spot_img
Home Blog Page 5823

ସୁସ୍ଥ ରହିବାକୁ ଖାଉଛନ୍ତି ସତେଜ୍‌ ଫଳ, ହେଲେ ସେଥିରେ ଅଛି ଅଦୃଶ୍ୟ ଜହର ! ଯାହା କ୍ୟାନ୍ସରର କାରଣ..

ଢେଙ୍କାନାଳ: ଢେଙ୍କାନାଳ ସହରରେ ଅଦୃଶ୍ୟ ଜହର । କଞ୍ଚା କଦଳୀରେ ମିଶୁଛି ବିଷ ସଦୃଶ କେମିକାଲ । ଟଙ୍କା ଦେଇ ବିଷ କିଣୁଛନ୍ତି ଗ୍ରାହକ । ମିକ୍ସଚର ପରେ ଏବେ କଦଳୀରେ ବୁଲୁଛି ଜହର । ମୁନାଫାଖୋର ବ୍ୟବସାୟୀ କଦଳୀକୁ ଶୀଘ୍ର ପଚାଇବା ପାଇଁ ମିଶାଉଛନ୍ତି ବିଷାକ୍ତ କେମିକାଲ । ଏଥିରୁ ମାଲାମାଲ ହେଉଛନ୍ତି ଅସାଧୁ ବ୍ୟବସାୟୀ । ସବୁ ଜାଣି ବି ଚୁପ୍‌ ବସିଛି ଜନସ୍ୱାସ୍ଥ୍ୟ ବିଭାଗ ।

କଦଳୀକୁ ଶିଘ୍ର ପଚାଇବା ପାଇଁ ଓ କିଛି ଟଙ୍କା ରୋଜଗା ପାଇଁ ଅସାଧୁ ବ୍ୟବସାୟୀମାନେ, ସାଧାରଣ ଲୋକଙ୍କ ଜୀବନ ସହ ଖେଳୁଛନ୍ତି । ସାଧାରଣ ସୁସ୍ଥ ସବଳ ଲୋକକୁ ମୃତ୍ୟୁ ମୁଖକୁ ଠେଲି ଦେଉଛନ୍ତି । ସବୁଜ କଞ୍ଚା କଦଳୀକୁ ତୁରନ୍ତ ବିକ୍ରି ଉପଯୋଗୀ କରିବା ପାଇଁ ମିଶାଯାଉଛି ମେକିକାଲ । ଯାହାକୁ ଖାଇଲେ ମଣିଷ ବିଭିନ୍ନ ପ୍ରକାର ରୋଗରେ ପଡ଼ିବାର ସମ୍ଭାବନା ରହିଛି ।

ଏହି କେମିକାଲ ହେଉଛି କ୍ୟାଲସିୟମ କାର୍ବୋନେଟ୍ ଓ ଏଥିଲିନ । ଏହାକୁ ପ୍ରୟୋଗ କରି କଞ୍ଚା କଦଳୀକୁ ମାତ୍ର ୪ରୁ ୬ ଘଣ୍ଟା ମଧ୍ୟରେ ପଚାଉଛନ୍ତି ଅସାଧୁ ବ୍ୟବସାୟୀ । ଯାହାକୁ ସାଧାରଣ ଲୋକ ଖାଦ୍ୟ ଆକାରରେ ଗ୍ରହଣ କରି ମାରାତ୍ମକ କ୍ୟାନସରକୁ ନିମନ୍ତ୍ରଣ କରୁଛନ୍ତି ।

ଢେଙ୍କାନାଳ ସହରକୁ ପ୍ରତ୍ୟେକ ଦିନ ୨୦୦ରୁ ଅଧିକ ଟ୍ରକ କଞ୍ଚା କଦଳୀ ବିକ୍ରି ହେବାକୁ ଆସୁଛି । ପ୍ରଥମେ ଏହାକୁ ଗୋଦାମ ଘରେ ଷ୍ଟକ ରଖିଯାଉଥିବା ବେଳେ ପରବର୍ତ୍ତୀ ସମୟରେ କେମିକାଲ ମିଶାଇ ବିକ୍ରି କରାଯାଉଛି । ଏହି ଖବର ପ୍ରଚାରିତ ହେବା ପରେ ଏବେ ସାଧାରଣରେ ଆଶଙ୍କା ଦେଖାଯାଇଛି । କଦଳୀ କିଣିବାକୁ ଲୋକଙ୍କ ଅନରେ ସନ୍ଦେହ ଉପୁଜିଛି । ସାଧାରଣ ଲୋକ ଏନେଇ ଆପତ୍ତି ଉଠାଇଥିବା ବେଳେ ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ସବୁ ଜାଣି ମଧ୍ୟ ଚୁପ୍ ରହୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ମିଠି ନଦୀ କୂଳରେ ସଚିନ ୱାଜେଙ୍କୁ ନେଇ NIAର ସର୍ଚ୍ଚ ଅପରେସନ୍, ନମ୍ବର ପ୍ଲେଟ୍ ସହ ମିଳିଲା ହାର୍ଡଡିସ୍କ

