spot_img
Home Blog Page 5621

ସହଯୋଗୀଙ୍କୁ ଦୁଷ୍କର୍ମ ମାମଲା, ତରୁଣ ତେଜପାଲ ନିର୍ଦ୍ଦୋଷରେ ଖଲାସ

ଗୋଆ: ତେହେଲକା ପତ୍ରିକାର ପୂର୍ବତନ ମୁଖ୍ୟ ସମ୍ପାଦକ ତରୁଣ ତେଜପାଲଙ୍କୁ ବଡ଼ ଆଶ୍ବସ୍ତି । ସହଯୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲାରେ ତେଜପାଲଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଗୋଆ ସେସନ କୋର୍ଟ ।  ୨୦୧୩ ମସିହାରେ ଏକ ହୋଟେଲରେ ନିଜ ସହଯୋଗୀଙ୍କୁ ଦୁଷ୍କର୍ମ କରିଥିବା ନେଇ ତେଜପାଲଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ।

ଯୌନ ଉତ୍ପୀଡ଼ନ ଓ ଦୁଷ୍କର୍ମ ମାମଲାରେ ଗୋଆ ସେସନ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ମୁକ୍ତ କରିଛନ୍ତି । ୨୦୧୭ରୁ ମାମଲାର ଶୁଣାଣି ଚାଲିଥିବା ବେଳେ ଆଜି ରାୟ ପ୍ରକାଶ ପାଇଛି । ଅତିରିକ୍ତ ବିଚାରପତି ଜଷ୍ଟିସ କେ ଯୋଶୀ ମାମଲାର ଶୁଣାଣି କରି ତେଜପାଲଙ୍କୁ ଦୋଷମୁକ୍ତ କରିଛନ୍ତି ।

ତରୁଣ ତେଜପାଲଙ୍କ ବିରୋଧରେ ଆଇପିସିର ଧାରା ୩୪୨, ୩୫୪, ୩୫୪(ଏ), ୩୭୬ (୨), ଓ ୩୭୬ (୨) (କେ)ରେ ମକଦ୍ଦମା ଚାଲିଥିଲା ।

ରାଜ୍ୟର ୮୦ ପ୍ରତିଶତ ଆଇସିୟୁ, ୫୦ ପ୍ରତିଶତ ଭେଣ୍ଟିଲେଟରରେ ରୋଗୀ,

ଭୁବନେଶ୍ୱର: ଟେଷ୍ଟିଂ ବଢ଼ିବାରୁ ରାଜ୍ୟରେ ବଢ଼ୁଛି ସଂକ୍ରମଣ ଓ ମୃତ୍ୟୁସଂଖ୍ୟା । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଏବେ ରାଜ୍ୟରେ ୮୦ ପ୍ରତିଶତ ଆଇସିୟୁରେ ରୋଗୀ ଅଛନ୍ତି । ୫୦ ପ୍ରତିଶତରୁ ଅଧିକ ଭେଣ୍ଟିଲେଟରରେ କରୋନା ଆକ୍ରନ୍ତଙ୍କ ଚିକିତ୍ସା କରାଯାଉଛି । ବହୁତ ଗୁରୁତର ଲୋକେ ଏବେ ମେଡିକାଲରେ ଅଛନ୍ତି । ସେ ଦୃଷ୍ଟିରୁ ମୃତ୍ୟୁ ସଂଖ୍ୟା ଏବେ ଟିକିଏ ବଢ଼ିବ । ମେ ୧୫ରୁ ୨୦ ତାରିଖକୁ ଦେଖିଲେ ମୃତ୍ୟୁସଂଖ୍ୟା ବଢ଼ୁଥିବା ଜଣାପଡ଼ୁଛି ।

