spot_img
Home Blog Page 5793

ଆକ୍ସନ ମୁଡରେ ଅମିତ ଶାହା: ଜଗଦଲପୁରରେ ସହିଦ ଯବାନଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ରାୟପୁର: ଛତିଶଗଡରେ ପହଁଚି ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଶନିବାର ବିଜାପୁରରେ ଜଙ୍ଗଲରେ ହୋଇଥିଲା ନକ୍ସଲ- ଯବାନଙ୍କ ମଧ୍ୟରେ ଗୁଳିବିନିମୟ। ଯଦ୍ୱାରା ୨୩ ଯବାନ ସହିଦ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସେପଟେ କେତେଜଣ ନକ୍ସଲ ନିହତ ହୋଇଛନ୍ତି ତାହା ସ୍ପଷ୍ଟ ଭାବେ ଜଣାପଡିନାହିଁ ।

ବିଜାପୁର ଜଙ୍ଗଲରୁ ସମସ୍ତ ଯବାନଙ୍କ ମରଶରୀର ଜଗଦଲପୁରକୁ ଆଣାଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସେଠାରେ ପହଁଚି ସମସ୍ତ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେହିପରି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଯବାନଙ୍କୁ ମଧ୍ୟ ଭେଟି ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା  ।

ଛତିଶଗଡରେ ନକ୍ସଲଙ୍କ ଏହି ବର୍ବୋରିଚତ ଘଟଣା ପରେ ଆକ୍ସନ ମୁଡକୁ ଆସିଯାଇଛି କେନ୍ଦ୍ର ଗୃହମନ୍ତ୍ରାଳୟ । ନକ୍ସଲଙ୍କ ବିରୋଧରେ ଏକ ବଡ ଧରଣର ଅପରେସନ କରିବାକୁ ମଧ୍ୟ ଯୋଜନା କରୁଥିବା ସୂଚନା ରହିଛି । କେନ୍ଦ୍ର ଗୃହମନ୍ତ୍ରୀ ୧୦. ୩୫ରେ ଜଗଦଲରେ ପହଁଚି ପ୍ରଥମେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ପରେ ବାସେଗୁଡା ସିଆରପିଏଫ କ୍ୟାମ୍ପ ଯିବା ସହ ସେଠାରେ ବରିଷ୍ଠ ଅଧିକାରୀଙ୍କ ସହ ଏ ସଂକ୍ରାନ୍ତରେ ବୈଠକ କରିବା ନେଇ ସୂଚନା ମିଳିଛି ।

କୃଷି ଆଇନ ପ୍ରତ୍ୟାହର ପ୍ରତିବାଦ, ଏଫସିଆଇ ଆଗରେ ଧାରଣା

ନୂଆଦିଲ୍ଲୀ: କୃଷି ଆଇନକୁ ନେଇ ପ୍ରତିବାଦର ନା ଥମିବାରେ ଲାଗିନି । ଏବେ ମଧ୍ୟ ଅନ୍ଦୋଳନ ଜାରି ରହିଛି । ଆଜି କୃଷି ଆଇନ ପ୍ରତ୍ୟାହର ପ୍ରତିବାଦରେ ଭାରତୀୟ ଖାଦ୍ୟ ନିଗମ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବେ ଚାଷୀ । ଏହାସହ ଏଫସିଆଇ ବଞ୍ଚାଅ ଦିବସ ପାଳନ କରିବେ ବୋଲି ମହାପଞ୍ଚାୟତରେ ନିଷ୍ପତ୍ତି ହୋଇଛି ।

ଗତକାଲି ଉତ୍ତରପ୍ରଦେଶରେ ବସିଥିବା ଚାଷୀଙ୍କ ମହା ପଞ୍ଚାୟତରେ ଏହି ନିର୍ଣ୍ଣୟ ନିଆଯାଇଛି । ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ଯେ, ଆଜି ଏଫସିଆଇ ବଞ୍ଚାଅ ଦିବସ ପାଳନ କରାଯିବ । ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ସାରା ଭାରତରେ ଏଫସିଆଇ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ । ଏହାସହ କୃଷି ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ମଧ୍ୟ ଦିଆଯିବ ।

