spot_img
Home Blog Page 5539

ଆତଙ୍କବାଦୀ ଆକ୍ରମଣରେ ୨ଜଣ ପୋଲିସ ସହିଦ ହୋଇଥିବା ବେଳେ ୨ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ

ଅରମାପୋରା: ଜାମ୍ମୁ କାଶ୍ମୀରର ସୋପୋରରେ ଆତଙ୍କବାଦୀ ଆକ୍ରମଣରେ ଦୁଇ ଜଣ ପୋଲିସ ସହିଦ ହୋଇଛନ୍ତି । ଏହି ଆକ୍ରମଣରେ ୨ଜଣ ସାଧାରଣ ନାଗରିକଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୋପୋରରେ ଅରମାପୋରାର ନାକା ନିକଟରେ ପୋଲିସ ଏବଂ CRPFର ମିଳିତ ଦଳ ଉପରେ ଆତଙ୍କବାଦୀ ମାନେ ଅଚାନକ ଆକ୍ରମଣ କରିଥିଲେ । ଏବଂ ଏହି ଆକ୍ରମଣରେ ୪ ଜଣଙ୍କର ପ୍ରାଣ ଯାଇଛି ।

ଶନିବାର ଦିନ ଆତଙ୍କବାଦୀମାନେ କରିଥିବା ଏହି ଆକ୍ରମଣରେ ୨ ପୋଲିସ କର୍ମଚାରୀଙ୍କ ସହ ୨ଜଣ ସାଧାରଣ ନାହରିକଙ୍କ ମୃତ୍ୟୁ ହୋଇଛି ।  ସୋପୋର ଆକ୍ରମଣ ବିଷୟରେ ଡିଜିପି ଦିଲବାଗ ସିଂ କହିଛନ୍ତି ଯେ, ଏହି ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ୨ ଜଣ ପୋଲିସ ସହିଦ ହୋଇଥିବା ବେଳେ ଏବଂ ୨  ଅନ୍ୟ ଜଣ ସାଧାରଣ ନାଗରିକ ପନିପରିବା ବିକକାଳିଙ୍କ ପ୍ରାଣ ଯାଇଛି । ଆତଙ୍କବାଦୀଙ୍କ ଏହି ଆକ୍ରମଣରେ ୨ ଜଣ ପୋଲିସ କର୍ମଚାରୀଙ୍କ ବ୍ୟତୀତ ଜଣେ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଛନ୍ତି। ତେବେ ସମୁଦାୟ ଏହି ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି ।

ସରକାରୀ ସୂତ୍ରରୁ ପ୍ରକାଶ ଯେ ଆତଙ୍କବାଦୀମାନେ ହଠାତ୍ ସୁରକ୍ଷା ବାହିନୀର ମିଳିତ ଦଳ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଆତଙ୍କବାଦୀଙ୍କ ଏହି ଆକ୍ରମଣ ପରେ ସମ୍ପୂର୍ଣ୍ଣ ଅଞ୍ଚଳକୁ ପୋଲିସ ଏବଂ CRPFର ମିଳିତ ଦଳ ଘେରିଛନ୍ତି । ଏବଂ ବର୍ତ୍ତମାନ ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି।

ନକଲି ଔଷଧ ମିଳିବା ଘଟଣାରେ ସ୍ୱାସ୍ଥ୍ୟ ବିଭାଗର ତଦନ୍ତ ନିର୍ଦ୍ଦେଶ: ବିକ୍ରେତାଙ୍କ ଡ୍ରଗ୍ ଲାଇସେନ୍ସ ରଦ୍ଦ କରିବାକୁ ଦାବି

ଭୁବନେଶ୍ୱର: ନକଲି ଔଷଧ କାରବାର ନେଇ ଖବର ସାମ୍ନାକୁ ଆସିବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ  ।  ଔଷଧ ନିଗମ ଓ ପୋଲିସ ମିଳିତ ଭାବେ ଅନୁସନ୍ଧାନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଔଷଧ କେଉଁଠୁ ଆସି କେଉଁଠିକୁ ଯାଉଥିଲା ସେ ଉପରେ ତଦନ୍ତ କରାଯିବ । ରାଜ୍ୟ ସରକାର ପର୍ଯ୍ୟାପ୍ତ ପରିମାଣର ଔଷଧ ଯୋଗାଇ ଦେଉଛନ୍ତି । କୌଣସି ରୋଗୀ ମେଡ଼ିସିନରୁ ବଞ୍ଚିତ ହେଉ ନାହାନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ।

