞାନିକଙ୍କ ମତରେ ବିଶ୍ବର ତାପମାତ୍ର ପ୍ରାକ୍ ଶିଳ୍ପସ୍ତର ଠାରୁ ୧.୫ ଡିଗ୍ରି ସେଲସିୟସରୁ କମ୍ ରହିବା ଆବଶ୍ୟକ। ଏଥିଲାଗି ସମସ୍ତ ରାଷ୍ଟ୍ର ପଦେକ୍ଷେପ ଲାଗି ପ୍ୟାରିସ ରାଜିନାମାରେ ଗୃହିତ ହୋଇଥିଲା । ମାତ୍ର ତାପମାତ୍ରା ବୃଦ୍ଧି ପାଉଥିବାରୁ ଏହାର ପ୍ରଭାବ ଜୀବନ ଓ ଜୀବିକା ଉପରେ ଗୁରୁତର ଭାବେ ପଡୁଛି । ବର୍ତ୍ତମାନ ହାତରୁ ସମୟ ସରି ସରି ଆସୁଛି ବୋଲି କହିଛନ୍ତି ଗୁଟେରସ ।

Climate Change Report On Earth Climate Predict Above 2 Degree Rise In Temperature By 2100

୨୦୩୦ ସୁଦ୍ଧା ବିଶ୍ବର ନିର୍ଗମନ ପରିମାଣ ୪୫ ପ୍ରତିଶତ ହ୍ରାସ କରିବା ଲାଗି ପଦକ୍ଷେପ ନିଆଯାଉଛି। ମାତ୍ର ଏହା ସମ୍ଭବ ହୋଇନାହିଁ। ବର୍ତ୍ତମାନର ଧାରାକୁ ଆକଳନ କଲେ ସ୍ପଷ୍ଟ ହେଉଛି ଯେ ୨୦୩୦ ବେଳକୁ ନିର୍ଗମନ ପରିମାଣ ୧୬ ପ୍ରତିଶତ ବୃଦ୍ଧି ପାଇବ । ଫଳରେ ବିଶ୍ବ ତାପମାତ୍ରା ୨.୭ଡିଗ୍ରି ସେଲସିୟସ ବଢିବାର ଆଶଙ୍କା ରହିଛି ।

Climate Change Report On Earth Climate Predict Above 2 Degree Rise In Temperature By 2100

ଗତ ଅଗଷ୍ଟରେ ପ୍ରକାଶିତ ରିପୋର୍ଟରେ ବର୍ତ୍ତମାନ ସୁଦ୍ଧା ବିଶ୍ବରେ ତାପମାତ୍ରା ୧.୨ ଡିଗ୍ରି ସେଲସିୟସ ବଢିଥିବା ଦର୍ଶାଯାଇଥିଲା । ଅଙ୍ଗାରକାମ୍ଳ ହ୍ରାସ ନେଇ କୌଣସି ରାଷ୍ଟ୍ର ଗୁରୁତ୍ବ ଦେଉନାହାନ୍ତି। ଏନେଇ ବିଭିନ୍ନ ବିକାଶଶୀଳ ରାଷ୍ଟ୍ରଗୁଡିକୁ ଶିଳ୍ପୋନ୍ନତ ରାଷ୍ଟ୍ରଗୁଡିକ ସହାୟତା କରିବା ସହ ୧୦୦ ବିଲିୟନ ଡଲାରର ପ୍ରସ୍ତାବ କାର୍ଯ୍ୟକାରୀ କରିବା ଲାଗି ଗୁଟେରସ ଆହ୍ବାନ ଦେଇଛନ୍ତି ।

Climate Change Report On Earth Climate Predict Above 2 Degree Rise In Temperature By 2100

ତେବେ ପ୍ୟାରିସ ରାଜିନାମାରେ ୧୯୧ଟି ରାଷ୍ଟ୍ର ସ୍ବାକ୍ଷର କରିଥିବା ସତ୍ତ୍ବେ ନିର୍ଗମନ ହ୍ରାସ ନେଇ ଗୁରୁତ୍ବ ନଦେବା କ୍ଷୋଭର ବିଷୟ। ଚଳିତ ଦଶନ୍ଧି ଶେଷ ସୁଦ୍ଧା ମିଥେନ ନିର୍ଗମନ ପରିମାଣ ୩୦ ପ୍ରତିଶତ ହ୍ରାସ କରିବା ଲାଗି ଆମେରିକା ଓ ୟୁରୋପୀୟ ରାଷ୍ଟ୍ରସଂଘ ଅଭିଯାନ କରିବେ ବୋଲି ଗତ ଶୁକ୍ରବାର ଘୋଷଣା କରିଥିଲେ ଆମେରିକା ରାଷ୍ଟ୍ରପତି ଜୋ ବିଡେନ।