ଆଜି ଠାରୁ ନାଇଟ୍ କର୍ଫ୍ୟୁ, ୧୦ ଜିଲ୍ଲାରେ କଡା ପ୍ରହରା

ଭୁବନେଶ୍ୱର: ପଡୋଶୀ ରାଜ୍ୟରେ ବଢୁଛି ସଂକ୍ରମଣ । ସୀମାନ୍ତ ଜିଲ୍ଲାରେ ହାଇଆର୍ଲଟ । ରାଜ୍ୟକୁ ପ୍ରବେଶ କରୁଥିବା ଅଧିବାସୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ସେପଟେ କୋଭିଡ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଅର୍ଥାତ ଏଥିରେ ବ୍ରେକ ଲଗାଇବା ପାଇଁ ଆଜି ଠାରୁ ୧୦ ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି ରାତ୍ରିକାଳୀନ କର୍ଫ୍ୟୁ ।

ଛତିଶଗଡ ସୀମାନ୍ତ ଜିଲ୍ଲା ଗୁଡିକରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁରରେ, ବରଗଡ, ବଲାଙ୍ଗିର, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରିରେ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ରାତି 10ରୁ ସକାଳ 5ଟା ଯାଏ ଏହି ନାଇଟ୍ କର୍ଫ୍ୟୁ ଲାଗୁ ହେବ । ତେବେ ଏହି ସମୟରେ ଜରୁରୀକାଳିନ ସେବା ଜାରି ରହିବ ବୋଲି କୁହାଯାଇଛି ।

ସମସ୍ତ କାରଖାନା ଓ ନିର୍ମାଣ କାମ ଜାରି ରହିବ । ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନ, ଅଫିସ, ଅନୁଷ୍ଠାନ ବନ୍ଦ ରହିବ । ତେବେ ଜିଲ୍ଲା ଓ ମ୍ୟୁନିସପାଲ କର୍ମଚାରୀ, ପୋଲିସ, ସରକାରୀ କର୍ମଚାରୀଙ୍କୁ ଛାଡ଼ । ଏହି ସମୟରେ ହୋମ ଡେଲିଭରୀ, ପେଟ୍ରୋଲ ପମ୍ପ, ଜାତୀୟ ରାଜପଥ କଡରେ ଥିବା ଢାବା, ପ୍ରିଣ୍ଟ ଓ ଇଲୋକ୍ଟ୍ରୋନିକ ମିଡିଆ, ଏଲପିଜି ବିତରଣ କଟକଣାରୁ ବାଦ ଦିଆଯିବ ବୋଲି କୁହାଯାଇଛି । ସେହିପରି ଡାକ୍ତର, ମେଡିକାଲ ଓ ପାରା ମେଡିକାଲ କର୍ମଚାରୀଙ୍କୁ କଟକଣାରୁ ବାଦ ଦିଆଯାଇଛି ।