ଅପରପକ୍ଷରେ ନକଲି କରାନା ଔଷଧ ଜବତ ପ୍ରସଂଗରେ ପ୍ରତିକ୍ରିୟା ରଖିଛି ରାଜ୍ୟ ଔଷଧ ବିକ୍ରେତା ସଂଘ । ସଂପୃକ୍ତ ବ୍ୟକ୍ତି ବିକିଥିବା ସମସ୍ତ ଔଷଧକୁ ଚିହ୍ନଟ କରି ଫେରାଇନେବେ ଓ ଏ ସମ୍ପର୍କିତ ତଥ୍ୟ ଡ୍ରଗ୍ ଡିପାର୍ଟମେଣ୍ଟକୁ ଜଣାଇବା ପାଇଁ ଔଷଧ ବ୍ୟବସାୟୀ ସଂଘ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସମ୍ପୃକ୍ତ ବ୍ୟକ୍ତିଙ୍କ ଫାର୍ମ ଲାଇସେନ୍ସ ରଦ୍ଦ କରିବା ସହିତ କଳା ତାଲିକା ଭୁକ୍ତ କରିବା ପାଇଁ ଦାବି ବିଭାଗକୁ ଲେଖା ଯାଇଥିବା ରାଜ୍ୟ ସମ୍ପାଦକ ପ୍ରଶାନ୍ତ ମହାପାତ୍ର ସୂଚନା ଦେଇଛନ୍ତି । ଗତକାଲି କନିକା ଛକରେ ଡ୍ରଗ ବିଭାଗ ପକ୍ଷରୁ ଚଢାଉ କରାଯାଇ ପାଖାପାଖି ୬୯ ଲକ୍ଷ ଟଙ୍କାର ନକଲି କରୋନା ଔଷଧ ଜବତ କରିଥିଲା ଡ୍ରଗ ବିଭାଗ। ।

ଏଥିସହିତ ପଢ଼ନ୍ତୁ: ‘ସଂକ୍ରମଣ ହାର ୫ ପ୍ରତିଶତରୁ କମ୍ ହେଲେ ମଧ୍ୟ ପୂରା ଅନ୍‌ଲକ୍ କରାନଯାଉ’

‘ସଂକ୍ରମଣ ହାର ୫ ପ୍ରତିଶତରୁ କମ୍ ହେଲେ ମଧ୍ୟ ପୂରା ଅନ୍‌ଲକ୍ କରାନଯାଉ’

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ହାର ଧିରେଧିରେ କମୁଛି । ୧୭ତାରିଖ ବେଳକୁ ୫ପ୍ରତିଶତକୁ ଆସିବା ସମ୍ଭାବନା ରହିଛି । ଯେଉଁ ସବୁ ଜିଲ୍ଲାରେ ସଂକ୍ରମଣ ହାର ୫ପ୍ରତିଶତକୁ ଆସିବ ସେଠି ପୂରା ଅନଲକ ନକରି ସାମାନ୍ୟ କୋହଳ କରିବା ଉଚିତ୍ । ନହେଲେ ପୁନଃ ସଂକ୍ରମଣ ଭୟ ରହିଛି ବୋଲି ମତ ରଖିଛନ୍ତି ବରିଷ୍ଠ ଚିକିତ୍ସା ବିଶେଷଜ୍ଞ ଡା.ନିରୋଜ ମିଶ୍ର । ଅପରପକ୍ଷରେ ଟିକା ବ୍ୟବଧାନ ନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ, ଦ୍ୱିତୀୟ ଡୋଜ୍ ଟିକା ୬ରୁ ୮ସପ୍ତାହ ମଧ୍ୟରେ ନେଇଯିବା ଉଚିତ୍ । କେନ୍ଦ୍ର ସରକାର ୮୪ ଦିନ ପରେ କୋଭିସିଲ୍ଡ ଟିକା ନେବା ପାଇଁ କହିଛନ୍ତି, କିନ୍ତୁ, ଏହା ପୁର୍ବରୁ ଟିକା ନେଲେ ପୁନ୍ଃ ସଂକ୍ରମଣ ଭୟ ରହିବନି । ବିଭିନ୍ନ ଗବେଷଣାରେ ଏହି ତଥ୍ୟ ଆସିଥିବା କହିଛନ୍ତି ଡାକ୍ତର ନିରୋଜ ମିଶ୍ର ।

