spot_img
Home Blog Page 5785

କାଳବୈଶାଖୀ ବର୍ଷା ନେଇ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: କାଳବୈଶାଖୀ ବର୍ଷା ନେଇ ପାଣିପାଗ ବିଭାଗର ୱେଲୋ ୱାର୍ଣ୍ଣିଂ । ୧୩ ଜିଲ୍ଲାକୁ ଆଗାମୀ ୨ ଘଣ୍ଟା ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କାଳବୈଶାଖୀ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି । ଖୋର୍ଦ୍ଧା, ନୟାଗଡ଼, ପୁରୀ, କଳାହାଣ୍ଡି, ବଲାଙ୍ଗିର, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନବରଙ୍ଗପୁର, ନୂଆପଡ଼ା, କନ୍ଧମାଳ ଓ ମୟୂରଭଞ୍ଜ ଜିଲ୍ଲାକୁ ସତର୍କ ରହିବାକୁ କୁହାଯାଇଛି ।

ଆଗାମୀ ୨ ଘଣ୍ଟା ମଧ୍ୟରେ ଉପରୋକ୍ତ ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ ବିଜୁଳି ସହ ବର୍ଷା ହୋଇପାରେ । ପାଗକୁ ଦେଖି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ କହିଛି ପାଣିପାଗ ବିଭାଗ । ବିଶେଷକରି ବଜ୍ରପାତରୁ ରକ୍ଷା ପାଇବା ଖୋଲା ସ୍ଥାନରେ ନରହି ସୁରକ୍ଷିତ ଜାଗାକୁ ଯିବା ପାଇଁ କୁହାଯାଇଛି ।

ରାମ ମନ୍ଦିର ଫଙ୍କସନ୍ ହଲ ସହ ଅକ୍ସଫୋର୍ଡ କଲେଜକୁ ସିଲ୍ କଲା ବିଏମସି

ଭୁବନେଶ୍ୱର: ରାଜଧାନୀରେ କୋଭିଡ୍ ସଂକ୍ରମଣ ବଢ଼ୁଥିବା ବେଳେ ବିଭିନ୍ନ ହୋଟେଲ ଓ ହଲରେ ଉତ୍ସବ ଉପରେ ବିଏମସି କଟକଣା ଜାରି କରିଛି । କୌଣସି ଉତ୍ସବ ପାଇଁ ବିଏମସି ଠାରୁ ଅନୁମତି ନେବାକୁ କୁହାଯାଇଛି । ତଥାପି ଅଧିକାଂଶ ସ୍ଥାନରେ ବିଏମସି ଠାରୁ ଅନୁମତି ନନେଇ ଅନେକ ଉତ୍ସବ ପାଳନ କରୁଛନ୍ତି ।

BMC Sealed Ram Mandir Function Hall And Oxford College

ଜନପଥସ୍ଥିତ ରାମ ମନ୍ଦିର ଫଙ୍କସନ୍ ହଲରେ ଏକ ଜନ୍ମଦିନ ଉତ୍ସବ ପାଳନ ବେଳେ ବିଏମସି ପକ୍ଷରୁ ଚଢ଼ାଉ କରାଯାଇଥିଲା । ବିଏମସିର ବିନା ଅନୁମତିରେ ଜନ୍ମଦିନ ଉତ୍ସବ ପାଳନ କରାଯାଉଥିବାରୁ ରାମ ମନ୍ଦିର କାର୍ଯ୍ୟକ୍ରମ ହଲକୁ ସିଲ୍ କରି ଦେଇଛି ବିଏମସି । ଏଥିସହ ଜନ୍ମଦିନ ଉତ୍ସବ ଆୟୋଜନକାରୀଙ୍କୁ ବିଏମସି ୫ ହଜାର ଟଙ୍କା ଜରିମାନା କରିଛି । ବିଏମସି ଠାରୁ ଅନୁମତି ନେଇ କାର୍ଯ୍ୟକ୍ରମ ଆୟୋଜନ କରିବାକୁ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।