ବଞ୍ଚିବ ମୃତବ୍ୟକ୍ତି, ଚାଲିଛି ପୂଜାର୍ଚ୍ଚନା

ନୟାଗଡ଼: ବଞ୍ଚିବ ମୃତ ଲୋକ, ବଞ୍ଚାଇବେ ବାବା । ଯେଉଁଠି ଡାକ୍ତରୀ ବିଦ୍ୟା ଫେଲ ମାରିଛି , ସେଠି ତାନ୍ତ୍ରିକ ଏବଂ ପୂଜାର୍ଚ୍ଚନା ପାସ କେମିତି ହବ । ନୟାଗଡ଼ ଶରଣକୁଳ ଥାନା ବରସାହି ଗାଁରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ମୃତବ୍ୟକ୍ତିକୁ ବଞ୍ଚାଇବା ନେଇ ପୂଜାର୍ଚ୍ଚନା କରାଯାଉଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ବରସାହି ଗାଁରେ ଶନିବାର ରାତିରେ ଦଣ୍ଡନାଚ ଚାଲିଥିବା ବେଳେ ରବି ନାହାକ ନାମକ ଦଣ୍ଡୁଆ କୌଣସି କାରଣରୁ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ ଚିକିତ୍ସା କରିବା ପାଇଁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ଡାକ୍ତର ମେଡିକାଲରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ସେପଟେ ଶରଣକୁଳ ପୋଲିସ୍ ଏକ ଅପମୃତ୍ୟୁ ମାମଲା ମଧ୍ୟ ଏନେଇ ରୁଜୁ କରିଛି । ମାତ୍ର ଶବକୁ ବ୍ୟବଚ୍ଛେଦ ନକରି ପରିବାର ଓ ଗ୍ରାମବାସୀ ନେଇ ଯାଇଥିଲେ ବାବାଙ୍କ ନିକଟକୁ । ପରେ ମୃତଦେହକୁ ବଞ୍ଚାଇବାକୁ ଯାଇ ପୂଜାର୍ଚ୍ଚନା କରାଯାଇଥିବା ନେଇ ଭିଡିଓରେ ଦେଖାଯାଇଛି ।

ଆତଙ୍କ ରଚୁଛି କରୋନା, ଆଜି ଦେଶରୁ ସର୍ବାଧିକ ପଜିଟିଭ

ନୂଆଦିଲ୍ଲୀ: ଦେଶରେ ପୁଣି ଆତଙ୍କ ରଚାଇଲାଣି କରୋନା । ନିୟନ୍ତ୍ରଣର ବାହାରକୁ ଗଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରଥର ଥର ପାଇଁ ୨୪ ଘଣ୍ଟାରେ ଏକ ଲକ୍ଷ ଅତିକ୍ରମ କଲାଣି କରୋନା କେସ । ସୋମବାର ଦେଶରୁ ଚିହ୍ନଟ ହୋଇଥିବା କୋଭିଡ ସଂକ୍ରମଣ ମାମଲା ୧ ଲକ୍ଷ ଅତିକ୍ରମ କରିଛି ଅର୍ଥାତ ଗତ ୨୪ ଘଣ୍ଟାରେ ୧ ଲକ୍ଷ ୩୦ ହଜାର ନୂଆ ମାମଲା ସାମ୍ନାକୁ ଆସିଛି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଜାରି କରିନଥିବା ବେଳେ ପ୍ରତ୍ୟେକ ରାଜ୍ୟର କରୋନା କେସରୁ ଏହି ତଥ୍ୟ ଜଣାପଡିଛି । ଗତବର୍ଷ ସେପ୍ଟେମ୍ବର ମାସରେ ସର୍ବାଧିକ କରୋନା କେସ ଚିହ୍ନଟ ହୋଇଥିଲା । ୯୭ ହଜାର ୮୯୪ଟି କେସ ସେପ୍ଟେମ୍ବର ମାସରେ ଚିହ୍ନଟ ହୋଇଥିବାବେଳେ ଆଜିର ସଂକ୍ରମଣ ରେକର୍ଡ ସଂଖ୍ୟକ ବୋଲି ଜଣାପଡିଛି ।

ନୂଆ ସଂକ୍ରମିତଙ୍କ ତାଲିକାରେ ମହାରାଷ୍ଟ୍ରର କେସ ସବୁଠାରୁ ଉର୍ଦ୍ଧ୍ବରେ ରହିଛି । ଗୋଟିଏ ଦିନରେ ମହାରାଷ୍ଟ୍ରରୁ ୫୭ ହଜାରରୁ ଅଧିକ କୋଭିଡ ମାମଲା ସାମ୍ନାକୁ ଆସିଛି । ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ମହାରାଷ୍ଟ୍ରରେ ଅଧିକ ରହିଛି । ତଥ୍ୟ ଅନୁଯାୟୀ ୨୨୨ ଜଣ କରୋନା ପଜିଟିଭଙ୍କ ମୃତ୍ୟୁ ଘଟିଛି ।