ଅପରପକ୍ଷରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ୬୭ହଜାର ୧୨୨ ଟେଷ୍ଟିଂ ହୋଇଥିବା ବେଳେ ୪ହଜାର ୮୫୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବଂ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୮ହଜାର ୫୧୬ ଜଣ । ସେହିପରି ୪୭ ଜଣଙ୍କ ଜୀବନ ନେଇଛି କିଲର ଭାଇରସ୍ । ଦିନକରେ କ୍ୱାରେଣ୍ଟାଇନ୍‌ରୁ ୨ହଜାର ୭୬୫, ଲୋକାଲ କେସ୍ ରହିଛି ୨ ହଜାର ୮୭ । ଖୋର୍ଦ୍ଧାରୁ ସର୍ବାଧିକ ୬୪୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, କଟକରୁ ୫୦୫, ଯାଜପୁରରୁ ୩୮୨, ବାଲେଶ୍ୱରରୁ ୩୬୪, କେନ୍ଦ୍ରାପଡାରୁ ୨୮୭, ଅନୁଗୁଳରୁ ୨୭୫, ପୁରୀରୁ ୨୩୭, ଭଦ୍ରକରୁ ୨୨୨, ମୟୂରଭଞ୍ଜରୁ ୨୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁରରୁ ୧୮୦, ସୁନ୍ଦରଗଡ଼ରୁ ୧୫୭, ଢେଙ୍କାନାଳରୁ ୧୫୦, ନୟାଗଡ଼ରୁ ୧୩୬, ନବରଙ୍ଗପୁରରୁ ୧୦୮, ରାୟଗଡ଼ାରୁ ୧୦୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଷ୍ଟେଟପୁଲରୁ ୯୮, କେନ୍ଦୁଝରରୁ ୯୬, ମାଲକାନଗିରିରୁ ୮୯, କୋରାପୁଟରୁ ୮୮, କନ୍ଧମାଳରୁ ୮୩, ବରଗଡ଼ରୁ ୬୧, କଳାହାଣ୍ଡିରୁ ୬୦, ବୌଦ୍ଧରୁ ୫୭, ଗଜପତିରୁ ୪୮, ସମ୍ବଲପୁରରୁ ୪୧, ଗଞ୍ଜାମରୁ ୪୦, ସୋନପୁରରୁ ୩୫, ବଲାଙ୍ଗୀରରୁ ୩୧, ନୂଆପଡାରୁ ୨୨, ଦେବଗଡ଼ରୁ ୨୦, ଜଗତସିଂହପୁରରୁ ୧୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୮ଲକ୍ଷ ୪୭ହଜାର ୩୧୩ ଥିବା ବେଳେ ମୋଟ୍ ସୁସ୍ଥ ହେଲେଣି ୭ଲକ୍ଷ ୮୧ହଜାର ୪୮୮, ଆକ୍ଟିଭ କେସ୍ ୬୨ହଜାର ୫୧୫ ।

ଦୀର୍ଘ ୭୦ଦିନ ପରେ ଦେଶରେ ସବୁଠୁ କମ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା ସଂକ୍ରମଣ । ଲଗାତର କିଛି ଦିନ ହେବ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ସୁସ୍ଥତା ହାର ବଢ଼ିବାରେ ଲାଗିଛି । ଦେଶରେ ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୮୪ ହଜାର ୩୩୨ କରୋନା ସଂକ୍ରମିତ । ସେହିପରି ଗୋଟିଏ ଦିନରେ ଆଉ ୪ହଜାର ୨ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା ।

ଏହାସହ ଗତ ୨୪ ଘଣ୍ଟାରେ ୧ ଲକ୍ଷ ୨୧ ହଜାର ୩୧୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ସାରା ଦେଶରେ ଏବେ ସୁଦ୍ଧା ମୋଟ ୨ କୋଟି ୯୩ ଲକ୍ଷ ୫୯ହଜାର ୧୧୫କରୋନା ପଜିଟିଭ୍‌ ଚିହ୍ନଟ ହୋଇ ସାରିଲେଣି । ସେମାନଙ୍କ ମଧ୍ୟରୁ ୨ କୋଟି ୭୯ ଲକ୍ଷ ୧୧ ହଜାର ୩୮୪ ଜଣ ସୁସ୍ଥ ହୋଇଛନ୍ତି । ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୬୭ ହଜାର ୮୧ ପାର କରିଥିବା ବେଳେ, ଆକ୍ଟିଭ୍ କେସ୍ ୧୦ ଲକ୍ଷ ୮୦ହଜାର ୬୯୦ ରହିଛି । ସେହିପରି ଏବେ ସୁଦ୍ଧା ଦେଶରେ ମୋଟ ୨୪ କୋଟି ୯୬ ଲକ୍ଷ ୩୦୪ ଜଣଙ୍କୁ ଟିକା ଦିଆଗଲାଣି ।

ସେହିପରି ବିଭିନ୍ନ ରାଜ୍ୟରେ ମଧ୍ୟ କରୋନା ଗ୍ରାଫ କମିବାର ଲାଗିଛି । ଉତ୍ତରପ୍ରଦେଶରେ ଶୁକ୍ରବାର ଦିନ ୭୪ଜଣ ସଂକ୍ରମିତ ହୋଇଥିବା ବେଳେ ୬୧୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଦିଲ୍ଲୀରେ ୨୩୮ଟି ନୂଆ ସଂକ୍ରିତ ଚିହ୍ନଟ ହୋଇଥିବା ବେଳେ ୨୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା । ଏବଂ ମହାରାଷ୍ଟ୍ରରେ ୧୧,୭୬୬ଟି ଚିହ୍ନଟ ହୋଇଛନ୍ତି ଏବଂ ୨୨୧୩ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ।

