spot_img
Home Blog Page 5840

ମୁଖ୍ୟମନ୍ତ୍ରୀଙ୍କ ପାନୀୟ ଜଳ ଯୋଗାଣ ସମୀକ୍ଷା , ଗ୍ରୀଷ୍ମ ପାଇଁ ପ୍ରସ୍ତୁତି ରହିବାକୁ ପରାମର୍ଶ

ଭୁବନେଶ୍ବର: ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ପାନୀୟ ଜଳ ଯୋଗାଣ ସଂପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ସମସ୍ତ ଗ୍ରାମପଞ୍ଚାୟତ ଓ ପୌରାଞ୍ଚଳ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଶତପ୍ରତିଶତ ପ୍ରସ୍ତୁତ ଅଛନ୍ତି ବୋଲି ପ୍ରମାଣ ପତ୍ର ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ ଖୁବ ଶୀଘ୍ର ଗ୍ରୀଷ୍ମ ଋତୂ ଆସିଥିବାରୁ ଏବଂ ଏବର୍ଷ ପୂର୍ବାପେକ୍ଷା ଅଧିକ ଗରମ ହେବାର ସମ୍ଭାବନା ଥିବାରୁ ଆମକୁ ପୂର୍ବ ବର୍ଷ ଗୁଡିକ ଅପେକ୍ଷା ଅଧିକ ପ୍ରସ୍ତୁତି କରିବାକୁ ପଡିବ। ନିୟମିତ ପାନୀୟ ଜଳ ସମସ୍ୟା ଥିବା ହଟ୍‌ସ୍ପଟ୍‌ ଅଂଚଳ ଗୁଡିକୁ ଚିହ୍ନଟ କରି ତୁରନ୍ତ ପ୍ରତିକାରମୂଳକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଲୋକଙ୍କ ଅଭିଯୋଗର ଶୁଣାଣି ପାଇଁ ଏକ ତ୍ରୁଟିଶୂନ୍ୟ ଅଭିଯୋଗ ଶୁଣାଣି ବ୍ୟବସ୍ଥା ସହିତ ବୈଷୟିକ ଜ୍ଞାନସଂପନ୍ନ ତଦାରଖ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବରିଷ୍ଠ ଅଧିକାରୀମାନେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ଉତ୍ତମ ରୂପେ ତଦାରଖ କରି ଅବହେଳା କରୁଥିବା ଅଧିକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ଏବଂ ମୁଖ୍ୟ ଶାସନ ସଚିବ ଓ ଜିଲ୍ଲାପାଳମାନେ ନିୟମିତ ସମୀକ୍ଷା କରି ସମସ୍ୟାର ସମାଧାନ କରିବାକୁ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପାନୀୟ ଜଳର ସୁବିଧା ପାଇଁ ବ୍ୟାପକ ଅର୍ଥ ବିନିଯୋଗ କରୁଛନ୍ତି। ଗ୍ରାମାଞ୍ଚଳରେ ୧୭ ହଜାର କୋଟି ଟଙ୍କାର ୮୯ଟି ବୃହତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଏବଂ ୨୦୨୪ ସୁଦ୍ଧା ସବୁ ଗ୍ରାମ୍ୟ ପରିବାରକୁ ଶତପ୍ରତିଶତ ପାଇପ ଜଳ ଯୋଗାଣ ପାଇଁ ଲକ୍ଷ୍ୟ ରଖାଯାଇଛି।

ସେହିପରି ସହରାଞ୍ଚଳରେ ମଧ୍ୟ ଗତ ୩ ବର୍ଷ ମଧ୍ୟରେ ପାନୀୟ ଜଳ ପାଇଁ ୩୮୦୦ କୋଟି ଟଙ୍କା ବିନିଯୋଗ କରାଯାଇଛି ଏବଂ ୨୦୨୨ ସୁଦ୍ଧା ସହରାଞ୍ଚଳର ସବୁ ପରିବାରକୁ ପାଇପ ଜଳ ଯୋଗାଣର ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଥିଲେ । ଲୋକଙ୍କୁ ଉତ୍ତମ ମାନର ପାନୀୟ ଜଳ ଯୋଗାଇ ଦେବା ହେଉଛି ରାଜ୍ୟ ସରକାରଙ୍କ ପ୍ରାଥମିକତା ଏବଂ ବିଶେଷକରି ଖରାଦିନରେ ଏହାର ଗୁରୁତ୍ବ ବହୁତ ଅଧିକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଆଲୋଚନାରୁ ଜଣାଯାଇଛି ଯେ ସହରାଞ୍ଚଳରେ ୨୦୨୧ରେ ପାନୀୟ ଜଳର ଆବଶ୍ୟକତା ଦୈନିକ ୧୦୮୮ ମିଲିଅନ ଲିଟର ଥିବାବେଳେ, ଦୈନିକ ୧୦୯୩ ମିଲିଅନ ଲିଟର ପାନୀୟ ଜଳ ଯୋଗାଣ କରାଯାଉଛି। ଏହାସହିତ ୨୦୧୬ ରେ ତିନି ଲକ୍ଷ ଘରକୁ ପାଇପ ପାଣି ସଯୋଗ ହୋଇଥିବା ବେଳେ ଏବେ ୮,୩୦,୦୦୦ ଘରକୁ ପାଇପ ପାଣି ସଂଯୋଗ ଦିଆଯାଇଛି।

ତେଣୁ ବର୍ତ୍ତମାନ ପାନୀୟ ଜଳ ଯୋଗାଣର କ୍ଷମତା ବେଶ୍ ଭଲ ରହିଛି। ୨୦୧୬-୧୭ରୁ ୨୦୨୦-୨୧ ମଧ୍ୟରେ ବାସଗୃହ ଗୁଡିକୁ ପାନୀୟ ଜଳ ସଂଯୋଗ କ୍ଷେତ୍ରରେ ୧୬୮ ପ୍ରତିଶତ ଉନ୍ନତି ଆସିଛି ବୋଲି ସୂଚନା ଦିଆଯାଇଥିଲା। ରାଜ୍ୟର ୬୫ଟି ପୌରାଞ୍ଚଳର ୩୩୫ଟି ସ୍ଥାନରେ ପାନୀୟ ଜଳର ସମସ୍ୟା ଥିବା ବେଳେ ଏଗୁଡିକୁ ୧୧୭ଟି ଟ୍ୟାଙ୍କର ଓ ୧୩୮୦ଟି PVC ଟ୍ୟାଙ୍କ ଜରିଆରେ ପାଣି ଯୋଗାଇ ଦିଆଯାଉଛି।