 

୧୦ ଗେଟ୍ ଦେଇ ପ୍ରବାହିତ ହେଉଛି ହିରାକୁଦରୁ ଜଳ

ସମ୍ବଲପୁର: ଖୋଲିଲା ହୀରାକୁଦର ଆଉ ୩ଗେଟ୍ । ବାମପଟର ୭ ଓ ଦକ୍ଷିଣପଟର ୩ଗେଟ୍‌ ସହ ମୋଟ୍‌ ୧୦ଟି ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୧ଲକ୍ଷ ୭୭ହଜାର ୬୯୧ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ୧୦ଟି ଗେଟ୍ ଦେଇ ୧ ଲକ୍ଷ ୪୪ହଜାର ୨୨୮ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି ।

ମିଳିଥିବା ସୂଚନା ମୁତବାକ ବର୍ତ୍ତମାନ ହିରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୯.୫୪ଫୁଟ୍ ରହିଛି । ଖଇରମାଳ, ବରମୂଳ ଓ ମୁଣ୍ଡଳୀରେ ଧିରେ ଧିରେ ଜଳସ୍ତର ହ୍ରାସ ପାଉଛି । ବରମୂଳରେ ୪ଲକ୍ଷ ୨୬ହଜାର ୧୧୨ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ବେଳେ ଖଇରମା ଳରେ ୧ଲକ୍ଷ ୭୮ ହଜାର ଓ ବରମୂଳରେ ୨ଲକ୍ଷ ୮୬ହଜାର ୫ଶହ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି ।

ଦାୟିତ୍ୱ ନେଉନେଉ ଚରଣଜିତଙ୍କ ମାଷ୍ଟରଷ୍ଟ୍ରୋକ୍, ଛାଡ କଲେ ବିଜୁଳି ବିଲ୍

ଚଣ୍ଡିଗଡ: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନି ସୋମବାର ଦିନ ଶପଥ ନେବା ପରେ ପ୍ରଥମ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି, କଂଗ୍ରେସ ହାଇକମାଣ୍ଡ ଜଣେ ସାଧାରଣ ଲାେକଙ୍କୁ ପଞ୍ଜାବର ଶାସନ ଭାର ଦେଇଛନ୍ତି। ଦିନେ ଯାହାର ଘର ଉପରେ ଛାତ ନଥିଲା ଆଜି ତାକୁ କଂଗ୍ରେସ ଦଳ ମୁଖ୍ୟମନ୍ତ୍ରୀ ବନାଇଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ଚନ୍ନିଙ୍କ ସହିତ  ପଞ୍ଜାବ କଂଗ୍ରେସ୍ ର ପ୍ରଦେଶ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ, ପ୍ରଭାରୀ ହରିଶ ରାୱତ ମଧ୍ୟ ଉପସ୍ଥିତ ଥିଲେ । ଚନ୍ନି ଆହୁରି ମଧ୍ୟ କହିଛନ୍ତି ଯେ, ୩ କୃଷି ଆଇନକୁ ହଟାଇବା ପାଇଁ ସେ କେନ୍ଦ୍ର ସରକାରଙ୍କ ନିକଟରେ ଅପିଲ୍ କରିବେ । ଯଦି ଆଇନ ଫେରାଇ ନନିଆଯାଏ ତେବେ କୃଷି ଶେଷ ହୋଇଯିବ ଆଉ ଯାହାର ପ୍ରଭାବ ପଞ୍ଜାବର ସବୁ ପରିବାର ଉପରେ ପଡିବ । ପଞ୍ଜାବର କୃଷି ମାନଙ୍କୁ ଦୁର୍ବଳ ହେବାକୁ ଦେବୁନି । ଯଦି ସେମାନଙ୍କ ଉପରେ ଟିକେବି ଆଞ୍ଚ ଆସେ ତାହେଲେ ନିଜ ମୁଣ୍ଡ ଦେଖାଇଦେବୁ ।