କରୋନା ସଂକ୍ରମିତ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିନପାରେ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: କୋଭିଡ ଟିକାର ୨ଟି ଯାକ ଡୋଜ୍ ନେଇ ସାରିଥିବା ଲୋକଙ୍କ ପାଇଁ ଆଶ୍ୱସ୍ତିକର ଖବର । ସଦ୍ୟ ପ୍ରକାଶିତ ଏକ ଗବେଷଣା ରିପୋର୍ଟ ମୁତାବକ କରୋନା ଟିକା ନେଇ ସଂକ୍ରମିତ ହୋଇଥିବା ଲୋକଙ୍କ ମଧ୍ୟରୁ ୯୪ ପ୍ରତିଶତ ଲୋକଙ୍କୁ ଆଇସିୟୁରେ ଭର୍ତ୍ତି ହେବାକୁ ପଡ଼ିବନି ଏବଂ  ୭୭ ପ୍ରତିଶତ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ୁନି ।

ଭୋଲୋର ମେଡିକାଲ କଲେଜର ପ୍ରାୟ ୧୦ ହଜାର ୬୦୦ କର୍ମଚାରୀଙ୍କୁ ନେଇ କରାଯାଇଥିବା ଗବେଷଣା କରାଯାଇଥିଲା । ଏଥିମଧ୍ୟରୁ ୮୪.୮ ପ୍ରତିଶତ ଅର୍ଥାତ ୮ ହଜାର ୯ଶହ ସଦସ୍ୟ ୨୧ ଜାନୁଆରୀ ଠାରୁ ୩୦ ଏପ୍ରିଲ ଯାଏଁ ଟିକା ନେଇସାରିଥିଲେ । ଏମାନଙ୍କ ମଧ୍ୟରୁ ୯୩.୪ ପ୍ରତିଶତ ଲୋକେ କୋଭିସିଲ୍ଡ ଟିକା ଲଗାଇଥିଲେ ଓ ଅନ୍ୟମାନେ କୋଭାକ୍ସିନ୍ ଲଗାଇଥିଲେ । ଗବେଷଣାରେ ସାମିଲ ଲୋକଙ୍କ ମଧ୍ୟରୁ ୭ ହଜାର ୮୦ ସଦସ୍ୟଙ୍କୁ ଉଭୟ ଡୋଜ୍ ମିଳିସାରିଥିଲା । ଏମାନଙ୍କ ମଧ୍ୟରୁ ୬୭୯ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେବା ପରେ ୬୪ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୪ ଜଣଙ୍କୁ ଅକ୍ସିଜେନ୍ ଥେରାପିର ଆବଶ୍ୟକତା ପଡ଼ିଥିଲା । ତେବେ ଏମାନଙ୍କ ମଧ୍ୟରୁ କେବଳ ୨ ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରିବାକୁ ପଡ଼ିଥିଲା । ଆଉ ଏକ ଆଶ୍ୱସ୍ତିକର ଖବର ଏହା ଯେ, ଏମାନଙ୍କ ମଧ୍ୟରୁ କାହାର ବି ମୃତ୍ୟୁ ହୋଇନାହିଁ । ଗବେଷଣାରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଟିକାର ଉଭୟ ଡୋଜ୍ ନେବା ପରେ ଆଇସିୟୁରେ ଭର୍ତ୍ତି ହେବା ଏବଂ ଅକ୍ସିଜେନ୍ ସପୋର୍ଟର ଆବଶ୍ୟକତା କମ୍ ହୋଇଯାଏ । କରୋନାର ପ୍ରଥମ ଡୋଜ୍ ନେବା ପରେ ହିଁ ଆଇସିୟୁରେ ଭର୍ତ୍ତି ହେବାର ଆବଶ୍ୟକତା ୯୪ ପ୍ରତିଶତ ଯାଏଁ କମିଯାଏ ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ସୁଧୁରୁଛି କରୋନା ସ୍ଥିତି: ୫ ହଜାର ତଳକୁ ଖସିଲା ସଂକ୍ରମିତଙ୍କ ସଂଖ୍ୟା

