spot_img
Home Blog Page 5794

‘ରାଜ୍ୟରେ ଡେ’ କର୍ଫ୍ୟୁ ଲାଗୁ ହେବାର କୌଣସି ଯୋଜନା ନାହିଁ’

ଭୁବନେଶ୍ୱର: ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟରେ ଡେ’ କର୍ଫ୍ୟୁ ଲାଗୁ ହେବାର କୌଣସି ଯୋଜନା ନାହିଁ । ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି । ଏହା ଉପରେ ରାଜ୍ୟ ସରକାର ନଜର ରଖିଛନ୍ତି । ତେଣୁ ଡେ’ କର୍ଫ୍ୟୁ ଲାଗୁ ହେବାର ବର୍ତ୍ତମାନ ଯୋଜନା ନଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ କୁମାର ଜେନା । ତେବେ ପରିସ୍ଥିତିକୁ ନଜରରେ ରଖି କଟକଣା ମାନି ସାମାଜିକ ଦୂରତା ଓ ମାସ୍କ ବ୍ୟବହାର ଉପରେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି ।

ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଚେକ୍ ଦେବାକୁ ଲାଗୁ ହୋଇପାରେ କର୍ଫ୍ୟୁ । ୩ ରୁ ୪ ଦିନ ମଧ୍ୟରେ ଏନେଇ ସରକାର ନିଷ୍ପତ୍ତି ନେଇପାରନ୍ତି । ରାଜ୍ୟରେ ଦିନ ବେଳା କର୍ଫ୍ୟୁ ଲାଗୁ ହୋଇପାରେ ବୋଲି ପୂର୍ବରୁ କହିଥିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ତେବେ ଏହାପରେ ଆରମ୍ଭ ହୋଇଥିଲା ଚର୍ଚ୍ଚା । ଡେ’ କର୍ଫ୍ୟୁକୁ ନେଇ ସମସ୍ତଙ୍କ ମନରେ ଛନକା ପଶିଯାଇଥିଲା । ରାଜ୍ୟର ବିଭିନ୍ନ ଜିଲ୍ଲାରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ବେଳେ ସରକାର ୧୦ଟି ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରିଛନ୍ତି ।

ଅନ୍ୟପଟେ ରାଜ୍ୟରେ ଆଉ ୪୭୧ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨୭୮, ଲୋକାଲ କେସ୍ ୧୯୩ । ୨୭ ଜିଲ୍ଲା ଓ ଷ୍ଟେଟପୁଲରୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ସର୍ବାଧିକ ୮୫, କଳାହାଣ୍ଡିରୁ ୫୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆପଡାରୁ ୪୨, ଖୋର୍ଦ୍ଧାରୁ ୪୦, ବଲାଙ୍ଗୀରରୁ ୩୬, ସମ୍ବଲପୁରୁ ୨୭, ଝାରସୁଗୁଡ଼ାରୁ ୨୩, କଟକରୁ ୨୨, ନବରଙ୍ଗପୁରରୁ ୧୭, ମୟୂରଭଞ୍ଜରୁ ୧୬, ବାଲେଶ୍ବରରୁ ୧୫, ପୁରୀରୁ ୧୪, ଗଞ୍ଜାମରୁ ୧୨, ଯାଜପୁରରୁ ୧୧, ଅନୁଗୁଳରୁ ୧୦, ଷ୍ଟେଟପୁଲରୁ ୯, ରାୟଗଡ଼ାରୁ ୮, କୋରାପୁଟରୁ ୭, ଭଦ୍ରକରୁ ୬, ବରଗଡ଼ରୁ ୫, ନୟାଗଡ଼ରୁ ୪, କନ୍ଧମାଳରୁ ୩, ସୋନପୁର, ଗଜପତି, କେନ୍ଦ୍ରାପଡ଼ରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳ, ଜଗତସିଂହପୁର ଓ କେନ୍ଦୁଝରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୪୨ହଜାର ୬୯୫ ଥିବା ବେଳେ ଆକ୍ଟିଭ କେସ୍ ରହିଛି ୩ହଜାର ୮୫ ।

ଷୋଡ଼ଶ ଶତାବ୍ଦୀରେ ଦୁନିଆରେ ପ୍ରଥମଥର ପାଇଁ ଏହି ଦ୍ୱୀପରେ ଲାଗିଥିଲା ଲକଡାଉନ୍, ସେନା ସମ୍ଭାଳିଥିଲା କମାଣ

(ସୁଶାନ୍ତ କୁମାର ସାହୁ): ଦେଶରେ କରୋନାର ନୂଆ ଲହରକୁ ନେଇ ଆତଙ୍କ ଲାଗି ରହିଛି । ରୂପ ବଦଳାଉଥିବା କରୋନା ଭୂତାଣୁର ନୂଆ ରୂପ ଯୋଗୁଁ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଛି । ବିଶେଷକରି ମହାରାଷ୍ଟ୍ର ଓ ଛତିଶଗଡ଼ ଭଳି ରାଜ୍ୟରେ ସ୍ଥିତି ସଙ୍ଗୀନ ରହିଥିବା ବେଳେ ଲଗାତାର ଲକଡାଉନ୍ କଥା କୁହାଯାଉଛି । ଏମିତିରେ ଲକଡାଉନ୍ କଥା ଗତବର୍ଷରୁ ବେଶ୍ ଚର୍ଚ୍ଚାରେ ରହିଛି । ପ୍ରକୃତରେ ଲକଡାଉନ୍ ଷୋଡ଼ଶ ଶତାବ୍ଦୀରୁ ପ୍ରଚଳିତ ହୋଇ ଆସିଛି ।

Lockdown In Ancient World Malta Amid Plague Pandemic Coronavirus India

ଦୁନିଆର ପ୍ରଥମ ଲକଡାଉନ୍

ସିସଲି ଓ ଉତ୍ତର ଆମେରିକା ମଧ୍ୟରେ ଏକ ଦ୍ୱୀପ ଦେଶ ମାଲ୍ଟା ରହିଛି । ଷୋଡ଼ଶ ଶତାବ୍ଦୀରେ ମାଲ୍ଟା ଦ୍ୱୀପ ଦେଶରେ ଲକଡାଉନ୍ ଲାଗୁ ହୋଇଥିଲା । ସେତେବେଳେ ଫ୍ରେଞ୍ଚ୍ ଭାଷାଭାଷୀ ଅଞ୍ଚଳରେ ସୈନିକଙ୍କ ଯୋଗୁଁ କଲେରା ବା ହଇଜା ବ୍ୟାପି ଯାଇଥିଲା । ଏଥିରେ ଅନେକଙ୍କ ମୃତ୍ୟୁ ହେବା ପରେ ଶୀଘ୍ର କଟକଣା ଜାରି କରାଯାଇଥିଲା । ସୁସ୍ଥ ସୈନିକଙ୍କୁ ମୁତୟନ କରାଯାଇ ଲୋକଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ଜାଗାକୁ ଯିବା ପାଇଁ ବାରଣ କରାଯାଇଥିଲା । କଣ୍ଟେନମେଣ୍ଟ ଜୋନ୍ କରାଯାଇଥିଲା ଯାହାକୁ କର୍ଡନ ସାନିଟାରିଜ୍ କୁହାଯାଉଥିଲା । ଫ୍ରେଞ୍ଚ ଭାଷାରେ ତାର ଅର୍ଥ ଲୋକଙ୍କ ଯିବାଆସିବା ଉପରେ ପ୍ରତିବନ୍ଧକ ।