BMC Sealed Ram Mandir Function Hall And Oxford College

ଅନ୍ୟପଟେ ପଲ୍ଲାସପଲ୍ଲୀସ୍ଥିତ ଅକ୍ସଫୋର୍ଡ କଲେଜ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ମ୍ୟାନେଜମେଣ୍ଟ କଲେଜକୁ ସିଲ୍ କରିଛି ବିଏମସି । କଲେଜ କର୍ତ୍ତୃପକ୍ଷ କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରୁନଥିବାରୁ ବିଏମସି ସିଲ୍ କରିଥିବା ଜଣାପଡ଼ିଛି । ମଙ୍ଗଳବାର ବିଏମସି କର୍ତ୍ତୃପକ୍ଷ ସମାନ ଅଭିଯୋଗରେ ସିଲିକନ୍ ଇନଷ୍ଟିଚ୍ୟୁଟକୁ ମଧ୍ୟ ସିଲ୍ କରି ଦେଇଥିଲେ ।

ଦୈନିକ ଖବର କାଗଜ ‘ସକାଳ’ ପକ୍ଷରୁ ମାଗଣା ହେଲଥ ଚେକ୍ ଅପ୍ କ୍ୟାମ୍ପ

ଭୁବନେଶ୍ୱର: ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ଏହି ଅବସରରେ ଦୈନିକ ଖବର କାଗଜ ‘ସକାଳ’ ପକ୍ଷରୁ ଭୁବନଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ମାଗଣା ହେଲଥ ଚେକ୍ ଅପ୍ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି । ଆମ୍ରି ହସ୍ପିଟାଲ ସହଯୋଗରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ, ବିତରକ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । କରୋନା ସଂକ୍ରମଣର ଡର ଭିତରେ ମଧ୍ୟ ବିତରକ ମାନେ ନିଜ କାମକୁ ସୂଚାରୁ ରୂପେ ତୁଲାଇଛନ୍ତି । ଏଣୁ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନଜରରେ ରଖି ‘ସକାଳ’ ପକ୍ଷରୁ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

Odia Daily Sakal Hosted A Free Health Checkup Camp For Hackers

କାର୍ଯ୍ୟକ୍ରମରେ ଦୈନିକ ଖବର କାଗଜ ‘ସକାଳ’ର ଉପ ମହାପ୍ରବନ୍ଧକ ବିଜୟ କୁମାର ଦାସ , ଉପ ମହାପ୍ରବବନ୍ଧକ ପ୍ରସାର ବିଭାଗ ଜ୍ୟୋତିର୍ମୟ ପାଣିଗ୍ରାହୀ, ଉପ ପ୍ରବନ୍ଧକ ପ୍ରସାର ବିଭାଗ ପ୍ରିୟବ୍ରତ ଦାସ, ସୁଧାଂଶୁ ସାହୁ, ଆକାଶ କୁଣ୍ଡୁ, ପ୍ରବୋଧ ନାୟକ, ଆଲୋକ ସାମଲ ଓ ବିଜୟ କୁମାର ସାସମଲ ଉପସ୍ଥିତ ରହି ଶିବିରର ପରିଚାଳାନା କରିଥିଲେ ।

ଇନ୍ଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା, ଷ୍ଟାଟସ ରିପୋର୍ଟ ଦାଖଲ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଇନ୍ଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା। ତଦନ୍ତର ଅଗ୍ରଗତି ନେଇ ଷ୍ଟାଟସ ରିପୋର୍ଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ମାମଲାର ପରବର୍ତ୍ତୀ ଶୁଣାଣି ଜୁନ ୨୨କୁ ଧାର୍ଯ୍ୟ କରିଛନ୍ତି କୋର୍ଟ । ତେବେ ମାମଲାରେ ଓଟିଭି ଗ୍ରୁପର ୪ ଜଣ କର୍ମଚାରୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗିରଫ ଚାରି ଜଣ ହେଲେ ଅନିରୁଦ୍ଧ ପଣ୍ଡା, କୃଷ୍ଣ ବେହେରା, ସିକ୍ୟୁରିଟି ଗାର୍ଡ ଶ୍ରୀବତ୍ସ ସାମଲ ଓ ବିଜୟ ରାଉତ । ଗତ ଏପ୍ରିଲରେ ଭୁବନେଶ୍ୱର ଇନଫୋସିଟି ଅଞ୍ଚଳରୁ ଜଣେ ନାବାଳିକାଙ୍କୁ ଗଣବଳାତ୍କାର ଅଭିଯୋଗ ଆସିଥିଲା । ଅଗଷ୍ଟ ୩୦ ତାରିଖରେ ଏ ନେଇ ଥାନାରେ ଏତଲା ଦେଇଥିଲେ ପୀଡିତାଙ୍କ ମା।