ଯୁବତୀଙ୍କ ମୃତ ଦେହ ଛାଡି ଯୁବକ ଫେରାର

ଢେଙ୍କାନାଳ: ଗତ ୧ ତାରିଖରୁ ଘରୁ ନିଖୋଜ ଥିଲେ ଯୁବତୀ । ଜୈନିକ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିବାରୁ ଉକ୍ତ ଯୁବକଙ୍କ ସହ ଯୁବତୀ ଜଣଙ୍କ ଫେରାର ହୋଇଯାଇଥିବା ଅନୁମାନ କରାଯାଉଛି । କିନ୍ତୁ ଏବେ ଯୁବତୀଙ୍କର ମୃତ୍ୟୁ ଘଟିଥିବା ବେଳେ ମୃତ ଦେହ ଛାଡି ମେଡିକାଲରୁ ଫେରାର ହୋଇଯାଇଛନ୍ତି ଯୁବକ ।

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଏହି ଅଭାବୀୟ ଘଟଣା । ଛାତ୍ରୀ ଜଣକ ବାଲେଶ୍ବର ଖଇରା ଅଞ୍ଚଳର ବୋଲି ଜାଣିବାକୁ ମିଳିଛି । ଗତ ୧ ତାରିଖରୁ ନିଖୋଜ ଥିଲେ । ଏନେଇ ଛାତ୍ରୀଙ୍କ ବାପା ବାଲେଶ୍ବର ଥାନାରେ ଏତଲା ମଧ୍ୟ ଦେଇଥିଲେ ।

ସୂଚନା ଅନୁଯାୟୀ ଛାତ୍ରୀ ଜଣକ ପ୍ରେମ ସମ୍ପର୍କକୁ ନେଇ ଘର ଛାଡିଥିବା ଅନୁମାନ କରାଯାଉଛି । ସଦର ଥାନା ଅନ୍ତର୍ଗତ ବନ୍ଧ ନୁଆଗାଁରେ ରହୁଥିଲେ ଉଭୟ ଯୁବକ, ଯୁବତୀ । ତେବେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କ ମୃତଦେହକୁ ଛାଡି ଫେରାର ହୋଇଯାଇଛନ୍ତି ଯୁବକ । ସେପଟେ ଖବର ପାଇ ଘଟଣାସ୍ଥଳରେ ଟାଉନ ପୋଲିସ ପହଞ୍ଚି ତଦନ୍ତ କରିବା ସହ ଯୁବକଙ୍କୁ ଅଟକ ରଖିଛି ।

ରାଉରକେଲା ଇସ୍ପାତ କାରଖାନାରେ ଅଗ୍ନିକାଣ୍ଡ, ତଦନ୍ତ କରିବେ ସିଜିଏମ

ରାଉରକେଲା: ରାଉରକେଲା ଇସ୍ପାତ କାରଖାନାର ଏସଏମଏସ ୨ କଣ୍ଟ୍ରୋଲ ରୁମରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ କଣ୍ଟୋଲ ରୁମର କେଵୁଲ କମ୍ପ୍ୟୁଟର, ମନିଟର ଓ ପ୍ୟାନେଲ ବୋର୍ଡ ସହ ଅନ୍ୟ ସରଞ୍ଜାମ ଜଳି ନଷ୍ଟ ହୋଇଥିବା ଅଭିଯୋଗ। ସ୍ଲାଗ ପଟ ବ୍ଲାଷ୍ଟ ହେଵାରୁ ଅଗ୍ନିକାଣ୍ଡ ହୋଇଥିବା ଜଣା ପଡିଛି। ସେପଟେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛନ୍ତି।

