spot_img
Home Blog Page 5952

ମାନସିକ ଭାରସାମ୍ୟ ହରାଇଛନ୍ତି ଲେଖାଶ୍ରୀ: ବିଜେଡି

ଭୁବନେଶ୍ୱର: ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ତାଙ୍କର ମାନସିକ ଭାରସାମ୍ୟ ହରାଇବା ଭଳି ଲକ୍ଷ୍ୟ କରାଯାଉଛି । ଆମେ ବାରମ୍ବାର କହୁଛୁ ଯେ ଯଦି ତାଙ୍କ ପାଖରେ କିଛି ତଥ୍ୟ ପ୍ରମାଣ ରହିଛି ତେବେ ସେ ତାକୁ ଅଦାଲତରେ ଦାଖଲ କରନ୍ତୁ । ହେଲେ ସେ କୌଣସି ପ୍ରମାଣ ଦାଖଲ କରିପାରୁ ନାହାନ୍ତି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇସ୍ପିତା ସାହୁ ।

ସୁଶ୍ରୀ ସାହୁ କହିଛନ୍ତି ଯେ- ରାଜ୍ୟ ସରକାର କେଉଁ ଆଇନଜୀବୀଙ୍କୁ ନିୟୋଜିତ କରିବେ ଲେଖାଶ୍ରୀଙ୍କୁ ପଚାରି କରିଥାଆନ୍ତେ । ଯେଭଳିକି ଏହାର ତଦନ୍ତ କିଭଳି ହେବ ତାହା ସ୍ଥିର କରିବା ଲେଖାଶ୍ରୀ ଚାହୁଁଥିଲେ । ଏହା ଦ୍ୱାରା ସେ ତଦନ୍ତକୁ ଦିଗହରା ଓ ବାଟବଣା କରିବାକୁ ଚାହୁଁଛନ୍ତି । ଏଭଳି କାର୍ଯ୍ୟପାଇଁ ସେ ଲଜ୍ଜିତ ହେବା ସହିତ ଓଡ଼ିଶାବାସୀଙ୍କ ନିକଟରୁ ଏଥିପାଇଁ କ୍ଷମା ମାଗିନେବା ଉଚିତ୍‍ ।

ବିଗତ ୨୧ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପିପିଲି ଅଞ୍ଚଳରେ ବ୍ୟାପକ ବିକାଶ କାର୍ଯ୍ୟ ହୋଇଥିବାବେଳେ ଲେଖାଶ୍ରୀଙ୍କ ମନଗଢ଼ା କାହାଣୀ ଲୋକଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଲେଖାଶ୍ରୀଙ୍କ ଉପରେ ଏବେ ଦୟା ଆସୁଛି । ବିଗତ ଦୁଇଟି ନିର୍ବାଚନରେ ବିଜେପି ତାଙ୍କୁ ଟିକେଟ ଦେଇନଥିବାରୁ କାଳେ ଟିକେଟ ମିଳିଯିବ ସେହି ଆଶାରେ ସେ ଏବେ ପିପିଲିରେ ନାକ ପୂରାଉଛନ୍ତି । ଜଣେ ମହିଳା ହିସାବରେ ମୁଁ ତାଙ୍କ ପ୍ରତି ସମବେଦନା ଜଣାଉଛି ବୋଲି କହିଛନ୍ତି ସୁଶ୍ରୀ ସାହୁ ।

ଗଞ୍ଜାମ ପାତ୍ରପୁରରେ ଓଲଟିଲା ଶ୍ରମିକଙ୍କୁ ନେଇ ଫେରୁଥିବା ଟ୍ରାକ୍ଟର

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ପାତ୍ରପୁର ରାଜପୁର ନିକଟରେ ଦୁର୍ଘଟଣା ଘଟିଛି । ରାସ୍ତା କାମ ସାରି ଶ୍ରମିକଙ୍କୁ ନେଇ ଘରକୁ ଫେରୁଥିବା ବେଳେ ଟ୍ରାକ୍ଟର ରାସ୍ତକଡ଼କୁ ଓଲଟି ପଡ଼ିଛି । ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଶ୍ରମିକ ଆହତ ହୋଇଥିବା ଜଣାପଡ଼ିଛି । ମୃତକ ୪୦ ବର୍ଷୀୟା ବନିତା ସାହୁ । ଆହତଙ୍କୁ ପାତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଉଛି । ଆହତଙ୍କ ମଧ୍ୟରେ ମହିଳା ମଧ୍ୟ ଅଛନ୍ତି ।

ମମତାଙ୍କ ଉପସ୍ଥିତିରେ TMCରେ ଯୋଗଦେବେ ଏହି ଭାରତୀୟ ଖଳାଳି

ମମତା ବାନାର୍ଜୀଙ୍କ ରାଲିରେ ସାମିଲ ହେବେ ଏହି ଭାରତୀୟ ଖଳାଳି। ମମତାଙ୍କର ଏହି ବିଶାଳ ରାଲି ପ୍ରଧାନମନ୍ତ୍ରୀଙ୍କ ରାଲିର ଯବାବ ବୋଲି ସାଧାରଣରେ ଚର୍ଚ୍ଚା ରହିଛି। ୨୪ ଫେବୃଆରୀରେ ହୁଗଲି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରାଲିରେ ଭାରତୀୟ କ୍ରିକେଟର ମନୋଜ ତିୱାରୀ ଟିଏମସିରେ ଯୋଗଦେବେ।