ଯେତିକି ରୋଗୀ ମେଡିକାଲରେ ଅଛନ୍ତି ସେମାନଙ୍କ ଭିତରୁ କିଛି ସୁସ୍ଥ ହେବେ ନଚେତ୍ କିଛି ଜଣ ମୃତ୍ୟୁବରଣ କରିବେ । ସେହି ଅନୁପାତରେ ମୃତ୍ୟୁ ସଂଖ୍ୟା ବଢ଼ିବାର ଆକଳନ କରାଯାଉଛି । ମେ ମାସ ଶେଷ ବେଳକୁ ରାଜ୍ୟରେ ସଂକ୍ରମଣ କମିବ ବୋଲି ଆମେ ଆଶା ରଖିଛୁ । କରୋନାର ପ୍ରଥମ ଲହରରେ ୧୮ ବର୍ଷ ତଳକୁ ୧୦ ପ୍ରତିଶତ ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ଯୁବବର୍ଗ ଅଧିକ ସଂକ୍ରମିତ ହେଉଛନ୍ତି । ଯେହେତୁ ଭ୍ୟାକ୍ସିନ ନଥିଲା ତେଣୁ ବର୍ତ୍ତମାନ ଡେଥ୍ ରେଟ ବଢ଼ୁଛି । ଯେତେ ଶୀଘ୍ର ଆମେ ଭ୍ୟାକ୍ସିନେସନ ସାରିବା ସେହି ଅନୁପାତରେ ମୃତ୍ୟୁହାର କମିବ ।

ଆମେ ଧୀରେ ଧୀରେ ଆଇସିୟୁ ବଢ଼ାଉଛୁ । ଆଜି ବି କିମ୍ସ ହସ୍ପିଟାଲରେ ଆଇସିୟୁ ବଢ଼ାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ବ୍ଲାକ ଫଙ୍ଗସ ଥିଲା, ହ୍ଵାଇଟ ଫଙ୍ଗସ୍ ବି ପୂର୍ବରୁ ରହିଥିଲା । ଲୋକ ମାନେ ଭୟଭୀତ ହୁଅନ୍ତୁ ନାହିଁ । ମାଲେରିଆ, ଯକ୍ଷ୍ମା ଭଳି ବ୍ଲାକ ଫଙ୍ଗସକୁ କେବଳ ନୋଟିଫାଏଡ୍ ଡିଜିଜି ବୋଲି ଘୋଷଣା କରାଯାଇଛି । ସମସ୍ତ ନୋଟିଫାଏଡ୍ ଡିଜିଜି ମହାମାରୀ ନୁହେଁ । ଅର୍ଥାତ ଯେଉଁଠି ରୋଗୀ ଚିହ୍ନଟ ହେବେ ତୁରନ୍ତ ସରକାରଙ୍କୁ ଜଣାଇବେ । ଆମ ରାଜ୍ୟରେ ୧୦ ଜଣ ଭିତରେ ବ୍ଲାକ ଫଙ୍ଗସ ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି ।

ଲାଲ୍ ବାହିନୀକୁ କରୋନା ଭୟ, ଆତ୍ମସମର୍ପଣ କଲେ ୪ ମାଓବାଦୀ

ମାଲକାନଗିରି: ଲାଲଗଡ଼ରେ କିଲର୍ ଭାଇରସ୍ କରୋନା । ମାଓଗଡ଼ରେ କରୋନା ପଶିବା ପରେ ଛାନିଆଁ ହୋଇ ପଡ଼ିଛନ୍ତି ନକ୍ସଲ । ଚିକିତ୍ସା ପାଇଁ ଏଣେତେଣେ ଘୁରି ବୁଲିବା ପରେ ଆତ୍ମସମର୍ପଣ କରୁଛନ୍ତି । ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡ଼ାରେ ୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ୨ ମହିଳା ମାଓବାଦୀଙ୍କ ସମେତ ୨ ଜଣ ପୁରୁଷ ଜିଲ୍ଲା ପୋଲିସ୍ ନିକଟରେ ଆତ୍ମମର୍ପଣ କରିଛନ୍ତି ।

 4 Naxals Surrendered In Dantewada After Covid Positive

ଆତ୍ମସମର୍ପଣ କରିବା ପରେ ସମସ୍ତ ୪ ଜଣ ମାଓବାଦୀଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା । ସେଥିମଧ୍ୟରୁ ୩ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିଛି । ପୂର୍ବରୁ ମାଓ ସଙ୍ଗଠନରେ କରୋନା ବ୍ୟାପି ସାରିଥିବା ବେଳେ ଗ୍ରାମାଞ୍ଚଳର ଲୋକମାନଙ୍କୁ ମାଓବାଦୀଙ୍କ ବୈଠକରେ ସାମିଲ ନହେବାକୁ ଅପିଲ କରିଛନ୍ତି ଏସପି ଅଭିଷେକ ପଲ୍ଲବ ।