ନିଆଁ ଲାଗିବା ଅଭିଯୋଗ ପରେ ରାଉରକେଲା ଇସ୍ପାତ କାରଖାନାର ମୁଖ୍ୟ ନିର୍ବାହୀ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ମଧ୍ୟ ରାତିରେ ଅଗ୍ନିକାଣ୍ଡ ଘଟିଥିବାବେଳେ ନିଆଁ କାହିଁକି ଏବଂ କେଉଁ କାରଣରୁ ଲାଗିଛି ତାହା ସ୍ପଷ୍ଟ ହୋଇନାହିଁ । ସେପଟେ ଅଗ୍ନିକାଣ୍ଡ ହେବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଉରକେଲା ଇସ୍ପାତ କାରଖାନା ମୁଖ୍ୟ ନିର୍ବାହୀ ଅଧିକାରୀ।

୪ଜଣ ସିଜିଏମ ଘଟଣାର ତଦନ୍ତ କରିବେ। ଅଗ୍ନିକାଣ୍ଡର କାରଣ ଓ କ୍ଷୟକ୍ଷତି ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦେଶ ଦେଇଛନ୍ତି । ମଧ୍ୟ ରାତିରେ ଏହି ନିଆଁ ଲାଗିଥିବାରୁ ଅନେକ ଜିନିଷ ନଷ୍ଟ ହୋଇଯାଇଛି । କିନ୍ତୁ ତତକ୍ଷାଣତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିନେଇଥିଲେ ।

ସୀମାରେ ପୁଣି ଆନ୍ଧ୍ରର ହୀନ ଚକ୍ରାନ୍ତ, ପ୍ରକାଶ କରିଛି ନିର୍ବାଚନୀ ବଜ୍ଞପ୍ତି

କୋରାପୁଟ: ସୀମାରେ ପୁଣି ଆନ୍ଧ୍ରର ହୀନ ଚକ୍ରାନ୍ତ । କୋରାପୁଟ ଜିଲ୍ଲାର ତଲଗଂଜେଇପଦରରେ ନିର୍ବାଚନ କରିବାକୁ ଆନ୍ଧ୍ର ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି ବିଜ୍ଞପ୍ତି । ତଲଗଂଜେଇପଦରକୁ ଗଂଜେଇଭାଦ୍ର ଭାବେ ନାମିତ କରି ସମିତି ସଭ୍ୟ ନିର୍ବାଚନ କରୁଛି ଆନ୍ଧ୍ର ।

ସେହିପରି ପାଟୁ ସିନାରୀ ପଞ୍ଚାୟତକୁ ପାଟୁ ଚିନ୍ନାରୁ, ଫଗୁଣ ସିନାରୀ ପଞ୍ଚାୟତକୁ ପଗଲୁ ଚିନ୍ନାରୁ ଓ ତନାମ ପଞ୍ଚାୟତକୁ ତନାମ ନାଁରେ ନାମିତ କରି ଜିଲ୍ଲା ପରିଷଦ ସଭ୍ୟ ପାଇଁ ନିର୍ବାଚନ ଲଢୁଛି । ଆସନ୍ତା ଏପ୍ରିଲ ୮ରେ ଭୋଟ ଗ୍ରହଣ କରାଯିବାକୁ ଥିବା ବେଳେ, ୧୦ରେ ନିର୍ବାଚନ ଫଳାଫଳ ଘୋଷଣା ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

