spot_img
Home Blog Page 5208

ପାରିବାରିକ କଳହରୁ ବିଷ ପିଇ ଦମ୍ପତିଙ୍କ ଆତ୍ମହତ୍ୟା

0

ଦିଗପହଣ୍ଡି: ପାରିବାରିକ କଳହରୁ ବିଷ ପିଇ ଦମ୍ପତିଙ୍କ ଆତ୍ମହତ୍ୟା । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୋଡ଼ାମାରି ଭଞ୍ଜସାହିରେ ଏହି ଘଟଣା ଘଟିଛି । ସୂଚନା ଅନୁଯାୟୀ, ଗାଁର ସନ୍ତୋଷ ଗୌଡ଼ ଏବଂ ତାଙ୍କ ସ୍ତ୍ରୀ ନୟନୀ ଗୌଡ଼ଙ୍କ ମଧ୍ୟରେ ପାରିବାରିକ କାରଣକୁ ନେଇ କିଛି ଦିନ ହେଲା ବଚସା ଲାଗି ରହିଥିଲା ।

ଗତକାଲି ଉଭୟ ପତି,ପତ୍ନୀ ବିଷ ପିଇ ଦେଇଥିଲେ । ଘଟଣାସ୍ଥଳରେ ସ୍ୱାମୀ ସନ୍ତୋଷଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ନୟନୀଙ୍କୁ ଗୁରୁତର ଅବସ୍ଥାରେ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଘଟଣାସ୍ଥଳରେ ପୋଲସ ପହଞ୍ଚି ଅଧିକ ତଦନ୍ତ ଚଳାଇଛି ।

ଇସ୍ତଫା ଦେଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି

ନୂଆଦିଲ୍ଲୀ: ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ଶନିବାର ଦିନ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ ଏହି ଇସ୍ତଫା ପତ୍ର ରାଜଭବନରେ ରାଜ୍ୟପାଳ ଆଚାର୍ଯ୍ୟ ଦେବରତଙ୍କୁ ପ୍ରଦାନ କରିଛନ୍ତି ।

ଇସ୍ତଫା ଦେବା ପରେ ଗଣମାଧ୍ୟମକୁ ସୂଚନା ଦେଇ ରୂପାଣି କହିଛନ୍ତି, ମୁଖ୍ୟମନ୍ତ୍ରୀ ହେବା ପାଇଁ ମୋତେ ସୁଯୋଗ ଦେଇଥିବାରୁ ମୁଁ ବିଜେପି ଦଳକୁ ଧନ୍ୟବାଦ ଜଣାଉଛି ।

ଅଚାନକ ଏଭଳି ଭାବେ ଇସ୍ତଫା ଦେବାର କାରଣ ସମ୍ପର୍କରେ ସେ କିଛି କହିନାହାଁନ୍ତି । ତେବେ ଦୀର୍ଘ ୫ ବର୍ଷ ହେବ ମୁଖ୍ୟମନ୍ତ୍ରୀ ପଦରେ ରହିବା ବହୁତ ବଡ କଥା । ବିଜେପି ଜାତୀୟ ସଭାପତିଙ୍କ ନେତୃତ୍ୱରେ ସେ କାମ ଜାରି ରଖିବେ ବୋଲି ସ୍ପଷ୍ଟ କରିଛନ୍ତି ।

୩ଟି ବିମାନରେ ପାକିସ୍ତାନ୍‌ କ’ଣ ନେଲା ?

କାବୁଲ: ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରଠାରୁ ପାକିସ୍ତାନ ବେସ ଖୁସି ଅଛି । ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆଇ ମୁଖ୍ୟ ସେଠାରେ କିଛି ଦିନ ଧରି ଡେରା ମଧ୍ୟ ପକାଇଥିଲେ । ପଂଜଶୀର ଉପରେ ପାକ୍ ବାୟୁସେନା ବୋମା ମାଡ ବି କରି ସାରିଛି । ପାକିସ୍ତାନ ଆଫଗାନିସ୍ତାନକୁ ଢାଲ କରି ନିଜ ଆତଙ୍କ  ବେପାରକୁ ଜାରି ରଖିବାକୁ ଚାହୁଁଛି । ଏହାରି ଭିତରେ  ଆଫଗାନିସ୍ତାନରୁ ଉଡିଥିବା ତିନୋଟି ବିମାନକୁ ନେଇ ସୃଷ୍ଟି ହୋଇଛି ହଇଚଇ । ଏହି ତିନୋଟି ବିମାନର କ’ଣ ଏମିତି ଥିଲା ଯାହା ଭାରତଠାରୁ ଆମେରିକାକୁ ଚିନ୍ତାରେ ପକାଇଛି ?  ଆସନ୍ତୁ ଜାଣିବା ସେହି ତିନୋଟି ବିମାନରେ କ’ଣ ଥିଲା ?