Lockdown In Ancient World Malta Amid Plague Pandemic Coronavirus India

ପାସପୋର୍ଟ ଦେଖାଇଲେ ମୁକ୍ତି

ବ୍ରିଟିଶ୍ ଶାସନାଧୀନ ଭାରତରେ ମଧ୍ୟ ଲୋକଙ୍କୁ ରୋକିବା ଲାଗି ସେନାକୁ ବ୍ୟବହାର କରାଯାଇଥିଲା । ରିପୋର୍ଟ ଅନୁସାରେ ଯେଉଁମାନଙ୍କ ପାଖେ ଏକ ସ୍ୱତନ୍ତ୍ର କାଜଗ ଥିଲା, ସେମାନଙ୍କୁ ଛାଡ଼ କରାଯାଉଥିଲା । ଉକ୍ତ କାଗଜରେ ଲେଖାଥିଲା ସିଏ ପ୍ଲେଗରୁ ସମ୍ପୂର୍ଣ୍ଣ ମୁକ୍ତ । ସଡ଼କକୁ ବାହାରିବା ମାତ୍ରେ ଉକ୍ତ କାଗଜକୁ ପାଖରେ ରଖିବାକୁ ପଡ଼ୁଥିଲା ଏବଂ ପ୍ରତିଦିନ ସ୍ୱାସ୍ଥ୍ୟ ଯାଞ୍ଚ କରିବାକୁ ପଡ଼ୁଥିଲା ।

Lockdown In Ancient World Malta Amid Plague Pandemic Coronavirus India

ଇଂରେଜ ସରକାର ଲଗାଇଥିଲେ ଲକଡାଉନ୍

ଉନବିଂଶ ଓ ବିଂଶ ଶତାବ୍ଦୀରେ ହଇଜା ଓ ପ୍ଲେଗ୍ ରୋଗ ସାଧାରଣ କଥା ଥିଲା । ବ୍ରିଟିଶ ଶାସନ କାଳରେ ମଧ୍ୟ ହଇଜା ବ୍ୟାପିଥିଲା । ସେତେବେଳେ ଏହାକୁ ନେଇ ହଡ଼ବଡ଼େଇ ଯାଇଥିବା ଇଂରେଜ ସରକାର ପ୍ରଭାବିତ ଅଞ୍ଚଳରେ ଲକଡାଉନ୍ ଲାଗୁ ନେଇ ନିର୍ଦ୍ଦେଶ ଦେଇଥିଲେ । ତେବେ ସେତେବେଳେ ଏହାକୁ ଲକଡାଉନ୍ ପରିବର୍ତ୍ତେ ହୋଲ୍ଡିଂ କୁହାଯାଉଥିଲା । ନବାବ ଶାସିତ ହାଇଦ୍ରାବାଦରେ ବି ଏହି ୨ ରୋଗ ପାଇଁ ସମାନ ବ୍ୟବସ୍ଥା ଥିଲା । ସେତେବେଳେ ବି ଲକଡାଉନ୍, କଣ୍ଟେନମେଣ୍ଟ ଜୋନ୍, ଆଇସୋଲେସନ୍ ସହ ପ୍ରବାସୀଙ୍କ ଠାରୁ ରୋଗ ବ୍ୟାପିବାର ଡର ଥିଲା ।

Lockdown In Ancient World Malta Amid Plague Pandemic Coronavirus India

ମିଳିଛି ପୁରୁଣା ପ୍ରମାଣ

ସେତେବେଳେ ନିଆଯାଇଥିବା ପଦକ୍ଷେପର ଦସ୍ତାବିଜ୍ ବି ରହିଛି । ଯେମିତି ଇଂରେଜମାନେ ହଲିଡେ ଟର୍ମରେ ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖୁଥିଲେ । ଏହି କଥା ବ୍ରିଟିଶ୍ ଇଣ୍ଡିଆର ଅଧିକାରୀକ ରେକର୍ଡ ନ୍ୟାସନାଲ୍ ଆର୍କାଇଭ୍ସ ଅଫ୍ ଇଣ୍ଡିଆରେ ରହିଛି । ଏହା ବାଦ୍ ବ୍ରିଟିଶ୍ ଇଣ୍ଡିଆର ମେଡିକାଲ ଇତିହାସ ଆର୍କାଇଭରୁ ଜଣାପଡ଼େ କି କେମିତି ଇଂରେଜ ଓ ନିଜାମ ସଂକ୍ରାମକ ରୋଗ ରୋକିବାକୁ ଟ୍ରେନ୍ ଓ ଗୋରୁଗାଡ଼ିରେ ଗୋଟିଏ ସ୍ଥାନରୁ ଅନ୍ୟତ୍ର ଯିବା ଉପରେ କଟକଣା ଜାରି କରିଥିଲେ । ବିଶେଷକରି ହଇଜା ଭଳି ରୋଗ କୌଣସି ଅଞ୍ଚଳରେ ବ୍ୟାପିବା ଜଣାପଡ଼ିବା ପରେ ସେ ସ୍ଥାନରୁ ଅନ୍ୟ ସ୍ଥାନ ସହ ସମ୍ପର୍କକୁ ବନ୍ଦ କରି ଦିଆଯାଉଥିଲା ।

ଶ୍ରମିକଙ୍କୁ ଅଗ୍ରୀମ ଦରମା

ସହରରେ କାମ କରୁଥିବା ପ୍ରବାସୀ ଶ୍ରମିକ ଫେରିଲେ ସାଙ୍ଗରେ ରୋଗ ନେଇ ଫେରିବେ । ଏହା ଆଶଙ୍କା କରି ବ୍ରିଟିଶ୍ ଇଣ୍ଡିଆରେ ନୂଆ ପଦେକ୍ଷପ ନିଆ ଯାଇଥିଲା । ସେତେବେଳେ ଶ୍ରମିକଙ୍କୁ ସେମାନଙ୍କ ଘର ଆଖପାଖ ଅଥବା ୩ କିଲୋମିଟର ପରିଧି ଭିତରେ କାମ ଦେବା ପାଇଁ ଚେଷ୍ଟା କରାଯାଇଥିଲା । ସେହି ସମୟରେ ଶ୍ରମିକ ନିଜ ଅଞ୍ଚଳରୁ ବାହାରକୁ ଯାଇ ପାରୁନଥିଲେ । ଏଥିସହ ଶ୍ରମିକଙ୍କୁ ୩୨ ଦିନର ମଜୁରୀ ଆଗୁଆ ଦିଆ ଯାଉଥିଲା ।