ସମସ୍ତ ଅଭିଯୋଗର ପ୍ରତିକାର ୨୪ ଘଣ୍ଟା ମଧ୍ୟରେ କରାଯାଉଛି । ଏହାଛଡା ପାନୀୟ ଜଳର ସମସ୍ୟା ଥିବା ୧୧ଟି ପୌରାଞ୍ଚଳ ଉପରେ ସ୍ବତନ୍ତ୍ର ଧ୍ୟାନ ରଖାଯାଇଛି। ସମସ୍ତ ପୌରାଞ୍ଚଳରେ ମୋ ସରକାର ସେଲ୍‌ ଜରିଆରେ ଅଭିଯୋଗର ଶୁଣାଣି କରାଯାଉଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଦେଓରଂଜନ କୁମାର ସିଂହ କହିଥିଲେ ଯେ ସାରା ଦେଶରେ ପାନୀୟ ଜଳ କ୍ଷେତ୍ରରେ ୮୧ ପ୍ରତିଶତ ଲୋକଙ୍କୁ ଦୈନିକ ବ୍ୟକ୍ତି ପିଚ୍ଛା ୪୦ ଲିଟର ପାଣି ଦିଆଯାଉଥିବା ବେଳେ, ଓଡିଶାରେ ୧୦୦ ପ୍ରତିଶତ ଲୋକଙ୍କୁ ବ୍ୟକ୍ତି ପିଚ୍ଛା ଦୈନିକ ୪୦ ଲିଟର ପାଣି ଦିଆଯାଇପାରୁଛି।

ଗ୍ରାମାଞ୍ଚଳ ଜନସଂଖ୍ୟାର ୪୭.୬୫ ପ୍ରତିଶତ ଲୋକ, ୫୪ ପ୍ରତିଶତ ଗାଁ ଓ ୨୭ ପ୍ରତିଶତ ଜନବସତିକୁ ପାଇପ ପାଣିର ସୁବିଧା ଦିଆଯାଇପାରିଛି। ଖରାଦିନ ପାଇଁ ସବୁ ପାଇପ ପାଣି ଓ ଟ୍ୟୁବୱେଲ ଗୁଡିକୁ ଯାଂଚ କରାଯାଉଛି ଏବଂ ପ୍ରତିକାର ବ୍ୟବସ୍ଥା କରାଯାଉଛି। ମୋବାଇଲ ଭ୍ୟାନ ଓ ଟିମ୍‌ ପ୍ରସ୍ତୁତ କରାଯାଇ ପାନୀୟ ଜଳ ଯୋଗାଣ କରାଯାଉଛି । ଜଳକଷ୍ଟ ଅଞ୍ଚଳରେ ଟ୍ୟାଙ୍କର ଜରିଆରେ ପାଣି ଯୋଗାଇ ଦିଆଯାଉଛି ବୋଲି ସୂଚନା ଦିଆଯାଇଥିଲା ।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପାନୀୟ ଜଳ ଯୋଗାଣ ସଂପର୍କରେ ନିୟମିତ ସମୀକ୍ଷା କରାଯିବ। ଏହି ବୈଠକକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ସଂଞ୍ଚାଳନ କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର, କୃଷି ଉତ୍ପାଦନ କମିଶନର, ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ବିହାର ବିଧାନସଭା ଇତିହାସରେ କଳା ଅଧ୍ୟାୟ, ମହିଳାଙ୍କ ଶାଢ଼ି ଟାଣିଲେ ସୁରକ୍ଷା କର୍ମୀ

ବ୍ୟୁରୋ: ବିହାର ବିଧାନସଭା ଇତିହାସରେ କଳା ଅଧ୍ୟାୟ । ବିଧାନସଭାକୁ ପ୍ରଥମଥର ଲାଗି ପୋଲିସ ଏଣ୍ଟ୍ରି ମାରିଛି । ବିହାର ବିଶେଷ ସଶସ୍ତ୍ର ପୋଲିସ ବିଧେୟକକୁ ବିରୋଧୀ ବିରୋଧ କରି ମଙ୍ଗଳବାର ଗୃହରେ ହୋହଲ୍ଲା କରିଥିଲେ । ସ୍ଥିତି ଏମିତି ହୋଇଥିଲା ଯେ ବିଧାନସଭାରେ ବିଧାୟକଙ୍କ ମଧ୍ୟରେ ହାତାହାତି ଯାଏ କଥା ଯାଇଥିଲା । ଗଣତନ୍ତ୍ରର ମନ୍ଦିର ବିଧାନସଭାରେ ମାରପିଟ୍‌ ଓ ଅସଦାଚରଣ ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ ।

ମଙ୍ଗଳବାର ବିହାର ବିଧାନସଭାରେ ବିରୋଧୀଙ୍କ ଅନୁପସ୍ଥିତିରେ ସରକାର ବିହାର ବିଶେଷ ପୋଲିସ ବିଧେୟକ-୨୦୨୧ ପାରିତ କରିଥିଲେ । ହେଲେ, ବିଲ୍ ପାରିତ ବେଳେ ଗୃହରେ ସୃଷ୍ଟି ହୋଇଥିଲା ଅସ୍ୱାଭାବିକ ସ୍ଥିତି । ବିଧାନସଭାରେ ମହିଳା ବିଧାୟକଙ୍କ ସହ ଟଣାଓଟରା ସବୁ ସୀମା ଟପି ଯାଇଥିଲା । ଏପରିକି ଜଣେ ମହିଳାଙ୍କ ବିଧାୟକଙ୍କ ଶାଢୀ ଟାଣିବାକୁ ଉଦ୍ୟମ କରିଥିଲେ ସୁରକ୍ଷା କର୍ମୀ ।