ମୁମ୍ବାଇ: ଆଣ୍ଟିଲିଆ ମାମଲାର ତଦନ୍ତ କରୁଥିବା NIA ଗିରଫ ଆଇପିଏସ୍ ଅଫିସର ସଚିନ ୱାଜେଙ୍କୁ ନେଇ ମିଠି ନଦୀରେ ଖାନତଲାସୀ କରିଛି । ନଦୀ ଗର୍ଭରୁ NIA ୨ଟି ନମ୍ବର ପ୍ଲେଟ୍ ସହ ଡିବିଆର୍ ସମେତ ଅନ୍ୟ କେତେକ ପ୍ରମାଣ ପାଇଛି । କୁହାଯାଉଛି ଡିବିଆରକୁ ନଷ୍ଟ କରିବା ପରେ ନଦୀରେ ଫିଙ୍ଗି ଦିଆଯାଇଥିଲା । ନଦୀରୁ ୨ଟି ସିପିୟୁ ଓ ଏକ ହାର୍ଡ ଡିସ୍କ ମଧ୍ୟ ମିଳିଛି । ୨ଟି ନମ୍ବର ପ୍ଲେଟ୍ ମିଳିଥିବା ବେଳେ ଉଭୟ ପ୍ଲେଟରେ ଗୋଟିଏ ଗାଡ଼ି ନମ୍ବର ରହିଛି ।

ଲଗାତାର ସୂଚନା ମିଳିବା ପରେ NIA ଟିମ୍ ପାଣି ଭିତରେ ଖୋଜାଖୋଜି ଆରମ୍ଭ କରିଥିଲା । ତଦନ୍ତକାରୀ ସଂସ୍ଥା ଅନୁଯାୟୀ ମିଳଥିବା ସମସ୍ତ ଉପକରଣ ଆଣ୍ଟିଲିଆ ଓ ମନସୁଖ ହିରେନ ମାମଲା ସହ ଜଡ଼ିତ ଅଟେ ।

 NIA Reaches Mithi River With Sachin Waze Number Plates And DVRs Recovered

ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ନିକଟରୁ ଏକ ଗାଡ଼ିରେ ଜିଲୋଟିନ୍ ଷ୍ଟିକ୍ ମିଳିବା ମାମଲାରେ ଗିରଫ ହୋଇଥିବା ନିଲମ୍ବିତ ପୋଲିସ ଅଫିସର ସଚିନ ୱାଜେ ଏପ୍ରିଲ୍ ୩ ତାରିଖ ଯାଏ NIA ହେପାଜତରେ ଅଛନ୍ତି । ଏନଆଇଏ ସଚିନ ୱାଜେଙ୍କୁ ମାର୍ଚ୍ଚ ୧୩ରେ ଗିରଫ କରିଥିଲା । ଏହା ପୂର୍ବରୁ ଏନଆଇଏ ମନସୁଖଙ୍କ ମୃତଦେହ ମିଳିଥିବା ସ୍ଥାନକୁ ସଚିନ୍ ୱାଜେଙ୍କୁ ନେଇଥିଲା ।

ଜଳିଗଲା ଲକ୍ଷ ଲକ୍ଷ ଟଙ୍କାର ସମ୍ପତି, ଆଖି ପିଛୁଳାକେ ପୋଡ଼ି ପାଉଁଶ

ରାଉରକେଲା: ଜଳିଗଲା ଲକ୍ଷ ଲକ୍ଷ ଟଙ୍କାର ସମ୍ପତି । ଆଖି ପିଛୁଳାକେ ଜଳିପୋଡ଼ି ପାଉଁଶ ହୋଇଗଲା ପୁରା ଗୋଦାମ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଉରକେଲା ଅଞ୍ଚଳରେ । ରାଉରକେଲା ପାଓ୍ୱାର ହାଉସ୍‌ ଛକ ନିକଟରେ ଥିବା ଏକ ଅଖା ଗୋଦାମରେ ଲାଗିଲା ନିଆଁ । ନିଆଁର ପ୍ରକୋପ ଏତେ ମାତ୍ରାରେ ଥିଲା ଯେ, ଆଖି ପିଛୁଳାକେ ଚାରିଆଡ଼େ ମାଡ଼ିଯାଇଥିଲା । ଲକ୍ଷଲକ୍ଷ ଟଙ୍କାର କଞ୍ଚାମାଲ ସହ ମେସିନ୍‌ ଓ ନୂଆ ଷ୍ଟକ୍ ସବୁ ପୋଡ଼ି ପାଉଁଶ ହୋଇଯାଇଛି ।

ଖବର ପାଇ ସ୍ଥାନୀୟ ଅଗ୍ନୀଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା । ହେଲେ ସଫଳ ହୋଇନଥିଲା । ପରେ ଗୋଟିଏ ପରେ ଗୋଟିଏ ଦମକଳ ସଂଖ୍ୟା ବଢ଼ି ଚାଲିଲା । ଏପରି ୫ଟି ଦମକଳ ନିଆଁ ଲିଭା କାର୍ଯ୍ୟରେ ସାମିଲ ଥିଲେ । ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ତେବେ ଅଗ୍ନି କାଣ୍ଡର କାରଣ ସ୍ପଷ୍ଟ ଜଣାପଡ଼ି ନଥିବା ବେଳେ ସର୍ଟ ସର୍କିଟ୍‌ କାରଣରୁ ଏଭଳି ଘଟିଥିବା ଆଶଙ୍କା କରାଯାଉଛି ।