ନାମଫଳକରେ ନାଁ ନଥିବାରୁ ଲଙ୍କାକାଣ୍ଡ

ନୀଳଗିରି: ନାମଫଳକରେ ନାଁ ନଥିବାରୁ ଲଙ୍କାକାଣ୍ଡ। ଲଙ୍କାକାଣ୍ଡ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସମର୍ଥକ। ନୀଳଗିରି ଉପଖଣ୍ଡରେ ଚିକିତ୍ସାଳୟରେ ଭଙ୍ଗାରୁଜା ବି କରିଛନ୍ତି। ଏତିକିରେ ସମର୍ଥକଙ୍କ ରାଗ ଶାନ୍ତ ହୋଇନଥିଲା, ପରେ ଏସଡିଏମଓଙ୍କୁ ଘେରିଥିଲେ ସମର୍ଥକ। ଖବର ଅନୁସାରେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଟ୍ରକ ଆସୋସିଏସନ ସହାୟତାରେ ଏକ କ୍ୟାବିନ ଗୃହର ଉଦଘାଟନ କାର୍ଯ୍ୟକ୍ରମ ଥିଲା।

ହେଲେ ନାମଫଳକରେ ମନ୍ତ୍ରୀଙ୍କ ନାଁ ନଥିବାରୁ ବିରୋଧ କରିଥିଲେ ସମର୍ଥକ। ସେପଟେ ବିଧାୟକ କ୍ୟାବିନର ଉଦଘାଟନ କରିବା ପରେ ଫଳକକୁ ଭାଙ୍ଗି ଦେଇଥିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସମର୍ଥକ।

ଦୁର୍ବୃତ୍ତଙ୍କ ସହ ମିଶି ଲୋକଙ୍କଠୁ ଟଙ୍କା ଆଦାୟ କରୁଥିଲା ନକଲି ପୋଲିସ, ସମସ୍ତଙ୍କୁ ବାନ୍ଧିଲା ବାଲିଗୁଡ଼ା ପୋଲିସ

ବାଲିଗୁଡ଼ା: ପୁଣି ଦୁଇଜଣ ନକଲି ପୋଲିସକୁ ଧରିଲା ଅସଲି ପୋଲିସ। ଗତ ମାର୍ଚ୍ଚ ୫ତାରିଖ ବିଳମ୍ବିତ ରାତିରେ ବଡ଼ ଧରଣର ଡକାୟତି ଉଦ୍ୟମକୁ ପଣ୍ଡ କରିଥିଲା ବାଲିଗୁଡ଼ା ପୋଲିସ। ଘଟଣାରେ ଦୁଇଜଣ ଫେକ୍ ପୋଲିସ୍ ଅଫିସରକୁ ଗିରଫ କରିଥିବା ବେଳେ ଅନ୍ୟ ତିନିଜଣ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ। ବାଲିଗୁଡ଼ା ପୋଲିସ ରାତ୍ରୀ କାଳୀନ ପେଟ୍ରୋଲିଂ କରୁଥିବା ବେଳେ ଖଡ଼ଗନଦୀ ପୋଲ ନିକଟ ଏକ ଅନ୍ଧାରୁଆ ସ୍ଥାନରେ କିଛି ସନ୍ଦିଗ୍ଧ ଲୁଚି ରହିଥିବା ଦେଖିବାକୁ ପାଇଥିଲା ପୋଲିସ୍।