ବିଧେୟକକୁ ବିପକ୍ଷଙ୍କ ବିରୋଧ ପରେ ବାରମ୍ବାର ଗୃହ ମୁଲତବି ହୋଇଥିଲା । ଗୃହ ସ୍ଥଗିତ ପରେ ବାଚସ୍ପତି ତାଙ୍କ କକ୍ଷରେ ବସିଥିବା ବେଳେ ବିରୋଧୀ ସଦସ୍ୟ ଗୃହ ବାହାରେ ଧାରଣାରେ ବସି ପଡ଼ିଥିଲେ । ଅପରାହ୍ଣ ୪ଟା ୩୦ରେ ବାଚସ୍ପତି ଗୃହ କାର୍ଯ୍ୟ ଆରମ୍ଭ ପାଇଁ ଯିବାକୁ ବାହାରିଥିବା ବେଳେ ବାଟ ଛାଡ଼ି ନଥିଲେ ବିରୋଧୀ । ଏହାପରେ ମାର୍ଶଲ ବିରୋଧୀ ବିଧାୟକଙ୍କୁ ହଟାଇବା ଲାଗି ଉଦ୍ୟମ କରିଥିଲେ ବି ସେମାନେ ହଟିନଥିଲେ ।
ଫଳରେ ବାଧ୍ୟ ହୋଇ ପୋଲିସ ବିଧାନସଭା ପରିସରକୁ ପଶି ବଳ ପ୍ରୟୋଗ କରିଥିଲା ।

ବିରୋଧୀ ବିଧାୟକଙ୍କୁ ସେଠାରୁ ଟେକି ଟେକି ଆଣିଥିଲା ପୋଲିସ । ତେବେ, ବିଧାୟକଙ୍କୁ ପୋଲିସ ଗୋଇଠା ମାରିଥିବା ନେଇ ବିରୋଧୀ ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ ଏହି ସମୟରେ ବିଧାନସଭା ପରିସରରେ ଆରଜେଡି କାର୍ଯ୍ୟକର୍ତ୍ତ ଢେଲା ଫିଙ୍ଗିଥିବା ଅଭିଯୋଗ ହୋଇଛି । ଢେଲାମାଡ଼ରେ ସାମ୍ବାଦିକ, ପୋଲିସ ସହ ଅନ୍ୟ କେତେଜଣ ଆହତ ମଧ୍ୟ ହୋଇଛନ୍ତି ।

ବାରମ୍ବାର ଗୃହରେ ହଟ୍ଟଗୋଳ ମଧ୍ୟରେ ବିରୋଧୀ ସଦସ୍ୟ ବାଚସ୍ପତିଙ୍କ ଆସନକୁ ମାଡ଼ି ଯାଇଥିଲେ । ମାର୍ଶଲ ଅଟକାଇ ଥିଲେ । ପରେ ଏମଏଲସି ଅଶୋକ ଚୌଧୁରୀ ବିପକ୍ଷ ସଦସ୍ୟ ପ୍ରେମ କୁମାରଙ୍କ ହାତରୁ କାଗଜ ଛଡ଼ାଇବା ଲାଗି ଚେଷ୍ଟା କରିବାରୁ ଆରମ୍ଭ ହୋଇଥିଲା ମୁଥ ମରାମରି । ଏହାପରେ ବିରୋଧୀ ବିଦାୟକ ବିଧାନସଭାରେ ଚେୟାର ଭାଙ୍ଗି ଦେଇଥିଲା । ଗଣତନ୍ତ୍ରର ମନ୍ଦିର ବିଧାନସଭା ପାଲଟି ଯାଇଥିଲା ରଣକ୍ଷେତ୍ର ।

ସଲମାନ ଖାନ୍ ନେଲେ କରୋନା ଟିକା

ମୁମ୍ବାଇ: ଦେଶରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ କୋଭିଡ ଟିକାକରଣ । ସୁପରଷ୍ଟାର ସଲମାନ ଖାନ ବୁଧବାର କରୋନା ଟିକାର ପ୍ରଥମ ଡୋଜ୍ ନେଇଛନ୍ତି । ଏ ନେଇ ସେ ଟ୍ୱିଟ୍ କରି ତାଙ୍କ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି। ସଲମାନ ଖାନ ଟ୍ୱିଟ୍ କରିଛନ୍ତି, ‘ଆଜି ମୁଁ କରୋନା ଟିକାର ପ୍ରଥମ ଡୋଜ ନେଇଛି।

ସଲମାନ ଖାନଙ୍କ ଟ୍ୱିଟରେ ଅନେକ ପ୍ରଶଂସକ ନିଜର ପ୍ରତିକ୍ରିୟା ଦେଇଛନ୍ତି। ପ୍ରଶଂସକମାନେ ସଲମାନଙ୍କୁ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛନ୍ତି। ମହାରାଷ୍ଟ୍ରରେ ପୁଣି ଥରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ହେଉଛି । ଗତ କିଛି ଦିନ ମଧ୍ୟରେ ଅନେକ ସେଲିବ୍ରିଟି କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ନିକଟରେ ସଲମାନ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ରେସ -୩ର ନିର୍ମାତା ଆମୀର ତୌରାନୀ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ତାଙ୍କ ବ୍ୟତୀତ ଗତ କିଛି ଦିନ ମଧ୍ୟରେ କାର୍ତ୍ତିକ ଆର୍ଯ୍ୟନ, ମନୋଜ ବାଜପେଇ, ରଣବୀର କପୁର ଏବଂ ସତୀଶ କୌଶିକଙ୍କ ପରି ଅନେକ ସେଲିବ୍ରିଟି କୋଭିଡ ପଜିଟିଭ ଥିବା ଜଣାପଡ଼ିଛି।

 

ରାଜ୍ୟରେ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଗୋଟିଏ ଦିନରେ ୩ UK ଷ୍ଟ୍ରେନ୍‌ ଚିହ୍ନଟ

ଭୁବନେଶ୍ୱର: ଡରାଇଲାଣି କରୋନା । ଦେଶରେ ୟୁକେ ଷ୍ଟ୍ରେନ୍‌ ପୂର୍ବରୁ ଚିହ୍ନଟ ହୋଇଥିବା ବେଳେ ଏବେ ଓଡ଼ିଶାରେ ଦେଖାଦେଇଛି  ୟୁକେ ଷ୍ଟ୍ରେନ୍‌ । ଗୋଟିଏ କି ଦୁଇଟି ନୁହେଁ ଏକା ଥରକେ ୩ଜଣ ୟୁକେ ଷ୍ଟ୍ରେନ୍‌ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି । ସାରା ଦେଶରେ ୭୩୬ ୟୁକେ ଷ୍ଟ୍ରେନ୍‌ ଚିହ୍ନ ହୋଇଥିବା ବେଳେ ପଞ୍ଜାବରୁ ସର୍ବାଧିକ ୩୩୬ ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ଦ୍ୱିତୀୟ ଓ ତୃତୀୟ ନମ୍ବରରେ ରହିଛି ତେଲେଙ୍ଗାନା ଓ ଦିଲ୍ଲୀ । ତେବେ ଦେଶରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନେଇ ସାଧାରଣରେ ଚିନ୍ତା ବଢ଼ୁଛି ।

ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ପୁଣି ଥରେ ଲକ୍‌ଡାଉନ୍‌ ହେବନି ତ ? କାରଣ ଦେଶର ବିଭିନ୍ନ ରାଜ୍ୟରେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନାଇଟ୍‌ କର୍ଫ୍ୟୁ ଘୋଷଣା କରାଯାଇଛି । ଏମିତିକି ଓଡ଼ିଶାରେ ମଧ୍ୟ ନାଇଟ୍‌ କର୍ଫ୍ୟୁ ଆରମ୍ଭ ହୋଇସାରିଲାଣି । ମାଲକାନଗିରିରେ ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଲଗାଯାଇଛି ।

ସେପଟେ ରାଜ୍ୟରେ ବୁଧବାର ଗୋଟିଏ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୦ ପାର୍‌ ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୯୯ ଓ ଲୋକାଲ କଣ୍ଟାକ୍ଟ ୭୧ ଜଣ ଚିହ୍ନଟ ହୋଇଛନ୍ତି । ନୂଆପଡାରୁ ସର୍ବାଧିକ ୨୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କଟକରୁ ୨୩, ଖୋର୍ଦ୍ଧାରୁ ୨୩, ସୁନ୍ଦରଗଡରୁ ୨୨ ଜଣଙ୍କୁ ଚିହ୍ନଟ କରାଯାଇଛି ।

ଓଡ଼ିଆ ପୁଅ ସମ୍ବିତ GATE ଟପ୍ପର, ୧୦୦୦ରୁ ରଖିଛନ୍ତି ୯୪୫ ମାର୍କ

କେନ୍ଦ୍ରାପଡ଼ା: ପଙ୍କରୁ ପଦ୍ମ । ନିପଟ ମଫସଲ ଗାଁରୁ ଯାଇ ଗେଟ୍ ପରୀକ୍ଷାରେ ଟପ୍ପର । ପଙ୍କରୁ ପଦ୍ମ ଫୁଟିଲା ପରିଗ୍ରାଜୁଏଟ୍‌ ଆପ୍‌ଟିଟ୍ୟୁଡ୍‌ ଟେଷ୍ଟ ଇନ୍‌ ଇଞ୍ଜିନିୟରିଂ ରେ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇର ସମ୍ବିତ୍ ପରିଡ଼ା । ୨୦୨୦-୨୧ ଗେଟ୍ ପରୀକ୍ଷାରେ ୧୦୦୦ରୁ ୯୪୫ ସ୍କୋର ରିଖି ପ୍ରଥାନ ସ୍ଥାନ ଅଧିକାର କରିଛନ୍ତି । ତେବେ ସମ୍ବିତଙ୍କ ଏହି କୃତିତ୍ୱ ପାଇଁ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚି ନାୟକ ଘରେ ପହଁଚି ଶୁଭେଚ୍ଛା ଜଣାଇଛନ୍ତି ।

ଶିକ୍ଷା ପ୍ରତି ଏକାଗ୍ରତା ତାଙ୍କୁ ଆଜି ଶୀର୍ଷରେ ପହଁଚାଇଛି । ଆଉ ଗେଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଏହି ମେଧାବୀ ଛାତ୍ର ।

ଅନ୍ତେଇ ସରକାରୀ ବିଦ୍ୟାଳୟରୁ ଦଶମ ପାସ୍ କରିବା ପରେ ଆଉ ପଛକୁ ଚାହିଁ ନାହାନ୍ତି ଏହି ମେଧାବୀ ଛାତ୍ର । ରେଭେନ୍ସାରୁ ଗ୍ରାଜୁଏସନ୍ ପରେ ବମ୍ବେ ଆଇଆଇଟିରୁ ମାଷ୍ଟର ଡିଗ୍ରୀ ସାରି ଏବେ କାନପୁର ଆଇଆଇଟିରେ ପିଏଚ୍‌ଡି କରୁଛନ୍ତି ସମ୍ବିତ୍ । ତେବେ ଗେଟ୍ ପରୀକ୍ଷାରେ ଟପ୍ପର ହେବା ପରେ ସମ୍ବିତଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି । ସେପଟେ ସମ୍ବିତଙ୍କୁ ପାଠ ପାଢାଇଥିବା ସାର୍, ମେଧାବୀ ଛାତ୍ରଙ୍କ କୃତିତ୍ୱକୁ ଗୁରୁ ଦକ୍ଷିଣା ବୋଲି କହିଛନ୍ତି । ଦୃଢ଼ ମନବଳ ଆଗରେ ସବୁକିଛି ସମ୍ଭବ ହୋଇପାରିବ ବୋଲି ପ୍ରମାଣ କରି ଦେଖାଇଛନ୍ତି ସମ୍ବିତ । ଗୋଡ଼ ଠିକ୍ ନଥିଲେ ମଧ୍ୟ ହାର ନମାନି ଆଗେଇ ଚାଲିଥିଲେ ।

ସୁନା ଝିଅ ସୁନୀତା, ସମାଜସେବାରୁ ସମରକଳା ପୁଣି ଚାଷ, ସବୁଥିରେ ପାରଙ୍ଗମ

ସୁନା ଝିଅ ସୁନୀତା । ସେ ଇଂଜିନିୟରିଂ ପଢନ୍ତି ପୁଣି ଲାଠି ବି ବୁଲାନ୍ତି। ହଜି ଯାଉଥିବା ପାଇକ ଆଖଡାକୁ ଦେଉଛନ୍ତି ନୂଆ ପରିଚୟ। ପୁଣି ସାଇତି ରଖୁଛନ୍ତି ପୁରୁଣା ଖବରକାଗଜ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ରତନପୁର ପଞ୍ଚାୟତ ରତ୍ନମାଳା ବଧିସାହିଁ ଗାଁର ସୁନୀତା ବେହେରା  ଇଂଜିନିୟରିଂ ପଢୁଛନ୍ତି । କିନ୍ତୁ ବିଲ ଓ ଆଖାଡା ତାଙ୍କ ପ୍ରଥମ ପ୍ରେମ । ଯେତେବେଳେ ହ୍ୱାଇଟ୍ କଲର ଜବ ସମସ୍ତଙ୍କ ଲକ୍ଷ୍ୟ,ସେତେବେଳେ ସୁନିତା କିନ୍ତୁ ଅଲଗା । ସେ ଚାଷ ବି କରନ୍ତି ଓ ଆଖାଡାରେ ଖଣ୍ଡା ବି ବୁଲାନ୍ତି। ସେ ସମାଜର ସେଇ ଭ୍ରମକୁ ଭାଙ୍ଗିଛନ୍ତି ଯାହା କୁହେ,ଏ କାମ କେବଳ ପୁଅ କରିପାରିବେ।