ଗଡ଼ଚିରୋଲିରେ ପୋଲିସର ଏନକାଉଣ୍ଟର, ୧୩ ନକ୍ସଲ ନିହତ

ନାଗପୁର: ମହାରାଷ୍ଟ୍ରରେ ଲାଲ୍‌ ବାହିନୀକୁ ଝଟକା । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୧୩ ନକ୍ସଲ ନିହତ ହୋଇଛନ୍ତି । ମହାରାଷ୍ଟ୍ରର ଗଡ଼ଚିରୋଲି ଫରେଷ୍ଟରେ ନକ୍ସଲ-ସୁରକ୍ଷାକର୍ମୀ ଗୁଳି ବିନିମୟ ବେଳେ ୧୩ ନକ୍ସଲ ନିହତ ହୋଇଛନ୍ତି । ଆଜି ସକାଳୁ ସୁରକ୍ଷାକର୍ମୀମାନେ ମାଓ କ୍ୟାମ୍ପ ଉପରେ ହମଲା କରିଥିଲେ ।

ଏହି ସମୟରେ ୧୩ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ କ୍ୟାମ୍ପରୁ କେତେକ ମାରଣାସ୍ତ୍ର, ବନ୍ଧୁକ, ଗୁଳି ଆଦି ଜବତ କରାଯାଇଛି । କାସାନସୁର ଦଲାମର ମାଓବାଦୀମାନେ ଗ୍ରାମବାସୀଙ୍କ ସହ ଏକ ବୈଠକ ଆୟୋଜନ କରୁଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । ତେବେ ବୈଠକ ପୂର୍ବରୁ ମାଓକ୍ୟାମ୍ପରେ ସୁରକ୍ଷାକର୍ମୀମାନେ ଆକ୍ରମଣ କରିଥିଲେ ।

ଅପରାହ୍ଣରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ କ୍ୟାବିନେଟ୍ ବୈଠକ

ଭୁବନେଶ୍ୱର: ଆଜି ଅପରାହ୍ଣରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିସବାକୁ ଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯିବ ।

State Cabinet Meeting To Held Today In Chairmanship Of CM

ଅପରାହ୍ଣ ୫ଟା ୩୦ରେ କ୍ୟାବିନେଟ୍ ବୈଠକ ବସିବ । ରାଜ୍ୟରେ କରୋନା ମୁକାବିଲା ନେଇ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ । ବିଦେଶରୁ କୋଭିଡ୍ ଟିକା ଆମଦାନୀ ପାଇଁ ଗ୍ଲୋବାଲ୍ ଟେଣ୍ଡରକୁ କ୍ୟାବିନେଟ ବୈଠକରେ ମଞ୍ଜୁରୀ ମିଳିପାରେ ।

ଏଥିସହ ପଢ଼ନ୍ତୁ: କୋଭିଡ୍ ଟିକା ପାଇଁ ଗ୍ଲୋବାଲ୍ ଇ-ଟେଣ୍ଡର ଆହ୍ୱାନ କଲା ଓଡ଼ିଶା ରାଜ୍ୟ ଔଷଧ ନିଗମ

ରାଉରକେଲା ଇସ୍ପାତ କାରଖାନାର ୨୫୨୫ ଜଣ କର୍ମଚାରୀ କରୋନା ପଜିଟିଭ୍

ରାଉରକେଲା: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୧୨ ହଜାର ଉପରେ ରହିଛି । ଅନ୍ୟପଟେ ସୁନ୍ଦରଗଡ଼ ଜିଲ୍ଲାରେ ଦୈନିକ ସଂକ୍ରମଣ ମାମଲା ଖସିବାରେ ଲାଗିଛି । ଜିଲ୍ଲାରେ ଦୈନିକ ମାମଲା ହ୍ରାସ୍ ପାଉଥିବା ବେଳେ ଆରଏସପିରୁ ୨୫ ଶହରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।

ଏଥିସହ ପଢ଼ନ୍ତୁ: ଦୈନିକ ସଂକ୍ରମଣରେ ନୂଆ ରେକର୍ଡ, ୨୪ ଘଣ୍ଟାରେ ୧୨ ହଜାର ୫୨୩ ଆକ୍ରାନ୍ତ ଚିହ୍ନଟ