Lockdown In Ancient World Malta Amid Plague Pandemic Coronavirus India

ପ୍ରସ୍ତୁତ ହେଉଥିଲା ରଣନୀତି

୧୮୯୭ର ଫାଇଲ୍ ନମ୍ବର ୧୨୦ (ଶିମଳା ରେକର୍ଡ୍ସ)ରେ ଏହା ଉଲ୍ଲେଖ ରହିଛି । ଯାହାକି ରାଜସ୍ୱ ଓ କୃଷି ବିଭାଗ ପାଖରେ ଉପଲବ୍ଧ । ଫାଇଲ୍ ଅନୁସାରେ ୧୮୯୭ ମସିହା ମାର୍ଚ୍ଚ ୨୦ ତାରିଖରେ ଆହ୍ଲାବାଦରେ ଏକ ବୈଠକ ବସିଥିଲା । ଯେଉଁଥିରେ ଇଂରେଜ ସରକାର ହଲିଡେ (ଏବେର ଲକଡାଉନ୍) କଥା କହିଥିଲେ । ସଂକ୍ରାମକ ରୋଗ ବ୍ୟାପିବା ବେଳେ ଶ୍ରମିକଙ୍କୁ ମିଳୁଥିବା ଏହି ଛୁଟିରେ ଆଗୁଆ ଦରମା ସହ ମାସ ଯାଏ ଘରେ ରହିବାକୁ ପଡ଼ୁଥିଲା । ପ୍ରବାସୀ ଶ୍ରମିକଙ୍କୁ ଗୋଷ୍ଠୀ କରି ଅଧିକରୁ ଅଧିକ ୫୦୦ ଲୋକଙ୍କୁ ନିଜ ଗାଁକୁ ପଠା ଯାଉଥିଲା ।

ଚତୁର୍ଦ୍ଦଶ ଶତାଦ୍ଦୀରୁ କ୍ୱାରେଣ୍ଟାଇନର ପ୍ରଚଳନ

କ୍ୱାରେଣ୍ଟାଇନର ପ୍ରଚଳନ ବହୁ ଶତାଦ୍ଦୀ ପୂର୍ବରୁ ଆରମ୍ଭ ହୋଇ ସାରିଥିଲା । ୧୩୪୭ ମସିହା ଅକ୍ଟୋବରରେ ଚୀନ ଦେଇ କେତେକ ବାଣିଜ୍ୟିକ ଜାହାଜ ଇଟାଲିରେ ଲାଗିଥିଲା । ଉକ୍ତ ଜାହାଜରେ ଥିବା ଅଧିକାଂଶ ଲୋକ ପ୍ଲେଗରେ ଆକ୍ରାନ୍ତ ହୋଇଥିଲେ । ଯେଉଁମାନେ ବଞ୍ଚିଥିଲେ ଚିକିତ୍ସା ବେଳେ ସଂକ୍ରମଣ ବ୍ୟାପିଲା । ପାଖାପାଖି ୮ ମାସ ଭିତରେ ଏହା ଆଫ୍ରିକା, ଇଟାଲି, ସ୍ପେନ୍, ଇଂଲଣ୍ଡ, ଫ୍ରାନ୍ସ, ଅଷ୍ଟ୍ରିୟା, ହଙ୍ଗରୀ, ସ୍ୱିଜରଲ୍ୟାଣ୍ଡ, ଜର୍ମାନୀ, ସ୍କାଣ୍ଡିନାଭିଆ ଓ ବାଲ୍ଟିକ୍ ସିରେ ପହଞ୍ଚି ଯାଇଥିଲା । ପରେ ପ୍ରାୟ ୫ ବର୍ଷ ଧରି ୟୁରୋପର ଲୋକ ଏଥିରେ ସଂକ୍ରମିତ ହୋଇ ଚାଲିଥିଲେ । ଶେଷରେ ଲୋକ ଚୀନ୍ ଓ ଏସିଆରୁ ବାଣିଜ୍ୟ ସାରି ଫେରୁଥିବା ଜାହାଜକୁ ଆଇସୋଲେସନ୍ କରି ରଖିବା ଆରମ୍ଭ କରିଥିଲେ । ଏହି ଆଇସୋଲେସନ୍ ସମୟ ୩୦ ଦିନ ଥିଲା, ତାକୁ ଟ୍ରେଣ୍ଟିନୋ କୁହାଯାଉଥିଲା ।

‘ମିସେସ୍‌ ଫେମିନା’ ମୁକୁଟ ପିନ୍ଧିଲେ ଓଡିଆ ମହିଳା ଇପ୍ସିତା

କଟକ: ମିସେସ୍‌ ଫେମିନାର ମୁକୁଟ ପିନ୍ଧିଲେ ଓଡିଆ ମହିଳା ଇପ୍ସିତା । ଅନଲାଇନ୍‌ ପ୍ରତିଯୋଗିତାରେ ସଭିଙ୍କୁ ପଛରେ ପକାଇ ନିଜ ନାଁରେ କଲେ ବିଜୟ ଟାଇଟଲ । ବଣ୍ଡା ଓ କନ୍ଧ ଆଦିବାସୀଙ୍କ ଶାଢୀ ପିନ୍ଧି ବିଚାରକ ମଣ୍ଡଳୀକୁ କଲେ ଆକୃଷ୍ଟ ।

ଇପ୍ସିତା ପେଶାରେ ଜଣେ ସଫ୍ଟଓୟାର ଇଞ୍ଜିନିୟର । ହେଲେ ପିଲାଦିନୁ ନିଶା ତାଙ୍କର ମଡେଲିଂ କରିବା । ମାତ୍ର ୧୬ ବର୍ଷ ବୟସରୁ ଆରମ୍ଭ କରିଥିଲେ ମଡଲିଂର ଯାତ୍ରା । ଆଉ ତାଙ୍କର ଏହି ମଡଲିଂ ନିଶା ତାଙ୍କୁ ଆଜି ଏକ ନୂଆ ପରଚୟ ଦେଇଛି । କଟକର ସୁନ୍ଦରୀ ଇପ୍ସିତା ପିନ୍ଧିଛନ୍ତି ମିସେସ୍ ଫେମିନାର ଟାଇଟଲ ।

ବିବାହ ପୂର୍ବରୁ ଓ ପରେ ବହୁ ଅନ୍ତର୍ଜାତୀୟ ମଞ୍ଚରେ ଇପ୍ସିତା ଭାରତରୁ ପ୍ରତିନିଧିତ୍ୱ କରିଛନ୍ତି । କୋଭିଡ୍‌ କଟକଣା ପାଇଁ ଏଥର ଅନ୍‌ଲାଇନ୍‌ ପ୍ରତିଯୋଗିତା ହୋଇଥିଲା । ଏଥିପାଇଁ ଅଧିକ ପରିଶ୍ରମ କରିବାକୁ ପଡିଥିଲା ଇପ୍ସିତାଙ୍କୁ । ତେବେ ଇପ୍ସିତାଙ୍କ ଏହି ମଡଲିଂ ନିଶା ତାଙ୍କୁ ଚଳଚ୍ଚିତ୍ର ଜଗତରେ ମଧ୍ୟ ସ୍ଥାନ ଦେଇଛି । ମରାଠି ଚଳଚିତ୍ର -ଏକ ଆଓ୍ୱାରାରେ ଇପ୍ସିତା ଅଭିନୟ କରିଥିବାବେଳେ ଆଗକୁ ସୁଯୋଗ ପାଇଲେ ଓଲିଉଡରେ ଅଭିନୟ କରିପାରନ୍ତି ବୋଲି କହିଛନ୍ତି ।

ଦଲାଲଙ୍କ କବ୍‌ଜାରେ SCB ମେଡିକାଲ, ନର୍ସିଂହୋମରେ ମିଳିବ ଭଲ ଚିକିତ୍ସା କହି ଭୁତାଉଛନ୍ତି

କଟକ: ମେଡିକାଲରେ ନୁହଁ, ନର୍ସିଂହୋମରେ ମିଳିବ ଭଲ ଚିକିତ୍ସା । ରୋଗୀଙ୍କୁ ପ୍ରଲୋଭିତ କରି ଭୁଆଁ ବୁଲାଉଛନ୍ତି ଦଲାଲ ।  ଦଲାଲଙ୍କ କବଜାରେ କଟକ ଏସସିବି ମେଡିକାଲ । ମେଡିକାଲର ଚତୁଃପାର୍ଶ୍ଵରେ ମାଳ ମାଳ ଛୋଟବଡ଼ ଘରୋଇ ନର୍ସିଂହୋମ ଏବଂ ଲ୍ୟାବ୍‌ ରହିଛି । କିଛି ଡାକ୍ତରଙ୍କ ଇଙ୍ଗିତରେ ଘରୋଇ ନର୍ସିଂ ହୋମକୁ ହାଇଜାକ୍‌ ହେଉଛନ୍ତି ରୋଗୀ । ମେଡିକାଲରେ ନୁହେଁ, ନର୍ସିଂହୋମ୍‌ରେ ଭଲ ଚିକତ୍ସା ଯୋଗାଇ ଦେବାକୁ କହି ଟଙ୍କା ଲୁଟୁଛନ୍ତି ଦଲାଲ । ଏଭଳି କାର୍ଯ୍ୟରେ ଡାକ୍ତର ସହାୟତା କରୁଥିବା ଅଭିଯୋଗ ହୋଇଛି । ଶନିବାର ଓ ରବିବାର ଦୁଇ ଦିନରେ ୯ ଜଣ ଦଲାଲଙ୍କୁ ଗିରଫ କରିଛି ପୋଲିସ୍ ।

ଦଲାଲମାନେ ମେଡିକାଲ ଭିତରେ ବି ସୁବ୍ୟବସ୍ଥା କରାଇବାକୁ କହି ଟଙ୍କା ଲୁଟୁଛନ୍ତି । ଏହି ଦଲାଲଙ୍କୁ ଡାକ୍ତର ସହାୟତା କରୁଥିବା ଭଳି ଆସିଛି ସାଂଘାତିକ ଅଭିଯୋଗ । ତେବେ କଟକ ମଙ୍ଗଳାବାଗ କାଠଗୋଲା ସାହି ପାଖରେ ଏସ୍‌ସିବି ମେଡିକାଲକୁ ଲାଗି ରହିଛି ମାଳ ମାଳ ନର୍ସିଂ ହୋମ ଓ ପାଥୋଲ୍ୟାବ୍‌ । ହେଲେ ସବୁଠୁ ବଡ଼ କଥା ହେଲା, ନର୍ସିଂ ହୋମ୍‌ ଓ ଫଥୋଲ୍ୟାବ୍‌ରେ ଲାଗିଥିବା ଫଳକରେ ଲେଖା ହୋଇଛି ଡାକ୍ତରଙ୍କ ନାଁ । ସମସ୍ତ ଡାକ୍ତର ଏସ୍‌ସିବିର ଓ ସେମାନଙ୍କ ରୋଗୀ ଦେଖିବା ସମୟ ବି ଲେଖା ଯାଇଛି । ହେଲେ ମେଡିକାଲରେ ଉପସ୍ଥିତ ରହିବା ସମୟରେ କିଭଳି ଏଠାରେ ରୋଗୀଙ୍କୁ ଚିକତ୍ସା କରୁଛନ୍ତି ଏସ୍‌ସିବି ଡାକ୍ତର ? କାହା ଅନୁମତିରେ ଅଫିସ ସମୟରେ ନର୍ସିଂହୋମରେ ରୋଗୀ ଚିକତ୍ସା କରୁଛନ୍ତି ଡାକ୍ତର ? ଅଧିକ ଟଙ୍କା ରୋଜଗାର କରିବାରେ ଏମାନଙ୍କୁ କିଏ ଯୋଗାଉଛି ସହାୟତା ? ଏହି ଗୋଟିଏ କଥା ନୁହଁ, ଏସ୍‌ସିବିରେ ରୋଗୀ ସେବାର ପ୍ରତିଟି କ୍ଷେତ୍ରରେ ମାଳମାଳ ଏଜେଣ୍ଟ କାମ କରୁଛନ୍ତି । ମେଡିକାଲରେ ପୋଲିସର ଚଢାଉ ବେଳେ ଏଭଳି ସାଂଘାତିକ ସତ ପଦାକୁ ଆସିଛି । ଚଢାଉ ବେଳେ ୬ ଦଲାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଅଫିସ ସମୟରେ ସରକାରୀ ଡାକ୍ତରଙ୍କ ନର୍ସିଂ ହୋମରେ ରୋଗୀ ଦେଖା ଘଟଣାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି । କିଛି ଲୋଭୀ ଡାକ୍ତରଙ୍କ ପାଇଁ ଆଜି ଅନେକ ନିରିହ ଲୋକେ ଠକାମିର ଶିକାର ହେଉଛନ୍ତି ।

ସ୍ତ୍ରୀ ସହ ଝଗଡ଼ାରୁ ଜାଳିଦେଲା ଘର, ଜୀଅନ୍ତା ଜଳିଗରେ ୪ ଶିଶୁ ସହ ୬ ଜଣ

ବେଙ୍ଗଳୁରୁ: ମଦ ନିଶା ମଣିଷକୁ କେଉଁ ସ୍ତରକୁ ବି ନେଇ ଯାଇପାରେ । ଜୀବନର ସବୁକିଛିକୁ ଓଜାଡ଼ି ଦେଇପାରେ ଏହି ନିଶା । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକରେ । ମଦ ପିଇ ସ୍ତ୍ରୀ ସହ ଝଗଡ଼ା କରିଥିଲେ ସ୍ୱାମୀ । ଫଳରେ ଛୁଆଙ୍କୁ ନେଇ ସ୍ତ୍ରୀ ବାପଘରକୁ ପଳାଇଥିଲା । ଆଉ ମଦ ନିଶାରେ ସ୍ୱାମୀ ସ୍ତ୍ରୀ ସହ ୬ ଜଣଙ୍କୁ ଜାଳି ଦେଇଛି । କୋଡାଗୁ ଜିଲ୍ଲାର ପୋନ୍ନମ୍ପେଟ୍ ଥାନା ମୁଗଟାଗେରି ଗାଁରେ ଘଟିଛି ଏହି ବିଭତ୍ସ କାଣ୍ଡ ।

Inebriated man sets house on fire over dispute with wife; 6 including 4 kids charred to death

ପୋଲିସ ସୂଚନା ଅନୁସାରେ, ଶ୍ରମିକ ଶ୍ରେଣୀର ୫୦ ବର୍ଷୀଅ ୟେରାଭରା ବୋଜା ପ୍ରତିଦିନ ମଦ ପିଇ ସ୍ତ୍ରୀ ବେବି ସହ ଝଗଡ଼ା କରିଥାଏ । ଏମିତି ଝଗଡ଼ା ପାଇଁ ପ୍ରାୟ ସପ୍ତାହକ ତଳେ ବେବି ସ୍ୱାମୀଙ୍କୁ ଛାଡ଼ି ସେହି ଗାଁରେ ରହୁଥିବା ତାଙ୍କ ଭାଇଙ୍କ ଘରକୁ ପିଲାଛୁଆଙ୍କୁ ନେଇ ପଳାଇଥିଲେ । ସ୍ତ୍ରୀ ପଳାଇବା ପରେ ଶନିବାର ମଦ୍ୟପ ବୋଜା ରାତି ପ୍ରାୟ ୨ଟା ବେଳେ ଶ୍ୱଶୁର ଘରକୁ ଯାଇଥିଲା ।

Inebriated man sets house on fire over dispute with wife; 6 including 4 kids charred to death

ଘର ଉପରକୁ ଚଢ଼ିବା ସହ ଟାଇଲର କିଛି ଖଣ୍ଡ କାଢ଼ି ସ୍ତ୍ରୀ ଶୋଇଥିବା ଘରେ ପେଟ୍ରୋଲ୍ ଢ଼ାଳି ନିଆଁ ଲଗାଇ ଦେଇଥିଲା । ଆଉ ଏହି ନିଆଁରେ ୪ ଛୁଆଙ୍କ ସହ ୬ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୪ ଜଣ ମେଡିକାଲ୍ ବେଡରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ବୋଜାର ସ୍ତ୍ରୀ ବେବି, ବୋଜାର ମାଉସୀ ଏରଭା ସହ ୪ ଛୁଆ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ଗୁରୁତରଙ୍କୁ ମୟସୁରୁ ଏବଂ ମାଡିକେରି ମେଡିକାଲରେ ଭର୍ତ୍ତି କରାଯାଇଛି । ବୋଜାକୁ ଗିରଫ କରିବା ପାଇଁ ପୋଲିସ ଉଦ୍ୟମ କରୁଛି ।

ଶ୍ରୀମନ୍ଦିର ହେଲା ସାନିଟାଇଜ୍‌, ଏଣିକି ସବୁ ରବିବାର ବନ୍ଦ ରହିବ ଦର୍ଶନ..

ପୁରୀ: କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ପୁରୀ ଶ୍ରୀମନ୍ଦିର ବନ୍ଦ ରହିଛି । ଆଜିଠାରୁ ପ୍ରତି ରବିବାର ଶ୍ରୀମନ୍ଦିରକୁ ସାନିଟାଇଜ୍ କରାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଏହାକୁ ଭକ୍ତ ଓ ସେବାୟତମାନେ ସ୍ୱାଗତ କରିଥିବା ବେଳେ ରବିବାର ବଦଳରେ ଅନ୍ୟ ଦିନ ବନ୍ଦ କରିବା ପାଇଁ କିଛି ମତ ଦେଇଛନ୍ତି । ରବିବାର ଛୁଟିଦିନ ଥିବାରୁ ଅଧିକ ଭକ୍ତ ଆସିବାର ସୁବିଧା ରହିଛି । ତେଣୁ ଏନେଇ ପୂନର୍ବିଚାର କରିବାକୁ ପରାମର୍ଶ ଦେଇଛନ୍ତି କିଛି ଭକ୍ତ ଓ ସେବାୟତ ।

ସପ୍ତାହରେ ଥରେ ଶ୍ରୀମନ୍ଦିର ପରିସର ହେବ ସାନିଟାଇଜ୍ । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଶ୍ରୀମନ୍ଦିରରେ ଲାଗୁ ହେଲା ଏଭଳି କଟକଣା । କୋଭିଡର ଦ୍ୱିତୀୟ ଲହରକୁ ନଜରରେ ରଖି ଏଣିକି ପ୍ରତି ରବିବାର ଦର୍ଶନ ବନ୍ଦ ରହିବ । ଏହାସହ ଶ୍ରୀମନ୍ଦିର ପରିସରକୁ ସମ୍ପୂର୍ଣ୍ଣ ସାନିଟାଇଜ୍‌ କରାଯିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତ ନିଆଯାଇଛି । ତେବେ ମହାପ୍ରଭୁଙ୍କ ନୀତିକାନ୍ତି ଯେପରି କ୍ଷୁର୍ଣ୍ଣ ନହୁଏ ସେଥିପାଇଁ ସବୁ ବ୍ୟବସ୍ଥା କରାଯାଇଛି ।

ଅନ୍ୟପକ୍ଷରେ ମନ୍ଦିର ବନ୍ଦକୁ ନେଇ ସେବାୟତ ଓ ଭକ୍ତଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ରବିବାର ଛୁଟିଦିନ ଥିବାରୁ ଅଧିକ ଭକ୍ତ ଶ୍ରୀମନ୍ଦିର ଆସିଥାନ୍ତି । ତେଣୁ ରବିବାର ବଦଳରେ ଅନ୍ୟଦିନ ବନ୍ଦ ପାଇଁ ନିଷ୍ପତ୍ତି ନେବାକୁ କିଛି ଭକ୍ତ ଓ ସେବାୟତ ପରାମର୍ଶ ଦେଇଛନ୍ତି । ଏଥିପାଇଁ ନିଷ୍ପତିର ପୂନର୍ବିଚାର କରିବାକୁ ସେମାନେ ଅନୁରେଧ କରିଛନ୍ତି ।

 କୋଭିଡ ଯୋଗୁଁ ଗତବର୍ଷ ଶ୍ରୀମନ୍ଦିର ସମ୍ପୂର୍ଣ ବନ୍ଦ ରଖାଯାଇଥିଲା । ପରେ ସ୍ୱତନ୍ତ୍ର SOP ମାଧ୍ୟମରେ ଦର୍ଶନ ବ୍ୟବସ୍ଥା ଜାରି ରଖାଯାଇଥିବା ବେଳେ ପୁନର୍ବାର SOP ରେ ସାମାନ୍ୟ କଟକଣା ଲାଗୁକରାଯାଇଛି ।

ଓଭରହେଡ୍‌ ଟାଙ୍କି ଅଛି ସତ ହେଲେ କାମରେ ଆସୁନି, ପାଣି ପାଇଁ ମାଇଲିଏ ବାଟ ଚାଲୁଛନ୍ତି ମହିଳା

ଗଞ୍ଜାମ: କଲବଲ କଲାଣି ତାତି । ଡହ ଡହ ଖରାରେ ଅସ୍ତବ୍ୟସ୍ତ ଜନଜୀବନ । ଗ୍ରାଷ୍ମ ଆରମ୍ଭରୁ ଗାଁରେ ପାଣି ସମସ୍ୟା । ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ପରିତ୍ୟକ୍ତ କୂଅ ଶୋଷ ମେଣ୍ଟାଉଥିବା ବେଳେ ପାଣି ପାଇଁ ମାଇଲମାଇଲ ବାଟ ଚାଲୁଛନ୍ତି ଗାଁର ମହିଳା । ଓଭରହେଡ୍ ଟାଙ୍କି ନିର୍ମାଣ ହୋଇଥିଲେ ମଧ୍ୟ ରକ୍ଷଣାବେକ୍ଷଣ ହେଉନଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଖରା ଆରମ୍ଭରୁ ଉତ୍କଟ ଜଳ ସମସ୍ୟା ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗଞ୍ଜାମ ଜିଲ୍ଲା ବଳରାମପୁରବାସୀ ।

ଗାଁରେ ଓଭରହେଡ୍ ଟାଙ୍କି ଥାଇ ମଧ୍ୟ ତାହା କାମରେ ଲାଗୁନି । ସରକାର ଗାଁରେ ଲୋକଙ୍କୁ ସବୁ ସୁବିଧା ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ କିଛି ମୁନାଫାଖୋର ଅଧିକାରୀଙ୍କ ଅବହେଳା ଯୋଗୁଁ ଏବେ ବି ସରକାରଙ୍କ ସବୁ ଯୋଜନା ସମାଜର ଶେଷ ପାହାଚ ପର୍ଯ୍ୟନ୍ତ ପହଞ୍ଚି ପାରୁ ନାହାନ୍ତି । ତେବେ ଗାଁରେ ଥିବା ଓଭରହେଡ୍‌ ଟଙ୍କି ଥାଇ ମଧ୍ୟ, ଏହାର ରକ୍ଷଣା ବେକ୍ଷଣ କରାଯାଉ ନଥିବାରୁ ଗାଁର ମହିଳାମାନେ ମାଇଲ ମାଇଲ ବାଟ ଚାଲୁଛନ୍ତି ପିଇବା ପାଣି ମୁନ୍ଦାଏ ଆଣିବା ପାଇଁ । ଆଉ ପରିତ୍ୟକ୍ତ କୂଅର ପାଣିକୁ ବ୍ୟବହାର କରି ରୋଗାଗ୍ରସ୍ତ ହୋଉଥିବା ଅଭିଯୋଗ କରିଛନ୍ତି ସେହି ଗାଁର ଲୋକମାନେ ।

ତେବେ ସବୁଠାରୁ ବଡ଼ କଥା ହେଲା, ବଳରାମପୁରରେ ଜଳ ସମସ୍ୟା ଆଜିର କି କାଲିର ନୁହେଁ । ବର୍ଷ ବର୍ଷ ଧରି ଗାଁରେ ଏଭଳି ସମସ୍ୟା ଲାଗି ରହିଛି । ପଞ୍ଚାୟତ ଠାରୁ ବ୍ଲକ୍‌ ପର୍ଯ୍ୟନ୍ତ ସବୁଠି ଲୋକେ ଗୁହାରୀ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏନେଇ ଆସିକା ଗ୍ରାମ୍ୟ ଜଳ ଯୋଗାଣ ଅଧିକାରୀ ଜାଣିବା ପରେ ଶୀଘ୍ର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ବଳରାମପୁରରେ ଅନେକ ଦିନ ହେଲା ଏହି ଜଳ ସମସ୍ୟା ଲାଗି ରହିଥିବା ବେଳେ ଦେଖିବାକୁ ବାକି ରହିଲା କେବେ ହେଉଛି ଏହି ସମସ୍ୟାର ସମାଧାନ ।

ମଧ୍ୟାହ୍ନ ଭୋଜନ ଚାଉଳ ହଡ଼ପ, ବସ୍ତାରେ ୫୦ ବଦଳରେ ରହୁଛି ୪୦ କିଲୋଗ୍ରାମ !

ମଧ୍ୟାହ୍ନ ଭୋଜନ ଚାଉଳ ହଡ଼ପ ଅଭିଯୋଗ । ବଣ୍ଟନ ସମୟରେ ହେଉଛି ବାଟମାରଣା । ୫୦ କିଲୋ ବସ୍ତାରେ ୪୦ରୁ ୪୫ କିଲୋ ଚାଉଳ । ଓଜନ ମାପ ପରେ ସାମ୍ନାକୁ ଆସିଲା ସତ । ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପାଇଁ ଆସୁଥିବା ଚାଉଳକୁ କରାଯାଉଛି ହଡ଼ପ । ୫୦ କିଲୋ ବଦଳରେ କେଉଁ ବସ୍ତାରେ ୪୦ କିଲୋ ତ କେଉଁ ବସ୍ତାରେ ୪୫ କିଲୋ ରହିଥିବା ଦେଖିବାକୁ ମିଳିଛି ।

ଏଭଳି ଦୁର୍ନୀତିର ପୁଳା ପୁଳା ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରୁ । ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଆସୁଥିବା ମଧ୍ୟାହ୍ନ ଭୋଜନ ଚାଉଳକୁ ଅତି ଚତୁରତାର ସହ ବାଟମାରଣା କରାଯାଉଥିବା ଦେଖିବାକୁ ମିଳିଛି । ରାତିର ଅନ୍ଧାରରେ କୁନି କୁନି ପିଲାଙ୍କ ଖାଦ୍ୟକୁ ଟ୍ରକରୁ ହଡ଼ପ କରାଯାଉଛି । ପ୍ରତି ବସ୍ତାରେ ୫୦ କିଲୋ ଚାଉଳ ବଦଳରେ ୪୦ରୁ ୪୫ କିଲୋ ରହିଛି । ଯାହାକୁ ନେଇ ସ୍କୁଲ ଶିକ୍ଷକ ପ୍ରତିବାଦ କରିବାରୁ ନାଲିଆଖି ଦେଖାଇଛି ଟ୍ରକ୍ ଡ୍ରାଇଭର ।

ଶୁକ୍ରବାର ସନ୍ଧ୍ୟା ସମୟରେ OD-01AB-1351 ମିନି ଟ୍ରକ, ବାସୁବେଦପୁର ବ୍ଲକର ମଙ୍ଗଳାପଦା ପ୍ରାଥମିକ ବିଦ୍ୟାଳୟ ଓ ଜଗନ୍ନାଥପୁର ହାଇସ୍କୁଲରେ ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟନ କରିବାକୁ ଆସିଥିଲା । ମାତ୍ର ବଣ୍ଟନ ସମୟରେ ସ୍କୁଲ କର୍ତ୍ତୃପକ୍ଷ ବସ୍ତା ଓଜନ କରିବାରୁ ପ୍ରତ୍ୟେକ ବସ୍ତାରେ ୩ରୁ ୫ କିଲୋ କମ୍ ଚାଉଳଥିବା ଜଣାପଡିଛି । ଏନେଇ ବାରାପୁର କ୍ଲଷ୍ଟର ସିଆରସିସିଙ୍କୁ ପଚାରିବାରୁ ଚାଉଳ କମ୍ ଆସୁଥିବା ସ୍ୱୀକାର କରିଛନ୍ତି ।

ବାସୁଦେବପୁର ବ୍ଲକର ୨୯୫ ବିଦ୍ୟାଳୟର ୨୯ ହଜାର ୯୫୪ ଜଣ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଛି । ମାତ୍ର ଏହି ମଧ୍ୟାହ୍ନ ଭୋଜନ ଚାଉଳ ବାଟମାରଣା ସମସ୍ତଙ୍କୁ ଚକିତ୍ କରିଛି । ତେବେ ଏହି ଦୁର୍ନୀତିରେ କେବଳ ଡ୍ରାଇଭର ଲିପ୍ତ ରହିଛି ନା ଯୋଗାଣ ଏଜେଣ୍ଟଙ୍କ ସମ୍ପୃକ୍ତି ରହିଛି ତାହା ତଦନ୍ତ କଲେ ସାମ୍ନାକୁ ଆସିବ । ତେଣୁ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଛତିଶଗଡ଼ ପରେ ଆନ୍ଧ୍ରର ବେଆଇନ୍‌ ବ୍ୟାରେଜ୍‌ ନିର୍ମାଣ, ଏବେଠୁ ଦେଖା ଦେଲାଣି ଜଳ କଷ୍ଟ

ଗଜପତି: ଆନ୍ଧ୍ରର ଦାଦାଗିରି । ଶୁଖିଗଲା ଚିରସ୍ରୋତା ମହେନ୍ଦ୍ର ତନୟା । ଗଜପତି ଜିଲ୍ଲାରେ ଦେଖାଦେଇଛି ଜଳକଷ୍ଟ । ପାନୀୟଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଥିବା ବେଳେ ଚାଷ କାର୍ଯ୍ୟ ମଧ୍ୟ ପ୍ରଭାବିତ ହୋଇଛି । ଯାହାକୁ ନେଇ ଚିନ୍ତାରେ ଜିଲ୍ଲାବାସୀ ଓ ଯୋଗାଣ ବିଭାଗ । ମହେନ୍ଦ୍ର ତନୟା ନଦୀର ଉପରମୁଣ୍ଡରେ ଆନ୍ଧ୍ରର ବ୍ୟାରେଜ ନିର୍ମାଣ ଓ କେନାଲ ଯୋଗେ ଜଳ ଶୋଷଣ ଯୋଗୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି ।

ଗୋଟିଏ ପଟେ ଛତିଶଗଡ଼ ପାଇଁ ଓଡ଼ିଶାର ଜୀବନରେଖା ମହାନଦୀ ଶୁଖିଲା ପଡ଼ିଥିବା ବେଳେ ଆନ୍ଧ୍ର ଯୋଗୁଁ ମହେନ୍ଦ୍ର ତନୟା ଶୁଖି ଯାଇଛି । ନଦୀର ଉପର ମୁଣ୍ଡରେ ଆନ୍ଧ୍ର ବେଆଇନ ଭାବେ ବ୍ୟାରେଜ ଓ କେନାଲ ନିର୍ମାଣ କରି ପାଣି ଶୋଷୁଛି । ମହେନ୍ଦ୍ର ତନୟା ତଳମୁଣ୍ଡରେ ଜଳଧାରା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ବେଳେ ପାରଳାଖେମୁଣ୍ଡି ଓ ଏହାର ଆଖପାଖ ଅଞ୍ଚଳରେ ଜଳ ସମସ୍ୟା ଦେଖାଦେଇଛି । ଚାଷ କାମ ମଧ୍ୟ ପ୍ରଭାବିତ ହୋଇଛି ।

ପ୍ରଥମେ ବିସ୍ତାରବାଦ ନୀତି ଧରି ଜମି ଜବରଦଖଲ, ଏବେ ଓଡ଼ିଶା ଜଳ ଉପରେ ନଜର ପକାଇଛି ପଡୋଶୀ ରାଜ୍ୟ । ବେଆଇନ ବ୍ୟାରେଜ ନିର୍ମାଣ ଯୋଗୁ ଶୁଖିଯାଇଛି ମହେନ୍ଦ୍ର ତନୟା । ଯାହାକୁ ନଜରରେ ରଖି ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ତତ୍ପର ହେବା ସହିତ ସହରର ସମସ୍ତ ନଳକୂଅ ମରାମତି କାର୍ଯ୍ୟ ତ୍ୱରାନ୍ୱିତ କରିଛି । ଗ୍ରୀଷ୍ମଋତୁ ଯୋଗୁଁ ଏହା ଉପରେ ରାଜ୍ୟ ସରକାର ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି ଗଜପତି ଜିଲ୍ଲାବାସୀ ।

ହିଡମାର ଚକ୍ରବ୍ୟୁହରେ କେମିତି ଫଶିଲେ ଯବାନ ?

ଛତିଶଗଡ଼ର ନକ୍ସଲ ପ୍ରଭାବିତ ବିଜାପୁର ଓ ସୁକମା ସୀମାବର୍ତ୍ତୀ କ୍ଷେତ୍ରର ଜଙ୍ଗଲ ମଧ୍ୟରେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୨୪ ଜଣ ଯବାନ ସହିଦ ହୋଇଛନ୍ତି। କୁହାଯାଉଛି ଯେ,କୁଖ୍ୟାତ ନକ୍ସଲ ହିଡମାକୁ ଧରିବାକୁ ୨ ହଜାର ଯବାନ ଜଙ୍ଗଲ ମଧ୍ୟକୁ ପ୍ରବେଶ କରିଥିଲେ । ସେମାନ ବିଭିନ୍ନ ରାସ୍ତା ଦେଇ ଜଙ୍ଗଲକୁ ଯାଇଥିଲେ। ସମ୍ଭବତଃ ନକ୍ସଲଙ୍କ ଗୁପ୍ତଚର ଏ ବାବଦରେ ଆଗରୁ ଖବର ପାଇ ସାରିଥିଲେ। ତେଣୁ ନକ୍ସଲ ନିଜ ରଣନୀତି ପ୍ରସ୍ତୁତ କରିଥିଲେ। ଏହି ରଣନୀତି ଅନୁସାରେ ଜଙ୍ଗଲ ମଧ୍ୟକୁ ପ୍ରବେଶ କାଳରେ ଯବାନଙ୍କ ଉପରେ କୌଣସି ପ୍ରକାରର ଆକ୍ରମଣ ହୋଇନଥିଲା । ନକ୍ସଲ ପୂର୍ବନିର୍ଧାରିତ ସ୍ଥାନରେ ଯବାନଙ୍କ ଉପରେ ଆକ୍ରମଣ କରିବାକୁ ଚାହୁଁଥିଲେ ତେଣୁ ସେମାନେ ଯବାନଙ୍କୁ ଜଙ୍ଗଲ ମଧ୍ୟକୁ ଯିବାକୁ ଦେଇଥିଲେ । ଏହାକୁ ସାଧାରଣ ଭାଷାରେ ଏମିତି କୁହାଯାଇପାରେ ଯେ, ସମୟ ଓ ସ୍ଥାନ ନକ୍ସଲ ନିର୍ଧାରିତ କରିଥିଲେ ।

ସୂଚନା ଅନୁସାରେ ସୁରକ୍ଷାବଳ ଗୋଟିଏ ଦଳରେ ସାମିଲ ନଥିଲେ । ସେମାନେ ବିଭିନ୍ନ ଟିମରେ ବିଭକ୍ତ ହୋଇ ଜଙ୍ଗଲ ମଧ୍ୟକୁ ଯାଇଥିଲେ । ହିଡମାର ବଟାଲିଅନ ଏହାର ଫାଇଦା ଉଠାଇ ଯବାନଙ୍କୁ ଏଭଳି ସ୍ଥାନରେ ଟାର୍ଗେଟ୍ କରିଥିଲା ଯାହାର ଆକାର ଇଂରାଜୀ ଅକ୍ଷର “U’ ଭଳି ଥିଲା । ଏବେ ଆସନ୍ତୁ ଜାଣିବା ଏହି ୟୁ ସେପ୍ ଆମ୍ବୁସ୍ କ’ଣ ?

ସୂଚନା ଅନୂସାରେ ହିଡମା ଓ ତା’ର ଦଳ ଆକ୍ରମଣ ପାଇଁ ଯେଉଁ ସ୍ଥାନକୁ ବାଛିଥିଲେ ତାହା ୟୁ ଆକାର ଭଳି ଥିଲ । ଏହି ସ୍ଥାନରେ ପହଂଚିବା ପରେ ଯବାନଙ୍କ ପକ୍ଷରେ ଆଗକୁ ବଢିବା ରାସ୍ତା ବନ୍ଦ ଥିଲା । ଯବାନଙ୍କୁ ଉକ୍ତ ସ୍ଥାନରେ ପହଂଚିବାକୁ ଦେବା ପରେ ତିନି ପଟୁ ଆରମ୍ଭ ହୋଇଥିଲା ଆକ୍ରମଣ । ପାହାଡ ଉପରେ ଥିବା ନକ୍ସଲ ସୁରକ୍ଷାକର୍ମୀଙ୍କ ଉପରକୁ ଆଖି ବୁଜା ଗୁଳିମାଡ କରିଥିଲେ । ନକ୍ସଲଙ୍କ ୟୁ ସେପ୍ ଜାଲରେ ପଡିଥିବା ଯବାନ ତଥାପି ମୁକାବିଲା କରିଥିଲେ । ସେମାନେ ପାଖରେ ଥିବା ଗାଁ ଆଡକୁ ଟାକ୍ଟିକାଲ ରିଟ୍ରେଟ୍ କରିଥିଲେ । କିନ୍ତୁ ନକ୍ସଲ ପିଛା କରି ଆକ୍ରମଣ ଜାରି ରଖିଥିଲେ ।
୪ ଟ୍ରାକ୍ଟରରେ ନିଜ ନିହତ ସାଥୀଙ୍କୁ ଲଦି ପଳାୟନ କରିଥିଲେ ନକ୍ସଲ
ନକ୍ସଲଙ୍କ ଆକ୍ରମଣରେ କେବଳ ଯବାନ ସହିଦ ହୋଇ ନାହାନ୍ତି । ପାଲଟା ଆକ୍ରମଣରେ ଅନେକ ନକ୍ସଲ ମଧ୍ୟ ନିହତ ହୋଇଛନ୍ତି । ପୋଲିସକୁ ମିଳିଥିବା ସୂଚନା ଅନୁସାରେ ନକ୍ସଲ ୪ଟି ଟ୍ରାକ୍ଟରରେ ନିଜ ନିହତ ସାଥିଙ୍କୁ ଲୋଡ୍ କରି ଘଟଣାସ୍ଥଳରୁ ଫେରାର ହୋଇଥିଲେ ।
ହିଡମାର ସୁରକ୍ଷାରେ ୮ଶହ ନକ୍ସଲ
ନକ୍ସଲ କମାଣ୍ଡର ହିଡମା ମୁଣ୍ଡ ଉପରେ ରହିଛି ୨୫ ଲକ୍ଷ ଟଙ୍କାର ପୁରସ୍କାର । ଏହି ଦାଗୀ ନକ୍ସଲର ସୁରକ୍ଷାରେ ୮ଶହ ନକ୍ସଲ କ୍ୟାଡର ନିୟୋଜିତ ଥିବା କୁହାଯାଉଛି । ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନାରେ ହିଡମାର ଆଡ୍ଡା ରହିଛି ।