ଓଡ଼ିଶାର ପାରମ୍ପାରିକ ମାର୍ଶାଲ ଆର୍ଟ ପାଇକ ଆଖଡାର ପୁନରୁଦ୍ଧାର ସହିତ ଝିଅଙ୍କୁ ଏହା ସହିତ ଯୋଡିବା ପାଇଁ ଆରମ୍ଭ କରିଛନ୍ତି ‘କଳିଙ୍ଗ କନ୍ୟା ପାଇକ ଆଖଡ଼ା’ । ଆଉ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ସାଧନା ଜାରି ରଖିଛନ୍ତି ।  ସୁନିତା ସମାଜସେବା ବି କରନ୍ତି । ସମାଜସେବା ଲାଗି ସୁନୀତାଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ସରସ୍ୱତୀ ରାୟ ସ୍ୱର୍ଣ୍ଣ ପଦକ ମିଳିଛି ।

ସମାଜସେବା ସହ ପ୍ରକୃତିର ପ୍ରେମରେ ପଡ଼ିଛନ୍ତି ସୁନିତା । ପରିବେଶକୁ ଭଲ ପାଉଥିବା ସୁନୀତା ନିଜ ବାଡ଼ିରେ ୭୨ ପ୍ରକାରର ଔଷଧୀୟ ବୃକ୍ଷଲତା ଲଗାଇବଛନ୍ତି ଆଉ ଏହାର ଯତ୍ନ ବି ନେଉଛନ୍ତି। ପରିବେଶ ସୁରକ୍ଷା, ଚାରାବଣ୍ଟନ ଓ ବୃକ୍ଷରୋପଣ ପାଇଁ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ପକ୍ଷରୁ ସୁନୀତାଙ୍କୁ ମିଳିଛି ପ୍ରକୃତିବନ୍ଧୁ ପୁରସ୍କାର। ନିଜ ପାଠପଢ଼ା ସହ ବଳକା ସମୟରେ ଫୁଲ ଚାଷ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ସୁନୀତା। ତାଙ୍କ ଉଦ୍ୟମରେ ସୃଷ୍ଟି ହୋଇଛି ଏହି ସୁନ୍ଦର ଗେଣ୍ଡୁ ଫୁଲର ବଗିଚା। ସୁନୀତା କୁହନ୍ତି- ପିଲାଟି ଦିନରୁ ଗଛ ଲଗାଇବା ଓ ତା’ର ଯତ୍ନ ନେବାକୁ ତାଙ୍କୁ ଖୁବ୍ ଭଲ ଲାଗେ । ସେଥିପାଇଁ ନିଜ ବାରିରେ ସେ ନାନା ପ୍ରକାରର ଗଛ ଲଗାଇଛନ୍ତି।

ଚାଷ ପ୍ରତି ଆଗ୍ରହ ହେବାରୁ ଉଦ୍ୟାନ ବିଭାଗର ପରାମର୍ଶ ନେଇ ଘରବାରିରେ ପ୍ରାୟ ୧୪ ହଜାର ଗେଣ୍ଡୁ ଫୁଲଚାରା ରୋପଣ କରିଥିଲେ ସୁନୀତା । ପ୍ରଥମେ ଅଭିଜ୍ଞତା ନଥିବାରୁ ପ୍ରାୟ ଗଛ ନଷ୍ଟ ହୋଇଯାଇଥିଲା । ତେବେ, ଏଥିରେ ସେ ଭାଙ୍ଗି ପଡ଼ିନଥିଲେ । ସେ ଏହାକୁ ଜାରି ରଖିଥିଲେ । ଆଉ ଆଜି ଏହି ଆତ୍ମବିଶ୍ୱାସ ସୁନୀତାଙ୍କୁ ଆଣି ଦେଇଛି ସଫଳତା । ସେ ଲଗାଇଥିବା ପ୍ରତ୍ୟେକ ଗେଣ୍ଡୁ ଗଛରେ ଦୈନିକ ୨୦ରୁ ୨୫ଟି ଲେଖାଏଁ ଫୁଲ ଫୁଟୁଛି । ଯାହାକୁ ଦେଖି ଆତ୍ମବିଭୋର ହୋଇପଡ଼ୁଛନ୍ତି ସୁନୀତା । ଆଉ ଏବି ଫୁଲରୁ ସେ ବେଶ୍ ଭଲ ରୋଜଗାର କରୁଛନ୍ତି।

କେବଳ ଏତିକି ନୁହେଁ ସୁନୀତା ନିଜସ୍ୱ ଉଦ୍ୟମରେ ଘରେ ପ୍ରତିଷ୍ଠା କରିଛନ୍ତି ‘ଚିଲିକା ଖବରକାଗଜ ସଂଗ୍ରହାଳୟ’ । ଯେଉଁଠି ୨ ହଜାରରୁ ଅଧିକ ବିଭିନ୍ନ ପ୍ରକାରର ଖବରକାଗଜ ଓ ପତ୍ରପତ୍ରିକାକୁ ସେ ସଂଗ୍ରହ କରି ରଖିଛନ୍ତି। ସତରେ ସମାଜସେବାରୁ ସମରକଳା ପୁଣି ଚାଷ, ସବୁଥିରେ ପାରଙ୍ଗମ ସୁନିତା ।