ପୁନେ ଦିନିକିଆ, ଇଂଲଣ୍ଡ ଆଗରେ ୩୩୦ ରନର ବିଜୟ ଲକ୍ଷ୍ୟ

ପୁନେ: ତିନିଟିକିଆ ଦିନିକିଆ ସିରିଜର ଶେଷ ମ୍ୟାଚ୍ ପୁନେରେ ଖେଳାଯାଉଛି । ଅନ୍ତିମ ମ୍ୟାଚରେ ଟସ୍ ଜିତି ଭ୍ରମଣକାରୀ ଦଳ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଘରୋଇ ଦଳ ୧୦୩ ରନର ସ୍କୋର ପରେ ପ୍ରଥମ ୱିକେଟ ଭାବେ ରୋହିତ ଶର୍ମା ଆଉଟ୍ ହୋଇଥିଲେ । ଭାରତ ପକ୍ଷରୁ ରିଷଭ ପନ୍ତ ୭୮ ରନ୍, ଶିଖର ଧୱନ୍ ୬୭ ରନ୍, ହାର୍ଦ୍ଦିକ ପାଣ୍ଡ୍ୟା ୬୪ ରନ୍ କରିଥିଲେ ।

Pune Odi, India Vs England Score Update

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଓ କେଏଲ୍ ରାହୁଲ୍ ମାତ୍ର ୭ ରନ୍ ଲେଖାଁ ସ୍କୋର କରି ଆଉଟ୍ ହୋଇଛନ୍ତି । ଭାରତ ୪୮ ଓଭରରେ ସମସ୍ତ ୱିକେଟ୍ ହରାଇ ୩୨୯ ରନ୍ କରିବାରେ ସକ୍ଷମ ହୋଇଛି । ଇଂଲଣ୍ଡ ଆଗରେ ରହିଛି ୩୩୦ ରନର ବିଜୟ ଲକ୍ଷ୍ୟ ।

Pune Odi, India Vs England Score Update

ଇଂଲଣ୍ଡ ପକ୍ଷରୁ ମାର୍କ ଉଡ୍ ୩ଟି ୱିକେଟ୍ ନେଇଥିବା ବେଳେ ଅଦିଲ ରସିଦ ୨ଟି ୱିକେଟ୍ ନେଇଛନ୍ତି । ତିନିଟିକିଆ ଦିନିକିଆ ସିରିଜ ୧-୧ରେ ବରାବର ଥିବାବେଳେ ଆଜି ଯେଉଁ ଦଳ ଜିତିବ ସିରିଜ୍ ତା’ର ହେବ । ପୂର୍ବରୁ ଖେଳା ଯାଇଥିବା ଟେଷ୍ଟ ଓ ଟି-ଟ୍ୱେଣ୍ଟିକୁ ଭାରତ ଅକ୍ତିଆର କରିଥିବା ବେଳେ ଦିନିକିଆ ସିରିଜ୍ ଉପରେ ନଜର ରହିଛି ।

ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଭୟଙ୍କର କାଣ୍ଡ, ଔଷଧ ବଦଳରେ ଢାଳିଲେ ଏସିଡ୍‌

ମୟୂରଭଞ୍ଜ: ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଭୟଙ୍କର କାଣ୍ଡ । ମହିଳାଙ୍କର ଗର୍ଭନିରୋଧକ କପର-ଟି ଖୋଲିବା ପରେ ଔଷଧ ବଦଳରେ ଢାଳିଦେଲେ ଏସିଡ୍‌ । ମହିଳା ଜଣଙ୍କ ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ବୃନ୍ଦାଗଡ଼ି ଗ୍ରାମର ଶାନ୍ତିଲତା ରାଉତ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ଗଡିଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ । ସୂଚନା ଅନୁସାରେ ସ୍ୱାମୀ ମାନସ କୁମାର ନାୟକଙ୍କ ସହ ଶାନ୍ତିଲତା ଗଡିଗାଁ ସ୍ୱାସ୍ଥ୍ୟକେନ୍ଦ୍ରକୁ କପର-ଟି ଖୋଲିବାକୁ ଯାଇଥିଲେ ।

ହେଲେ ସେଠାରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀ ନିର୍ମଳା, ମହିଳାଙ୍କ ଶରୀରରୁ କପର-ଟି ବାହାର କରିବା ପରେ ତ୍ରୁଟିପୂର୍ଣ୍ଣ ଭାବେ ଔଷଧ ବଦଳରେ ଏସିଡ୍‌ ବ୍ୟବହାର କରିଥିଲେ । ଫଳରେ ଶାନ୍ତିଲତା ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ । ଏନେଇ ମହିଳାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