ତିୱାରୀଙ୍କ ସହ କଂଗ୍ରେସ ଏବଂ ବିଜେପିର କିଛି ସଦସ୍ୟ ଏହି ରାଲିରେ ଯୋଗଦେବେ ବୋଲି ଆଶା କରାଯାଉଛି। ମମତାଙ୍କ ରାଲି ସେହି ସମାନ ସ୍ଥାନରେ ଅନୁଷ୍ଠିତ ହେବ ଯେଉଁଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୨ ଫେବୃଆରୀରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଥିଲେ। ଟିଏମସିର ରାଲିକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଲିର ପ୍ରତିକ୍ରିୟା ଭାବେ ଦେଖାଯାଉଛି।

୩୫ ବର୍ଷିୟ ମନୋଜ ତିୱାରୀ ODI ଏବଂ ଟି୨୦ ଫର୍ମାଟରେ ଭାରତୀୟ କ୍ରିକେଟ୍ ଦଳକୁ ପ୍ରତିନିଧିତ୍ୱ କରିଛନ୍ତି। ସେ ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସ, କିଙ୍ଗସ୍‌ ଏକ୍ସଏଲ୍‌ ପଞ୍ଜାବ ଏବଂ ରାଇଜିଂ ପୁଣେ ପାଇଁ ମଧ୍ୟ ଖେଳିଛନ୍ତି। ଆଉ ଏବେ ସେ ମମତାଙ୍କ ଦଳର ଭାରେ ଉଭା ହୋଇଛନ୍ତି।

ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଟିଏମସିର ଅଭିଯାନ ପରିଚାଳନା କରୁଥିବା I-PAC ସହିତ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ସହ ଏକ ବୈଠକ ପରେ ତିୱାରୀ ନିଜେ ମମତା ବାନାର୍ଜୀଙ୍କୁ ଭେଟି ଏହି ଡିଲକୁ ସିଲ୍ କରିଛନ୍ତି।

ଓଡ଼ିଶା ସାମୁଦ୍ରିକ ପରିଷଦ ବିଧେୟକ-୨୦୨୦ ପାରିତ

ଭୁବନେଶ୍ୱର: ବିଧାନସଭାରେ ପାରିତ ହେଲା ଓଡ଼ିଶା ସାମୁଦ୍ରିକ ପରିଷଦ ବିଧେୟକ-୨୦୨୦ । ଏହା ଦ୍ୱାରା ମାରିଟାଇମ୍ ବୋର୍ଡ ଗଠନ ହେବ । ଏଥିରେ ୧୨ ଜଣ ସଭ୍ୟ ରହିବେ । ମୁଖ୍ୟ ଶାସନ ସଚିବ ଏହାର ଅଧକ୍ଷ ରହିବେ । ସଦସ୍ୟ ସଚିବ ରହିବେ ଶିଳ୍ପ ଓ ବାଣିଜ୍ୟ ପରିବହନ ସଚିବ, ରାଜସ୍ୱ ସଚିବ ରହିବେ । ନୌସେନାର ଜଣେ ପ୍ରତିନିଧି ମଧ୍ୟ ସଦସ୍ୟ ରହିବେ । ବନ୍ଦର କ୍ଷେତ୍ରରେ ଦକ୍ଷତା ଥିବା ଜଣେ ବିଶେଷଜ୍ଞ ରହିବେ ।

ଏହି ବୋର୍ଡ ପିପିପି ମୋଡରେ ବନ୍ଦର, ବିକାଶ, ନିର୍ମାଣ, ରକ୍ଷାଣବେକ୍ଷଣ, ଜାହାଜ ଚଳାଚଳ, ମାଲ ପରିବହନ ତଳ ପଥର ଉନ୍ନତି କରଣ କାର୍ଯ୍ୟ କରିବ । ସମନ୍ୱିତ ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିବ ବୋର୍ଡ । ବୋର୍ଡ ନିୟମ ଖିଲାପ କରି କାର୍ଯ୍ୟ କରୁଥିବା ନେଇ ଅନୁଭବ ହେଲେ ଏହାକୁ ରାଜ୍ୟ ସରକାର ଭାଙ୍ଗି ପାରିବେ । ୧୪ଟି ଅଣ ବୄହତ ବନ୍ଦର ପାଇଁ ସ୍ଥାନ ଚିହ୍ନଟ ହୋଇଛି ।

ଧାମରା, ଗୋପାଳପୁର ବନ୍ଦର କାର୍ଯ୍ୟକ୍ଷମ ହୋଇଥିବା ବେଳେ ଅସ୍ତରଙ୍ଗ ଓ ସୁବର୍ଣ୍ଣରେଖାରେ କାମ ଚାଲିଛି । ଧାମରାରୁ ୪୦୦ କୋଟି ଟଙ୍କା ଓ ଗୋପାଳପୁରରୁ ୧୦୦ କୋଟି ଟଙ୍କା ରାଜସ୍ୱ ଆସୁଛି । ବିଲକୁ ବିଜେପି ସମର୍ଥନ କରିଥିବା ବେଳେ କିଛି ଅଂଶ ସଂଶୋଧନ ଦାବି କରିଥିଲା । କଂଗ୍ରେସ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରିଥିଲା ।