ରାଉରକେଲା ଇସ୍ପାତ କାରଖାନାରେ ୨୫୨୫ ଜଣ କର୍ମଚାରୀ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି । ସେଥି ମଧ୍ୟରୁ ୧୭୨୫ ଜଣ କର୍ମଚାରୀ ସୁସ୍ଥ ହୋଇ ସାରିଥିବା ବେଳେ ଅନ୍ୟ ୮ ଶହ ଜଣ କର୍ମଚାରୀ କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ରାଉରକେଲା ଇସ୍ପାତ କାରଖାନା ଭିତରେ କୋଭିଡ୍ ଗାଇଡଲାଇନ୍ କଡ଼ାକଡ଼ି କରାଯାଇଥିବା ପିଆର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୁନ୍ଦରଗଡ଼ ଜିଲ୍ଲାରେ ଏଯାବତ୍ ୪୮ ହଜାର ୯୫୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩୯ ହଜାର ୯୭୫ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୨୩୬ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ଜିଲ୍ଲାରେ ୮ ହଜାର ୭୪୨ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି  ।

ଦେଶରେ କମିଲା ଦୈନିକ ସଂକ୍ରମଣ ମାମଲା, ବଢ଼ିଲା ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କମିଲା ଦୈନିକ କରୋନା ସଂକ୍ରମଣ ମାମଲା । ହେଲେ କମୁନି ଦୈନିକ ମୃତ୍ୟୁ । ଗତ ୨୪ ଘଣ୍ଟାରେ ଦେଶରୁ ଆଉ ୨ ଲକ୍ଷ ୫୯ ହଜାର ୫୯୧ଟି ପଜିଟିଭ୍ ମାମଲା ଚିହ୍ନଟ ହୋଇଛନ୍ତି । ୪ ହଜାର ୨୦୯ ସଂକ୍ରମିତଙ୍କ ଜୀବନ ନେଇଛି କିଲର କରୋନା । ଦିନକରେ ୩ ଲକ୍ଷ ୫୭ ହଜାର ୨୯୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଦେଶରେ କରୋନାର ସ୍ଥିତି

ମୋଟ କରୋନା ମାମଲା–  କୋଟି ୬୦ ଲକ୍ଷ ୩୧ ହଜାର ୯୯୧

ମୋଟ ସୁସ୍ଥ–  କୋଟି ୨୭ ଲକ୍ଷ ୧୨ ହଜାର ୭୩୫

ମୋଟ ମୃତ୍ୟୁ–  ଲକ୍ଷ ୯୧ ହଜାର ୩୩୧

ସକ୍ରିୟ ସଂକ୍ରମଣ ମାମଲା– ୩୦ ଲକ୍ଷ ୨୭ ହଜାର ୯୨୫

ମୋଟ ଟିକାକରଣ– ୧୯ କୋଟି ୧୮ ଲକ୍ଷ ୭୯ ହଜାର ୫୦୩

ଦେଶରେ କରୋନା ମୃତ୍ୟୁହାର ୧.୧୧ ପ୍ରତିଶତ ରହିଥିବା ବେଳେ ସୁସ୍ଥତା ହାର ୮୬ ପ୍ରତିଶତ ରହିଛି । ସକ୍ରିୟ ମାମଲା ହ୍ରାସ ପାଇ ୧୨ ପ୍ରତିଶତ ରହିଛି । ସକ୍ରିୟ ସଂକ୍ରମଣ ମାମଲାରେ ବିଶ୍ୱରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ମୋଟ ସଂକ୍ରମିତ ମାମଲାରେ ମଧ୍ୟ ବିଶ୍ୱରେ ଭାରତ ଦ୍ୱିତୀୟ ସ୍ଥାନରେ ଅଛି । ଯେତେବେଳେ କି ଆମେରିକା, ବ୍ରାଜିଲ୍ ପରେ ସର୍ବାଧିକ କରୋନା ମୃତ୍ୟୁ ଭାରତରେ ହେଉଛି ।

