spot_img
Home Blog Page 5803

ଢେଙ୍କାନାଳର ୮ଟି ରେଞ୍ଜର ଜଙ୍ଗଲରେ ଅଛନ୍ତି ପ୍ରାୟ ୧୦ ବାଘ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ବାଘ ଅଛନ୍ତି । ବନ ବିଭାଗ ପକ୍ଷରୁ ଜଙ୍ଗଲରେ ଲଗାଯାଇଥବା ଟ୍ରାପ କ୍ୟାମେରା କଏଦ ହୋଇଛି ବାଘର ଚିତ୍ର । ଜିଲ୍ଲାର ୮ଟି ଯାକ ରେଞ୍ଜର ବିଭିନ୍ନ ସ୍ଥାନରେ ସମୁଦାୟ ୬୦ଟି ଟ୍ରାପ୍ କ୍ୟାମେରା ଖଞ୍ଜା ଯାଇଥିଲା । ସେଥିରେ ଏକ ଚିତା ବାଘର ଫଟୋ କଏଦ ହୋଇଛି ।

Tiger Trapped In Dhenkanal Forest

ଜଙ୍ଗଲରେ ଜୀବଜନ୍ତୁ ଓ ଶିକାରୀ ମାନଙ୍କ ଉପରେ ନଜର ରଖିବାକୁ ଲଗାଯାଇଥିବା ଏହି କ୍ୟାମେରା ଗୁଡ଼ିକରେ ବିଭିନ୍ନ ବିରଳ ପଶୁପକ୍ଷୀ ଓ ଜୀବଜନ୍ତୁଙ୍କ ଫଟୋ ରହିଛି । ଢେଙ୍କାନାଳର ବିଭିନ୍ନ ଜଙ୍ଗଲରେ ପ୍ରାୟ ୧୦ଟି ବାଘ ଥିବା ଅନୁମାନ କରାଯାଉଛି । ଏନେଇ ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରକାଶ ଚାନ୍ଦ ଗୋଗିନେନି ନନ୍ଦିଘୋଷ ଟିଭିକୁ ସୂଚନା ଦେଇଛନ୍ତି ।

ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କୁ ନୂଆ ଦାୟିତ୍ୱ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ପୂର୍ବତନ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କୁ ନୂଆ ଦାୟିତ୍ୱ । ବିସ୍କୁଟ୍ କମ୍ପାନୀ ବ୍ରିଟାନିଆର ଅତିରିକ୍ତ ନିର୍ଦ୍ଦେଶକ ଭାବେ ନିଯୁକ୍ତ । ଆଗାମୀ ୫ ବର୍ଷ ପାଇଁ ଅତିରିକ୍ତ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇବେ ଉର୍ଜିତ । ବ୍ରିଟାନିଆ ପକ୍ଷରୁ ଏ ନେଇ ବମ୍ୱେ ଷ୍ଟକ୍ ଏକ୍ସଚେଞ୍ଜକୁ ସୂଚନା ଦିଆଯାଇଛି । ସେବିର ନିର୍ଦ୍ଦେଶ ଅନୁଯାୟୀ ସେୟାର ମାର୍କେଟରେ କୌଣସି ପଞ୍ଜିକୃତ କମ୍ପାନୀ ଏଭଳି ନିଯୁକ୍ତିର ସୂଚନା ଏଭଳି ନିଯୁକ୍ତି ସୂଚନା ବମ୍ୱେ ଷ୍ଟକ୍ ଏକ୍ସଚେଞ୍ଜ ନିକଟରେ ଦେବାର ପ୍ରବଧାନ ରହିଛି । ରଘୁରାମ ରାଜନଙ୍କ ପରେ ଏନଡିଏ ସରକାର ଉର୍ଜିତ ପଟେଲଙ୍କୁ ରିଜର୍ଭବ୍ୟାଙ୍କର ଗଭର୍ଣ୍ଣର ଭାବେ ନିଯୁକ୍ତି ଦେଇଥିଲେ । ଶ୍ରୀ ପଟେଲ ୨୦୧୬-୧୮ ମଧ୍ୟରେ ୨ ବର୍ଷ ପାଇଁ ଆରବିଆଇର ଗଭର୍ଣ୍ଣର ଭାବେ ଦାୟିତ୍ୱ ତୁଲାଇଥିଲେ । ସେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇବା ପୂର୍ବରୁ ରିଜର୍ଭବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଓ ମନିଟରିଂ କମିଟିର ଇନଚାର୍ଜ ଭାବେ କାର୍ଯ୍ୟ କରିଛନ୍ତି । ସେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ ଫାଇନାନ୍ସ ଏବଂ ପଲିସିର ଗଭର୍ଣ୍ଣିଂ ବଡିର ଚେୟାରମ୍ୟାନ ବି ଥିଲେ । ସେ ଭାରତ ସରକାରଙ୍କ ସହ ଯୋଡି ହେବା ପୂର୍ବରୁ ୧୫ ବର୍ଷ ଧରି ଘରୋଇ କ୍ଷେତ୍ରରେ ରହି ସେବା ଯୋଗାଉଥିଲେ ।