ବିରୋଧ ସତ୍ତ୍ୱେ ଚୀନ୍ ହେଉଛି ‘ଆତ୍ମନିର୍ଭରଶୀଳ ଭାରତ’ରେ ସବୁଠାରୁ ବଡ଼ ବାଣିଜ୍ୟ ଭାଗିଦାରୀ

ଏଲଏସିରେ  ୨୦ ଜଣ  ଭାରତୀୟ ଯବାନ ଚୀନ୍ ବିସ୍ତାରବାଦୀ ନୀତିର ଶିକାର ହୋଇଥିଲେ। ସହିଦ ଯବାନଙ୍କ ପାଇଁ ପୁରା ଦେଶରେ ପ୍ରତିଶୋଧର ନିଆଁ ଜଳିଥିଲା ।  ପ୍ଲା କାର୍ଡ, କ୍ୟାଣ୍ଡେଲ ମାର୍ଚ୍ଚ, ଚୀନ ବିରୋଧୀ ସ୍ଲୋଗାନରେ ପୁରା ଦେଶ ପ୍ରକମ୍ପିତ ହେଲା। ଦେଶର ଗଳି ଗଳିରେ ଚୀନ ଏବଂ ଚୀନର ସବୁ ସାମଗ୍ରୀ ଉପରେ ପ୍ରତିବନ୍ଧକ ପାଇଁ କଥା ଉଠିଲା। ଖାଲି ସେତିକି ନୁହେଁ ରାସ୍ତା ଉପରେ ଲୋକେ ଚାଇନା ସାମଗ୍ରୀକୁ ଭାଙ୍ଗିବାକୁ ଲାଗିଲେ। ଆଉ ଏହା ପରେ ‘’ଆତ୍ମନିର୍ଭରଶୀଳ ଭାରତ” ପାଇଁ ଏକ ଅଭିଯାନ ଆରମ୍ଭ ହୋଇଥିଲା।

କିନ୍ତୁ ସହିଦ ମାନଙ୍କ ପାଇଁ ଯେଉଁ ବହ୍ନି ଜଳିବାକୁ ଲାଗିଥିଲା ତାହାର ପ୍ରଭାବ ମାତ୍ର କିଛି ଦିନ ପାଇଁ ରହିଥିଲା। ମନରେ ଜଳୁଥିବା ନିଆଁ ଧିରେ ଧିରେ ଲିଭିବାକୁ ଲାଗିଲା । ଆଉ ଆଜି ଚୀନ୍ ପୁଣିଥରେ ଭାରତର ବୃହତ୍ତମ ବ୍ୟବସାୟୀକ ସହଯୋଗୀ ଭାବେ ଛିଡା ହୋଇଛି । ସୀମା ବିବାଦ ସତ୍ତ୍ୱେ ଚୀନ୍ ଭାରତୀୟ ବଜାରକୁ  ପୁଣିଥରେ ପ୍ରତ୍ୟାବର୍ତ୍ତନ କରିଛି।

ବାଣିଜ୍ୟ ମନ୍ତ୍ରଣାଳୟର ଆକଳନରୁ ଜଣାପଡିଛି ଯେ ଚୀନ୍ ପୁଣିଥରେ ଭାରତର ସର୍ବବୃହତ ବାଣିଜ୍ୟ ଭାଗିଦାରୀ ହୋଇପାରିଛି। ଆକଳନ ଅନୁଯାୟୀ ଗତ ବର୍ଷ ଅର୍ଥାତ୍ ୨୦୨୦ ରେ ଭାରତ ଏବଂ ଚୀନ୍ ମଧ୍ୟରେ ୭୭.୭୭  ବିଲିୟନ ଡ଼ଲାର୍ ଦ୍ୱିପାକ୍ଷିକ ବାଣିଜ୍ୟ ହୋଇଛି। ଯଦିଓ ଏହା ଗତ ଚାରି ବର୍ଷ ମଧ୍ୟରେ ସର୍ବନିମ୍ନ, କିନ୍ତୁ ଚୀନ୍ ଏବେ ମଧ୍ୟ ବାଣିଜ୍ୟ କ୍ଷେତ୍ରରେ ତାର ସ୍ଥାନକୁ ବଜାୟ ରଖିଛି। ଯଦି ଦେଖିବା ଗତ ବର୍ଷ ଦ୍ୱିପାକ୍ଷିକ ବାଣିଜ୍ୟ ମାମଲାରେ ଆମେରିକା ଭାରତର ସବୁଠାରୁ ବଡ ପାର୍ଟନର ଥିଲା । ୨୦୧୯ ରେ ଭାରତ ଏବଂ ଆମେରିକା ମଧ୍ୟରେ ୯୦.୦୧ ବିଲିୟନ ଡ଼ଲାରର ବାଣିଜ୍ୟ ହୋଇଥିଲା। ଡାଟା ଅନୁଯାୟୀ ଚୀନ ୨୦୧୭, ୧୮, ୧୯, ୨୦ରେ ଭାରତର ସର୍ବବୃହତ ବାଣିଜ୍ୟ ଭାଗୀଦାରୀ ହୋଇଆସିଛି।

ସବୁଠାର ଆଶ୍ଚର୍ଯ୍ୟ କଲାଭଳି କଥା ହେଉଛି, ପ୍ରତିଦିନ ସରକାର ମନ୍ତ୍ରୀ ନେତା ଆତ୍ମନିର୍ଭରଶୀଳ ଭାରତର ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ଆମ ଦେଶର ପ୍ରତ୍ୟେକ ପର୍ବରେ ଆମେ ଚାଇନା ସାମଗ୍ରୀକୁ ହିଁ ବ୍ୟବହାର କରୁଛେ। ଯେଉଁ ଦୋକାନରେ ଚିନି ସାମଗ୍ରୀ ମିଳୁଛି ସେଠାରେ ଲୋକ ଦୋକାନ ଭାଙ୍ଗିବା ସହ ଚୀନ ସାମଗ୍ରୀକୁ ଭାଙ୍ଗୁଛନ୍ତି। କିନ୍ତୁ ଚାଇନା ସାମଗ୍ରୀ କିଣାବିକାର ଖେଳ ଏବେବି ଜାରି ରହିଛି। ୨୦୧୮ ପରେ ଚୀନ୍ ପୁଣିଥରେ ଭାରତର ପ୍ରମୁଖ ଟ୍ରେଡ୍ ପାର୍ଟନର ହୋଇଛି।