ଅଭିଯୋଗ ପରେ ଶାନ୍ତିଲତାଙ୍କୁ ତୁରନ୍ତ ବାରିପଦା ପିଆରଏମ୍ ହସ୍ପିଟାଲ ସର୍ଜରୀ ବିଭାଗରେ ଭର୍ତ୍ତି କରାଯାଇଛି । ଏହି ତ୍ରୁଟିକୁ ଉକ୍ତ ସ୍ୱାସ୍ଥ୍ୟକର୍ମୀ ଜଣଙ୍କ ସ୍ଵୀକାର କରିଥିବା ଶାନ୍ତିଲତାଙ୍କ ସ୍ୱାମୀ ସୂଚନା ଦେଇଛନ୍ତି । ସେପଟେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିବା ବେଳେ ସେ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖକୁ ଆସିନଥିଲେ । ଏନେଇ କୌଣସି ମେଡିକାଲ କର୍ତ୍ତୃପକ୍ଷ ପ୍ରତିକ୍ରିୟା ଦେବାକୁ ଅମଙ୍ଗ ।

ମୋଦିଙ୍କ ଗସ୍ତ ପରେ ବାଂଲାଦେଶରେ ବ୍ୟାପକ ହିଂସା, ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ

ଢାକା: ପ୍ରଧାନମନ୍ତ୍ରୀ ମୋଦିଙ୍କ ବାଂଲାଦେଶ ଗସ୍ତ ପରେ ବ୍ୟାପକ ହିଂସା ଦେଖିବାକୁ ମିଳିଛି । କଟ୍ଟର ଇସଲାମିକ୍ ଗ୍ରୁପ୍ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରିଛନ୍ତି । ରବିବାର ବିକ୍ଷୋଭକାରୀ ପୂର୍ବ ବାଂଲାଦେଶରେ ଏକ ଟ୍ରେନରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି । ସୂଚନା ଅନୁସାରେ, ମୋଦିଙ୍କ ଗସ୍ତ ସହ ପୂରା ବାଂଲାଦେଶ ଅଶାନ୍ତ ହୋଇ ପଡ଼ିଛି ।

Bangladesh violence spreads after Modi visit, attacks on Hindu temples, train

ଇସଲାମିକ୍ ଗୋଷ୍ଠୀ ବିରୋଧ ବେଳେ ପୋଲିସ୍ ସହ ମୁହାଁମୁହିଁ ହୋଇଥିଲେ । ଏଥିରେ ପ୍ରାୟ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ମୋଦି ଗସ୍ତରୁ ଫେରିବା ପରେ ପୁଣି ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ମୋଦି ବାଂଲାଦେଶର ୫୦ ତମ ସ୍ୱତନ୍ତ୍ରତା ଦିବସରେ ଯୋଗ ଦେବାକୁ ଯାଇଥିଲେ ।

Bangladesh violence spreads after Modi visit, attacks on Hindu temples, train

ହିନ୍ଦୁତ୍ୱ ବହୁଳ ଭାରତରେ ଅଳ୍ପସଂଖ୍ୟକ ମୁସଲମାନଙ୍କ ପ୍ରତି ମୋଦ ଭେଦଭାବ ସୃଷ୍ଟି କରୁଥିବା ଅଭିଯୋଗ କରି ବାଂଲାଦେଶର ଇସଲାମିକ୍ ଗୋଷ୍ଠୀ ହିଂସା ସୃଷ୍ଟି କରିଥିଲେ । ଶୁକ୍ରବାର ସୃଷ୍ଟି ହୋଇଥିବା ହିଂସା ରବିବାର ବିସ୍ଫୋରଣର ରୂପ ନେଇଛି । ହେପାଜତ-ଇ-ଇସଲାମ୍ ଗୋଷ୍ଠୀ ପୂର୍ବ ବ୍ରହ୍ମନବାରିଆରେ ଏକ ଟ୍ରେନ୍ ଜାଳି ଦେଇଛନ୍ତି । ଏଥିରେ ପ୍ରାୟ ୧୦ ଜଣ ଆହତ ହୋଇଛନ୍ତି ।

Bangladesh violence spreads after Modi visit, attacks on Hindu temples, train

ଅନେକ ସରକାରୀ କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଛନ୍ତି ବିକ୍ଷୋଭକାରୀ । ସହରରେ ଥିବା ଏକାଧିକ ହିନ୍ଦୁ ମନ୍ଦିରରେ ମଧ୍ୟ ଭଙ୍ଗାରୁଜା ହୋଇଛି । ରାଜସାହିରେ ଆନ୍ଦୋଳନକାରୀ ୨ଟି ବସ୍ ଜାଳି ଦେଇଥିବାବେଳେ ନାରାୟଣଗଞ୍ଜରେ ପୋଲିସ ଉପରକୁ ପଥର ମାଡ଼ କରିଛନ୍ତି ।