ଗଂଜେଇଭଦ୍ର ପଞ୍ଚାୟତ ସମିତି ସଭ୍ୟ ପାଇଁ ଧୂଳିପଦରର ଆପାଲାମା ମାଝୀ ଓ ଉପରସିବିର ମାରି ଡମ୍ବାଇ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସେହିପରି ଜିଲ୍ଲା ପରିଷଦ ସଭ୍ୟ ପାଇଁ ତ୍ରିମୁଖୀ ଲଢେଇ ଚାଲିଛି । ତେବେ ଓଡ଼ିଶାରେ ଆନ୍ଧ୍ରର ଏ ହୀନ ଚକ୍ରାନ୍ତକୁ ସବୁ ମହଲରେ ନିନ୍ଦା କରାଯାଇଛି । ପୂର୍ବରୁ ମଧ୍ୟ କୋଟିଆର ତିନିଟି ଗାଁରେ ଜୋରଜବରଦସ୍ତ ନିର୍ବାଚନ କରିଥିଲା ଆନ୍ଧ୍ର । ଯାହାକୁ ନେଇ ସାରା ରାଜ୍ୟରେ ତମ୍ବିତୋଫାନ ହୋଇଥିଲା ।

ଦେଶୀ ମଦ ମାଫିଆଙ୍କ ଭୂ-ସ୍ୱର୍ଗ ସୁର୍କାବାଡ଼ି, ଗାଁ ଲୋକଙ୍କ ଗୁହାରି ଶୁଣୁନି ପୋଲିସ

ସୁନାଖଳା: ଖୁଲମ ଖୁଲା ଚାଲିଛି ବେଆଇନ୍‌ ଦେଶୀ ମଦ ବ୍ୟବସାୟ । ଗାଁ ଭିତରେ ସୃଷ୍ଟି ହେଉଛି ଦର୍ଗନ୍ଧମୟ ପରିବେଶ । ଏମିତିକି ଦେଶୀ ମଦ ପ୍ରସ୍ତୁତି ପରେ ଏହାର ଓ୍ୱେଷ୍ଟେଜ୍‌ ଲୋକଙ୍କ ଜମିରେ ମାଡ଼ୁଛି । ଫସଲ ତଥା ମୂଲ୍ୟବାନ ଗଛ ବି ନଷ୍ଟ ହେଉଛି । ହେଲେ ଏତେ ସବୁ ପରେ ବି ଲୋକ ଚୁପ୍‌ । କାରଣ ସମସ୍ତଙ୍କ ମନରେ ରହିଛି ଜୀବନ ଚାଲିଯିବାର ଭୟ । ଏହି ବେଆଇନ୍‌ ଦେଶୀ ମଦ କାରଖାନାକୁ ଯେଉଁମାନେ ବିରୋଧ କରୁଛନ୍ତି, ସେମାନଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦିଆଯାଉଛି । ପୂର୍ବରୁ ଏହା ବିରୋଧରେ କହି, କିଛି ସଚେତନ ଯୁବକ ହଇରାଣ ହୋଇଥିବା ନଜିର ରହିଛି ।

ଯଦି କୌଣସି ଯୁବକ ଏହି ବେଆଇନ୍‌ ଦେଶୀ ମନ କାରଖାନା ବିରୋଧରେ ସ୍ୱର ଉତ୍ତୋଳନ କରନ୍ତି । ତେବେ ଏହି କାରଖାନାର ମାଲିକାଣି ତାଙ୍କୁ ଜୀବନରୁ ମାରିଦେବାକୁ ସିଧାସଳଖ ଧମକ ଦିଅନ୍ତି ନଚେତ୍‌ ରେପ୍‌ କେସ୍‌ ଲଗାଇ ଜେଲ୍‌ ପଠାଇବାକୁ ଡରାନ୍ତି । ଏମିତିକି ସେ କୁହନ୍ତି ଯେ, ‘ପୋଲିସ ପ୍ରଶାସନଠାରୁ ଅବକାରୀ ବିଭାଗ ପର୍ଯ୍ୟନ୍ତ, ସମସ୍ତଙ୍କୁ ମୋଟା ଅଙ୍କର ହାତଗୁଞ୍ଜା ଦେଇ ନିଜ ମୁଠାରେ ରଖିଛି । ମୋର କେହି କିଛି କରିପାରିବେନି । ଯଦି ମୋ ସହ କିଏ ଲାଗିବ ତେବେ ପୋଲିସ ତାକୁ ଆଗ ଧରିବ ।’