ପୋଲିସକୁ ଦେଖି ଦୌଡ଼ି ପଳାଇବା ବେଳେ ପିଛା କରି ଦୁଇଜଣଙ୍କୁ ପୋଲିସ୍ କାବୁ କରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ ତିନିଜଣ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ। ଗିରଫ ଦୁଇଜଣ ପୋଲିସ୍ ଏଏସ୍ ଆଇ ପୋଷାକ ପିନ୍ଧି ନିଜକୁ ପୋଲିସ୍ ସଜେଇ କିଛି ସ୍ଥାନୀୟ ଦୁର୍ବୃତ୍ତଙ୍କ ସହ ମିଶି ସେହି ରାସ୍ତା ଦେଇ ଯାଉଥିବା ଗାଡ଼ି ଓ ଲୋକମାନଙ୍କ ଠାରୁ ଡକାୟତି କରିବା ପାଇଁ ଏକ ବଡ଼ ଷଡ଼ଯନ୍ତ୍ର କରୁଥିଲେ ବୋଲି ପୋଲିସ କହିଛି। ସେପଟେ ଦୁଇ ଫେକ୍ ପୋଲିସ୍ ନିକଟରୁ ଗୋଟିଏ ମାରୁତି ସୁଇଫ୍ଟ ଡିଜାଏର କାର୍, ଗୋଟିଏ ଲୁହା ରଡ୍, ଦୁଇଟି ବେତ ଲାଠି, ଦୁଇହଳ ପୋଲିସ୍ ଡ୍ରେସ୍, ଗୋଟିଏ ଖେଳଣା ପିସ୍ତଲ୍, ସାତୋଟି ପୋଲିସ୍ ଟୋପି ସହ ବିଭିନ୍ନ ମାରଣାସ୍ତ୍ର ଜବତ୍ କରିଥିଲା ପୋଲିସ।

କଟକ ଜିଲ୍ଲା ଚଣ୍ଡୀ ଛକ ଓ କନିକା ଛକ ଅଞ୍ଚଳର ଦୁଇଜଣ ନକଲି ପୋଲିସକୁ ଗିରଫ କରିଥିଲା ବାଲିଗୁଡ଼ା ପୋଲିସ। ୧ମାସ ପରେ ଘଟଣାରେ ସମ୍ପୃକ୍ତ ପୁଣି ଦୁଇଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ ଜଣେ ଏବେବି ଫେରାର ଥିବା ଜଣାପଡ଼ିଛି। ଗିରଫ ଦୁଇଜଣ ବାଲିଗୁଡ଼ା ଥାନା ତେମାଙ୍ଗି ଓ ସିନ୍ଦ୍ରିଗାଁ ଅଞ୍ଚଳର ସିଦ୍ଧାନ୍ତ ମଲ୍ଲିକ ଓ ସୁଦର୍ଶନ ବିନ୍ଧାଣୀ ହୋଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।

ଛତିଶଗଡ଼ ନକ୍ସଲ ଆକ୍ରମଣରେ ସହିଦ ଯବାନଙ୍କୁ ‘ବେତନଭୋଗୀ’ କହି ଲେଖିକା ଗିରଫ

ଗୌହାଟୀ: ଛତିଶଡରେ ନକ୍ସଲଙ୍କ ବର୍ବର ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ କ’ଣ ପାଇଁ ମିଡିଆ ସହିଦ ଆଖ୍ୟା ଦେଉଛି ? ସେମାନେ ନିଜ କାମ ପାଇଁ ଦରମା ପାଉଥିଲେ ତେଣୁ ସେମାନଙ୍କୁ ସହିଦ ବୋଲି କହିବା ଠିକ୍ ନୁହେଁ । ଫେସବୁକରେ ଏମିତି କିଛି ପୋଷ୍ଟ୍ କରି ଆମେରିକାର ଜଣେ ତଥାକଥିତ ବୁଦ୍ଧିଜୀବି ତଥା ଲେଖିକା ଗିରଫ ହୋଇଛନ୍ତି । ଛତିଶଗଡରେ ନକ୍ସଲ ଆକ୍ରମଣର ଶିକାର ଯବାନଙ୍କୁ ଯେଉଁଭଳି ଭାବେ ସହିଦ କୁହାଯାଉଛି ତାହା ଠିକ୍ ନୁହେଁ ବୋଲି ଶିଖା ଶର୍ମା ତାଙ୍କ ପୋଷ୍ଟରେ ଲେଖିଥିଲେ । ତେବେ ତାଙ୍କର ଏହି ପୋଷ୍ଟକୁ ଅନେକ ୟୁଜର୍ସ ବିରୋଧ କରିଥିଲେ । ଏହାକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା । ନିଜ ପୋଷ୍ଟରେ ଶିଖା ଶର୍ମା ସହିଦ ଯବାନଙ୍କୁ ‘ବେତନଭୋଗୀ ପେଶାଦାର’ ବୋଲି କହିଥିଲେ ।