ସଞ୍ଜୟ-ଦୀପିକା ବିବାଦ; ଲଗାତାର ଦୁଇଟି ଅଫରକୁ ନା କଲେ ଦୀପିକା

ନୂଆଦିଲ୍ଲୀ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଲୀଲା ଭଂଶାଲି ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବଣ୍ଡିଂ ବିଷୟରେ ପୁରା ଫିଲ୍ମ ଇଣ୍ଡଷ୍ଟ୍ରି ଜାଣିଛି । ଖାଲି ଫିଲ୍ମ ଇଣ୍ଡଷ୍ଟ୍ରି ନୁହେଁ ଫ୍ୟାନ୍ସମାନେ ମଧ୍ୟ ଏକଥା ଭଲ ଭାବେ ଜାଣନ୍ତି । ଏହି ଦୁଇ ଜଣ ଏକାଠି ‘ରାମଲିଲା’, ‘ବାଜିରାଓ ମସ୍ତାନୀ’ ଏବଂ ‘ପଦ୍ମାବତ’ ଭଳି ତିନୋଟି ବ୍ୟାକ୍‌ ଟୁ ବ୍ୟାକ୍‌ ବ୍ଲକବଷ୍ଟର ଫିଲ୍ମ କରିଛନ୍ତି । ସଞ୍ଜୟଲୀଲା ଭଂଶାଲି ଏବଂ ଦୀପିକା ପାଦୁକୋନଙ୍କ ଯୋଡିକୁ ପୁଣି ଦେଖିବା ପାଇଁ ଫ୍ୟାନ୍ସମାନେ ଅନେକ ଦିନ ଧରି ଅପେକ୍ଷା କରି ରହିଛନ୍ତି । ହେଲେ ଏମିତି ଏକ ଖବର ଏବେ ସାମ୍ନାକୁ ଆସିଛି ଯାହା ଜାଣିଲା ପରେ ଫ୍ୟାନ୍ସମାନଙ୍କ ମନ ଦୁଃଖ ହୋଇଯିବ । ଏହି ଖବର ଜାଣିବା ପରେ ଫ୍ୟାନ୍ସମାନଙ୍କ ମଧ୍ୟରେ ନିରାଶ ଖେଳିଯାଇପାରେ ।

ଏକ ୱେବସାଇଟ୍‌ରେ ପ୍ରକାଶିତ ଖବର ଅନୁଯାୟୀ, ନିକଟରେ ସଞ୍ଜୟ ଲୀଲା ଭଂଶାଲି ଦୀପିକା ପାଦୁକୋନଙ୍କୁ ଆଲିଆ ଭଟ୍ଟଙ୍କ ଅଭିନୀତ ‘ଗାଙ୍ଗୁବାଇ କାଠିଆୱାଡି’ରେ ଏକ ଆଇଟମ୍‌ ଡ୍ୟାନ୍ସ କରିବାକୁ ଆପ୍ରୋଚ କରିଥିଲେ, ହେଲେ ଦୀପିକା ଏହାକୁ ସିଧା ସିଧା ମନା କରି ଦେଇଛନ୍ତି । ଏହାପରେ ଭଂଶାଲି, ଦୀପିକାଙ୍କୁ ଆଉ ଏକ ଓ୍ୱେବ୍‌ସିରିଜ୍‌‌ ‘ହିରା ମାଣ୍ଡି’ରେ ଡ୍ୟାନ୍ସ ନମ୍ବର କରିବାକୁ କହିଥିଲେ । ତାକୁ ମଧ୍ୟ ଦୀପିକା ସିଧା ସିଧା ପତ୍ୟାକ୍ଷାନ କରିଛନ୍ତି ।

ଦୀପିକା ପାଦୁକୋନଙ୍କ ଏହି ପ୍ରକାର ଆଚରଣ ଯୋଗୁଁ ସଞ୍ଜୟ ଲୀଲା ଭଂଶାଲିଙ୍କ ମନରେ ଅସନ୍ତୋଷ ଥିବା କୁହାଯାଉଛି । ଖବର ଅନୁଯାୟୀ, ଉଭୟଙ୍କ ମଧ୍ୟରେ ଥିବା ଭୁଲ୍‌ ବୁଝାମଣାକୁ ଦୂର କରିବା ପାଇଁ ଚେଷ୍ଟା କରାଯାଉଛି । ଯଥାଶ୍ରୀଘ୍ର ସେମାନଙ୍କ ମଧ୍ୟରେ ଥିବା ଭୁଲ ବୁଝାମଣା ଠିକ୍‌ ହୋଇଯିବ ବୋଲି ଆଶା ରହିଛି । ଦୀପିକା ଭଂଶାଲିଙ୍କ ଫିଲ୍ମ ‘ବେଜୁ ବାବ୍‌ରା’ କରିବେ । ଭଂଶାଲି ନିଶ୍ଚିତ ଭାବରେ ଦୀପିକାଙ୍କ ଏହି ସମସ୍ୟା ନେଇ ଆଲୋଚନା କରିବେ । କାରଣ ଭଂଶାଲି ଓ ଦୀପିକାଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ । ଏବେ ଭଂଶାଲି ତାଙ୍କ ଫିଳ୍ମ ‘ଗାଙ୍ଗୁବାଇ କାଠିଆୱାଡି’ରେ ବ୍ୟସ୍ତ ଅଛନ୍ତି ।

ସୂଚନାଯୋଗ୍ୟ, ଭଂଶାଲି ରଣବୀର କପୁର, ଆଲିଆ ଭଟ୍ଟ ଏବଂ ଦୀପିକା ପାଦୁକୋନଙ୍କୁ ନେଇ ଆଉ ଏକ ମହତ୍ୱାକାଂକ୍ଷି ଫିଲ୍ମ ତିଆରି କରିବାକୁ ଯୋଜନା କରିଥିଲେ । କିନ୍ତୁ ଏଭଳି ପରିସ୍ଥିତି ଦେଖିବା ପରେ ଲାଗୁଛି ଏହି ଫିଲ୍ମ ବି ହୋଲ୍ଡ ହେବାର ସମ୍ଭାବନା ରହିଛି । ସଞ୍ଜୟ ଲୀଲା ଭଂଶାଲିଙ୍କ ପରବର୍ତ୍ତୀ ଫିଲ୍ମ ‘ଗାଙ୍ଗୁବାଇ କାଠିଆୱାଡି’ରେ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ନଜର ଆସିବେ । ମୁମ୍ବାଇର ସବୁଠାରୁ ଚର୍ଚ୍ଚିତ ରେଡ୍‌ ଲାଇଟ୍‌ ଏରିଆ କମାଠିପୁରାରେ ଗାଙ୍ଗୁବାଇଙ୍କ ନାଁ ଏବେ ବି ଗୁଞ୍ଜରିତ ହୋଇଥାଏ ।

ସ୍ୱାମୀଙ୍କ ମୃତ୍ୟୁ ପରେ ଦିଅର ପାଖରେ ରହୁଥିଲେ, ହଠାତ୍‌ ୩ ପିଲାଙ୍କୁ ଦେଲେ ବିଷ !

ଭୁବନେଶ୍ୱର: ଚନ୍ଦକା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ୩ ପିଲାଙ୍କୁ ବିଷ ଦେଇ ମା’ର ଆତ୍ମହତ୍ୟା ଉଦ୍ୟମ । ବିଷକ୍ରିୟାରେ ୨ ପୁଅ ପ୍ରାଣ ହରାଇଛନ୍ତି । ଆଉ ଜଣ ଝିଅର ଅବସ୍ଥା ଗୁରୁତର ରହିଛି । ସେପଟେ ମା’ର ଅବସ୍ଥା ମଧ୍ୟ ସଂକଟାପନ୍ନ ରହିଛି । ଉଭୟଙ୍କୁ ଏବେ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଅବସ୍ଥାରେ ମା’କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । କିନ୍ତୁ ପୁଅର ଅବସ୍ଥା ଅଧିକ ଗୁରୁତର ହେବାରୁ ତାକୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଛି ।

ମୃତ ପୁଅ ଦୁଇ ଜଣ ହେଲେ ବିଜୁ ଓ ରାଜୁ । ଜଣଙ୍କର ବୟସ ୪ ବର୍ଷ ହୋଇଥିବା ବେଳେ ଆଉ ଜଣଙ୍କର ବୟସ ୩ ବର୍ଷ ବୋଲି ଜଣାପଡ଼ିଛି । ଯେଉଁ ଝିଅଟିର ଚିକିତ୍ସା ଚାଲିଛି ତାର ବୟସ ଦେଢ଼ ବର୍ଷ ବୋଲି ଜଣାପଡିଛି । ଖବର ପାଇ ଚନ୍ଦକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମହିଳା ଜଣକ ହେଉଛନ୍ତି ବିଂଝଗିରି ଅଞ୍ଚଳ କନ୍ଦଲେଈ ଗାଁର ଜାନକୀ ଗାଗାରେଇ । ଜାନକୀଙ୍କ ସ୍ୱାମୀ ମୃତ୍ୟୁ ବରଣ କରିବା ପରେ ସେ ତାଙ୍କ ଦିଅରଙ୍କ ପାଖରେ ରହୁଥିଲେ । ତେବେ କେଉଁ ପରିସ୍ଥିତିରେ ମହିଳା ଜଣକ ଏଭଳି ଚରମ ନିଷ୍ପତ୍ତି ନେଲେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ମହିଳାଙ୍କ ଚେତା ଫେରିଲେ ପ୍ରକୃତ ସତ୍ୟାସତ୍ୟ ଜଣାପଡିବ ବୋଲି କୁହାଯାଉଛି ।

‘ସାମନା’ରେ ଲେଖାକୁ ନେଇ MVAରେ ଝଡ଼, ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର କହିଲେ- ଏମିତି ମନ୍ତବ୍ୟଠୁ ଦୂରେଇ ରୁହନ୍ତୁ ରାୱତ