ନିକଟରେ  କାବୁଲରେ ମାନବୀୟ ସହାୟତା ନେଇ ପହଞ୍ଚିଥିଲା ପାକିସ୍ତାନର ତିନୋଟି C-170 ବିମାନ । ଏହି ବିମାନରେ ଆଫଗାନିସ୍ତାନର ଗୁପ୍ତ ଦସ୍ତାବିଜକୁ ପାକିସ୍ତାନ ପଠା ଯାଇଥିବା ଜଣା ପଡିଛି ।  ସୂଚନା ଅନୁସାରେ, ଆଫଗାନିସ୍ତାନର ଗୁଇନ୍ଦା ଏଜେନ୍ସି ଏନଡିଏସର ସବୁ ଗୁପ୍ତ ତଥ୍ୟକୁ ନିଜ କବଜାକୁ ପାକିସ୍ତାନ ନେଇଛି ।

ଆଇଏସଆଇ ଏନଡିଏସର ଗୋପନୀୟ ଗୁପ୍ତ ଦସ୍ତାବିଜ୍ , ହାର୍ଡ୍ ଡିସ୍କ ଏବଂ ଅନ୍ୟ ଡିଜିଟାଲ  ଉପକରଣକୁ ନିଜ କବଜାକୁ ନେବା ପରେ ବିମାନରେ ପାକିସ୍ତାନ ପଠାଇ ଦେଇଛି । ଖବର ମୁତାବକ ଏହି ଡାଟାକୁ  ଆଇଏସଆଇ  ନିଜ ଫାଇଦା ପାଇଁ ବ୍ୟବହାର କରିବ । ଏନଡିଏସ ସହିତ ଭାରତର ଭଲ ସମ୍ପର୍କ ଥିଲା । ଏହି ଡାଟା ପାକିସ୍ତାନ ହାତରେ ପଡିବା ଅର୍ଥ ଆଫଗାନିସ୍ତାନରେ ଭାରତର କଣ୍ଟାକ୍ଟଙ୍କ ପରିଚୟ ମଧ୍ୟ ପାକିସ୍ତାନ ଜାଣି ପାରିବ।

ଏହା ସହିତ ଏହି ଡାଟାକୁ ନେଇ ପାକିସ୍ତାନ ତାଲିବାନକୁ ନିଜ ଇଛାରେ ନଚାଇ ପାରିବ । କାରଣ ତାଲିବାନୀଙ୍କ ପାଖରେ ଡାଟା ଡିକୋଡ୍ କରିବାକୁ ଦକ୍ଷତା ନାହିଁ । ଏଭଳି ପରିସ୍ଥିତିରେ ତାଲିବାନ ନିଜ ଶତ୍ରୁଙ୍କ ସମ୍ପର୍କିତ ସୂଚନା ପାଇଁ ଆଇଏସଆଇର କାମ କରିବାକୁ ବାଧ୍ୟହେବ । ।  ଏହି ଡାଟା ଲିକ୍ ଆଫଗାନିସ୍ତାନରେ  ପାକିସ୍ତାନର ରାଷ୍ଟ୍ରଦୂତ ମଂସୁର ଅହମ୍ମଦଙ୍କ ସହାୟତାରେ ହୋଇଥିବା କୁହାଯାଉଛି ।

 

ଗଜପତିରେ ମୁଖ୍ୟ ଶାସନ ସଚିବ: ପାନୀୟ ଜଳ ପ୍ରକଳ୍ପ ଓ ପର୍ଯ୍ୟଟନସ୍ଥଳୀ ବିକାଶ କାର୍ଯ୍ୟର କଲେ ସମୀକ୍ଷା