ଖରା ପାଇଁ ସତର୍କ ରହିବାକୁ SRCଙ୍କ ପରାମର୍ଶ, କହିଲେ ମୁକାବିଲା କରିବାକୁ ପ୍ରସ୍ତୁତ

ଭୁବନେଶ୍ୱର: ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଅଂଶୁଘାତର ମୁକାବିଲା ପାଇଁ ଜିଲ୍ଲା ଓ ରାଜ୍ୟ ସ୍ତରରେ ପ୍ରସ୍ତୁତି କରାଯାଇଛି । SRCଙ୍କ ପକ୍ଷରୁ ଫେବୃୟାରୀ ୨୪ ତାରିଖରେ ଏହାର ମୁକାବିଲା କରିବା ପାଇଁ ପ୍ରତ୍ୟେକ ଜିଲ୍ଲାକୁ ଚିଠି ଦିଆଯାଇଥିଲା । ମାର୍ଚ୍ଚ ୩୦ ପୂର୍ବରୁ ୩୦ଟି ଜିଲ୍ଲାରେ ଜିଲ୍ଲା ସ୍ତରୀୟ ଅଂଶୁଘାତ ମୁକାବିଲା କାର୍ଯ୍ୟକ୍ରମ ଚୂଡାନ୍ତ ହୋଇସାରିଛି ଏବଂ ଆବଶ୍ୟକୀୟ ପନ୍ଥା ସେମାନେ ଗ୍ରହଣ କରିଛନ୍ତି ।

ସ୍ୱତନ୍ତ୍ର ରିଲିଫ କମିଶମରଙ୍କ ବାର୍ତ୍ତା ଅନୁସାରେ ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟ ଏନେଇ ପ୍ରସ୍ତୁତ ରହିଛନ୍ତି । ବୁଧବାର ସମସ୍ତ ବିଭାଗର ସଚିବ ମାନଙ୍କୁ ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ବିଭାଗ ଗୁଡିକ କ’ଣ କ’ଣ ପଦେକ୍ଷପ ନେଇଛନ୍ତି ଓ କ’ଣ ସବୁ ପଦକ୍ଷେପ ନେବେ ସେ ବିଷୟରେ ବୈଠକରେ ବିଶେଷ ଆଲୋଚନା ହୋଇଛି ।

ସାଧାରଣତଃ ମାର୍ଚ୍ଚ ରୁ ଜୁନ୍ ପର୍ଯ୍ୟନ୍ତ ଓଡିଶାରେ ତାପମାତ୍ର ଅଧିକ ରୁହେ । ଏହାକୁ ନଜରରେ ରଖି ପାନୀୟ ଜଳ ସମସ୍ୟାକୁ କିପରି ଦୂର କରାଯିବ ସେ ବିଷୟରେ ଆଲୋଚନା ହୋଇଛି । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ନଳକୂପ, ପାନୀୟଜଳ ଉତ୍ସ ଅଛି ଓ ପାଇପ୍‌ ଗୁଡିକୁ ଠିକ୍ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନଳକୂପ ଗୁଡିକୁ ବିଶୋଧନ କରାଯାଇଛି, ଅର୍ବାନ ପାଇପ୍‌ ଓ୍ୱାଟର ସପ୍ଲାଏକୁ ସଜାଡି ରଖିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି ଓ ବିଭାଗକୁ ଆହୁରି ସତର୍କ ରହିବାକୁ କୁହାଯାଇଛି । ଯଦି ବି କେଉଁଠି କିଛି ସମସ୍ୟା ଆସେ ତାହାଲେ ତାହାର ତୁରନ୍ତ ସମାଧାନ କରାଯିବ ବୋଲି କହିଛନ୍ତି ଏସ୍‌ଆରସି ।

ବିଜୁଳି ସମସ୍ୟା ନରହିବା ପାଇଁ ସବୁ ପ୍ରକାର ଚେଷ୍ଟା କରାଯିବ । ପଶୁ, ପକ୍ଷୀ ମାନଙ୍କ ପାଇଁ ଜଳ ଉତ୍ସକୁ ପ୍ରସ୍ତୁତ କରି ରଖିବା ପାଇଁ କୁହାଯାଇଛି । SRC ଙ୍କ ପକ୍ଷରୁ ଲୋକମାନଙ୍କୁ ସଚେତନ କରାଯିବ । ପଶୁ, ପକ୍ଷୀ ମାନଙ୍କ ପାଇଁ ନିଜ ଛାତ ଉପରେ କିମ୍ବା ଅଗଣାରେ ପାଣି ଦେବା ବ୍ୟବସ୍ଥା ରଖିବା ବ୍ୟବସ୍ଥା କରିବାକୁ ଲୋକଙ୍କୁ କୁହାଯିବ । ଡାକ୍ତରଖାନାରେ ଅଂଶୁଘାତ ଜନିତ ଆସୁଥିବା ରୋଗିଙ୍କ ପାଇଁ ସ୍ୱତନ୍ତ୍ର ଓ୍ୱାର୍ଡ ସହିତ ଏୟାର କୁଲର ରଖାଯିବା ସହ ଔଷଧ ରଖିବା ପାଇଁ କୁହାଯାଇଛି । ଏସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଆଗୁଆ ସଚେତନ ରହିଛି । ଅତ୍ୟଧିକ ଗରମକୁ ଲକ୍ଷ୍ୟ ରଖି ଯେଉଁଠି AC ନାହିଁ ସେଠାରେ ଦିନ ୧୧ ଟାରୁ ୩ ଟା ମଧ୍ୟରେ କାମ ବନ୍ଦ ରଖିବାକୁ ଲେବର ଡିପାର୍ଟମେଣ୍ଟକୁ କୁହାଯାଇଛି । ସ୍କୁଲ, କଲେଜରେ ପାଣି ରଖିବାକୁ କୁହାଯିବା ସହ ଆବଶ୍ୟକ ଥିଲେ ସକାଳୁଆ କରିବାକୁ କୁହାଯାଇଛି । ସେହିଭଳି ଜଙ୍ଗଲରେ କିପରି ନିଆଁ ନଲାଗିବ ସେଥିପାଇଁ ଅଧିକ ସତର୍କ ରହିବାକୁ କୁହାଯାଇଛି ।

କରୋନା ଆତଙ୍କ : ଏହି ଜିଲ୍ଲାରେ ୧୧ ଦିନ ପାଇଁ ଲକଡାଉନ୍

ମୁମ୍ବାଇ: କରୋନାର ଦ୍ୱିତୀୟ ଲହରି ଦେଶକୁ ଡରାଇବାରେ ଲାଗିଛି । ମହାରାଷ୍ଟ୍ରରେ ପୁଣି କରୋନା ସଂକ୍ରମଣ ଗତବର୍ଷ ଭଳି ଆତଙ୍କଜନକ ପରିସ୍ଥିତି ସୃଷ୍ଟି କରିବାରେ ଲାଗିଛି । ନାଇଟ୍ କର୍ଫ୍ୟୁ ପରେ ଏବେ ମହାରାଷ୍ଟ୍ର ସରକାର ନାନ୍ଦେଡ ଜିଲ୍ଲାରେ ୧୧ ଦିନ ପାଇଁ ଲକଡାଉନ୍ ଲାଗୁ କରିଛନ୍ତି । ମାର୍ଚ୍ଚ ୨୫ ତାରିଖରୁ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ସଂପୂର୍ଣ୍ଣ ନାନ୍ଦେଡ ଜିଲ୍ଲା ଲକଡାଉନ୍ ଭିତରେ ରହିବ ।