ଏଥିସହିତ ପଢ଼ନ୍ତୁ: ୧୦ବର୍ଷ ପୂର୍ବେ ୨୮ ବର୍ଷର ଅପେକ୍ଷାର ଘଟିଥିଲା ଅନ୍ତ

୪୩ ଡିଗ୍ରୀ ସହ ରାଜ୍ୟର ଉତ୍ତପ୍ତ ସହର ବୌଦ୍ଧ, ବିଭିନ୍ନ ଜିଲ୍ଲାକୁ କାଳବୈଶାଖୀ ନେଇ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଖରାରେ ସିଝୁଛି ଓଡ଼ିଶା । ଆସୁଛି କାଳବୈଶାଖୀ ବର୍ଷା । ଡହ ଡହ ଖରାରେ ଓଡ଼ିଶା ଛଟପଟ ହେଉଛି । ଆଜି ୧୧ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ରାଜ୍ୟରେ ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀ ବୌଦ୍ଧରେ ରେକର୍ଡ କରାଯାଇଛି । ବଲାଙ୍ଗିରରେ ପାରଦ ୪୨.୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ମାଲକାନଗିରିରେ ୪୨ ଡିଗ୍ରୀ, ସମ୍ବଲପୁରରେ ୪୧.୬ ଡିଗ୍ରୀ ରହିଛି । ଭୁବନେଶ୍ୱର ପାରଦ ୩୮.୨ ଡିଗ୍ରୀ ଓ କଟକରେ ୩୭.୪ ଡିଗ୍ରୀ ରେକର୍ଡ ହୋଇଛି ।

ଅନ୍ୟପଟେ କାଳବୈଶାଖୀ ତାତିରୁ ଆଶ୍ୱସ୍ତି ଆଣିଛି । ୨ ତାରିଖ ପାଇଁ ଗଜପତି, ଗଞ୍ଜାମ, କନ୍ଧମାଳ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିଭଳି ୩ ତାରିଖରେ କାଳବୈଶାଖୀ ସହ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । କଟକ, ଢ଼େଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର, ମୟୂରଭଞ୍ଜ, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

୪ ତାରିଖ ଲାଗି ରାୟଗଡ଼ା, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । କାଳବୈଶାଖୀ ବର୍ଷା ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ରାଜ୍ୟର କେତେକ ସ୍ଥାନରେ ଆଗାମୀ ୨ ଦିନ ଯାଏ ତାପମାତ୍ରା ୨ରୁ ୪ ଡିଗ୍ରୀ ଖସିବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ବିଜେପି ନେତାଙ୍କ କାର୍‌ରୁ ମିଳିଲା ଇଭିଏମ୍ : ବୁଥ୍‌‌ ଦାୟିତ୍ୱରେ ଥିବା ୪ ଅଧିକାରୀ ନିଲମ୍ୱିତ

ଗୌହାଟୀ: ଜଣେ ପ୍ରିଜାଇଡିଂ ଅଫିସର ଏବଂ ନିର୍ବାଚନ ଦାୟିତ୍ୱରେ ଥିବା ଅନ୍ୟ ୩ ଅଧିକାରୀଙ୍କୁ ନିଲମ୍ୱିତ କରିଛନ୍ତି ନିର୍ବାଚନ କମିଶନ । ଏଥିସହିତ ଆସାମ ରତାବରୀ ବିଧାନସଭା କ୍ଷେତ୍ରର ଏକ ବୁଥ୍‌ରେ ପୁଣି ମତଦାନ କରାଇବାକୁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ ଆୟୋଗ । ବିଜେପି ନେତା କ୍ରିଷ୍ଣେନ୍ଦୁ ପଲ୍‌ଙ୍କ ଲିଙ୍କ୍ ଥିବା କାର୍‌ରୁ ଇଲୋକଟ୍ରନିକ୍ ଭୋଟିଂ ମେସିନ୍ (ଇଭିଏମ୍) ମିଳିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ । ଯିଏ ପଥରାକାଣ୍ଡି ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢ଼ୁଛନ୍ତି ।