ଶିଖା କ’ଣ କହିଛନ୍ତି ?
ଡ୍ୟୁଟି କାଳରେ ମୃତ୍ୟୁବରଣ କରିଥିବା ବେତନଭୋଗୀ ପେଷାଦାରଙ୍କୁ ସହିଦ ବୋଲି କୁହାଯାଇ ପାରିବ ନାହିଁ । ଏହି ତର୍କ ଆଧାରରେ ବିଦ୍ୟୁତ ବିଭାଗର କୌଣସି କର୍ମଚାରୀ କାମ ବେଳେ ମୃତ୍ୟୁ ବରଣ କଲେ ତାଙ୍କୁ ମଧ୍ୟ ସହିଦ କୁହାଯିବା ଉଚିତ । ମିଡିଆ ଲୋକଙ୍କ ଭାବନା ସହିତ ଖେଳିବା ଉଚିତ ନୁହେଁ ବୋଲି ଶିଖା ତାଙ୍କ ଅଜବ ଯୁକ୍ତିରେ ଦର୍ଶାଇ ଥିଲେ ।

ଦେଶଦ୍ରୋହ ମାମଲାରେ ଗିରଫ

ନିଜକୁ ଲେଖିକା ବୋଲି କହୁଥିବା ଏହି ତଥାକଥିତ ବୁଦ୍ଧିଜୀବୀ ଶସସ୍ତ୍ର ବାହିନୀର ଯବାନ ଓ ବେସାମରିକ କର୍ମଚାରୀଙ୍କ ମଧ୍ୟରେ କୌଣସି ଫରକ ମଧ୍ୟ ଦେଖି ପାରିନଥିଲେ । ତାଙ୍କ ପୋଷ୍ଟ୍ ଭାଇରାଲ ହେବା ପରେ ଗୌହାଟି ହାଇକୋର୍ଟର ଦୁଇଜଣ ଓକିଲ ଉମି ଡେକା ଓ କଙ୍ଗକନା ଗୋସ୍ୱାମୀ ଦିସପୁର ଥାନାରେ ଏତଲା ଦେଇଥିଲେ । ଦିସପୁର ପୋଲିସ ଶିଖାଙ୍କୁ ଦେଶଦ୍ରୋହ ଅଭିଯୋଗରେ ଗିରଫ କରିଛି । ଏପ୍ରିଲ ୮ ତାରିଖରେ ତାଙ୍କୁ ଅଦାଲତରେ ହାଜର କରାଯିବ । ସୂଚନାଯୋଗ୍ୟ ଯେ, ଶିଖା ପୂର୍ବରୁ ଅଲ ଇଣ୍ଡିଆ ରେଡିଓ ପାଇଁ କାମ କରୁଥିଲେ ।