ମହାରାଷ୍ଟ୍ରର ଅନେକ ଜିଲ୍ଲା ଓ ସହରରେ ରାତ୍ରୀ କର୍ଫ୍ୟୁ ସହିତ ଶକ୍ତ କଟକଣା ଲାଗୁ ହୋଇଛି । ଏହାମଧ୍ୟରେ ନାନ୍ଦେଡ୍ ଜିଲ୍ଲାପାଳ ବୁଧବାର ଦିନ ଆସନ୍ତାକାଲିଠାରୁ ୧୧ ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ, ନାନ୍ଦେଡରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୩୦ରେ ପହଂଚିଥିବା ବେଳେ ୧୦ ଜଣଙ୍କ ମୃତ୍ୟୁ ହୋଇ ସାରିଛି । ଏହା ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି ଯେ, ଦେଶର ୧୦ ଟି ଜିଲ୍ଲାରେ କରୋନା ସଂକ୍ରମଣ ସ୍ଥିତି ଗମ୍ଭୀର ରହିଛି । ଏହି ୧୦ ଜିଲ୍ଲା ମଧ୍ୟରୁ ୯ଟି ମହାରାଷ୍ଟ୍ରରେ ଥିବାବେଳେ ଗୋଟିଏ କର୍ଣ୍ଣାଟକର ।

ଦେଶରେ ମୋଟ ୩୬୮୪୫୭ ସକ୍ରୀୟ କରୋନା ମାମଲା ଥିବା ବେଳେ କେବଳ ମହାରାଷ୍ଟ୍ରରେ ଏହି ସଂଖ୍ୟା ହେଉଛି ୨୮,୬୯୯ । ଅନ୍ୟପକ୍ଷରେ ପଂଜାବରେ ୨ ହଜାରରୁ ଅଧିକ ସକ୍ରୀୟ ମାମଲା ସାମ୍ନାକୁ ଆସିଛି ।

ମାର୍ଚ୍ଚ ୨୭ରୁ ୪ ଏପ୍ରିଲ, ୭ ଦିନ ବ୍ୟାଙ୍କ୍‌ ବନ୍ଦ ରହିବ!

0

ନୂଆଦିଲ୍ଲୀ: ମାର୍ଚ୍ଚ ୨୭ରୁ ୪ ଏପ୍ରିଲ ପର୍ଯ୍ୟନ୍ତ ଏକ ଲମ୍ବା ବ୍ୟବଧାନରେ ବ୍ୟାଙ୍କ୍‌ସେବା ବନ୍ଦ ରହିବ । ଯାହାର ଏକ ତାଲିକା ଜାରି କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ୍‌। ଯଦି ଛୁଟି ତାଳିକା ଆପଣଙ୍କ ନିକଟରେ ନାହିଁ ତେବେ ଜରୁରୀ କାମ ସମୟରେ ସମସ୍ୟାରେ ପଡ଼ିପାରନ୍ତି । ତେବେ କେଉଁ କେଉଁ ଦିନ ବ୍ୟାଙ୍କ୍‌ବନ୍ଦ ରହିବ ନଜର ପକାନ୍ତୁ ।
ମାର୍ଚ୍ଚ ୨୭ରୁ ୪ ଏପ୍ରିଲ ମଧ୍ୟରେ ମାତ୍ର ଦୁଇ ଦିନ ବ୍ୟାଙ୍କ୍‌ ଖୋଲା ରହିବ । ୨୭ ମାର୍ଚ୍ଚ ମାସର ଚତୁର୍ଥ ଶନିବାର ହୋଇଥିବାରୁ ସାରା ଦେଶରେ ବ୍ୟାଙ୍କ୍‌ବନ୍ଦ ରହିବ ।
୨୮ ମାର୍ଚ୍ଚ ରବିବାର । ସୋମବାର ହୋଲି । ଏଭଳି ସ୍ଥିତିରେ ଆପଣଙ୍କର ବ୍ୟାଙ୍କ୍‌ରେ ଯଦି କୌଣସି ଜରୁରୀ କାମ ରହିଛି ତେବେ ଖୁବଶୀଘ୍ର ଶେଷ କରନ୍ତୁ ।
୩୦ ମାର୍ଚ୍ଚ ଏବଂ ୩ ଏପ୍ରିଲକୁ ବ୍ୟାଙ୍କ୍‌ସେବା ଜାରି ରହିବ । ୩୧ ମାର୍ଚ୍ଚ ଯଦିଓ ବ୍ୟାଙ୍କ୍‌ବନ୍ଦ ରହିବ ନାହିଁ ତଥାପି ବ୍ୟାଙ୍କ ସମ୍ପର୍କିତ କୌଣସି କାର୍ଯ୍ୟ ହେବନାହିଁ । ଏହାର ଏକମାତ୍ର କାରଣ ଏହା ହେଉଛି ଆର୍ଥିକ ବର୍ଷର ଶେଷ ଦିନ ।
୧ ଅପ୍ରେଲ ବ୍ୟାଙ୍କ୍‌ର ବାର୍ଷିକ ଆକାଉଣ୍ଟର କ୍ଲୋଜିଙ୍ଗ୍‌ଇୟର ।
୨ ଅପ୍ରେଲ ଗୁଡ୍‌ଫ୍ରାଇଡେ ।
୩ ଅପ୍ରେଲ ଶନିବାର । କିନ୍ତୁ ପ୍ରଥମ ଶନିବାର ହୋଇଥିବାରୁ ବ୍ୟାଙ୍କ୍‌ଖୋଲାରହିବ ।
୪ ଏପ୍ରିଲ ରବିବାର ହେତୁ ବ୍ୟାଙ୍କ୍‌ବନ୍ଦ ରହିବ ।
ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ଦ୍ୱାରା ଏକ କ୍ୟାଲେଣ୍ଡର ଜାରି ହୋଇଛି । କ୍ୟାଲେଣ୍ଡରରେ ଛୁଟିଦିନ ଗୁଡ଼ିକ ବିଷୟରେ ଉଲ୍ଲେଖ ରହିଛି । ଯଦି ଆପଣ ଛୁଟି ତାଲିକା ଦେଖିବା ପାଇଁ ଚାହୁଁଛନ୍ତି ତେବେ RBI ଓ୍ୱେବସାଇଟରେ ସମସ୍ତ ତଥ୍ୟ ଉପଲବ୍ଧ ।