ମିଛ ନୁହେଁ ନୁସରତଙ୍କ ଗର୍ଭବତୀ ହେବାର ଖବର ସାମ୍ନାକୁ ଆସିଲା ଫଟୋ

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଟିଏମସି ସାଂସଦ ତଥା ବଙ୍ଗାଳୀ ଚଳଚ୍ଚିତ୍ରର ଅଭିନେତ୍ରୀ ନୁସରତ ଜାହାଂ । କିଛିଦିନ ହେବ ସେ ଗର୍ଭବତୀ ହେବା ଚର୍ଚ୍ଚାରେ ଥିବା ବେଳେ ଏବେ ସେ ତାଙ୍କ ବେବି ବମ୍ପର ଫଟୋ ପୁଣି ଚର୍ଚ୍ଚାରେ ଆସିଛି । ତାଙ୍କ ସ୍ୱାମୀ ନିଖିଲ ଜୈନ ଅଭିନେତ୍ରୀଙ୍କ ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏବଂ ଏହାର ଉତ୍ତରରେ ଅଭିନେତ୍ରୀ ମଧ୍ୟ ତାଙ୍କ ସ୍ୱାମୀଙ୍କ ଉପରେ ଅନେକ ଅଭିଯୋଗ ଲଗାଇଛନ୍ତି ।

ଉଭୟଙ୍କ ବିବାହ ଏବେ ଭାଙ୍ଗିବା ଉପରେ। ବର୍ତ୍ତମାନ ଅଭିନେତ୍ରୀଙ୍କ ଗର୍ଭବତୀ ଖବର ମଧ୍ୟରେ ତାଙ୍କର ପ୍ରଥମ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ସେ ତାଙ୍କ ବେବି ବମ୍ପ ସହ ନଜର ଆସିଛନ୍ତି । ତାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ୟୁଜର୍ସ ବିଭିନ୍ନ ପ୍ରକାରର ମତାମତ ଦେଉଛନ୍ତି ।

ନୁସରତଙ୍କ ଏହି ଫଟୋ ସାମ୍ନାକୁ ଆସିବା ପରେ ତାଙ୍କ ଗର୍ଭବତୀ ହେବାର ଖବର ମଧ୍ୟ ସ୍ପଷ୍ଟ ହୋଇଛି। ତେବେ ନୁସରତ ଜାହାଂ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଖବରେ ଉପରେ ଉପରେ ନୀରବ ରହିଛନ୍ତି । ଭାଇରାଲ ହେଉଥିବା ଫଟୋରେ ନୁସରତ ଜାହାଂଙ୍କ ସହ ଶ୍ରାବନ୍ତି ଚାଟାର୍ଜୀ ମଧ୍ୟ ନଜର ଆସିଛନ୍ତି। ଏଥି ସହିତ ଅଭିନେତ୍ରୀଙ୍କ ସ୍ୱାମୀ ଦାବି କରିଛନ୍ତି ଯେ ଦୁହେଁ ୬ ମାସ ହେବ ଏକାଠି ନାହାଁନ୍ତି ଏବଂ ତେଣୁ ଏହି ପିଲାଟି ତାଙ୍କର ନୁହେଁ। ନିଖିଲ ଜୈନଙ୍କ ଅନୁଯାୟୀ, କିଛି ମାସ ହେବ ଦୁହିଁଙ୍କ ମଧ୍ୟରେ କୌଣସି ବାର୍ତ୍ତାଳାପ ମଧ୍ୟ ନାହିଁ। ଏପରି ପରିସ୍ଥିତିରେ, ନୁସରତଙ୍କ ସନ୍ତାନ ତାଙ୍କର ନୁହେଁ ବୋଲି ନିଖିଲ ସ୍ପଷ୍ଟ ଭାବେ କହିଛନ୍ତି ।

ସୂଚନା ଯୋଗ୍ୟ ଯେ, ପୂର୍ବରୁ ବଙ୍ଗଳା ଚଳଚ୍ଚିତ୍ର ଅଭିନେତା ତଥା ନେତା ୟଶ ଦାସଗୁପ୍ତଙ୍କ ସହ ନୁସରତଙ୍କ ସମ୍ପର୍କ ଥିବା ଖବର ମଧ୍ୟ ଆସିଥିଲା। ଯେଉଁଥିରେ ଅଭିନେତ୍ରୀ ୟଶ ଦାସଗୁପ୍ତଙ୍କ ସହ ଛୁଟିରେ ଯାଇଥିଲେ ବୋଲି ମଧ୍ୟ ଦାବି କରାଯାଇଥିଲା। କିନ୍ତୁ, ନୁସରତ ଜାହାଂ କିମ୍ବା ୟଶ ଦାସଗୁପ୍ତ ଏହି ରିପୋର୍ଟକୁ ନିଶ୍ଚିତ କରି ନଥିଲେ । ନିଖିଲ ଜୈନ ଏବଂ ନୁସରତ ଜାହାନଙ୍କ ମଧ୍ୟରେ ମତାନ୍ତରର କାରଣ ୟଶ ଦାସଗୁପ୍ତ ବୋଲି କୁହାଯାଉଛି। ବାଂଲାଦେଶର ବିବାଦୀୟ ଲେଖକ ତସଲିମା ନାସିରିନ୍ ମଧ୍ୟ ଏହି ପ୍ରସଙ୍ଗରେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ସେ ନୁସରତ ଜାହାଂଙ୍କୁ ନିଖିଲ ଜୈନଙ୍କଠାରୁ ଛାଡପତ୍ର ନେବାକୁ ପରାମର୍ଶ ଦେଇଛନ୍ତି।