ମୁମ୍ବାଇ: ଶିବସେନାର ମୁଖପତ୍ର ‘ସାମନା’ରେ ପ୍ରକାଶ ପାଇଥିବା ସମ୍ପାଦକୀୟ ମହାରାଷ୍ଟ୍ରର ମେଣ୍ଟ ସରକାରରେ ଭୂମିକମ୍ପ ସୃଷ୍ଟି କରିଛି । ‘ସାମନା’ ଏହି ସମ୍ପାଦକୀୟଟି ଶିବସେନା ସାଂସଦ ସଞ୍ଜୟ ରାୱତ ଲେଖିଛନ୍ତି । ଯେଉଁଥିରେ ସଞ୍ଜୟ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ପ୍ରଶ୍ନ କରି ଲେଖିଛନ୍ତି ମୁମ୍ବାଇ ପୋଲିସ ମୁଖ୍ୟାଳୟରେ ବୈଠକ କରି ସଚିନ୍ ୱାଜେ ବଟି ଆଦାୟ କରୁଥିଲେ ଏବଂ ଏନେଇ ଗୃହ ମନ୍ତ୍ରୀଙ୍କୁ କେମିତି ସୂଚନା ନଥିଲା ?

ଏହାବାଦ୍ ସଞ୍ଜୟ ରାୱତ ଲେଖିଛନ୍ତି ‘ଅନୀଲ ଦେଶମୁଖଙ୍କୁ ଗୃହମନ୍ତ୍ରୀ ପଦ ଦୁର୍ଭାଗ୍ୟବଶତଃ ମିଳିଯାଇଛି । ଜୟନ୍ତ ପାଟିଲ୍, ଦିଲୀପ ୱଲସେ ପାଟିଲ୍ ଗୃହମନ୍ତ୍ରୀ ପଦ ନେବାକୁ ମନା କରି ଦେଇଥିଲେ । ସେତେବେଳେ ଶରଦ ପାୱାର ଏହି ପଦ ଅନୀଲ ଦେଶମୁଖଙ୍କୁ ଦେଇଥିଲେ । ଏହି ପଦର ଗାରିମା ଓ ମର୍ଯ୍ୟାଦା ରହିଛି ।’

Maharashtra Deputy CM Ajit Pawar Angry Over Sanjay Raut Article In Saamana Anil Deshmukh

ସଞ୍ଜୟ ରାୱତଙ୍କ ଏହି ବୟାନକୁ ନେଇ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର ଆପତ୍ତି ପ୍ରକାଶ କରିଛନ୍ତି । ଅଜିତ୍ ପାୱାର କହିଛନ୍ତି- ‘ଏନସିପି କୋଟାରୁ କାହାକୁ କେଉଁ ପଦ ମିଳିବ ସେ ନିଷ୍ପତ୍ତି ଶରଦ ପାୱାର ନିଅନ୍ତି । ଏହାକୁ ନେଇ ଅନ୍ୟ କେହି ପ୍ରଶ୍ନ ଉଠାଇବାର ଅଧିକାର ନାହିଁ । ବିଶେଷକରି ମହାବିକାଶ ଅଘାଡ଼ି ମେଣ୍ଟ (ଏନସିପି+କଂଗ୍ରେସ+ଶିବସେନା)ର ଅଧିକାର ନାହିଁ । ଏମିତି ମନ୍ତବ୍ୟ ଦେବା ଠିକ୍ ନୁହେଁ । ଏମିତି ବୟାନ ମେଣ୍ଟରେ ସମସ୍ୟା ସୃଷ୍ଟି କରିବ ।’

ସୂଚନାଯୋଗ୍ୟ, ସଞ୍ଜୟ ରାୱତ ଲେଖିଛନ୍ତି- ମହାରାଷ୍ଟ୍ରରେ ବିରୋଧୀ ଉଦ୍ଧବ ଠାକରେ ସରକାର ଭାଙ୍ଗିବାକୁ ଚାଲ୍ ଖେଳୁଛନ୍ତି । ଏଥିପାଇଁ ଫାଟି ଯାଇଥିବା ବେଲୁନରେ ପବନ ଭରିବାକୁ ଚେଷ୍ଟା କରୁଛନ୍ତି । ଏମିତି ଅଭିଯୋଗରେ ସରକାର ଭାଙ୍ଗିଲେ ପ୍ରଥମେ ମୋଦି ସରକାର ବିଦାୟ ନେବାକୁ ହେବ ।

ଆପଣଙ୍କ ପାଖରେ ୧, ୫ ଓ ୧୦ ଟଙ୍କିଆ କଏନ୍ ଅଛି କି? ହୋଇଯିବେ ଲକ୍ଷପତି

ଭୁବନେଶ୍ୱର: ପ୍ରାୟ ସମସ୍ତେ ଚାହାଁନ୍ତି ଧନୀ ହେବାକୁ ଚାହାନ୍ତି । ଓ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାକୁ ଚାହାଁନ୍ତି। ହେଲେ ଆପଣ କେବେ ଭାବଛନ୍ତି କି ୧ ଟଙ୍କିଆ , ୫ ଟଙ୍କା ଓ ୧୦ ଟଙ୍କିଆ କଏନରୁ  ବି ଆପଣ ହୋଇପାରିବେ ଲକ୍ଷପତି। ଆଜ୍ଞା ହଁ ଯଦି ଆପଣଙ୍କ ପାଖରେ ଏହି କଏନ ସବୁ ଅଛି ତେବେ ଆପଣ ଘରେ ବସି ବସି ଲକ୍ଷପତି ହୋଇପାରିବେ । ହେଲେ କଏନଗୁଡ଼ିକ ସେମିତି ହୋଇଥିବା ଦରକାର ଯେପରି ଆମେ କହିବୁ।

ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ପୂରଣା କଏନ ବା ମୁଦ୍ରା ସଂଗ୍ର କରିବାକୁ ଭଲ ପାଆନ୍ତି । ଆଉ ସେମାନଙ୍କକର ଏହି ସଉକ ତାଙ୍କୁ ଲକ୍ଷପତି ବି କରିପାରେ । ଯଦି ଆପଣଙ୍କ ପାଖରେ ମାତା ବୈଷ୍ଣବ ଦେବୀଙ୍କର ୫ ଟଙ୍କିଆ ଓ ୧୦ ଟଙ୍କିଆ କଏନ ଅଛି ବା ଯଦି ଆପଣଙ୍କ ପାଖରେ ଥିବା କଏନରେ ମାତା ବୌଷ୍ଣବ ଦେବୀଙ୍କ ଫଟୋ ଅଛି ତେବେ ଆପଣ ଲକ୍ଷପତି ହୋଇପାରିବେ।

ଏହି ମୁଦ୍ରାଗୁଡ଼ିକୁ ୨୦୦୨ରେ ଜାରି କରାଯାଇଥିଲା। ଏଥିରେ ମାତାରାନୀଙ୍କ ଫଟୋ ଥିବାରୁ ଲୋକମାନଙ୍କର ଏହା ଉପରେ ଅନେକ ବିଶ୍ୱାସ ରହିଛି। ମାତା ବୈଷ୍ଣୋ ଦେବୀଙ୍କୁ ହିନ୍ଦୁ ଧର୍ମରେ ପୂଜା କରାଯାଏ। ତେଣୁ, ଲୋକମାନେ ଏହି ମୁଦ୍ରା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ଆପଣ ଚାହିଁଲେ ଏହି ମୁଦ୍ରାଗୁଡ଼ିକୁ ଅନଲାଇନ୍ ୱେବସାଇଟରେ ବି ନିଲାମ କରିପାରିବେ। କେବଳ ୫ ଟଙ୍କିଆ କି ୧୦ ଟଙ୍କିଆ ନୁହେଁ ୧ ଟଙ୍କିଆ କଏନ ବି ଆପଣଙ୍କ ଭାଗ୍ୟ ବଦଳାଇପାରେ। ଆମେ ଯେଉଁ ୧ ଟଙ୍କିଆ କଥା କହୁଛୁ ଏହା ୧୦୦ ବର୍ଷରୁ ଅଧିକ ପୁରୁଣା। ଏହାକୁ ୧୯୧୩ରେ ଜାରି କରାଯାଇଥିଲା। ମାନି ନିଅନ୍ତୁ ଯେ ଯଦି ଆପଣଙ୍କ ଖଜାନାରୁ ଏହି ମୁଦ୍ରା ବାହାରିଲା ତେବେ ଘରେ ବସି ବସି ଆପଣ ୨୫ ଲକ୍ଷ ଟଙ୍କା ଆୟ କରିପାରିବେ।  

ବାସ୍ତବରେ ଏହି ମୁଦ୍ରାକୁ ଭାରତ  ସରକାରଙ୍କ ଦ୍ୱାରା ଜାରି କରାଯାଇଥିଲା । ଯାହାକି  ରୂପା ରୁ ତିଆରି ହୋଇଥିଲା । ବର୍ତ୍ତମାନ ଏହି ମୁଦ୍ରାକୁ ଭିକ୍ଟୋରିଆନ୍ ବର୍ଗରେ ଅନ୍ତର୍ଭୁକ୍ତ କରାଯାଇଛି । ଏହା ବହୁତ କ୍ୱଚିତ୍। ଆପଣ ଏହି ଟଙ୍କିକିଆ କଏନକୁ ଇଣ୍ଡିଆ ମାର୍ଟ ଡଟ କମ୍ କିମ୍ବା ଇଣ୍ଡିଆନ କରେନ୍ସିସ୍ ଡଟ କମ୍ ସାଇଟରେ ବିକ୍ରି କରିପାରିବେ । ଏହି ୱେବସାଇଟରେ ଲୋକମାନେ ଏଭଳି ମୁଦ୍ରା ଖୋଜିଥାନ୍ତି। ଆପଣଙ୍କୁ କେବଳ ସାଇଟକୁ ଯାଇ ନିଜର ଲଗଇନ୍ ଆଇଡି ତିଆରି କରିବାକୁ ପଡ଼ିବ  ଏବଂ ମୁଦ୍ରା ଫଟୋ ଅପଲୋଡ୍ କରିବାକୁ ପଡ଼ିବ। ବାସ୍ ତା’ପରେ, ଆପଣଙ୍କ କଏନ ପାଇଁ ଗ୍ରାହକଙ୍କ ଲମ୍ବା ଲାଇନ ଲାଗିଯିବ।