        ଇଭିଏମ୍ ସିଲ୍ ଫିଟି ନଥିଲେ ମଧ୍ୟ ଇନ୍ଦିରା ଏମ୍‌ ଭି ସ୍କୁଲର ୧୪୯ ବୁଥ୍‌ରେ ପୁନଃ ମତଦାନ କରାଇବାକୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।   ଏଥିସହିତ ଘଟଣାର ତଦନ୍ତ ରିପୋର୍ଟ ମଧ୍ୟ ମାଗିଛନ୍ତି ନିର୍ବାଚନ କମିଶନ ।  ସୂଚନା ମୁତାବକ ୧୪୮ ନମ୍ୱର ବୁଥ୍‌ରେ ଭୋଟ ଗ୍ରହଣ ସରିବା ପରେ ନିର୍ବାଚନ ଦାୟିତ୍ୱରେ ଥିବା ଟିମ୍ ୩ ଅଧିକାରୀ ଏବଂ ପ୍ରିଜାଇଡିଂ ଅଫିସର ଏସ୍‌କର୍ଟ ମଧ୍ୟରେ ଫେରୁଥିଲେ ।

        ପ୍ରବଳ ବର୍ଷା ଯୋଗୁଁ ରାସ୍ତା କାଦୁଅ ହୋଇଯାଇଥିଲା । ଅପରପକ୍ଷରେ ଜାତୀୟ ରାଜପଥରେ ଟ୍ରାଫିକ୍ ଜାମ୍ ହୋଇଯାଇଥିଲା । ନୀଲମ୍ ବଜାରକୁ ଯାଉଥିବା ଏହି ଗାଡ଼ିଟି ମଧ୍ୟ ଭାଙ୍ଗି ଯାଇଥିଲା । ଟ୍ରାଫିକ୍ ଜାମ୍ ଏବଂ ଖରାପ ପାଗ ଯୋଗୁଁ ଏସ୍‌କର୍ଟ ପାର୍ଟି ବିଭାଜିତ ହୋଇଯାଇଥିଲା । ଏଣୁ ପୁଲିଂ ପାର୍ଟି ଖୁବଶୀଘ୍ର ଷ୍ଟ୍ରଙ୍ଗ୍ ରୁମ୍‌ରେ ପହଞ୍ଚାଇବା ପାଇଁ ସେମାନେ ରାସ୍ତାରେ ଯାଉଥିବା ଏକ ଗାଡ଼ିକୁ ଅଟକାଇଥିଲେ । ଏବଂ ସେଥିରେ ଷ୍ଟ୍ରଙ୍ଗ ରୁମ୍ ଅଭିମୁଖେ ଯାଇଥିଲେ । ଏ ବିଷୟରେ ଖବର ପ୍ରଚାରିତ ହେବା ପରେ ବାଟରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଲୋକ ଗାଡ଼ିଟିକୁ ଘେରିଯାଇଥିଲେ । ଏବଂ ଗାଡ଼ି ଉପରକୁ ପଥର ମାଡ଼ କରିବା ସହ ଇଭିଏମ୍ ହେରଫେର୍ କରିବା ନେଇ ପୁଲିଂ ଅଧିକାରୀଙ୍କୁ ଗାଳି ଗୁଲଜ କରିଥିଲେ । ଖବର ପାଇଁ ଘଟଣାସ୍ଥଳରେ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ସ୍ଥାନୀୟ ଏସପି ପହଞ୍ଚିଥିଲେ  । ଫାଙ୍କା ଗୁଳି ଚାଳନା କରି କରି ଲୋକଙ୍କୁ ଘଉଡ଼ାଇଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ ।