ସବୁ ଗରିବ ପରିବାରର ବିଲ୍ ଛାଡ କରିବା ନେଇ ସେ ଘୋଷଣା କରିଥିବା ବେଳେ ଏହି ନିଷ୍ପତ୍ତି କ୍ୟାବିନେଟରେ ପାସ୍ ହୋଇଥିବା ନେଇ ସେ ପ୍ରକାଶ କରିଛନ୍ତି । ସମସ୍ତଙ୍କର ପୁରୁଣା ବିଲ୍ ଛାଡ କରିଦିଆଯିବ । କଂଗ୍ରେସ ହାଇକମାଣ୍ଡ ଆମକୁ ୧୮ଟି ପ୍ରସଙ୍ଗ ଦେଇଛନ୍ତି, ଯାହାକୁ ଏହି କାର୍ଯ୍ୟକାଳ ମଧ୍ୟରେ ସମାପ୍ତ କରିବୁ ।

ଅଧିକ ପଢନ୍ତୁ- ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚରଣଜିତ ସିଂହ ଚନ୍ନୀ

ତେବେ ଯେଉଁ କୃଷକ ମାନଙ୍କର ବିଜୁଳି କାଟି ଦିଆଯାଇଛି, ସେମାନଙ୍କର ସବୁ ଦେୟ ଛାଡ କରାଯିବା ସହ କନେକସନ୍ ଦିଆଯିବ । ସୂଚନାଯୋଗ୍ୟ, ସକାଳ ୧୧ଟାରେ ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଶପଥ ନେଇଛନ୍ତି ଚରଣଜିତ । ଶପଥ ଉତ୍ସବରେ ସାମିଲ ହୋଇଛନ୍ତି ପଞ୍ଜାବ କଂଗ୍ରେସର ସମସ୍ତ ବିଧାୟକ, ସାଂସଦ ଓ ନେତା । ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଶପଥ ଗ୍ରହଣ ସମାରୋହରେ ସାମିଲ  ହୋଇନଥିବା ବିଶେଷ ସୁତ୍ରରୁ ସୂଚନା ମିଳିଛି । ଶପଥ କାର୍ଯ୍ୟକ୍ରମରେ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ସିଦ୍ଧୁ ଉପସ୍ଥିତ ରହିଥିଲେ  ।

ତୃତୀୟ ଲହର ପାଇଁ ସମୀକ୍ଷା ବୈଠକ, ଆସନ୍ତା ନଭେମ୍ବର ପର୍ଯ୍ୟନ୍ତ ସଜାଗ ରହିବାକୁ ଆହ୍ୱାନ

ଭୁବନେଶ୍ୱର: କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ସହିତ ସମସ୍ତ ରାଜ୍ୟର ସ୍ବାସ୍ଥ୍ୟ ବିଭାଗର ତୃତୀୟ ଲହର ପାଇଁ ସମୀକ୍ଷା ବୈଠକ । ସାମ୍ଭାବ୍ୟ କରୋନାର ତୃତୀୟ ଲହରର ପ୍ରସ୍ତୁତି ନେଇ ହୋଇଥିଲା ଆଲୋଚନା । ଆସନ୍ତା ନଭେମ୍ବର ପର୍ଯ୍ୟନ୍ତ ସଜାଗ ରହିବାକୁ ପଡିବ । ରାଜ୍ୟରେ କରୋନା ସଂକ୍ରମଣ କିଭଳି କମିବ ତାହା ଦେଖିବାକୁ ପଡିବ । ତାପାଇଁ ଟିକାକରଣ ଚାଲୁଛି, ସର୍ଭିଲାନ୍ସ ଚାଲୁଛି ଏବଂ ଶିଶୁଙ୍କ ଚିକିତ୍ସା ଉପରେ ଦିଆଯିବ ଗୁରତ୍ବ ।