୧୧ ଦିନର ସଂଘର୍ଷ ପରେ ଇସ୍ରାଏଲ୍-ହମାସ୍ ଅସ୍ତ୍ରବିରତି ପାଇଁ ରାଜି

ଗାଜା: ଦୀର୍ଘ ୧୧ ଦିନର ଯୁଦ୍ଧ ପରେ ଏବେ ଶାନ୍ତି ନିଦ୍ରାରେ ଶୋଇବେ ଇସ୍ରାଲଏବାସୀ । କାରଣ ଟଳିଛି ଯୁଦ୍ଧ ଆଉ ଶାନ୍ତ ପଡ଼ିଛି ବୋମା ବର୍ଷଣକାରୀ ମେସିନ୍‌। ବୋମା ଆକ୍ରମଣରେ ଶୋଇଯାଇଛି ବଡ଼ ବଡ଼ କୋଠା, ମୃତ୍ୟୁ ମୁହଁକୁ ଠେଲି ହୋଇଯାଇଛନ୍ତି ଅନେକ ନିରୀହ । ଅନେକ କିଛି ହରାଇଲା ପରେ ସ୍ଥିର ପଡ଼ିଛି ସ୍ଥିତି। ଇସ୍ରାଏଲ ଏବଂ ହାମାସ ଗୁରୁବାର ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି । ୧୧ ଦିନ ଧରି ଚାଲିଥିବା ଏହି ଯୁଦ୍ଧ ଗାଜା ପଟ୍ଟିରେ ଆତଙ୍କ ସୃଷ୍ଟି କରିଥିଲା । ଆକାଶରେ ଚାଲିଥିଲା ଅହରହ ବୋମା ବର୍ଷଣ । ଜୀବନ ବଞ୍ଚିବା ଅସମ୍ଭବ ମାତ୍ର ଲାଗୁଥିବା ବେଳେ ୨୦୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।

ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ସୁରକ୍ଷା ମନ୍ତ୍ରୀମଣ୍ଡଳ ଗାଜା ଅଞ୍ଚଳରେ ୧୧ ଦିନ ଧରି ଚାଲିଥିବା ସାମରିକ କାର୍ଯ୍ୟକୁ ବନ୍ଦ କରିବା ପାଇଁ ଏକପାଖିଆ ଅସ୍ତ୍ରବିରତି ମଞ୍ଜୁର କରିଛନ୍ତି । ତେବେ ଯୁଦ୍ଧକୁ ରୋକିବାରେ ବଡ଼ ଭୂମିକା ଗ୍ରହଣ କରିଛି ଆମେରିକା । ଆମେରିକାର ହସ୍ତକ୍ଷେପ ପରେ ଯୁଦ୍ଧ ବନ୍ଦ ହୋଇଛି ବୋଲି ଗଣମାଧ୍ୟମରେ ପ୍ରକାଶିତ ହୋଇଥିବା ଏକ ରିପୋର୍ଟରେ କୁହାଯାଇଛି । ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ନିୟନ୍ତ୍ରଣ ହେଉନଥିବାରୁ ଚାପ ପକାଇଥିଲା ଆମେରିକା ।

ଅସ୍ତ୍ରବିରତି ଘୋଷଣା ଉପରେ ନେତନ୍ୟାହୁଙ୍କ କାର୍ଯ୍ୟାଳୟ କହିଛି ଯେ, ଇସ୍ରାଏଲର ସାମରିକ ମୁଖ୍ୟ ତଥା ଅନ୍ୟ ବରିଷ୍ଠ ସୁରକ୍ଷା ଅଧିକାରୀଙ୍କ ସୁପାରିସ୍ ପରେ ତାଙ୍କ ସୁରକ୍ଷା କ୍ୟାବିନେଟ ମିଶ୍ରର ଅସ୍ତ୍ରବିରତି ପ୍ରସ୍ତାବକୁ ସର୍ବସମ୍ମତି କ୍ରମେ ଗ୍ରହଣ କରିଛି। ବିବୃତିରେ କୁହାଯାଇଛି, ଅପରେସନରେ ମଧ୍ୟ ଉଲ୍ଲେଖନୀୟ ସଫଳତା ହାସଲ କରାଯାଇଛି । ତେବେ ରାଜନୈତିକ ନେତାମାନେ ଗୁରୁତ୍ୱାରୋପ କରିଛନ୍ତି ହମାସ ଉପରେ ହୋଇଥିବା ଆକ୍ରମଣ ଭବିଷ୍ୟତ ସ୍ଥିର କରିବ। ଏଭଳି ବିବୃତି ଦେଇ ଇସ୍ରାଏଲ ପୁଣି ହମାସକୁ ଟାର୍ଗେଟ କରିଛି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି ବିବୃତି ହମାସ ପାଇଁ ଏକ ଧମକ ବୋଲି ଜଣାପଡ଼ଛି।