ଯେଉଁଠି ଭାରତରୁ ଶହ ଶହ ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି। ସେହିଠି ଭାରତ ଦାମି ଏବଂ ଭାରୀ ମେସିନ୍ କିଣିବା ପାଇଁ ଚୀନ୍ ଉପରେ ନିର୍ଭରଶୀଳ ରହିଛି। ସୂଚନା ଅନୁଯାୟୀ ଭାରତ ଚାଇନା ଠାରୁ ୫୧ ପ୍ରତିଶତ ଭାରୀ ଯନ୍ତ୍ର ଆମଦାନୀ କରୁଛି। ଖାଲି ଭାରତରେ ଚୀନ ତାର ବାଣିଜ୍ୟ ବିସ୍ତାର କରିନାହିଁ। ଆମେରିକାକୁ ପଛରେ ପକାଇ ଚୀନ୍ ୟୁରୋପୀୟ ୟୁନିଅନର ସବୁଠାରୁ ବଡ ବ୍ୟବସାୟୀକ ପାର୍ଟନର ହୋଇପାରିଛି। ୨୦୨୦ ରେ ଚୀନ୍ ଏବଂ ୟୁରୋପୀୟ ୟୁନିଅନ୍ ମଧ୍ୟରେ ୭୧୦ ବିଲିୟନ ଆମେରିକୀୟ ଡଲାରର ବାଣିଜ୍ୟ ହୋଇଛି। ସେହିଭଳି ୨୦୨୦ ରେ ଚୀନ୍ ମଧ୍ୟ ଜର୍ମାନୀର ସର୍ବବୃହତ ବାଣିଜ୍ୟ ଭାଗିଦାରୀ ହୋଇଛି। କେବଳ ଏତିକି ନୁହେଁ, ଚୀନ୍ ଗତ ପାଞ୍ଚ ବର୍ଷ ମଧ୍ୟରେ ଜର୍ମାନୀର ସବୁଠୁ ବଡ ବାଣିଜ୍ୟ ଭାଗିଦାରୀ ହୋଇ ରହିଆସିଛି।

ଆସନ୍ତୁ ଜାଣିବା ଭାରତରେ  ୨୦୧୭ରୁ ୨୦୨୦ ମଧ୍ୟରେ ଥିବା ପ୍ରମୁଖ ବାଣିଜ୍ୟ ଭାଗୀଦାର ଥିବା ଦେଶ ମାନଙ୍କ ସମ୍ପର୍କରେ। ଯଦି ଦେଖିବା ବିଗତ ୪ ବର୍ଷ ମଧ୍ୟରୁ ୩ ବର୍ଷ ହେବ ଆଗରେ ରହିଛି ଚୀନ। ୨୦୧୭ରେ ଚୀନ ୮୭.୦୭ ବିଲିୟନ ଡ଼ଲାର୍ର ବାଣିଜ୍ୟ ଭାଗିଦାରୀ ରଖିଥିବା ବେଳେ ଆମେରିକା ୭୦.୦୮ ବିଲିୟନ ଡଲାର ଏବଂ ୟୁ୍ଏଇ ୫୩.୦୧ ବିଲିୟନ ଡ଼ଲାର୍ ର ଭାଗିଦାରୀ ରହିଛି। ୨୦୧୮ରେ ଚୀନ ୯୦.୦୪ ବିଲିୟନ ଡଲାର, ଆମେରିକା ୮୬.୬ ବିଲିୟନ ଡଲାର ଏବଂ ୟୁଏଇ ୫୬. ୬ ବିଲିୟନ ଡ଼ଲାର୍ ର ଭାଗିଦାରୀ ରହିଛି। ୨୦୧୯ରେ ଭାରତରେ ବାଣିଜ୍ୟ ଭାଗିଦାରୀରେ ଚୀନକୁ ପଛରେ ପକାଇଥିଲା ଆମେରିକା । ଆମେରିକା ସେହି ବର୍ଷ ୯୦.୧ ବିଲିୟନ ଡଲାରର ବାଣିଜ୍ୟ ଭାଗିଦାରୀ ରହିଥିବା ବେଳେ ଚୀନ ୮୫.୫ ଏବଂ ୟୁଏଇ ୬୦.୩ ର ଭାଗିଦାରୀ ରହିଥିଲା। ୨୦୨୦ରେ ପୂର୍ବଭଳି ଅଧିକ ଭାଗିଦାରୀ ହୋଇନଥିଲେ ସୁଧା ଚୀନ ଆଗରେ ରହିଥିଲା। ୨୦୨୦ରେ ଚୀନ ୭୭.୭ ବିଲିୟନ ଡଲାର ବାଣିଜ୍ୟ ଭାଗିଦାରୀ ରହିଥିବାବେଳେ ଆମେରିକା ୭୬.୦ ଏବଂ ୟୁଏଇ ୪୨.୦ ଭାଗିଦାରୀ ରହିଛି।

ପୋଖରୀ କଡ଼ ମୁଖ୍ୟ ରାସ୍ତାରେ ବୁଲୁଛନ୍ତି ୪ଟି ଭାଲୁ, ଲୋକେ ଛାନିଆଁ

ନବରଙ୍ଗପୁର: ଦିନବେଳା ଭାଲୁ ଆତଙ୍କ । ଗାଁ ମୁଣ୍ଡ ପୋଖରୀ ରାସ୍ତା କଡ଼ରେ ବୁଲୁଛନ୍ତି ଭାଲୁ । ଗୋଟିଏ କି ୨ଟି ନୁହେଁ ଏକାବେଳେକେ ଚାରି ଚାରୋଟି ଭାଲୁ ଦେଖିବାକୁ ମିଳିଛି । ନନ୍ଦାହାଣ୍ଡି ମୁଖ୍ୟ ରାସ୍ତା କଡ଼ରେ ଭାଲୁ ବୁଲୁଛନ୍ତି । ଯାହାକୁ ନେଇ ସ୍ଥାନୀୟ ବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଗତବର୍ଷ ଗାଁ ପାଖ ନ୍ଧିଗୁଡା ଜଙ୍ଗଲରେ ଭାଲୁ ଆକ୍ରଣରେ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା ।