ଏଥିରେ 3ଟି ଜିନିଷ ଉପରେ ଗୁରୁତ୍ୱ ଦିଆଯାଉଛି । ଯାହା ଚିକିତ୍ସା ଭିତ୍ତିଭୂମି, ଅକ୍ସିଜେନ ଏବଂ ତାଲିମ । ଯଦି କଟକଣା ନ ମାନିବା ତେବେ ସଂକ୍ରମଣ ବଢିବାର ଚାନ୍ସ ଅଧିକ ରହୁଛି । ଏହାକୁ ବ୍ରେକ କରିବାର ଗୋଟିଏ ବାଟ ହେଉଛି ମାକ୍ସ ପିନ୍ଧିବା, ସାମାଜିକ ଦୂରତା ବଜାଇ ରଖିବା । ଆବଶ୍ୟକ ହେଲେ ବାହାରକୁ ଯାଆନ୍ତୁ, ଆବଶ୍ୟକତା ନଥିଲେ ଘରେ ରୁହନ୍ତୁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଋଷର ୟୁନିଭର୍ସିଟିରେ ଆଖିବୁଜା ଗୁଳିକାଣ୍ଡ; ୮ ମୃତ, ଭୟରେ ବିଲ୍ଡିଂରୁ ଡେଇଁ ପଡିଲେ ଛାତ୍ରଛାତ୍ରୀ

ମସ୍କୋ: ଋଷର ଏକ ୟୁନିଭର୍ସିଟିରେ କେହି ଅଜଣା ବନ୍ଧୁକଧାରୀ ବ୍ୟକ୍ତି ଅଚାନକ ଆଖିବୁଜା ଗୁଳି ଚାଳନା କରିଥିଲା । ଯେଉଁଥିରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଆଉ ଏଭଳି ଆକ୍ରମଣରୁ ନିଜକୁ ରକ୍ଷା କରିବାକୁ ଯାଇ କିଛି ଛାତ୍ରଛାତ୍ରୀ ସଭାଗୃହ ଓ ହଲରେ ଲୁଚି ଯାଇଥିଲେ । ସୋସିଆଲ୍ ମିଡିଆରେ ଶେୟାର କରାଯାଇଥିବା ଏକ ଭିଡିଓକୁ ଦେଖିଲେ ଯେକେହିବି ଚକିତ ହୋଇପଡିବ । ଗୁଳିମାଡ଼ରୁ ବର୍ତ୍ତିବାକୁ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନେ ନିଜକୁ ଗୃହରେ ବନ୍ଦ କରିଥିଲେ । ଆଖିବୁଜା ଗୁଡ଼ିମାଡ଼ରୁ ଜୀବନ ରକ୍ଷା ପାଇଁ ଛାତ୍ରଛାତ୍ରୀ ମାନେ ଛାତ ଓ ଝରକାରୁ ଡ଼େଇଁଥିବା ନଜର ଆସିଥିଲା।

ଋଷିଆ ଟୁଡେର ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ପର୍ମ ଷ୍ଟେଟ୍ ୟୁନିଭର୍ସିଟିରେ ଏହି ଅଘଟଣ ହୋଇଥିଲା ।

ତେବେ ଗଣମାଧ୍ୟମ ମୁତାବକ, ସମ୍ପୃକ୍ତ ସୁଟର ଜଣକ ୧୮ ବର୍ଷୀୟ ତିମୁର ବେକମାନସୁରୋଭ ବୋଲି ଜଣାପଡିଛି । ଯିଏକି ଶରୀରରେ ଗୁଳି ବାଜିବା ଯୋଗୁଁ ନିଜେ ମଧ୍ୟ ମୃତ୍ୟୁବରଣ କରିଛି । ସେହିପରି ଅନ୍ୟ ଏକ କ୍ଲିପରେ ଆଉ ଜଣେ ବ୍ୟକ୍ତି ହାତରେ ହତିଆର ଧରି ପର୍ମ ସହର ସ୍ଥିତ ୟୁନିଭର୍ସିଟିର ବିଲ୍ଡିଂ ଆଡକୁ ଯାଉଥିବା ନଜର ଆସିଛି ।  ଉକ୍ତ ଆତତାୟୀର ପରିଚୟ ମିଳି ନଥିବାବେଳେ କାହିଁକି ସେ ଏହି କାଣ୍ଡ ଘଟାଇଲା ସେ ସମ୍ପର୍କରେ ସୂଚନା ମିଳିପାରିନାହିଁ । ୟୁନିଭରସିଟି ପରିସରରେ ଆତଙ୍କ ଖେଳାଇ ଥିବା ଏହି ଗନ୍ ମ୍ୟାନକୁ କାବୁ କରିଛି ପୋଲିସ ।