ନିକିତା ତୋମାର ହତ୍ୟାକାଣ୍ଡ; ତୌସିଫ ଓ ରେହାନ ଦୋଷି ସାବ୍ୟସ୍ତ

ନୂଆଦିଲ୍ଲୀ: ହରିୟାଣାର ଫରିଦାବାଦ ବଲ୍ଲଭଗଡର ନିକିତା ତୋମାର ହତ୍ୟାକାଣ୍ଡରେ ଆଜି କୋର୍ଟ ରାୟ ଶୁଣାଇଛନ୍ତି । ଘଟଣାରେ ତିନିଜଣ ଅଭିଯୁକ୍ତଙ୍କ ମଧ୍ୟରୁ ତୌସିଫ ଓ ରେହାନଙ୍କୁ କୋର୍ଟ ଦୋଷି ସାବ୍ୟସ୍ତ କରିଛନ୍ତି । ତେବେ ସଜ୍ଜା ଘୋଷଣା ଶୁକ୍ରବାର ବା ମାର୍ଚ୍ଚ ୨୬ରେ ହେବ । ଅନ୍ୟପଟେ ତୃତୀୟ ଅଭିଯୁକ୍ତ ଅଜହରଉଦ୍ଦିନଙ୍କୁ ନିର୍ଦ୍ଦୋଶ ଭାବେ ଖଲାସ କରିଛନ୍ତି କୋର୍ଟ । ଏହି ହତ୍ୟା କାଣ୍ଡରେ ତୌସିଫ  ମୁଖ୍ୟ ଅଭିଯୁକ୍ତ ଥିବାବେଳେ ରେହାନ ଘଟଣା ସମୟରେ ତା ସହିତ ଉପସ୍ଥିତ ଥିଲା। ଅନ୍ୟପଟେ ଅଜହର ଉଦ୍ଦିନଙ୍କ ଉପରେ ହତିଆର ଯୋଗାଇଥିବା ଅଭିଯୋଗ ଥିଲା ।  ଯାହାକି ପ୍ରମାଣିତ ହୋଇପାରି ନାହିଁ ।

କ’ଣ ସମ୍ପୂର୍ଣ୍ଣ ଘଟଣା ?

୨୦୨୦ ଅକ୍ଟୋବର ୨୬। ନିକିତା +୩ ପରୀକ୍ଷା ଦେଇ ବଲାଭଗଡର ଅଗ୍ରୱାଲ କଲେଜରୁ ଫେରୁଥିଲେ । ଦିଲ୍ଲୀଠାରୁ ମାତ୍ର ୬୩ କିଲୋମିଟର ଦୂରରେ ଥିବା ହରିୟାଣାର ବଲ୍ଲଭଗଡ଼ର ରାସ୍ତାରେ ଏକ କାର ଆସି ତାଙ୍କ ପାଖରେ ଅଟକି ଥିଲା । ସେଥିରୁ ଜଣେ ଯୁବକ ବାହାରି ନିକିତାଙ୍କୁ ଜୋରଜବରଦସ୍ତ କାରରେ ଟାଣି ନେବାକୁ ଚେଷ୍ଟା କରିଥିଲା । ନିକିତାଙ୍କ ସହ ଥିବା ତାଙ୍କ ବନ୍ଧୁ ବିରୋଧ କରିଥିଲେ କିନ୍ତୁ ବିଫଳ ହୋଇଥିଲେ । ଏବଂ ସେମାନେ ନିକିତାଙ୍କୁ ବନ୍ଧୁକ ଦେଖାଇ ଡରାଇବାକୁ ଲାଗିଥିଲେ। ଯେତେବେଳେ ନିକିତା ଡରି ନଥିଲେ, ସେତେବେଳେ ଯୁବକ ଜଣଙ୍କ ଗୁଳି ଚଳାଇ ଦେଇଥିଲା । ଏବଂ ସେଠାରେ ହିଁ ନିକିତାଙ୍କ ମୃତ୍ୟୁ ହୋଇଥିଲା । ଡ୍ରାଇଭିଂ ସିଟରେ ଆଉ ଜଣେ ଯୁବକ ମଧ୍ୟ ଥିଲା । ଯୁବତୀଙ୍କୁ ଦିନ ଦିପହରେ ସେମାନେ ଗୁଳି କରି ସେଠାରୁ ଫେରାର୍ ହୋଇଯାଇଥିଲେ । ପରେ ଘଟଣାକୁ ନେଇ ସାରା ଦେଶରେ ଉତ୍ତେଜନା ଦେଖାଦେଇଥିଲା ।

କୋର୍ଟରେ ପୋଲିସ ଦେଇଥିଲା ଏହିସବୁ ପ୍ରମାଣ: 

ହତ୍ୟାକାଣ୍ଡର ଶୁଣାଣିବେଳେ ୫୫ ଜଣ ସାକ୍ଷୀ ଦେଇଥିଲେ । ପୁଲିସ ପ୍ରମାଣ ଭାବେ ସିସି ଟିଭି ଫୁଟେଜକୁ ଉପସ୍ଥାପିତ କରିଥିଲା । ଯେଉଁଥିରେ ଅଭିଯୁକ୍ତ ନିକିତାଙ୍କୁ ଗୁଳିମାରିଥିବା ସ୍ପଷ୍ଟଭାବେ ଦେଖାଯାଇଥିଲା । ଯେଉଁ କାରରେ ବସି ତୌସିଫ୍ ଓ ରେହାନ ଘଟଣାସ୍ଥଳରେ ପହଞ୍ଚିଥିଲେ, ସେଥିରୁ ତୌସିଫର ଚୁଟି ମିଳିଥିଲା । ଏବଂ କାର୍ ର କାଚରୁ ରେହାନର ଫିଙ୍ଗରପ୍ରିଣ୍ଟ ବି ମିଳିଥିଲା ।