Four Bear Moving In Pond Side Road At Nabarangpur

ଭାଲୁ କେତେବେଳେ ଭାଲୁ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉଛନ୍ତି ତ ଆଉ କେବେ ରାସ୍ତା ଉପରେ ବୁଲୁଛନ୍ତି । ଅନ୍ୟପଚେ ସଦର ବ୍ଲକର ଦେଉଳା ଗାଁର ପରିତ୍ୟକ୍ତ କୂଅରେ ପଡ଼ିଥିବା ଭାଲୁକୁ ୧୦ ଘଣ୍ଟାର ଅପରେସନ୍ ପରେ ଉଦ୍ଧାର କରାଯାଇଛି । ବାରମ୍ବାର ବନ୍ୟଜନ୍ତୁ ଗାଁ ମୁହାଁ ହେଉଥିବାରୁ ଲୋକଙ୍କ ମଧ୍ୟରେ ଭୟ ବଢ଼ିଥିବା ବେଳେ ଚିନ୍ତାବ୍ୟକ୍ତ କରିଛନ୍ତି ପରିବେଶବିତ୍ ।

Four Bear Moving In Pond Side Road At Nabarangpur

ଏସବୁ ପଛର ମୁଖ୍ୟ କାରଣ ଜଙ୍ଗଲ ଧ୍ୱଂସ ଓ ଜଙ୍ଗଲରେ ଅବାଧ ପଶୁ ଶିକାର ବୋଲି କୁହାଯାଉଛି । ଫଳରେ ଜଙ୍ଗଲି ଜନ୍ତୁ ଖାଦ୍ୟ ଅନ୍ୱେଷଣରେ ଜନବସତି ଆଡ଼କୁ ଚାଲି ଆସୁଛନ୍ତି । ଖାଲି ଭାଲୁ କାହିଁକି ରାଜ୍ୟର ବିଭିନ୍ନ ସ୍ଥାନରେ ହାତୀ ମଧ୍ୟ ଖାଦ୍ୟ ଅନ୍ୱେଷଣରେ ଗାଁକୁ ଚାଲି ଆସୁଛନ୍ତି ।

ବାବା ବେଶରେ ବୁଲୁଛନ୍ତି ଲୁଟେରା, ବିଭୁତି ଲଗାଇ ଲୁଟୁଛନ୍ତି

ବଲାଙ୍ଗିର: ସାବଧାନ ! ଆପଣଙ୍କ ସହର ଓ ଗାଁରେ ବି ଏମିତି କେହି ବାବା ବେଶରେ ଆସିପାରନ୍ତି । ବିଭୁତି ଲଗାଇ ଆପଣଙ୍କୁ ବଶୀଭୂତ କରିବା ପରେ ଲୁଟ୍ କରି ଖସିଯାଇ ପାରନ୍ତି । ବିଶ୍ୱାସ ନ ଲାଗିଲେ ବି ସତ । ଏମିତି ଏକ ଲୁଟ୍ ହୋଇଛି ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅଞ୍ଚଳରେ । ଅଭିଯୋଗ ଅନୁଯାୟୀ ସୋମବାର ସକାଳ ପ୍ରାୟ ୧୦ଟା ସମୟରେ ବାବା ବେଶରେ ୨ ଜଣ ଏକ ବୋଲେରୋରେ ଆସିଥିଲେ । ଆଉ ମୋବାଇଲ ଦୋକାନୀଙ୍କୁ ବିଭୁତି ଲଗାଇ ବଶୀକରଣ କରିବା ପରେ ଲୁଟି ନେଇଛନ୍ତି । ଆଉ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

 Looteras come to mobile shop in guise of saints Bolangir

୨ ଜଣ ବାବା ବେଶରେ ରମେଶଙ୍କ ମୋବାଇଲ୍ ଦୋକାନକୁ ଆସିଥିଲେ । ମହାକାଳ ବାବା ପରିଚୟ ଦେଇ ରମେଶଙ୍କୁ ସେମାନଙ୍କ ପାଇଁ ଚା’ ପାଣି ବ୍ୟବସ୍ଥା କରିବାକୁ କହିଥିଲେ । ଚା’ ପାଣି ପିଇବା ପରେ ଜଣେ ବାବା ଆଶୀର୍ବାଦ ପ୍ରଦାନ କରି ମୁଣ୍ଡରେ ବିଭୁତି ଲଗାଇ ଦେଇଥିଲେ । ବିଭୁତି ଲଗାଇବା ପରେ ଆଉ କିଛି ଜାଣିପାରି ନଥିଲେ ରମେଶ । ତା’ପରେ ରମେସଙ୍କୁ ଝଡ଼ାଫୁଙ୍କା କରିବା ସହ ହାତ ଦେଖିଥିଲେ ବାବା ।

 Looteras come to mobile shop in guise of saints Bolangir

ରମେଶ ଚେତାରେ ଥାଇ କିଛି ଜାଣିପାରି ନଥିଲେ । ଏପରିକି କାହା ସହ କିଛି କଥାବାର୍ତ୍ତା କରିନଥିଲେ । ଏହାର ସୁଯୋଗ ନେଇ ବାବା ବେଶରେ ଆସିଥିବା ଲୁଟେରା ଡ୍ର’ରୁ ସମସ୍ତ ଟଙ୍କା ସହ ମୋବାଇଲ୍ ନେଇ ଫେରାର୍ ହୋଇ ଯାଇଥିଲେ । ପ୍ରାୟ ଘଣ୍ଟାଏ ପରେ ସ୍ୱାଭାବିକ ଅବସ୍ଥାକୁ ଆସିଥିଲେ ରମେଶ । ଦେଖିଲା ବେଳକୁ ଡ୍ର’ରେ ଆଉ ଟଙ୍କା କି ତାଙ୍କର ଦାମୀ ମୋବାଇଲ୍ ନାହିଁ । ଏନେଇ ରମେଶ ସଇଁତଲା ପୋଲିସରେ ଅଭିଯୋଗ କରିଛନ୍ତି । ପୋଲିସ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଜାରି ରଖିଛି ।