ଅଭିଯୋଗ ଅନୁଯାୟୀ, ରାଜସୁନାଖଳା ଅନ୍ତର୍ଗତ ସୁର୍କାବାଡ଼ି ଗାଁର ମଞ୍ଜୁ ମଣ୍ଡଳ ବିଗତ କିଛି ବର୍ଷ ହେବ ବେଆଇନ ଭାବେ ନିଜ ଘରେ ଚୋରା ଦେଶୀ ମଦ ତିଆରି କରୁଛନ୍ତି । ହେଲେ ପୋଲିସ ତାଙ୍କୁ କିଛି କହୁ ନାହିଁ । ମଦ ତିଆରି କରି ଗାଁ ପରିବେଶକୁ ନଷ୍ଟ କରୁଛନ୍ତି । ଏହାକୁ ଗ୍ରାମବାସୀ ବିରୋଧ କଲେ ମଧ୍ୟ ସ୍ଥାନୀୟ ପୋଲିସ ପ୍ରଶାସନ କିମ୍ବା ଅବକାରୀ ବିଭାଗ ଶୁଣିବାକୁ ନାରାଜ । ଯେତେ ଅଭିଯୋଗ ହେଲେ ବି ଫଳ ଶୂନ ।

ପୂର୍ବରୁ ବେଆଇନ୍ ମଦ ତିଆରି ଅଭିଯୋଗରେ ମଞ୍ଜୁଙ୍କୁ ପୋଲିସ ଅନେକ ଥର ଗିରଫ କରିଛି । ହେଲେ ସେହି ଗିରଫ କେବଳ ନାଁକୁ ମାତ୍ର । ତୁରନ୍ତୁ ମଞ୍ଜୁଙ୍କୁ ଜାମିନ ମିଳିଯାଉଛି । ଜେଲରୁ ମୁକୁଳିବା ପରେ ମଞ୍ଜୁ ପୁଣି ସେହି ଚୋରା ମଦ ବ୍ୟବସାୟ ଆରମ୍ଭ କରୁଛନ୍ତି । ଗ୍ରାମବାସୀଙ୍କ ମଞ୍ଜୁଙ୍କ ଅତ୍ୟାଚାରେ ଅତିଷ୍ଟ ହୋଇପଡ଼ିଲେଣି । ଗ୍ରାମବାସୀଙ୍କ କହିବାନୁଯାୟୀ, ଉକ୍ତ ମହିଳା ସ୍ଥାନୀୟ ପୋଲିସକୁ ଓ ସ୍ଥାନୀୟ ସରପଞ୍ଚଙ୍କୁ ପ୍ରତି ମାସରେ ମୋଟା ଅଙ୍କର ଲାଞ୍ଚ ଦେଉଛନ୍ତି । ତେଣୁ ପ୍ରଶାସନିକ ସ୍ତରରେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ।

କ୍ୟାମ୍ପେନିଂରେ କମ୍ପୁଛି ମଇଦାନ, ସଂଖ୍ୟା ଲଘୁ ଭୋଟ କହିବ କିଏ ଜିତିବ..

ପିପିଲି: ପିପିଲି ଉପନିର୍ବାଚନ କ୍ୟାମ୍ପେନିଂରେ କମ୍ପୁଛି ମଇଦାନ । ଓ୍ୱାରରୁମ୍‌ରେ ରଣନୀତି ପ୍ରସ୍ତୁତ, ଓ୍ୱିନ୍ ସଟ୍‌ ଲଗାଇବାକୁ ପ୍ରଚାର ପିଚ୍‌ରେ ନେତା ଓ କର୍ମୀଙ୍କ ମାରାଥନ୍ କ୍ୟାମ୍ପେନ୍‌ । ସମର୍ଥନ ଜୁଟାଇବା ପାଇଁ ଚାଲିଛି ସଭା, ଶୋଭାଯାତ୍ରା, ଡୋର ଟୁ ଡୋର ପ୍ରଚାର । ତେବେ ବିଜୟ ପାଇଁ ବଡ଼ ଫ୍ୟାକ୍ଟର ହେବ ପିପିଲି ଓ ଡେଲାଙ୍ଗର ସଂଖ୍ୟାଲଘୁ ଭୋଟ୍ ବ୍ୟାଙ୍କ ।