ଗଜପତି: ଗ୍ରାଉଣ୍ଡ ଜିରୋରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ନିଜେ ଫିଲ୍ଡ ଭିଜିଟ୍ କରିବା ସହ ବିକାଶମୂଳକ କାର୍ଯ୍ୟର କରୁଛନ୍ତି ସମୀକ୍ଷା । ଏହି କ୍ରମରେ ଶନିବାର ଗଜପତି ଜିଲ୍ଲା ଗସ୍ତରେ ଯାଇ ତୁମ୍ୱା-ପୁରିଆସାହି ଓ ବୁରୁଖଟି ଅଞ୍ଚଳ ଚାଲିଥିବା ଇକୋ ଟୁରିଜମ୍ ପ୍ରକଳ୍ପର ସମୀକ୍ଷା କରିବା ସହ କୁନ୍ତି ମନ୍ଦିର ମଧ୍ୟ ପରିଦର୍ଶନ କରିଛନ୍ତି ।

ଏଥିସହିତ ମହେନ୍ଦ୍ରଗିରି ପାହାଡ଼ ଉପରେ ପର୍ଯ୍ୟଟନସ୍ଥଳୀର ବିକାଶ ନେଇ ଚାଲିଥିବା ପ୍ରକଳ୍ପ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଛନ୍ତି । ବିଶେଷକରି ଯୁଦ୍ଧିଷ୍ଟର ମନ୍ଦିର ଓ କୁନ୍ତି ମନ୍ଦିର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏଥିସହିତ ଶ୍ରୀ ମହାପାତ୍ର ଛେଳିଗଡ଼ ପାନୀୟ ଜଳ ପ୍ରକଳ୍ପ ଏବଂ ପର୍ଯଟନସ୍ଥଳୀ ଖସଡ଼ା ଜଳପ୍ରପାତର ଉନ୍ନତୀକରଣ କାର୍ଯ୍ୟର ମଧ୍ୟ ସମୀକ୍ଷା କରିବେ ।

 

ଏଥିସହିତ ପଢ଼ନ୍ତୁ:ବଦଳିବ ଗଞ୍ଜାମ ରୂପ, ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଟିକା ନେଲା ପରେ ବି ୨୦ ପ୍ରତିଶତଙ୍କ ପାଖରେ ସୃଷ୍ଟି ହେଉନି ଆଣ୍ଟିବଡ଼ି: ତୃତୀୟ ଡୋଜ୍ ନେଇ ଏଭଳି କହିଲେ ବିଶେଷଜ୍ଞ

ଭୁବନେଶ୍ୱର: ଅଗଷ୍ଟରୁ ସେପ୍ଟେମ୍ବର ପ୍ରଥମ ସପ୍ତାହ ଭିତରେ ରାଜ୍ୟର ୬୦୦ ସାମ୍ପଲକୁ ଜେନମ ସିକ୍ୱେନ୍ସିଂ କରାଯାଇଥିଲା । ୪୨୫ ଡେ଼ଲ୍ଟା ଭାରିଏଣ୍ଟ ବାହାରିଥିଲା । ଅନ୍ୟ ସବୁ ନମୁନା ଅନ୍ୟ ଭାରିଏଣ୍ଟର । କୌଣସି ନୂଆ ମ୍ୟୁଟେସନ ଚିହ୍ନଟ ହୋଇନି । ଟିକା ନେଲା ପରେ ବି ୨୦ପ୍ରତିଶତଙ୍କ ପାଖରେ ସୃଷ୍ଟି ହେଉନି ଆଣ୍ଟିବଡି । ଅଧିକ ସାମ୍ପୁଲର ଜେନମ ସିକ୍ୱେନ୍ସିଂରେ ଓଡ଼ିଶା ଦେଶରେ ୪ ନମ୍ବର । ଜାନୁଆରୀରୁ ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ୬ ହଜାର ସମ୍ପଲ ଜେନାମ ସିକ୍ୱେନ୍ସିଂ ହୋଇଛି । ଡବଲ ଡୋଜ ପରେ ବୁଷ୍ଟର କି ତୃତୀୟ ଡୋଜ ଦେବା ନେଇ ଚାଲିଛି ଅନୁଧ୍ୟାନ । ତେବେ ସମାନ କମ୍ପାନୀର କିମ୍ବା ଅନ୍ୟ କମ୍ପାନୀର ଡୋଜ ଦିଆଯିବ, ଏହାକୁ ନେଇ ବିଶ୍ଳେଷଣ କରାଯାଉଛି । ଖୁବଶୀଘ୍ର ଭାରତ ସରକାର ଏ ସମ୍ପର୍କରେ ଘୋଷଣା କରିବେ ବୋଲି କହିଛନ୍ତି ଇନ୍‌ଷ୍ଟଚ୍ୟୁଟ୍ ଅଫ୍ ଲାଇଭ୍ ସାଇନ୍ସର ନିର୍ଦ୍ଦେଶ ଡ. ଅଜୟ ପରିଡ଼ା ।