୧୪ ବର୍ଷର ଝିଅକୁ ବାହା ହେଲେ ୫୦ ବର୍ଷିଅ ସାଂସଦ, ପୋଲିସର ତଦନ୍ତ

ବାଲୋଚିସ୍ତାନ: ପାକିସ୍ତାନରେ ହିନ୍ଦୁ ଝିଅଙ୍କୁ ବଳପୂର୍ବକ ଅପହରଣ କରି ଧର୍ମ ପରିବର୍ତ୍ତନ ଥମିବାର ନାଁ ନେଉନି । ଅନ୍ୟପଟେ ଆଉ ଏକ ଅଭିଯୋଗ ଆସିଛି । ଯାହାର ତଦନ୍ତ କରୁଛି ପାକିସ୍ତାନ ପୋଲିସ । ଜମିଆତ୍ ଉଲେମା-ଇ-ଇସଲାମ୍ (JUI-F)ର ନେତା ତଥା ସାଂସଦ ମୌଲାନା ସଲାହୁଦ୍ଦିନ ଆୟୁବୀ ଜଣେ ୧୪ ବର୍ଷର ଝିଅକୁ ବିବାହ କରିଛନ୍ତି । ଏନେଇ ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି । ଏନେଇ ଏକ ସ୍ୱେଚ୍ଛାସେବୀ ସଂଗଠନ ପୋଲିସରେ ଅଭିଯୋଗ କରିଛି ।

Pak MP marries 14-year-old girl from Balochistan, probe ordered

ରିପୋର୍ଟ ଅନୁସାରେ, ଜୁଗହୁରର ସରକାରୀ ବାଳିକା ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରୀଙ୍କ ବୟସ ୧୪ ବର୍ଷ । ବିଦ୍ୟାଳୟରେ ଛାତ୍ରୀଙ୍କ ଜନ୍ମ ବୟସ ୨୦୦୬ ଅକ୍ଟୋବର ମାସ ଉଲ୍ଲେଖ ରହିଛି । ଯେଉଁଥିରୁ ଜଣାପଡ଼ୁଛି ସେ ବିବାହ କରିବାକୁ ଯୋଗ୍ୟ ନୁହଁନ୍ତି । ପାକିସ୍ତାନ ଗଣମାଧ୍ୟମ ଅନୁସାରେ ସାଂସଦ ମୌଲାନା ସଲାହୁଦ୍ଦିନ ଆୟୁବୀଙ୍କ ବୟସ ୫୦ ବର୍ଷ ହେବ ।

ମାମଲାର ତଦନ୍ତ କରୁଥିବା ଚିତ୍ରଲ ପୋଲିସ ଅଧିକାରୀଙ୍କ ଅନୁସାରେ, ଅଭିଯୋଗ ପାଇ ଝିଅର ଘରକୁ ଯାଇଥିଲୁ । ଝିଅର ବାପା ବିବାହ କଥାକୁ ଅସ୍ୱୀକାର କରିବା ସହ ଏକ ସତ୍ୟପାଠ ଦେଇଥିଲେ । ପାକିସ୍ତାନ ଆଇନ୍ ଅନୁସାରେ ୧୬ ବର୍ଷରୁ କମ୍ ବୟସର ଝିଅ ବିବାହ କରିପାରିବେ ନାହିଁ । ସେମିତି ହେଲେ ପରିବାରକୁ ମଧ୍ୟ ଦଣ୍ଡିତ କରାଯିବ । କିନ୍ତୁ ଏଠି ସାଂସଦ ନିଜ ବୟସର ୪ ଗୁଣ କମ୍ ନାବାଳିକାକୁ ବିବାହ କରିଥିବା ଅଭିଯୋଗ ହୋଇଛି ।

Pak MP marries 14-year-old girl from Balochistan, probe ordered

ପାକିସ୍ତାନ ପର୍ଯ୍ୟବେକ୍ଷକଙ୍କ ଅନୁସାରେ, ସାଂସଦ ମୌଲାନା ସଲାହୁଦ୍ଦିନ ଆୟୁବୀ ସେ ଝିଅ ସହକ କେବଳ ନିକ୍କାହ (ନିର୍ବନ୍ଧ) କରିଛନ୍ତି । ସମ୍ପୂର୍ଣ୍ଣ ରୀତିନୀତିରେ ବିବାହ ହେବା ବାକି ଅଛି । ଯେତେବେଳି କି ପୋଲିସ ଅନୁସାରେ ଝିଅକୁ ୧୬ ବର୍ଷ ନହେବା ଯାଏ ଛାଡ଼ିବେ ନାହିଁ ବୋଲି କହିଛନ୍ତି ।

ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପୂର୍ବରୂ ଚୀନ ମାରୁଛି ତେଲ, କହିଲା ସହଯୋଗ ପାଇଁ ଆମେ ଦୃଢ଼, ଏକଜୁଟ ଏବଂ ପ୍ରତିବଦ୍ଧ

ନୂଆଦିଲ୍ଲୀ: ଭାରତ ଏବଂ ଚୀନକୁ ନେଇ LACରେ ଲାଗି ରହିଛି ବିବାଦ। ବିବାଦ ଏମିତି ଲାଗିରହିଛି ଯେ କେଉଁ ମୁହୂର୍ତ୍ତରେ କଣ ହେବ ତାହା କହିବା ଅସମ୍ଭବ। ଭାରତର ଶକ୍ତି ବଢ଼ିବା କାରଣରୁ ପଛକୁ ହଟିଛି ଚୀନ। ଗଲଓ୍ୱାନ୍ ଘାଟିରେ ଭାରତ-ଚୀନ୍‌ ସଂଘର୍ଷ ବେଳେ ୫ ପିଏଲଏ ଯବାନଙ୍କ ଜୀବନ ଯାଇଥିଲା ବୋଲି ଚୀନ୍‌ ସରକାରୀ ଗଣମାଧ୍ୟରେ ଖବର ପ୍ରକାଶ ପାଇଛି। ଆଉ ଏଇଭିତରେ ଭାରତ ଆସିପାରନ୍ତି ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ।

ଆସନ୍ତା କିଛି ମାସ ମଧ୍ୟରେ କରୋନା ସ୍ଥିତି ଯଦି ଅଧିକରୁ ଅଧିକ ସୁଧାରିବାରେ ଲାଗେ ତେବେ ସି ଜିନପିଙ୍ଗ ଚଳିତ ବର୍ଷ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବାକୁ ଭାରତ ଆସିପାରନ୍ତି। ଏକ ଖବର କାଗଜର ରିପୋର୍ଟ ଅନୁଯାୟୀ ଏଭଳି ସୂଚନା ଦିଆଯାଇଛି। ଯଦି ଦେଖିବା ଚଳିତ ବର୍ଷ ଭାରତ ତରଫରୁ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରିବାକୁ ଚୀନ୍ ମଧ୍ୟ ସମର୍ଥନ କରିଛି। ଚୀନର ଏଭଳି ସମର୍ଥନ ପାଇଁ ପୁରା ଦେଶ ଆଶ୍ଚର୍ଯ୍ୟ ଚକିତ ହୋଇଛି। କରୋନା ଉପରେ ପୁରା ବିଶ୍ୱ ଚୀନ ଉପରେ ଦୋଶ ଲଦୁଥିବା ବେଳେ ସେହି ଦୋଶକୁ ଲୋକଙ୍କ ମନର ମୋଡ଼ ପରିବର୍ତ୍ତନ ପାଇଁ ଚୀନ ଏଭଳି ସମର୍ଥନ କରିଛି ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ଚୀନ୍ କହିଛି ବ୍ରିକ୍ସ ଦେଶ ଗୁଡ଼ିକରେ ତାର ଅର୍ଥନୀତିକୁ ସୃଦୃଢ଼ କରିବା ପାଇଁ ଭାରତ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିବ। ଚୀନର ଏଭଳି ଚମକାଇଲାଭଳି ବିବୃତ୍ତି ଏମିତି ସମୟରେ ଆସିଛି ଯେତେବେଳେ ଗତ କିଛି ମାସ ମଧ୍ୟରେ ସୀମାରେ ଚୀନର ଅବରୋଧ କାରଣରୁ ଭାରତ-ଚୀନ୍ ସମ୍ପର୍କ ଖରାପ ହୋଇଛି।

ଚଳିତ ବର୍ଷ ବ୍ରାଜିଲ, ଋଷ, ଭାରତ, ଚୀନ୍, ଦକ୍ଷିଣ ଆଫ୍ରିକାର ବ୍ରିକ୍ସ ସମ୍ମିଳନୀ ଭାରତ ଅଧ୍ୟକ୍ଷତା କରିବ। ତେବେ ବ୍ରିକ୍ସର ବାର୍ଷିକ ସମ୍ମିଳନୀ ଆୟୋଜନ କରିବାକୁ ଭାରତ ପ୍ରସ୍ତୁତ ହେଉଛି। ଫେବୃଆରୀ ୧୯ ରେ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଦିଲ୍ଲୀର ସୁଷମା ସ୍ୱରାଜ ଭବନରେ ଥିବା ବ୍ରିକ୍ସ ସଚିବାଳୟରେ ଭାରତର ବ୍ରିକ୍ସ -୨୦୨୧ ୱେବସାଇଟ୍ ଆରମ୍ଭ କରିଥିଲେ।

ଚଳିତ ବର୍ଷ ବ୍ରିକ୍ସ ଅଧ୍ୟକ୍ଷତାକୁ ଭାରତ ପକ୍ଷରୁ ପରିଚାଳନା ପ୍ରସଙ୍ଗରେ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନବିନ ଏକ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ ବେଜିଂ ନୂଆଦିଲ୍ଲୀରେ ଆୟୋଜିତ ଏହି ସମ୍ମିଳନୀକୁ ସମର୍ଥନ କରିବ। ୱାଙ୍ଗ ଆହୁରି ମଧ୍ୟ କହିଛନ୍ତି ଯେ ସୁଦୃଢ଼ ଅର୍ଥନୀତି ଏବଂ ବିକାଶଶୀଳ ଦେଶର ବିଶ୍ୱରେ ପ୍ରଭାବ ସହିତ ବ୍ରିକ୍ସ ହେଉଛି ସହଯୋଗର ଏକ ମାଧ୍ୟମ। ବ୍ରିକ୍ସ ବର୍ତ୍ତମାନ ଆନ୍ତର୍ଜାତୀୟ କାର୍ଯ୍ୟରେ ଏକ ସକରାତ୍ମକ ସ୍ଥିର ଏବଂ ସୃଜନଶୀଳ ଶକ୍ତି ଭାବରେ ଉଭା ହୋଇଛି।

ଏହା ବ୍ୟତୀତ ସେ କହିଛନ୍ତି ଯେ ସହଯୋଗ ପାଇଁ ରଣନୈତିକ ଭାଗିଦାରୀକୁ ମଜବୁତ କରିବାକୁ ଆମେ ଦୃଢ଼, ଏକଜୁଟ ଏବଂ ପ୍ରତିବଦ୍ଧ ରହିଛୁ। ଚଳିତ ବର୍ଷ ଏହି ସମ୍ମିଳନୀ ଆୟୋଜନ କରିବା ତଥା ଅନ୍ୟ ସଦସ୍ୟଙ୍କ ସହ ସମ୍ପର୍କକୁ ମଜବୁତ କରିବା, ସହଯୋଗର ତିନୋଟି ସ୍ତମ୍ଭକୁ ମଜବୁତ କରିବା ସହ ବ୍ରିକ୍ସ ଅଧୀନରେ ଅଧିକ ଅଗ୍ରଗତି କରିବା ଏବଂ ବ୍ରିକ୍ସ ପ୍ଲସ୍ ସହଯୋଗ ବୃଦ୍ଧି କରିବା ପାଇଁ ଭାରତକୁ ସମର୍ଥନ କରିବୁ କହିଛି ଚୀନ।

ଟୁଲକିଟ୍ ମାମଲାରେ ଦିଶା ରବିଙ୍କୁ ମିଳିଲା ଜାମିନ୍

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ସହ ଜଡ଼ିତ ଟୁଲକିଟ୍ ମାମଲାରେ ଦିଶା ରବିଙ୍କୁ ଜାମିନ୍ ମିଳିଛି । ପଟିଆଲା ହାଉସ୍ କୋର୍ଟ ୨୧ ବର୍ଷୀୟା ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ଶନିବାର ଅଦାଲତ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ନିଷ୍ପତ୍ତି ସୁରକ୍ଷିତ ରଖିଥିଲେ । ଆଜି ଅତିରିକ୍ତ ସେସନ୍ ଜଜ୍ ଧର୍ମେନ୍ଦର ରାଣା ୧ ଲକ୍ଷ ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ଦିଶାଙ୍କୁ ଜାମିନ୍ ଦେଇଛନ୍ତି ।

ପୂର୍ବରୁ ଦିଶାଙ୍କୁ ରିମାଣ୍ଡରେ ନେଇଥିଲା ପୋଲିସ । ଆଜି ଦିଶାଙ୍କୁ ମୁଖ୍ୟ ମେଟ୍ରୋପଲିଟନ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯିବା ସହ ରିମାଣ୍ଡ ବୃଦ୍ଧି ପାଇଁ ପୋଲିସ ଆବେଦନ କରିଥିଲା । ରିମାଣ୍ଡ ବୃଦ୍ଧି ନେଇ ପୋଲିସ ଆବେଦନର ଶୁଣାଣି ବେଳେ ଦିଶା ରବିଙ୍କ ଓକିଲ କହିଥିଲେ ପଟିଆଲା ହାଉସ୍ କୋର୍ଟରୁ ଜାମିନ୍ ମିଳିଛି ।

Toolkit Case Disha Ravi Bail Plea Accepted

ଏହା ପୂର୍ବରୁ ସୋମବାର ଦିଲ୍ଲୀ ପୋଲିସ ଶାନ୍ତନୁ ଓ ନିକିତାଙ୍କୁ ପ୍ରାୟ ୭ ଘଣ୍ଟା ସାମ୍ନାସାମ୍ନି ବସାଇ ପଚରାଉଚରା କରିଥିଲା । ସୂତ୍ର ଅନୁସାରେ, ଦିଶାଙ୍କୁ ଜେରା ବେଳେ ମିଳିଥିବା ତଥ୍ୟ ଅନୁସାରେ ଶାନ୍ତନୁ ଓ ନିକିତାଙ୍କୁ ପଚରାଉଚରା କରାଯାଇଛି । ଶାନ୍ତନୁ ଓ ନିକିତା ୨୦୧୯-୨୦ରୁ ସମ୍ପର୍କରେ ଥିବାବେଳେ ଡିସେମ୍ବର ପ୍ରଥମ ସପ୍ତାହରୁ ପ୍ଲାନିଂ ଆରମ୍ଭ କରିଥିଲେ ।

ପୋଲିସ ସୂଚନା ଅନୁସାରେ, ଶାନ୍ତନୁ ଟୁଲକିଟ୍ ମାମଲାରେ ମୁଖ୍ୟ ଭୂମିକା ନିଭାଇଥିଲେ । କାରଣ ଟୁଲକିଟ୍ ଏକ ଗୁଗଲ ଡକ୍ୟୁମେଣ୍ଟ । ଯାହାକି ଶାନ୍ତନୁଙ୍କ ଇମେଲ୍ ଆକାଉଣ୍ଟରୁ ପ୍ରସ୍ତୁତ କରାଯାଇଥିଲା । ଏହି ଗୁଗଲ ଡକ୍ୟୁମେଣ୍ଟର ପ୍ରସ୍ତୁତକର୍ତ୍ତା ଶାନ୍ତନୁ ହୋଇଥିବା ବେଳେ ଅନ୍ୟମାନେ ଏଡିଟର ଥିଲେ । ଦିଲ୍ଲୀ ପୋଲିସ ଅନୁସାରେ ଦିଶା ରବି ସବୁଥି ପାଇଁ ଶାନ୍ତନୁ-ନିକିତାଙ୍କୁ ଦାୟୀ କରିଛନ୍ତି । ସେଥିପାଇଁ ତିନିଜଣଙ୍କୁ ମୁହାଁମୁହିଁ ଜେରା କରାଯିବା ଜରୁରୀ ବୋଲି ପୋଲିସ କହିଛି ।