ଇସ୍ରାଏଲ ହମାସ ଯୁଦ୍ଧ ନେଇଛି ଅନେକଙ୍କ ଜୀବନ । ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ୬୫ ଜଣ ଶିଶୁ ଏବଂ ୩୯ ଜଣ ମହିଳାଙ୍କ ସମେତ ଅତି କମରେ ୨୩୦ ପାଲେଷ୍ଟାଇନ୍‌ବାସୀଙ୍କର ମୃତ୍ୟୁ ଘଟିଛି। ଏଥିସହ ୧ହଜାର ୭୧୦ ଜଣ ଆହତ ହୋଇଛନ୍ତି। ଅନ୍ୟପଟେ ଇସ୍ରାଏଲରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ଇସ୍ରାଏଲ ପକ୍ଷରୁ କୁହାଯାଇଛି।

ସେପଟେ ଯୁଦ୍ଧ ବନ୍ଦ ପାଇଁ ମୁଖ୍ୟ ଭୂମିକା ପାଲଟିଥିବା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ-ଗାଜା ଅସ୍ତ୍ରବିରତି ନେଇ ମତ ରଖିଛନ୍ତି । ଅସ୍ତ୍ରବିରତି ପାଇଁ ବାଇଡେନ ଇସ୍ରାଏଲକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଆତଙ୍କବାଦୀ ଗୋଷ୍ଠୀରୁ ନିଜକୁ ରକ୍ଷା କରିବା ପାଇଁ ଆମେରିକା ଇସ୍ରାଏଲକୁ ସମର୍ଥନ କରିଛି।

ଆଉ ନାକ କିମ୍ବା ଗଳାରେ ପୂରାଇବାକୁ ପଡ଼ିବନି ସ୍ବାବ୍ ଷ୍ଟିକ୍

ନୂଆଦିଲ୍ଲୀ: ସହଜ ଓ ଶସ୍ତା ହେଲା କରୋନା ପରୀକ୍ଷା । ଆଉ ନାକ କିମ୍ବା ଗଳାରେ ସ୍ବାବ୍ ଷ୍ଟିକ୍ ପୂରାଇବାକୁ ପଡ଼ିବନି । ସାଲାଇନ୍ ଗାର୍ଗିଲିଂ ପଦ୍ଧତିରେ ସନ୍ଦିଗ୍ଧଙ୍କଠାରୁ ଗ୍ରହଣ କରାଯିବ ସ୍ୱାବ୍ । ଏହି ନୂତନ ପଦ୍ଧତିର ଆବିଷ୍କାର କରିଛି ନାଗପୁରସ୍ଥିତ ନ୍ୟାସନାଲ ଏନଭାଇରନମେଣ୍ଟାଲ ଇଞ୍ଜିନିୟରିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ବା NEERI । NEERIର ଏହି ପଦ୍ଧତିକୁ ମଞ୍ଜୁରୀ ଦେଇଛି ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ ବା ICMR ।

Neeri’s Covid-19 testing through gargling samples gets ICMR nod

ଏହି ପଦ୍ଧତିରେ କରୋନା ଟେଷ୍ଟିଂ ଲାଗି କୌଣସି ପ୍ରଶିକ୍ଷକ, ଲ୍ୟାବ୍ ଟେକ୍ନିସିଆନଙ୍କ ଆବଶ୍ୟକତା ପଡ଼ିବନାହିଁ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହି ଟେକନିକ୍ ଯୋଗେ ସନ୍ଦିଗ୍ଧଙ୍କୁ ରିପୋର୍ଟ ଶୀଘ୍ର ମିଳିପାରିବ । ତେବେ NEERI ପକ୍ଷରୁ ଆବିଷ୍କୃତ ଏହି ନୂଆ ଟେକନିକ୍ ବିଶ୍ବରେ ପ୍ରଥମ ବୋଲି କୁହାଯାଉଛି । ଶ୍ବାସକ୍ରିୟା ସଂକ୍ରମଣ ମୁକାବିଲା ଲାଗି ଗର୍ଗିଲିଂକୁ ବହୁଳ ଭାବେ ବ୍ୟବହାର କରାଯାଇଥାଏ ।

Neeri’s Covid-19 testing through gargling samples gets ICMR nod

ତେଣୁ କରୋନା ଭୂତାଣୁ ଚିହ୍ନଟ ପାଇଁ ଏହି ଟେକନିକ ବ୍ୟବହାର କରିବାକୁ ଚିନ୍ତା କରିଥିଲୁ ବୋଲି NEERIର ବୈଜ୍ଞାନିକ କ୍ରିଷ୍ଣା ଖେରନାର ସୂଚନା ଦେଇଛନ୍ତି । ଦେଶର ବିଭିନ୍ନ କରୋନା ଟେଷ୍ଟିଂ ସେଣ୍ଟରରେ ଖୁବ୍‌ଶୀଘ୍ର ଗାର୍ଗିଲିଂ ଟେକନିକ୍‌ରେ କରୋନା ସାମ୍ପୁଲ ସଂଗ୍ରହ କରାଯିବ । ଏହି ପଦ୍ଧତିରେ ଟେଷ୍ଟିଂ ପାଇଁ ମାତ୍ର ୬୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।

ସଂକ୍ରମଣ ସହ ବଢ଼ିଲା କରୋନା ମୃତ୍ୟୁ, ୨୪ ଘଣ୍ଟାରେ ସର୍ବାଧିକ ୨୭ ମୃତ

ଭୁବନେଶ୍ୱର: କରୋନା ସଂକ୍ରମଣ ଓ ମୃତ୍ୟୁ ଆଜି ସବୁ ରେକର୍ଡ ଭାଙ୍ଗିଛି । ଦୈନିକ ସଂକ୍ରମଣ ମାମଲା ଭଳି ଦୈନିକ ମୃତ୍ୟୁ ପୂର୍ବ ସବୁ ରେକର୍ଡ ଭାଙ୍ଗିଛି । ୨୪ ଘଣ୍ଟାରେ ରାଜ୍ୟରେ ସର୍ବାଧିକ ୨୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ୨୭ ଆକ୍ରାନ୍ତଙ୍କ ମୃତ୍ୟୁକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୨୪୩୦କୁ ବୃଦ୍ଧି ପାଇଛି ।

ଏଥିସହ ପଢ଼ନ୍ତୁ: ଦୈନିକ ସଂକ୍ରମଣରେ ନୂଆ ରେକର୍ଡ, ୨୪ ଘଣ୍ଟାରେ ୧୨ ହଜାର ୫୨୩ ଆକ୍ରାନ୍ତ ଚିହ୍ନଟ

ବରଗଡ଼ରୁ ଜଣେ, ବଲାଙ୍ଗିରରୁ ଜଣେ, ବୌଦ୍ଧରୁ ଜଣେ, ଗଜପତିରୁ ଜଣେ, ଝାରସୁଗୁଡ଼ାରୁ ଜଣେ, କଳାହାଣ୍ଡିରୁ ୨ ଜଣ, ଖୋର୍ଦ୍ଧାରୁ ୪ ଜଣ, କୋରାପୁଟରୁ ୪ ଜଣ, ନବରଙ୍ଗପୁରରୁ ଜଣେ, ନୂଆପଡ଼ାରୁ ୩ ଜଣ, ପୁରୀରୁ ଜଣେ, ରାୟଗଡ଼ାରୁ ୩ ଜଣ, ସୁବର୍ଣ୍ଣପୁରରୁ ଜଣେ ଏବଂ ସୁନ୍ଦରଗଡ଼ରୁ ୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି  ।

୨୪ ଘଣ୍ଟାରେ ୨୭ ମୃତ୍ୟୁକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ୨୪୩୦ରେ ପହଞ୍ଚିଛି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୬୮ ହଜାର ୪୨୨କୁ ବୃଦ୍ଧି ପାଇଛି  । କରୋନାରୁ ୫ ଲକ୍ଷ ୫୬ ହଜାର ୫୦୧ ଜଣ ସୁସ୍ଥ ହୋଇଥିବା ବେଳେ ଏବେ ରାଜ୍ୟରେ ୧ ଲକ୍ଷ ୯ ହଜାର ୪୩୮ଟି ସକ୍ରିୟ ମାମଲା ରହିଛି  ।