ଏଥିସହିତ ପଢ଼ନ୍ତୁ: ୧୦ବର୍ଷ ପୂର୍ବେ ୨୮ ବର୍ଷର ଅପେକ୍ଷାର ଘଟିଥିଲା ଅନ୍ତ

କରୋନା ଭୟ, ଘରୋଇ ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଲେ ଏସିଏସ୍

ଭୁବନେଶ୍ୱର: କରୋନା ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ପଦକ୍ଷେପ ପାଇଁ ନିର୍ଦ୍ଦେଶ ନିଆଯାଇଛି । ଏଥିସହିତ ସବୁ ଜିଲ୍ଲାପାଳ, ମୁନିସିପାଲ କମିଶନର ସିଡିଏମଓ, ପିଏଚଓଙ୍କୁ ଚିଠି ଲେଖିଛନ୍ତି ଏସିଏସ୍ ପ୍ରଦୀପ୍ତ ମହାପାତ୍ର । ଆବଶ୍ୟକ ବେଡ୍, ଅକ୍ସିଜେନ ମହଜୁଦ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଆଇସୋଲେସନ ବେଡ ବ୍ୟବସ୍ଥା କରିବାକୁ କୁହାଯାଇଛି । ଡାଏଲିସିସ୍, ଲେବର ରୁମ୍, ICU, HDUରେ ବ୍ୟବସ୍ଥା ସହ ଜିଲ୍ଲାର ସବୁ ଘରୋଇ ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି। ଫ୍ଲାଭିପିରାଭିର ଓ ରେମଡିସିଭିର ମେଡିସିନ ମହଜୁଦ ରଖିବାକୁ ଏସିଏସ୍‌ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖିଛନ୍ତି।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଟିକାକରଣ ଜାରି ରହିଥିବା ବେଳେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ଶୁକ୍ରବାର ଦିନ କରୋନା ଟିକା ନେଇଛନ୍ତି । ଏନେଇ ସେ ସୂଚନା ଦେଇ କହିଛନ୍ତି, ‘‘ମୁଁ କରୋନାର ପ୍ରଥମ ଡାେଜ ନେଇଛି । ଏଥିସହିତ ସମସ୍ତଙ୍କୁ ଟିକା ନେବା ପାଇଁ ସେ ଅପିଲ୍ କରିଛନ୍ତି’’ ।

ଏହା ପୂର୍ବରୁ ଗତ ମାର୍ଚ୍ଚ ୧ରେ ବିଧାନସଭା ଡିସ୍‌ପେନ୍‌ସାରିରେ କୋଭାକ୍ସିନ ଟିକା ନେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିପରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଗୃହ ମନ୍ତ୍ରୀ ଅମିତ ଶାହ, ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନେକ ନେତା ତଥା ମନ୍ତ୍ରୀ ଟିକା ନେଇସାରିଛନ୍ତି।

ଦିଲ୍ଲୀରେ ଏବେ ଲକଡାଉନ୍ କରାଯିବନି, ଦରକାର ପଡିଲେ ଜନତାଙ୍କ ଠାରୁ ପରାମର୍ଶ ନେବୁ…

ନୂଆଦିଲ୍ଲୀ: ଦିଲ୍ଲୀରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ବର୍ତ୍ତମାନ ଦିଲ୍ଲୀରେ ଲକଡାଉନ୍ ଜାରି କରିବାର ଆବଶ୍ୟକତା ନାହିଁ।  ଯଦି ଆବଶ୍ୟକ ହୁଏ ତେବେ ଏହି ପ୍ରସଙ୍ଗରେ ଦିଲ୍ଲୀବାସୀଙ୍କ ପରାମର୍ଶ ଲୋଡାଯିବ ଏବଂ ତଦନୁଯାୟୀ ନିଷ୍ପତ୍ତି ଗ୍ରହଣ କରାଯିବ।

ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ ଗତ କିଛି ଦିନ ହେବ କରୋନା ପଜିଟିଭ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଗତ ମାର୍ଚ୍ଚ ୧୬ରେ ଦିଲ୍ଲୀରେ ୪୨୫ ମାମଲା ଥିଲା ହେଲେ ଆଜି ୩୫୮୩ ମାମଲା ରହିଛି। ଦିଲ୍ଲୀରେ ୪ର୍ଥ ୱେଭ୍ ଜାରି ରହିଥିବା ବେଳେ ସରକାର ପରିସ୍ଥିତି ଉପରେ ନଜର ରଖିଛନ୍ତି । ଆତଙ୍କିତ ହେବାର କୗେଣସି ଆବଶ୍ୟକତା ନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜିର ବୖେଠକରେ ସମୀକ୍ଷା କରାଯାଇଛି ଯେ ଯଦି ଲୋକମାନେ ଅସୁସ୍ଥ ଅଛନ୍ତି, ତେବେ ଡାକ୍ତରଖାନାରେ ଏହାର ବ୍ୟବସ୍ଥା କରାଯିବା ଉଚିତ। ବେଡ୍, ଅକ୍ସିଜେନ, ଭେଣ୍ଟିଲେଟର, ଆଇସିୟୁ ବ୍ୟବସ୍ଥା ଉପରେ ଆଜି ବିଚାର କରାଯାଇଛି ଏବଂ କେଉଁ ପର୍ଯ୍ୟାୟରେ ଆଇସିୟୁ ବେଡ୍ ସଂଖ୍ୟା ବୃଦ୍ଧି କରାଯିବ । ସରକାରୀ ଡାକ୍ତରଖାନା କେବେ ଏବଂ ଘରୋଇ ଡାକ୍ତରଖାନାରେ କେବେ ବୃଦ୍ଧି କରାଯିବ? ଏନେଇ ଯୋଜନା ପ୍ରସ୍ତୁତ କରାଯାଉଛି।

ସୂଚନାଯୋଗ୍ୟ, ଦିନକରେ ୮୧ହଜାର ୪୬୬ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪୬୯ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ୨୪ ଘଣ୍ଟାରେ ୫୦ହଜାର ୩୫୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ମୋଟ୍ କରୋନା ଆକ୍ଟିଭ କେସ୍ ୬ଲକ୍ଷ ୧୪ ହଜାର ୬୯୬ଥିବା ବେଳେ ମୃତ୍ୟୁସଂଖ୍ୟା ଲକ୍ଷେ ୬୩ହଜାର ୩୯୬ରେ ପହଞ୍ଚିଲାଣି ।

ସେହିପରି ମହାରାଷ୍ଟ୍ର ପୁନେରେ ପୁନେରେ ସନ୍ଧ୍ୟା ୬ଟାରୁ ସକାଳ ୬ଟା ଯାଏଁ ନାଇଟ୍ କର୍ଫ୍ୟୁ। ଏପ୍ରିଲ ୧୧ ତାରିଖ ଯାଏଁ ବନ୍ଦ ରଖିବାକୁ ରାଜ୍ୟ ସରକାରଙ୍କ ଘୋଷଣା।ସ ସବୁ ମଲ୍, ହୋଟେଲ ଓ ଧାର୍ମିକସ୍ଥଳ ୭ଦିନ ପାଇଁ ବନ୍ଦ ରହିବ।  କରୋନା ଯୋଗୁଁ ଉତ୍ତରପ୍ରଦେଶରେ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ ବନ୍ଦ ରହିବ।

ଏଥିସହ ପଢନ୍ତୁ- ଏବେ ୩ଥର ଦିଆଯିବ କରୋନା ଟିକା, କୋଭାକ୍ସିନର ‘ବୁଷ୍ଟର ଡୋଜ’କୁ ଅନୁମତି

ପିପିଲି ଉପନିର୍ବାଚନ ପାଇଁ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେଡି

ଭୁବନେଶ୍ୱର: ଆସନ୍ତା ୧୭ ତାରିଖରେ ପିପିଲି ଉପନିର୍ବାଚନ ଲାଗି ପଡ଼ିବ ଭୋଟ୍ । ଏଥିପାଇଁ ପ୍ରଚାର ଆରମ୍ଭ ହୋଇଥିବା ବେଳେ ଆଗକୁ ଜୋରଦାର୍ ହେବ । ବିଜେଡି ପିପିଲି ଉପନିର୍ବାଚନ ଲାଗି ୩୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଛି । ତାଲିକାର ସର୍ବାଗ୍ରେ ରହିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦ୍ୱିତୀୟରେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ରହିଛନ୍ତି ।