ପାର୍ବଣରେ ଲୋକଙ୍କ ସମାଗମ ପୁଣିଥରେ ସଂକ୍ରମଣ ବଢାଇପରେ । କେରଳର ଓନମ ପର୍ବ ଏହାର ଏକ ବଡ଼ ଉଦାହରଣ । ନୂଆଖାଇ ଠାରୁ କାଳୀପୂଜା ଯାଏ ଆମକୁ ଜଗିରଖି ଚଳିବାକୁ ହେବ । ଓଡ଼ିଶାର ପରିସ୍ଥିତି ଏବେ ବହୁତ ଭଲ ଅଛି । ପଜିଟିଭ ସଂଖ୍ୟା ୬୦୦ ରୁ ୭୦୦ ଭିତରେ ରହୁଛି । ତା ଆର୍ଥ ନୁହେଁ ଆମେ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିଛନ୍ତି । ପାର୍ବଣଣେ ସତର୍କ ରହିବାକୁ ପଡ଼ିବ । ଏବେର ପରିସ୍ଥିତିକୁ ଦେଖିଲେ କେରଳ ଏବଂ ଉତ୍ତର ପୂର୍ବରୁ ୮୦ ପ୍ରତିଶତ କେସ ଆସୁଛି । ମହାରାଷ୍ଟ୍ରରେ ଟିକେ ବଢିଛି । ରାଜ୍ୟରେ ଟିକାକରଣ ପ୍ରକ୍ରିୟା ଭଲରେ ଚାଲିଛି । ଟିକାର ପ୍ରଭାବ ୭୦ରୁ ୮୦% ରହୁଛି । ୧୮ ବର୍ଷରୁ କମ ପିଲାଙ୍କ ପାଇଁ ସତର୍କ ରହିବାକୁ ପଡ଼ିବ ।

ରାଜଧାନୀ ଭୁବନେଶ୍ୱରରେ ଅଧିକ ଗହଳି ରହୁଛି । ଅଧିକ ଲୋକଙ୍କ ଯାତାୟାତ ହେଉଛି । ଯେଉଁଥିପାଇଁ ପଜିଟିଭ ସାମାନ୍ୟ ଅଧିକ ରହୁଛି । ତେବେ ପୂର୍ବରୁ ଏଠାରେ ଦୈନିକ ସଂକ୍ରମଣ ୧ ହଜାର ଉପରେ ଥିଲା । ଏବେ ୨୦୦ରୁ ୩୦୦ ଭିତରେ ରହୁଛି । ହଜାରରୁ ୩୦୦କୁ କମ ସମୟରେ ଖସିଥାଏ । ୩୦୦ରୁ କମ ହେବାକୁ ଅଧିକ ସମୟ ଲାଗେ । ଦିଲ୍ଲୀରେ ବି ଏଭଳି ସ୍ଥିତି ରହିଥିଲା । ଭୁବନେଶ୍ୱରରେ ଆଉ ୧୦ରୁ ୧୫ ଦିନରେ ସଂକ୍ରମଣ କମିଯିବ ବୋଲି ଆଶା ବୋଲି କହିଛନ୍ତି ଆଇଏଲଏସ୍ ନିର୍ଦ୍ଦେଶକ ଡା. ଅଜୟ ପରିଡ଼ା ।

ପାକିସ୍ତାନ ବଢାଉଛି କି ପରମାଣୁ ଶକ୍ତି? କ’ଣ କହୁଛି ରିପୋର୍ଟ…

ଇସଲାମାବାଦ: ପରମାଣୁ ଶକ୍ତି ବଳରେ ଅଧିକ ପରାକ୍ରମୀ ହେବ ପାକିସ୍ତାନ । ଅଧିକ ଯୁଦ୍ଧାସ୍ତ୍ର, ଆଣବିକ ଅସ୍ତ୍ର ଆଦି ତିଆରି କରିବାକୁ ଯୋଜନା କରିଛି ପାକିସ୍ତାନ । ଦେଶରେ ଏବେ ଆଣବିକ ଅସ୍ତ୍ର ସଂଖ୍ୟା ୧୬୫ ବୋଲି ପ୍ରକାଶିତ ରିପୋର୍ଟରେ କୁହାଯାଇଛି । ଗତ ୧୯୯୯ରେ ଆମେରିକା ପ୍ରତିରକ୍ଷା ଗୁଇନ୍ଦା ସଂସ୍ଥା ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଥିଲା ୨୦୨୦ ସୁଦ୍ଧା ପାକିସ୍ତାନର ଆଣବିକ ଅସ୍ତ୍ର ସଂଖ୍ୟା ୬୦ରୁ ୮୦କୁ ବୃଦ୍ଧି ପାଇବ ।

ମାତ୍ର ବର୍ତ୍ତମାନ ଆଣବିକ ବିଜ୍ଞାନୀମାନେ ଆଶଙ୍କା କରୁଛନ୍ତି ଯେ ପାକିସ୍ତାନ ନିକଟରେ ୧୬୫ଟି ଆଣବିକ ଅସ୍ତ୍ର ରହିଛି । ଅନ୍ୟ ଏକ ରିପୋର୍ଟରେ କୁହାଯାଇଛି ପାକିସ୍ତାନ ଅଧିକ ଆଣବିକ ଅସ୍ତ୍ର ତିଆରିରେ ମନୋନିବେଶ ହୋଇଥିବାବେଳେ ଫିଜାଇଲ ମ୍ୟାଟରିଆଲ ଉତ୍ପାଦନ ଶିଳ୍ପ ସଂଖ୍ୟା ବୃଦ୍ଧି କରିଛି । ନ୍ୟୁକ୍ଲିୟର ଇନଫର୍ମେସନ ପ୍ରୋଜେକ୍ଟ ବା ଏନଆଇପିର ନିର୍ଦେଶକ ହାନସ କ୍ରିଷ୍ଟେନସନ କହିଛନ୍ତି ଆସନ୍ତା କିଛି ବର୍ଷ ମଧ୍ୟରେ ପାକିସ୍ତାନ ନିଜର ଆଣବିକ ଅସ୍ତ୍ର ସଂଖ୍ୟା ବଢାଇବ। ଏପରିକି ୨୦୨୫ ସୁଦ୍ଧା ଏହି ସଂଖ୍ୟା ୨୦୦ ହେବ ବୋଲି ଆଶଙ୍କା ରହିଛି ।

ପାକିସ୍ତାନ ପକ୍ଷରୁ ନୂଆ ସ୍ବଳ୍ପ ଦୂରଗାମୀ ଅସ୍ତ୍ର, ସମୁଦ୍ରଭିତ୍ତିକ କ୍ରୁଜ ମିସାଇଲ, ଆକାଶମାର୍ଗକୁ ଉତକ୍ଷେପିତ ହୋଇପାରୁଥିବା କ୍ଷେପଣାସ୍ତ୍ର, ଦୂରଗାମୀ ବାଲିଷ୍ଟିକ ମିଜାଇଲ ଆଦି ତିଆରି କରିବାକୁ ଉଦ୍ୟମ କରୁଛି । ପାକିସ୍ତାନ ନିକଟରେ ଆଣବିକ ଶକ୍ତି ବୃଦ୍ଧି ଯୋଗୁ ପଡୋଶୀ ରାଷ୍ଟ୍ର ସମେତ ଅନ୍ୟାନ୍ୟ ରାଷ୍ଟ୍ରକୁ ବଢିପାରେ ବିପଦ ।

ତେବେ ପାକିସ୍ତାନ ନିକଟରେ ଏବେ ୬ଟି କାର୍ଯ୍ୟକ୍ଷମ ଆଣବିକ ସାମର୍ଥ୍ୟ ସମ୍ପନ୍ନ ବାଲିଷ୍ଟିକ ମିଜାଇଲ ରହିଛି । ତନ୍ମଧ୍ୟରେ ରହିଛି ୭୦ କିଲୋମିଟର ଦୂରଗାମୀ ନାସର ବା ହତାଫ-୯ ସଲିଡ ଫୁଏଲ ମିଜାଇଲ । ବିଭିନ୍ନ କ୍ଷେପଣାସ୍ତ୍ର ବଳରେ ଭାରତର ଅନେକ ସ୍ଥାନକୁ ଆକ୍ରମଣ କରିବାର ସମ୍ଭାବନା ବି ରହିଛି ।

ମୁମ୍ବାଇରେ ନିର୍ଭୟା କାଣ୍ଡ, ୩୨ ବର୍ଷୀୟା ମହିଳାଙ୍କୁ ଦୁଷ୍କର୍ମ ପରେ ଯୗେନାଙ୍ଗରେ ପୂରାଇଲେ ରଡ୍

ମୁମ୍ବାଇ: ମୁମ୍ବାଇର ସାକିନାକା ଅଞ୍ଚଳରେ ଜଣେ ଦୁଷ୍କର୍ମ ପିଡିତା ଚିକିତ୍ସାଧିନ ଅବସ୍ଥାରେ ଶନିବାର ଦିନ ମୃତ୍ୟୁ ବରଣ କରିଛନ୍ତି । ୩୨ ବର୍ଷୀୟ ଏହି ପିଡିତା ଜଣକ ରାଜାବାଡି ହସ୍ପିଟାଲ୍ ଘାଟକୋପରରେ ଚିକିତ୍ସିତ ହେଉଥିଲେ । ଏନେଇ ହସ୍ପିଟାଲ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଏହି ଘଟଣା ମୁମ୍ବାଇର ସାକିନାକା ଅଞ୍ଚଳରେ ହୋଇଥିଲା । ସୂଚନା ଅନୁଯାୟୀ, ଖୈରାନୀ ରୋଡରେ ଜଣେ ୩୨ ବର୍ଷୀୟା ମହିଳାଙ୍କ ସହ କେହି ଦୁବୃର୍ତ୍ତ ଦୁଷ୍କର୍ମ କରିବା ସହ ତାଙ୍କ ପ୍ରାଇଭେଟ୍ ପାର୍ଟରେ ରଡ୍ ପୂରାଇ ଦେଇଥିଲା । ପରେ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ଥିତି ଏତେ ସଙ୍କଟାପନ୍ନ ଥିଲା ଯେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଏହି ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ମହାରାଷ୍ଟ୍ର ସରକାରର ମନ୍ତ୍ରୀ ନବାବ ମଲିକ ଏନେଇ କହିଛନ୍ତି ଯେ, ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଚାର୍ଜସିଟ୍ ଦାଖଲ କରାଯିବ ଓ ଏହି ମାମଲାକୁ ଫାଷ୍ଟ ଟ୍ରାକରେ ଶୁଣାଣି କରାଯିବା ନେଇ ନଜର ରଖାଯିବ । ଫଳରେ ପିଡିତାଙ୍କୁ ଖୁବଶୀଘ୍ର ନ୍ୟାୟ ଦିଆଯାଇପାରିବ ।

ଫୁଟପାଥରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଶାଳୀ

0

କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ବୋହୂ ଇରା ବସୁ ଗତ ଦୁଇ ବର୍ଷ ଧରି ଫୁଟପାଥରେ ରହୁଥିବା ନେଇ ଜଣାପଡିଛି। ଯାହା ପରେ ତାଙ୍କୁ ମାନସିକ ରୋଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ, ୭୦ ବର୍ଷୀୟ ଇରା ଗତ କିଛି ବର୍ଷ ଧରି ଭୂମିହୀନ ହୋଇପଡିଥିଲେ। ସେ ଏକ ସରକାରୀ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ବେଳେ ୨୦୦୯ ମସିହାରେ ଅବସର ନେଇଥିଲେ। ଏନେଇ ଇରା ଅଭିଯୋଗ କରିଛନ୍ତି, ପରବର୍ତ୍ତୀ ସମୟରେ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷୟତ୍ରୀ ତାଙ୍କୁ ଘରୁ ବାହାର କରିଦେଇଥିଲେ । ଏହା ପରେ ସେ କୋଲକାତାର ଫୁଟପାଥରେ ରହିବାକୁ ବାଧ୍ୟ ହୋଇଥିଲେ।

ଗୁରୁ ଦିବସ ଅବସରରେ ଏହି ଘଟଣା ଲୋକଲୋଚନକୁ ଆସିଛି । କୋଲକାତାର ଡନଲୋପ୍ ଫ୍ଲାଏ ଓଭର ତଳେ ତାଙ୍କର କିଛି ଛାତ୍ର ତାଙ୍କୁ ସମ୍ମାନ ଜଣାଇବା ପାଇଁ ଆସିଥିଲେ । ଏହା ପରେ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଫଟୋରୁ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଜଙ୍କ ପତ୍ନୀ ମୀରାଙ୍କ ଭଉଣୀ ବୋଲି ଜଣାପଡିଥିଲା । ବହୁ ଲୋଙ୍କ ତାଙ୍କ ସାହାଯ୍ୟ ପାଇଁ ଆଗେଇ ଆସିଥିବା ବେଳେ ସେ ମନା କରିଦେଇଥିଲେ ।

ଏନେଇ ଡନଲୋପ୍ ଅଞ୍ଚଳର ବାସିନ୍ଦା କହିଛନ୍ତି ଯେ ଇରା ଫୁଟପାଥରେ ରହୁଥିଲେ ସତ, କିନ୍ତୁ ସେ କାହାକୁ ଭିକ୍ଷା ମାଗନ୍ତିନାହିଁ । ସେ ସବୁବେଳେ ପାଖ ଦୋକାନରୁ କିଣିକି ଖାଆନ୍ତି। ସେ ଖାରଦାହ ପ୍ରିୟାଂଥ୍ ବାଳିକା ବିଦ୍ୟାଳୟରେ ଶିକ୍ଷାଦାନ କରୁଥିଲା ବେଳେ ସେ ଖୁବ୍ ପରିଚିତ ମଧ୍ୟ ଥିଲେ । ହେଲେ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ରିଟାୟରମେଣ୍ଟର କିଛି ଦିନ ପୂର୍ବରୁ ସେ ବେଳେ ବେଳେ ଖାଲି ପାଦରେ ଅଫିସ୍ ଆସିବା ସହ ମଇଳା ଲୁଗା ପିନ୍ଧିକି ଆସୁଥିଲେ । ଆଉ ଅବସର ପରେ ସେ ପୂର୍ବତନ ହେଡ ମିଷ୍ଟ୍ରେସଙ୍କ ଘରେ ରହୁଥିଲେ । କିନ୍ତୁ ତାଙ୍କ ମୃତ୍ୟୁ ପରେ ବାରାନଗରର ଏକ ଫୁଟପାଥକୁ ଚାଲିଯାଇଥିଲେ ।

ପୂରା ହେଲା ନୀରଜଙ୍କ ଆଉ ଏକ ସ୍ୱପ୍ନ; ଜାଣନ୍ତୁ କ’ଣ ସେହି ସ୍ୱପ୍ନ…

ଟୋକିଓ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ହାତେଇ ଚର୍ଚ୍ଚାକୁ ଆସିଥିଲେ ନୀରଜ ଚୋପ୍ରା। ଯିଏକି ଭାରତର ୧୨୪ ବର୍ଷର ଅଲମ୍ପିକ୍ ଇତିହାସରେ ପ୍ରଥମ ଥର ପାଇଁ ଜାଭେଲିନ୍ ଥ୍ରୋରେ ଦେଶ ପାଇଁ ସ୍ୱର୍ଣ୍ଣ ଆଣିଥିଲେ। ଆଉ ଏବେ ସୋସିଆଲ୍ ମିଡିଆର ଏକ ପୋଷ୍ଟ ପାଇଁ ସେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ତାଙ୍କର ଦୀର୍ଘ ଦିନର ସ୍ୱପ୍ନ ପୂରା ହୋଇଛି ।

ସୂଚନା ଅନୁଯାୟୀ, ନୀରଜ ଚୋପ୍ରା ପ୍ରଥମ ଥର ପାଇଁ ତାଙ୍କ ପିତାମାତାଙ୍କୁ ଫ୍ଲାଇଟରେ ବୁଲାଇବାକୁ ନେଇଛନ୍ତି । ମା’ ସରୋଜ ଦେବୀ ଓ ବାପା ସତିଶ ଚୋପ୍ରାଙ୍କ ସହ ବିମାନରେ ବୁଲିବା ତାଙ୍କର ସ୍ୱପ୍ନ ଥିଲା ।