ତିନି ପ୍ରମୁଖ ଦଳ ପକ୍ଷରୁ ସଂଖ୍ୟାଲଘୁ ଭୋଟ୍‌ ହାତେଇବା ପାଇଁ ହୋଇଛି ଖାସ୍ ରଣନୀତି । ତେବେ ପିପିଲି, ଡେଲାଙ୍ଗରେ କାହାକୁ ମିଳିବ ସଂଖ୍ୟାଲଘୁଙ୍କ ସମର୍ଥନ ? ଆଗରୁ ପ୍ରଦୀପ ମହାରଥୀଙ୍କ ପରିବାର ଥିଲେ ସଂଖ୍ୟାଲଘୁ ଭୋଟର । ଆଶୀର୍ବାଦ ଅଜାଡୁଥିଲେ, ଦେଉଥିଲେ ସମର୍ଥନର ଭୋଟ୍ । ଏଥର ବିଜେଡି ଯୋଦ୍ଧା ଜୁନିଅର ମହାରଥୀ । ରୁଦ୍ରଙ୍କ ପାଇଁ ବି ଇଭିଏମ୍‌ରେ ହେବ କି ସଂଖ୍ୟାଲଘୁଙ୍କ ବିଶ୍ୱାସର ଭୋଟିଂ ? ମୁଖ୍ୟମନ୍ତ୍ରୀଙ୍କ ବିକାଶ ପ୍ଲାନ୍ ସାଙ୍ଗକୁ ବାପାଙ୍କ ଲୋକପ୍ରିୟତାକୁ ପୁଞ୍ଜି କରି ଭୋଟରଙ୍କ ପାଖକୁ ଯାଉଛନ୍ତି ରୁଦ୍ର । ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନିଂରେ ସ୍ନେହ ସମର୍ଥନ ଜୁଟାଇବାକୁ ପ୍ରୟାସ କରୁଛନ୍ତି । ସେପଟେ ବିଜେପି ଓ କଂଗ୍ରେସ ମଧ୍ୟ ସଂଖ୍ୟାଲଘୁ ଭୋଟ୍‌ ନିଜ ଖାତାକୁ ଆଣିବାକୁ ପ୍ରସ୍ତୁତ କରିଛନ୍ତି ଖାସ୍ ଗେମ୍‌ପ୍ଲାନ୍ ।

ପିପିଲି ଏନଏସି ସମେତ ଦାନଗହିରି, ଘୋରଡ଼ିଆ, ହାଟସାହି, ଡେଲାଙ୍ଗ ପରି ଅନେକ ପଂଚାୟତ ଓ ଗାଁରେ ସଂଖ୍ୟାଲଘୁ ସମ୍ପ୍ରଦାୟ ବସବାସ କରନ୍ତି । ପାଖାପାଖି ୧୭ ରୁ ୨୦ ପ୍ରତିଶତ ସଂଖ୍ୟାଲଘୁ ଭୋଟ ପିପିଲି ନିର୍ବାଚନକୁ ପ୍ରଭାବିତ କରିଥାଏ । ତେବେ ଧର୍ମ ନିରପେକ୍ଷତା ଆଧାରରେ ଭୋଟ ଦେଇଆସୁଛନ୍ତି ପିପିଲି ଓ ଡେଲାଙ୍ଗବାସୀ । ଧର୍ମ ନିରପେକ୍ଷତା ସବୁବେଳେ ବିଜେଡିର ସ୍ୱର ହୋଇଛି । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଗୁରୁତ୍ୱ ଦେଇଆସିଛନ୍ତି ।