ତୃତୀୟରେ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କ ନାଁ ରହିଛି । ମହେଶ୍ୱର ମହାନ୍ତି, ପିନାକୀ ମିଶ୍ର, ପ୍ରତାପ କେଶରୀ ଦେବ । ଅତନୁ ସବ୍ୟସାଚି ନାୟକ, ନିରଞ୍ଜନ ପୂଜାରୀ, ସଞ୍ଜୟଦାସ ବର୍ମା, ପ୍ରମିଳା ମଲ୍ଲିକ, ଅଶୋକ ଚନ୍ଦ୍ର ପଣ୍ଡା, ସମୀର ରଞ୍ଜନ ଦାଶ, ସୁଶାନ୍ତ ସିଂ, ନବ କିଶୋର ଦାସ, ଚନ୍ଦ୍ର ସାରଥୀ ବେହେରା, ଟୁକୁନି ସାହୁ, ସ୍ନେହାଙ୍ଗିନି ଛୁରିଆ, ତୁଷାରକାନ୍ତି ବେହେରା, ଟୁକୁନି ସାହୁ, ପ୍ରିତୀ ରଞ୍ଜନ ଘଡାଇ, ପ୍ରଣବ ବଳବନ୍ତରାୟ, ସୁଧିର ସାମଲ, ବ୍ୟମୋକେଶ ରାୟ, ଉମାକାନ୍ତ ସାମନ୍ତରାୟ, ବିଭୂତି ବଳବନ୍ତରାୟ, ରାଜେନ୍ଦ୍ର କୁମାର ସାହୁ, ମୁଜିବୁଲ୍ଲା ଖାନ୍, ଦେବୀ ରଞ୍ଜନ ତ୍ରିପାଠୀ, ଆକାଶ ଦାସନାୟକ ଓ ଅରିନ୍ଦମ ରାୟ ଷ୍ଟାର ପ୍ରଚାରକ ତାଲିକାରେ ଅଛନ୍ତି ।

ବିଜେଡି ଭଳି କଂଗ୍ରେସ ମଧ୍ୟ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି । ଏଥିରେ ପ୍ରଭାରୀ ଚେଲ୍ଲାକୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବିଧାୟକ ନରସିଂହ ମିଶ୍ର, ତାରା ପ୍ରସାଦ ବାହିନୀପତି ଓ ସୁର ରାଉତରାୟଙ୍କ ନାଁ ରହିଛି ।

ରିଲିଜ ହେଲା ‘ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୂର’ ଫିଲ୍ମ

ଭୁବନେଶ୍ୱର: ଏପ୍ରିଲ୍ ୧ ତାରିଖ ଉତ୍କଳ ଦିବସ ଅବସରରେ ରିଲିଜ୍ ହୋଇଛି ଓଡ଼ିଆ ଫିଲ୍ମ ‘ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୂର’।

କରୋନା ମହମାରୀ ଭିତରେ ରିଲିଜ୍ ହୋଇଥିବା ଏହି ଫିଲ୍ମଟି ସମ୍ପୂର୍ଣ୍ଣ ପାରିବାରିକ ଧର୍ମୀ ଚଳଚ୍ଚିତ୍ର । ଏପ୍ରିଲ ୧ରେ ଫିଲ୍ମଟି ୨୨ଟି ସିନେମା ହଲରେ ରିଲିଜ୍ ହୋଇଛି।

ଫିଲ୍ମରେ ଦୁଇ ଅଭିନେତ୍ରୀ ମହିମା ଓ ଅଙ୍କିତାଙ୍କ ସହ ଅଭିଷେକ ରଥ ଲିଡ୍ ରୋଲରେ ନଜର ଆସିଛନ୍ତି। ଏହି ଚଳଚ୍ଚିତ୍ରଟି Golden Forest India Television pvt.ltd ବ୍ୟାନରରେ ନିର୍ମିତ।

ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ରଞ୍ଜିତ ବାରିକ ରହିଥିବା ବେଳେ ପ୍ରଯୋଜନା କରିଛନ୍ତି ବଦ୍ରି ପଟ୍ଟନାୟକ। ସେହିପରି ଫିଲ୍ମର ଗୀତକୁ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର ଏବଂ ଗୀତକୁ ଗାଇଛନ୍ତି ଓଲିଉଡ଼ର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ସ୍ଵୟଂ ପାଢ଼ୀ, ଇରା ମହାନ୍ତି, ରୋଜାଲିନ, ରିଙ୍କି ଓ ନେହା।

କନ୍ଧମାଳରେ ମେଡିକାଲ କଲେଜ ନିର୍ମାଣ ଅଗ୍ରଗତି ନେଇ ସମୀକ୍ଷା, ୩୦ ମାସରେ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ

ଫୁଲବାଣୀ: କନ୍ଧମାଳ ଗସ୍ତରେ ଯାଇ ମେଡିକାଲ କଲେଜ ନିର୍ମାଣ ଅଗ୍ରଗତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ 5T ସଚିବ ଭି.କେ ପାଣ୍ଡଆନ୍ ଏବଂ ପୂର୍ତ୍ତ ବିଭାଗ ସଚିବ । ଫୁଲବାଣୀରେ ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ ୪୫୦ କୋଟି ଟଙ୍କା ବ୍ୟୟରେ ହେବ । ମେଡିକାଲ କଲେଜ କାର୍ଯ୍ୟ ୩୦ ମାସ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

Image

୨୦୨୦ ଡିସେମ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ଫୁଲବାଣୀରେ ମେଡିକାଲ କଲେଜକୁ ମଞ୍ଜୁରୀ ମିଳିଥିଲା । ଫୁଲବାଣୀ ମେଡିକାଲ କଲେଜରେ ୧୦୦ ସିଟ୍ ସହ ୫୦୦ ଶଯ୍ୟା ରହିବ ।

Chief Secretary and 5T Secretary visit Kandhamal to review progress of the Rs 450 crores Medical college

ନିର୍ମାଣ କାର୍ଯ୍ୟ ଲାଗି ସମସ୍ତ ସହାୟତା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଧାରିତ ସମୟରେ ମେଡିକାଲ କଲେଜ ନିର୍ମାଣ ସାରିବା ଲାଗି କଞ୍ଚାମାଲ ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଇଛି । ମେଡିକାଲ କଲେଜ ନିର୍ମାଣ ଲାଗି ଚିହ୍ନିତ ହୋଇଥିବା ସ୍ଥାନକୁ ମୁଖ୍ୟ ଶାସନ ସଚିବ ପ୍ରଶଂସା କରିବା ସହ ଚାରିପଟେ ଗଛ ଲଗାଇଭାକୁ ପରାମର୍ଶ ଦେଇଛନ୍ତି । ଏଥିସହ ଡ୍ରେନେଜ୍ ଓ ଜଳ ସଂରକ୍ଷଣ ଲାଗି ପଦକ୍ଷେପ ନେବାକୁ ଜଳ ସମ୍ପଦ ବିଭାଗକୁ କହିଛନ୍ତି ମୁଖ୍ୟ ଶାସନ ସଚିବ ।

Image

ସେହିଭଳି 5T ସଚିବ ରୋଗୀଙ୍କ ସମ୍ପର୍କୀୟଙ୍କ ଲାଗି ବିଶ୍ରାମ ଗୃହ ଓ ଖାଦ୍ୟ ଉପରେ ଗୁରୁତ୍ୱ ଦେଇଛନ୍ତି । ମେଡିକାଲ କଲେଜ କ୍ୟାମ୍ପସ ଭିତରେ ଡାକ୍ତର ଓ କର୍ମଚାରୀଙ୍କ ଲାଗି ପରିବେଶ ଉପଯୋଗୀ ବ୍ୟବସ୍ଥା ସହ ଅବସର ବିନୋଦନ ପାଇଁ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି । ମେଡିକାଲ କଲେଜ ପରିସରରେ ଅଟୋ, ଟ୍ୟାକ୍ସି ଷ୍ଟାଣ୍ଡ ଏବଂ ଏନ୍ଏଚ୍ ନିକଟ ହୋଇଥିବାରୁ ଦୁର୍ଘଟଣା ରୋକିବାକୁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ କହିଛନ୍ତି ।

Chief Secretary and 5T Secretary visit Kandhamal to review progress of the Rs 450 crores Medical college

ଫୁଲବାଣୀ ମେଡିକାଲ କଲେଜ କ୍ୟାମ୍ପସରେ ପୁରୁଷ ହଷ୍ଟେଲରେ ୩୦୦ ସିଟ୍, ମହିଳା ହଷ୍ଟେଲରେ ୧୫୦ ସିଟ୍ ସହ ୬୫୦ ସିଟ୍ କ୍ଷମତାର ଅଡିଟୋରିୟମ୍, ୧୦୦ ସିଟର ଆବାସିକ ଡାକ୍ତର ହଷ୍ଟେଲ, ଡାକ୍ତର ଓ କର୍ମଚାରୀଙ୍କ ଲାଗି କ୍ୱାର୍ଟର ରହିବ ।

Image

ମେଡିକାଲ କଲେଜର ଅଗ୍ରଗତି ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ, 5T ସଚିବ ସରକାରୀ ଏଜେଓ ହାଇସ୍କୁଲ୍, ସରକାରୀ ବାଳିକା ହାଇସ୍କୁଲ ପରିଦର୍ଶନ କରିଥିଲେ । ଶିକ୍ଷକ, ସ୍କୁଲ୍ ପରିଚାଳନା କମିଟି ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ମତାମତ ଆଧାରରେ ଉଭୟ ସ୍କୁଲରେ ଉନ୍ନତିମୂଳକ କାର୍ଯ୍ୟ ଯେଭଳି ସ୍ମାର୍ଟ କ୍ଲାସରୁମ୍, ଲାଇବ୍ରେରୀ, ଭିତ୍ତିଭୂମି ବିକାଶ ନେଇ ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାପାଳ ଓ ଏସପି ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ଜଣାଇଛନ୍ତି । କୋଭିଡ୍ ସଂକ୍ରମଣକୁ ଦେଖି କରୋନା କଟକଣାକୁ କଡ଼ାକଡ଼ି ପାଳନ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

ଅଭିନେତ୍ରୀ ରୁପାଲି ଗାଙ୍ଗୁଲିଙ୍କୁ କରୋନା, ଶେୟାର କଲେ ପୋଷ୍ଟ

ମୁମ୍ବାଇ: ଲୋକପ୍ରିୟ ଟିଭି ଶୋ ଅନୁପମାରେ ଲିଡ୍ ରୋଲରେ ନଜର ଆସୁଥିବା ଅଭିନେତ୍ରୀ ରୁପାଲି ଗାଙ୍ଗୁଲି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କରୋନା ପଜିଟିଭ ହେବା ପରେ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ତାଙ୍କର ପ୍ରଶଂସକ ମାନଙ୍କୁ ଏନେଇ ସୂଚନା ଦେଇଛନ୍ତି। ଅଭିନେତ୍ରୀ ଜଣକ କ୍ୱାରେଣ୍ଟାଇନରେ ଥିବା ବେଳେ ତାଙ୍କ ପରିବାର ସଦସ୍ୟ ଓ ଶୋ’ର କ୍ରୁ ମାନେ ମଧ୍ୟ ଟେଷ୍ଟ କରାଇଛନ୍ତି।

ଇନଷ୍ଟାଗ୍ରାମରେ ଶେୟାର କରିଥିବା ପୋଷ୍ଟରେ ସେ ମୁଣ୍ଡରେ ହେଲମେଟ ଲଗାଇ ଏକ ରଙ୍ଗୀନ ଦୁପଟା ପିନ୍ଧିଥିବା ନଜର ଆସିଛନ୍ତ । ଇନଷ୍ଟାଗ୍ରାମରେ ସେ ଲେଖିଛନ୍ତି, “ମା କରୋନା ଦେବୀ ତୁ ହେ କି ନେହିଁ। ୟେ କିଆ ହୁଆ କେସେ ହୁଆ କବ ହୁଆ ଜବ ହୁଆ ତବ ହୁଆ । ଛୋଡୋ ୟେ ନା ପୁଛୋ । ହେଲେ ଏହା ପଜିଟିଭ ବାହାରିଛି, ଯାହା ମୁଁ କେବେ ଚାହୁଁ ନଥିଲି। ”

“ପରିବାର ସଦସ୍ୟ ମଧ୍ୟ ଟେଷ୍ଟ କରାଇଥିବା ବେଳେ ଏବେ ରିପୋର୍ଟକୁ ଅପେକ୍ଷା । ଏତେ ସବୁ ସାବଧାନତା ଅବଲମ୍ବନ କଳା ପରେ ବି କରୋନା କେମିତି ହେଇଗଲା ଜାଣିପାରିଲି ନାହିଁ । ଦୟାକରି ମୋ ପରିବାର ତଥା ମୋର ଅନୁପମା ଟିମ୍ ମେମ୍ବରଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରନ୍ତୁ।

ତେବେ ଗତ ବର୍ଷ ଅନୁପମା ଶୋ’ ମାଧ୍ୟମରେ ଅଭିନେତ୍ରୀ ରୁପାଲି ଟିଭି ପରଦାକୁ କମବ୍ୟାକ୍ କରିଥିଲେ, ଯାହା ଏବେ ରେଟିଂରେ ରହିଛି ।