ଓଡ଼ିଶା ପୋଲିସରେ ନିଯୁକ୍ତି ପାଇପାରିବେ କିନ୍ନର: ବିଜ୍ଞପ୍ତି ପ୍ରକାଶ କଲେ ରାଜ୍ୟ ସରକାର

ଭୁବନେଶ୍ୱର: କିନ୍ନରଙ୍କ ପାଇଁ ଖୁସି ଖବର । ଓଡ଼ିଶା ପୋଲିସରେ ନିଯୁକ୍ତି ପାଇପାରିବେ କିନ୍ନର । ୪୭୭ ସବ ଇନ୍ସପେକ୍ଟର ପଦବୀ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଜୁଲାଇ ୧୫ ସୁଦ୍ଧା ଆବେଦନ କରିବାକୁ ସମୟ ଧାର୍ଯ୍ୟ ହୋଇଛି । ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତିକୁ ବିଭିନ୍ନ କିନ୍ନର ସଙ୍ଘ ପକ୍ଷରୁ ସ୍ୱାଗତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି କିନ୍ନର ନେତ୍ରୀ ମୀରା ପରିଡ଼ା । ସେହିପରି ୨୪୪ କନେଷ୍ଟବଳ ପଦବୀ ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ମଧ୍ୟ କିନ୍ନର ବା ତୃତୀୟ ଲିଙ୍ଗଙ୍କ ପାଇଁ ରହିଛି ସୁଯୋଗ ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ସୁଧୁରୁଛି କରୋନା ସ୍ଥିତି: ୫ ହଜାର ତଳକୁ ଖସିଲା ସଂକ୍ରମିତଙ୍କ ସଂଖ୍ୟା

ରାଜ୍ୟରେ ସୁଧୁରୁଛି କରୋନା ସ୍ଥିତି: ୫ ହଜାର ତଳକୁ ଖସିଲା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ସୁଧୁରୁଛି କରୋନା ସ୍ଥିତି । ଗ୍ରୀନ ଜୋନ୍‌ରେ ୧୨ଜିଲ୍ଲା । ୭ପ୍ରତିଶତକୁ ଖସିଲା ପଜିଟିଭି ହାର । ୨୪ ଘଣ୍ଟାରେ ୬୭ହଜାର ୧୨୨ ଟେଷ୍ଟିଂ ହୋଇଥିବା ବେଳେ ରେଡ୍ ଜୋନରେ ରହିଛି ୯ ଜିଲ୍ଲା । ଦିନକରେ ଆଉ ୪ହଜାର ୮୫୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୮ହଜାର ୫୧୬ । ସେହିପରି ୪୭ ଜଣଙ୍କ ଜୀବନ ନେଇଛି କିଲର ଭାଇରସ୍ । ଦିନକରେ କ୍ବାରେଣ୍ଟାଇନରୁ ୨ହଜାର ୭୬୫, ଲୋକାଲ କେସ୍ ରହିଛି ୨ ହଜାର ୮୭ । ଖୋର୍ଦ୍ଧାରୁ ସର୍ବାଧିକ ୬୪୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, କଟକରୁ ୫୦୫, ଯାଜପୁରରୁ ୩୮୨, ବାଲେଶ୍ବରରୁ ୩୬୪, କେନ୍ଦ୍ରାପଡାରୁ ୨୮୭, ଅନୁଗୁଳରୁ ୨୭୫, ପୁରୀରୁ ୨୩୭, ଭଦ୍ରକରୁ ୨୨୨, ମୟୂରଭଞ୍ଜରୁ ୨୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁରରୁ ୧୮୦, ସୁନ୍ଦରଗଡ଼ରୁ ୧୫୭, ଢେଙ୍କାନାଳରୁ ୧୫୦, ନୟାଗଡ଼ରୁ ୧୩୬, ନବରଙ୍ଗପୁରରୁ ୧୦୮, ରାୟଗଡ଼ାରୁ ୧୦୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଷ୍ଟେଟପୁଲରୁ ୯୮, କେନ୍ଦୁଝରରୁ ୯୬, ମାଲକାନଗିରିରୁ ୮୯, କୋରାପୁଟରୁ ୮୮, କନ୍ଧମାଳରୁ ୮୩, ବରଗଡ଼ରୁ ୬୧, କଳାହାଣ୍ଡିରୁ ୬୦, ବୌଦ୍ଧରୁ ୫୭, ଗଜପତିରୁ ୪୮, ସମ୍ବଲପୁରରୁ ୪୧, ଗଞ୍ଜାମରୁ ୪୦, ସୋନପୁରରୁ ୩୫, ବଲାଙ୍ଗୀରରୁ ୩୧, ନୂଆପଡାରୁ ୨୨, ଦେବଗଡ଼ରୁ ୨୦, ଜଗତସିଂହପୁରରୁ ୧୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୮ଲକ୍ଷ ୪୭ହଜାର ୩୧୩ ଥିବା ବେଳେ ମୋଟ୍ ସୁସ୍ଥ ହେଲେଣି ୭ଲକ୍ଷ ୮୧ହଜାର ୪୮୮, ଆକ୍ଟିଭ କେସ୍ ୬୨ହଜାର ୫୧୫ ।