ଦିଲ୍ଲୀ ହାଇକୋର୍ଟଙ୍କ ରାୟ,ଏକୁଟିଆ କାର ଚଲାଉଥିବା ବେଳେ ବି ମାସ୍କ ଜରୁରୀ

ନୂଆଦିଲ୍ଲୀ: ଏକୁଟିଆ କାର ଚଳାଉଥିଲା ବେଳେ ମଧ୍ୟ ମାସ୍କ ପିନ୍ଧିବା ଜରୁରୀ । ଏକୁଟିଆ କାର ଚଳାଇ ଯାଉଥିବା ବେଳେ ଚାଳକ ମାସ୍କ ପିନ୍ଧିବାକୁ ବାଧ୍ୟ କି ନାହିଁ ଏହା ଉପରେ ରାୟ ଦେଇ ଦିଲ୍ଲୀ ହାଇକୋର୍ଟ ମହତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି । ହାଇକୋର୍ଟ କହିଛନ୍ତି ଯେ, ଡ୍ରାଇଭର ଏକୁଟିଆ ଗାଡି ଚଳାଇ ଯାଉଥିଲେ ମଧ୍ୟ ମାସ୍କ ପିନ୍ଧିବା ଜରୁରୀ । କାରଣ ଏହା କୋଭିଡ୍-୧୯ ପ୍ରସାର ରୋକିବାରେ ସହାୟକ ହେବ । ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବା ସହିତ ସରକାର ସେଠାରେ ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି । ରାତି ୧୦ରୁ ସକାଳ ୫ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି ରହିବ ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀ ସରକାର ସର୍ବସାଧାରଣରେ ମାସ୍କ ପିନ୍ଧିବାକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । କାରରେ ଏକାକି ଥିବା ବ୍ୟକ୍ତି ମାସ୍କ ପିନ୍ଧିନଥିଲେ ୨ ହଜାର ଟଙ୍କାର ଚାଲଣ କଟାଯାଉଛି । ଯାହାକୁ ଅଦାଲତରେ ଚ୍ୟାଲେଞ୍ଜ କରାଯାଇଥିଲା । ବୁଧବାର ଦିନ ଏହି ମାମଲା ଉପରେ ଶୁଣାଣି କରି ବିଚାରପତି ପ୍ରତିଭା ସିଂହ ଏକୁଟିଆ ଡ୍ରାଇଭିଂ କରୁଥିବା ବେଳେ ମାସ୍କ ନପିନ୍ଧିଥିଲେ ଚାଲଣ କଟାଯିବ ବୋଲି ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି ଉପରେ କୌଣସି ପ୍ରକାରର ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି । ଅଦାଲତ କହିଛନ୍ତି ଯେ, ମହାମାରୀ କାଳରେ ମାସ୍କ ସୁରକ୍ଷା କବଚ ଭଳି ।
ଦିଲ୍ଲୀରେ ଏକାକି କାର ଚଳାଉଥିବା ବ୍ୟକ୍ତି ମାସ୍କ ନପିନ୍ଧିଥିଲେ ୨ ହଜାର ଟଙ୍କାର ଚାଲଣ କଟା ଯାଉଛି । ଯାହାକୁ ନେଇ ଅନେକ ସମୟରେ ପୋଲିସ ସହିତ ବିବାଦ ମଧ୍ୟ ସୃଷ୍ଟି ହୋଇଛି । ତେବେ ଦିଲ୍ଲୀ ହାଇକୋର୍ଟଙ୍କ ରାୟ ପରେ ଚିତ୍ର ସ୍ପଷ୍ଟ ହୋଇଯାଇଛି । କାରରେ ଏକାକୀ ଥିଲେ ମଧ୍ୟ ମାସ୍କ ପିନ୍ଧିବାକୁ ବାଧ୍ୟ ଓ ନପିନ୍ଧିଥିଲେ ଚାଲଣ କଟିବ । କେବଳ ଏତିକି ନୁହେଁ ହାଇକୋର୍ଟ ମଧ୍ୟ ବରିଷ୍ଠ ନାଗରିକ ଯେମିତି ଘରେ ଥିବା ବେଳେ ମଧ୍ୟ ମାସ୍କ ପିନ୍ଧିବେ ସେନେଇ ପଦକ୍ଷେପ ନେବାକୁ ସରକାରଙ୍କୁ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ୨ଦିନ ମଧ୍ୟରେ ଟିକା ନ ଦେଲେ ରାଜ୍ୟରେ ବନ୍ଦ ହେବ ଟିକାକରଣ

 

ବନ୍ଦୀ ଯବାନଙ୍କ ଫଟୋ ଜାରି କଲେ ମାଓବାଦୀ: କହିଲେ, ମଧ୍ୟସ୍ଥିଙ୍କ ନାଁ ଘୋଷଣା କର

ମାଓବାଦୀଙ୍କ କବଜାରେ ଥିବା କୋବ୍ରା ଯବାନ ରାଜେଶ୍ୱର ସିଂହଙ୍କ ଫଟୋ ଆସିଛି । ମାଓବାଦୀ ତାଙ୍କୁ ବନ୍ଧକ ରଖିଥିବା ବେଳେ ଆଜି ତାଙ୍କର ଏକ ଫଟୋ ସାମ୍ନାକୁ ଆସିଛି। ଏହାସହ ତାଙ୍କୁ ଛାଡ଼ିବା ପାଇଁ ସରକାର ମଧ୍ୟସ୍ଥଙ୍କ ନାଁ ଘୋଷଣା କରିବାକୁ କହିଛନ୍ତି ମାଓବାଦୀ। ଛତିଶଗଡ଼ରେ ମାଓ ହମଲା ପରେ ଜମ୍ମୁର ଯବାନ ରାଜେଶ୍ୱର ନିଖୋଜ ହୋଇଯାଇଥିଲେ । ତେବେ ତାଙ୍କୁ ମାଓବାଦୀମାନେ ବନ୍ଧକ ରଖିଛନ୍ତି । ଅପହୃତ ଯବାନଙ୍କ ଦେହରେ ଗୁଳି ବାଜିଛି । ତାଙ୍କର ଚିକିତ୍ସା କରାଯାଉଥିବା ବେଳେ ଦୁଇ ଦିନ ମଧ୍ୟରେ ମାଓମାଦୀ ତାଙ୍କୁ ଛାଡ଼ିଦେବେ ବୋଲି ସୂଚନା ଦେଇଛନ୍ତି। ଏପଟେ ଦୁଃଖରେ ଭାଙ୍ଗି ପଡିଛି ରାକେଶଙ୍କ ପୂରା ପରିବାର । ରାକେଶଙ୍କୁ ମାଓବାଦୀଙ୍କ କବଳରୁ ମୁକାଳିବାକୁ ସରକାରଙ୍କ ତରଫରୁ କିଛି ଉଦ୍ୟମ କରାଯାଉନି। ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆଯାଇ ରାକେଶଙ୍କୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି ପରିବାର ଲୋକେ ।

ଏଥିସହିତ ପଢ଼ନ୍ତୁ: ରକେଟ୍ ଲଞ୍ଚର ଓ ଲାଇଟ୍ ମେସିନ୍ ଗନରୁ ଆକ୍ରମଣ କରିଥିଲା ହିଡମା ବାହିନୀ, ୨୨ ଯବାନ ସହିଦ

ପିପିଲି ଉପ-ନିର୍ବାଚନ: ଭର୍ଚୁଆଲ୍ ମାଧ୍ୟମରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ପିପିଲି: ଉପ-ନିର୍ବାଚନ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । ଭର୍ଚୁଆଲ୍ ମାଧ୍ୟମରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଜିଲ୍ଲା ପରିଷଦ ଜୋନ ଅନୁଯାୟୀ ପ୍ରଚାର ହେବ । LED ବ୍ୟବସ୍ଥା ହେବ । କେଉଁ ତାରିଖରେ ପ୍ରଚାର କରିବେ ତାହା ଆଜି ସନ୍ଧ୍ୟାରେ ଚୂଡ଼ାନ୍ତ ହେବ। ଏବଂ ୩୫ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜେଡି ଜିତିବ।ଏ ନେଇ ସୂଚନା ଦେଇଛନ୍ତି ବିଜେଡି ବିଧାୟକ ଉମା ସାମନ୍ତରାୟ ।

ସୂଚନା ଯୋଗ୍ୟ ଯେ, ପୂର୍ବରୁ ଦଳର ନମ୍ୱର ଓ୍ୱାନ ଷ୍ଟାର ପ୍ରଚାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିପିଲି ଯିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ କରୋନା କାରଣରୁ ଭର୍ଚୁଆଲ ମାଧ୍ୟମରେ ପ୍ରଚାର କରିବେ ବୋଲି ଅନୁମାନ କରାଯାଉଛି । ଅପରପକ୍ଷରେ ଉପନିର୍ବାଚନ ପାଇଁ ଏବେ ଜମିଛି ପିପିଲି ପ୍ରଚାର। ସବୁ ଦଳ ପ୍ରାର୍ଥୀ ଓ ନେତା ଘର ଘର ବୁଲି ଲୋକଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଚେଷ୍ଟା କରୁଛନ୍ତି । ଭର୍ଚୁଆଲ ମାଧ୍ୟମରେ ଖୋଦ୍ ମୁଖ୍ୟମନ୍ତ୍ରୀ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ କ୍ୟାମ୍ପେନିଂ କରିବେ ।

ଏଥିସହିତ ପଢ଼ନ୍ତୁ: ପଦାରେ ପଡ଼ିଲା ଆଶ୍ରିତଙ୍କ ଅସଲ ଚେହେରା: ‘୫୦ ଲକ୍ଷ ଟଙ୍କା’ ଅଭିଯୁକ୍ତଙ୍କ ସହ ରହିଛି ଲିଙ୍କ୍