ସୋସିଆଲ ମିଡିଆରେ ନୀରଜ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ପିତାମାତାଙ୍କ ସହ ଫ୍ଲାଇଟ୍ ଭିତରେ ବସିଥିବା ବେଳେ ବହୁତ ଖୁସି ଥିବା ନଜର ଆସିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି, ଆଜି ଜୀବନର ସ୍ୱପ୍ନ ସାକାର ହେଲା ଆଉ ପିତାମାତାଙ୍କୁ ପ୍ରଥମ ଥର ବିମାନରେ ବସାଇପାରିଛି । ସମସ୍ତଙ୍କ ପ୍ରାର୍ଥନା ଓ ଆଶୀର୍ବାଦ ପାଇଁ ମୁଁ ସର୍ବଦା କୃତଜ୍ଞ ରହିବି।

ତେବେ ଟୋକିଓ ଅଲମ୍ପିକ୍ସରେ ପଦକ ଜିତିବା ପରେ ନୀରଜ କହିଥିଲେ ଯେ ସେ ଏବେ କିଛି ଦିନ ପରିବାର ସହିତ ସମୟ ବିତାଇବେ। ପରବର୍ତ୍ତୀ ସମୟରେ କମନୱେଲଥ ଗେମ୍ସ, ଏସୀଆନ୍ ଗେମ୍ସ ଏବଂ ଓ୍ୱାଲ୍ଡ ଚାମ୍ପିଅନସିପ ପାଇଁ ଅଭ୍ୟାସ ଆରମ୍ଭ କରିବେ । ଆସନ୍ତା ବର୍ଷ ଏହିସବୁ ଚାମ୍ପିଅନସିପ୍ ଅନୁଷ୍ଠିତ ହେବାକୁ ଯାଉଛି ।

ସାମାନ୍ୟ ବଚସାକୁ ନେଇ ମରଣାନ୍ତକ ଆକ୍ରମଣ: ୪ଗୁରୁତର ଆହତ, ରାସ୍ତାରେ ପଡ଼ିଛି ଧାରୁଆ ଛୁରୀ ଓ ବନ୍ଧୁକ

ଦିଗପହଣ୍ଡି: ସାମାନ୍ୟ ବଚସାକୁ ନେଇ ମରଣାନ୍ତକ ଆକ୍ରମଣ । ଗଣେଶ ପୂଜାରେ ମିଶିକି ମଦ ପିଉଥିଲେ କୌଣସି ଏକ ବିଷୟକୁ ନେଇ ଆରମ୍ଭ ହେଲା ବଚସା । ପରେ ବଚସା ଅଧିକ ବଢ଼ିବା ସହିତ ସୃଷ୍ଟି ହୋଇଥିଲା ହାତାହତି ପରିସ୍ଥିତି । ଧାରୁଆ ଛୁରୀ ସାଙ୍ଗକୁ ବନ୍ଧୁକରେ ପରସ୍ପରକୁ କରିଥିଲେ ଆକ୍ରମଣ । ଦିଗପହଣ୍ଡି ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତା ବିଦ୍ୟୁତ ବିଭାଗ କାର୍ଯ୍ୟଳୟ ସମ୍ମୁଖରେ ଘଟିଛି ଏଭଳି ଘଟଣା ।

ଗୁରୁତର ଆହତଙ୍କୁ ପ୍ରଥମେ ଦିଗପହଣ୍ଡି ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଦିଗପହଣ୍ଡି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ତନାଘନା ଚଳାଇଛି । ଘଟଣା ସ୍ଥଳରେ ଚାରୋଟି ବାଇକ, ଧାରୁଆ ମାରଣାସ୍ତ୍ର ଓ ବିଦେଶ ବନ୍ଧୁକ ପଡ଼ିଥିବା ଦେଖିବାକୁ ମିଳିଛି । ପୋଲିସ ସୂଚନା ମୁତାବକ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଚାଲିଥିବା ବେଳେ ପୋଲିସ ପହଞ୍ଚିଥିଲା । ଗଣ୍ଡଗୋଳ ଘଟାଇଇଥିବା ଯୁବକମାନେ ବାଇକ ଗୁଡ଼ିକ ଛାଡ଼ି ପଳାଇ ଥିଲେ । ଉଭୟ ପକ୍ଷର ମୋଟ ୪ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି ।

ଏଥିସହିତ ପଢ଼ନ୍ତୁ: ଫେକ୍ ଆକାଉଣ୍ଟ ଖୋଲି ଏକାଧିକ ଯୁବକଙ୍କୁ ଲୁଟୁଥିଲେ ଯୁବତୀ