ଏଥିସହିତ ପଢ଼ନ୍ତୁ: ମୌସୁମୀ ବାୟୁ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା: ୫ ଜିଲ୍ଲାକୁ ରେଡ ଓ୍ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର

୨୭ ସମ୍ୱେଦନଶୀଳ ଅଞ୍ଚଳ ଚିହ୍ନଟ: ସଜାଗ ଅଗ୍ନିଶମ କର୍ମଚାରୀ

ଭୁବନେଶ୍ୱର: ଓଡିଶା ଛୁଇଁଲା ମୌସୁମୀ । ଏହା ସହିତ ଲଘୁଚାପ ଜନିତ ବର୍ଷା । ପାଣିପାଗ ବିଭାଗର ପୂର୍ବାନୁମାନ ପରେ ଏବେ ଚିନ୍ତାରେ ରାଜଧାନିବାସୀ । ଖାସ କରି ଖାଲୁଆ ଅଞ୍ଚଳବାସୀଙ୍କର ଦୁଃଖ ବଢିଛି । ସେପଟେ ବର୍ଷା ସମୟରେ ଓ ପରବର୍ତ୍ତୀ କୁତ୍ରିମ ବନ୍ୟା ଅଥବା ଜଳବନ୍ଦୀ ସମସ୍ୟାକୁ ନେଇ ଆଗୁଆ ପ୍ରସ୍ତୁତ ହୋଇଛି ବିଏମସି । ବର୍ଷା ଦିନ ଆସିଲେ ଧରାପଡେ ସ୍ମାର୍ଟସିଟିର ଅସଲି ଚିତ୍ର । ରାସ୍ତା ଉପରେ ଲହଡି ମାରେ ଆଣ୍ଠୁଏ ପାଣି । ଜଳବନ୍ଦୀରେ ରୁହନ୍ତି ତଳୁଆ ଅଞ୍ଚଳ ଲୋକେ । ସମସ୍ୟାର ସମାଧାନ ପାଇଁ ଆଗୁଆ ଅଣ୍ଟା ଭିଡ଼ିଛି ଭିଡିଛି ବିଏମସି । ସ୍ମାର୍ଟସିଟି ଭୁବନେଶ୍ୱର । ହେଲେ ଏମିତି ଅନେକ ଅଞ୍ଚଳ ରହିଛି, ଯେଉଁଠି ସାମାନ୍ୟ ବର୍ଷା ହେଲେ ଲୋକଙ୍କୁ ବିତାଇବାକୁ ପଡେ ଜଳବନ୍ଦୀ ଜୀବନ । ବର୍ଷା ଜଳ ନିଷ୍କାସନରେ ସମସ୍ୟା ଯୋଗୁଁ ସୃଷ୍ଟି ହୁଏ କୁତ୍ରିମ ବନ୍ୟା । ଏବେ ଓଡିଶା ଛୁଇଁଛି ମୌସୁମୀ । ସେପଟେ ଲଘୁଚାପ ଜନିତ ପ୍ରବଳ ବର୍ଷାର ଚିନ୍ତା ଘାରିଛି ରାଜଧାନିବାସୀଙ୍କୁ । ତେବେ ବର୍ଷା ଦିନ ପୂର୍ବରୁ ବିଏମସି ପକ୍ଷରୁ ଆରମ୍ଭ ହୋଇଥିବା କାମ କାରୋନା କଟକଣା ଯୋଗୁଁ ଅସମ୍ପୂର୍ଣ୍ଣ ରହିଛି । ଏଣୁ ପ୍ରତିବର୍ଷ ଭଳି ପୁଣି ଏଥର ସମାନ ସମସ୍ୟା ଉପୁଜିବା ନେଇ ସୃଷ୍ଟି ହୋଇଛି ଆଶଙ୍କା । ତେବେ ପ୍ରସ୍ତୁତ ଭୁବନେଶ୍ୱର ଲୋକେ ।ବର୍ଷା ପାଇଁ ଆଗୁଆ ପ୍ରସ୍ତୁତ ହୋଇଛି ବିଏମସି । ନାଳ ମରାମତି ଓ ପୁନଃରୁଦ୍ଧାର କାର୍ଯ୍ୟ ବହୁ ପୂର୍ବରୁ ହାତକୁ ନିଆଯାଇଛି । ମୋଟ ୨୭ଟି ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ କରି ୧୬ଟିରେ ଅଗ୍ନିଶମ ଓ ଅବଶିଷ୍ଟ ୧୧ଟିରେ ବିଏମସି ପକ୍ଷରୁ ମୋଟର ପମ୍ପ ଲଗାଯାଇଛି । ସବୁ ସ୍ଥାନରେ ଅପରେଟର ଓ ଅଗ୍ନିଶମ କର୍ମଚାରୀଙ୍କୁ ୨୪ ଘଣ୍ଟିଆ ନିୟୋଜିତ କରାଯାଇ ସଜାଗ ଥିବା ବିଏମସି ପକ୍ଷରୁ ସ୍ପଷ୍ଟ କରାଯାଇଛି । ସ୍ମାର୍ଟସିଟିର ବିଭିନ୍ନ ସ୍ଥାନରେ ଜବରଦଖଲ ଯୋଗୁଁ ବର୍ଷାଜଳ ନିଷ୍କାସନ ହେବାରେ ସୃଷ୍ଟି ହେଉଛି ସମସ୍ୟା । ଭୁବନେଶ୍ୱର ଜବରଦଖଲ ମୁକ୍ତ ହେଲେ ଜଳବନ୍ଦୀରୁ ମୁକ୍ତହେବେ ରାଜଧାନିବାସୀ। ।

ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ କବିତା ପୁସ୍ତକ ’ବିୟଣ୍ଡ ହିୟର ଆଣ୍ଡ ଅଦର ପୋଏମ୍ସ’ ଲୋକାର୍ପିତ

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଦ୍ୱାରା ଲିଖିତ ଇଂରାଜୀ କବିତା ପୁସ୍ତକ ‘ବିୟଣ୍ଡ ହିୟର ଆଣ୍ଡ ଅଦର ପୋଏମ୍ସ’କୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ୬୧ଟି କ୍ଷୁଦ୍ର ପଦ୍ୟ ସମ୍ଭଳିତ ପୁସ୍ତକ ପ୍ରକାଶକ ହେଉଛନ୍ତି ନୂଆଦିଲ୍ଲୀ ସ୍ଥିତ ହର୍ ଆନନ୍ଦ ପବ୍ଳିକେସନ୍ । ଶ୍ରୀ ସେଠୀଙ୍କ ରଚିତ ଏହି ଏହି କବିତା ପୁସ୍ତକରେ ଜୀବନର ଅନୁଭୂତି, ମୃତ୍ୟୁର ଉପଲବ୍ଧି ଓ ଦାର୍ଶନିକ ଅନୁଧ୍ୟାନର ଏକ ପ୍ରତିଫଳନ । ମୋଟାମୋଟି ଭାବେ ଏହି ପୁସ୍ତକ ଏକ ଯାତ୍ରା ଯାତ୍ରା ଯାହା ଜୀବନର ଅସଂଖ୍ୟ ପ୍ରକାର ଭେଦ ଓ ତାହା ପରର ଅଜ୍ଞାତ ଜଗତକୁ ଖୋଜିବାକୁ ଚେଷ୍ଟା କରିଛି । ତେବେ ଏହି  ପୁସ୍ତକର ମୁଖବନ୍ଧ ଲେଖିଛନ୍ତି ପ୍ରତିଷ୍ଠିତ କବି ହରପ୍ରସାଦ ଦାସ । ୧୬୧ ପୃଷ୍ଠା ବିଶିଷ୍ଟ ଏହି ପୁସ୍ତକ ପ୍ରଚ୍ଛଦ ଆଙ୍କିଛନ୍ତି ବିଶିଷ୍ଟ ଚିତ୍ରଶିଳ୍ପୀ ଗଜେନ୍ଦ୍ର ସାହୁ । ସୂଚନାଯୋଗ୍ୟ ଯେ, ଶ୍ରୀ ସେଠୀ ସମ୍ପ୍ରତି ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟରତ । ଏହା ସହ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି । ଜଣେ ଉଚ୍ଚକୋଟୀର ସାରସ୍ୱତ ସ୍ରଷ୍ଟା ଭାବେ ସେ ପରିଚିତ ।

ଏଥିସହିତ ପଢ଼ନ୍ତୁ: ମୌସୁମୀ ବାୟୁ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା: ୫ ଜିଲ୍ଲାକୁ ରେଡ ଓ୍ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର