spot_img
Home Blog Page 3388

ଦର୍ଜୀ ପୋଖରୀ ଛକରେ ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ

ପୁରୀ: ଦର୍ଜୀ ପୋଖରୀ ଛକ ଠାରେ ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ । ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ସୂଚନା । କିଛି ଯୁବକ  ତଳମାଳି ସାହିର ଶୁଭମ ବାରିକକୁ ଛୁରା ମାଡ କରିଥିଲେ  । ଯଦ୍ୱାରା ସେ ଆହତ ହୋଇଛନ୍ତି  ।

ମିଲିଥିବା ସୂଚନା ମୁତାବକ ଆହତ ଯୁବକଙ୍କ ଗୋପାଳପୁରରେ ରହିଛି ନିଶା ନିବାରଣ କେନ୍ଦ୍ର । ନିଶା ନିବାରଣକୁ ନେଇ ଆକ୍ରମଣ ହୋଇଥିବା ସୂଚନା । ପୂର୍ବରୁ କିଛି ଘଟମାକୁ ନେଇ କାହା ସହ ଶୁଭମଙ୍କର ବିବାଦ ରହିଥିଲା  ।  ଶୁଭମଙ୍କର ପୂର୍ବ ଶତ୍ରୁ କିଏ ଥିଲେ କି, ତାହା ଉପରେ ଫୋକସ କରୁଛି ପୋଲିସ  ।

ବ୍ରିଟେନରେ ଶାଢୀ ପିନ୍ଧି ଦୌଡ଼ିଲେ ଓଡ଼ିଆ ଝିଅ

ନନ୍ଦିଘୋଷ ବ୍ୟୁରୋ: ବ୍ରିଟେନରେ ଜଲଓ୍ବା ଦେଖାଇଲେ ଓଡିଆ ଝିଅ । ଶାଢ଼ୀ ପିନ୍ଧି ଏକାଦିକ୍ରମ ୪୨ ଦଶମିକ ୨ କିଲୋମିଟର ଦୌଡ଼ିଲେ ମଧୁସ୍ମିତା ଜେନା । ମାଞ୍ଚେଷ୍ଟରରେ ଏହି କୃତି ଦେଖାଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି ମଧୁସ୍ମିତା । ଶାଢ଼ୀ ପିନ୍ଧି ୪ ଘଣ୍ଟା ୫୦ ମିନଟ ମଧ୍ୟରେ ଦୌଡ଼ି ଦୌଡ଼ି ଏହି ସଫଳତା ହାସଲ କରିଛନ୍ତି ମଧୁସ୍ମିତା ।

ମଧୁସ୍ମିତା ମାଞ୍ଚେଷ୍ଟରରେ ଜଣେ ଶିକ୍ଷୟିତ୍ରୀ ଅଛନ୍ତି ଏବଂ ସେ ନର୍ଥ ଓ୍ବେଷ୍ଟ ଇଂଲଣ୍ଡ ଓଡ଼ିଆ ସମ୍ପ୍ରଦାୟର ସକ୍ରିୟ ସଦସ୍ୟା । ପୂର୍ବରୁ ସେ ବିଶ୍ବର ଅନ୍ୟାନ୍ୟ ଦେଶରେ ବି ମାରାଥନରେ ଭାଗ ନେଇଛନ୍ତି । ଗତବର୍ଷ ଓଏସୟୁକେ କନଭେନସନରେ ସ୍ପୋର୍ଟସ୍ ଏକ୍ସିଲେନ୍ସି ହାସଲ କରିଥିଲେ । ମାଞ୍ଚେଷ୍ଟରରେ ଦୀର୍ଘ ଦୂରତା ଅତିକ୍ରମ କରି ଓଡ଼ିଆଙ୍କ ମଧ୍ୟରେ ଗର୍ବର କାରଣ ସାଜିଛନ୍ତି ।

ସମ୍ୱଲପୁର ସ୍ଥିତିକୁ ନେଇ ଡିଜିପି କଲେ ସମୀକ୍ଷା

ସମ୍ୱଲପୁର: ଆଇନଶୃଙ୍ଖଳା ସ୍ଥିତିରେ ଆସୁଛି ସୁଧାର । ସହରରେ କୋହଳ ହେଲା କର୍ଫ୍ୟୁ ସମୟ । ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ ଲୋକ ମାନେ । ସେହିପରି ଅପରାହ୍ଣ ୩ଟା ୩୦ରୁ ୬ ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଅନନ୍ୟା ଦାସ । ଏହାସହ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ଅନନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବିଭିନ୍ନ ସମ୍ପ୍ରଦାୟର ମୁଖିଆମାନେ ଯୋଗଦେଇଥିଲେ । ସହରରେ ଖୁବଶୀଘ୍ର ଶାନ୍ତି ଫେରା ଆଣିବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।

ପରିସ୍ଥିତିରେ ଅଧିକ ଉନ୍ନତି ଆସିଛି । ଦିନେ ଦୁଇଦିନ ଭିତରେ ସ୍ଥିତି ସ୍ବାଭାବିକ ହେବ ବୋଲି କହିଛନ୍ତି ଜିଲ୍ଲାପାଳ ଅନନ୍ୟା ଦାସ । ସେପଟେ ଆଇନଶୃଙ୍ଖଳା ସ୍ଥିତିର ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ଆଇଜି, ଏଡିଜି ଓ ଏସପି ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଆଲୋଚନା କରାଯାଇଛି । ବୈଠକ ପରେ ଏସପି କହିଛନ୍ତି, ଅନେକ ଲୋକ ହିଂସାକାଣ୍ଡ ଘଟାଇ ଜିଲ୍ଲା ବାହାରକୁ ପଳାଇଛନ୍ତି । ଭିଡିଓ ଫୁଟେଜ ଆଧାରରେ ସମସ୍ତଙ୍କୁ ଚିହ୍ନଟ କରାଯାଉଛି । ଖୋଦ ପୋଲିସ ଡିଜି ଘଟଣାକୁ ପ୍ରତ୍ୟେକ୍ଷ ଭାବେ ନିରକ୍ଷଣ କରୁଛନ୍ତି । ହିଂସାକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ । କାଲି ସକାଳ ୧୦ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ ରହିବ ।

ଓଡ଼ିଶାରେ ହେବ ଜି-୨୦ ସମ୍ମିଳନୀ, ସମୀକ୍ଷା କଲେ ପୋଲିସ କମିଶନର

ଭୁବନେଶ୍ୱର: ଓଡ଼ିଶାରେ ଜି-୨୦ ସମ୍ମିଳନୀକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶ । ଦେଶ ବାହାରୁ ଆସୁଥିବା ଭିଆଇପିଙ୍କ ଗସ୍ତ, ସୁରକ୍ଷା ବ୍ୟବସ୍ଥା, ପାଇଲଟିଂ ବ୍ୟବସ୍ଥାର ମନିଟରିଂ ସିଷ୍ଟମ କରିବ ସିକ୍ୟୁରିଟି ଡିଭିଜନ । ଜି-୨୦ ସମ୍ମିଳନୀ ପାଇଁ କେନ୍ଦ୍ର ସରକାରଙ୍କ ନିକଟରୁ ଆସିଥିବା ଗାଇଡଲାଇନ ଅନୁସାରେ ପ୍ରସ୍ତୁତ ରହିଛି କମିଶନରେଟ ପୋଲିସ ।

ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ପୋଲିସ କମିଶନର ଅମ୍ରିତସର ଯିବା ସହ ଜି-୨୦ ଆୟୋଜନର ସମସ୍ତ ବ୍ୟବସ୍ଥା ଦେଖିଆସିଛନ୍ତି । ଏ ନେଇ ଲୋକସେବା ଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ ମଧ୍ୟ ସରିଛି । ଏପ୍ରିଲ ଓ ମେ’ ରେ ହେବାକୁ ଥିବା ଏହି ସମ୍ମିଳନୀ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ନେଇ କହିଛନ୍ତି ପୋଲସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ  ।

ବିଜୁ ବାବୁଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧଦିବସ, ନବୀନ ବଖାଣିଲେ ସ୍ମୃତି…

ଭୁବନେଶ୍ୱର: ମହାନ ଜନନାୟକ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧଦିବସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଯୋଗଦେଇ କହିଛନ୍ତି ଯେ ଆଜି ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧଦିବସ । ଏହି ଅବସରରେ ତାଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ବିଜୁବାବୁଙ୍କ ଜୀବନୀ ହେଉଛି ଆଧୁନିକ ଓଡ଼ିଶାର ବିକାଶର ଇତିହାସ । କୃଷିରୁ ଶିଳ୍ପ, ଶିକ୍ଷାରୁ ସଶକ୍ତିକରଣ ସବୁକ୍ଷେତ୍ରରେ ତାଙ୍କର ବିପୁଳ ଅବଦାନ ରହିଛି । ସେ ଥିଲେ ତାଙ୍କ ସମୟଠାରୁ ବହୁତ ଆଗରେ । ଶିଳ୍ପ ବିକାଶ ହେଉ ବା ଭିତ୍ତିଭୂମି, ଗରିବ ଲୋକଙ୍କ କଲ୍ୟାଣ ହେଉ ବା ମା’ମାନଙ୍କ ସଶକ୍ତିକରଣ ସବୁକ୍ଷେତ୍ରରେ ସେ ଜଣେ ଦୂରଦ୍ରଷ୍ଟା ପରି କାମ କରିଯାଇଛନ୍ତି ।

ଗରିବ ଲୋକଙ୍କ ସଶକ୍ତିକରଣ ତଥା ମା’ମାନଙ୍କ ସଶକ୍ତିକରଣ ତାଙ୍କର କାର୍ଯ୍ୟକ୍ରମ ସଶକ୍ତ ଓଡ଼ିଶାର ଲକ୍ଷ୍ୟକୁ ସୁଦୃଢ଼ କରିଛି । ଜଣେ ଓଡ଼ିଆ ଭାବରେ ସେ ଗର୍ବ କରୁଥିଲେ । ଆଜି ତାଙ୍କରି ପାଇଁ ଓଡ଼ିଆ ଜାତି ଗର୍ବିତ । ସାହସ ଓ ସ୍ୱାଭିମାନ ଥିଲା ତାଙ୍କର ପରିଚୟ । ସେବା ଓ ସଂଗ୍ରାମ ଥିଲା ତାଙ୍କ ଜୀବନର ବ୍ରତ । ଓଡ଼ିଶା ପାଇଁ, ଓଡ଼ିଆ ଜାତିର
ଉନ୍ନତି ପାଇଁ ଓ ଓଡ଼ିଆ ଜାତିର ଗୌରବ ପାଇଁ ସେ ସବୁକିଛି ତ୍ୟାଗ କରିବାକୁ ପ୍ରସ୍ତୁତ ଥିଲେ । ଜଣେ ରାଜନେତା ନୁହେଁ ପରିବାରର ମୁରବୀ ପରି ଓଡ଼ିଶାବାସୀଙ୍କ ପାଇଁ ବିଜୁବାବୁ କାମ କରୁଥିଲେ । ରାଜନୀତିରେ ହାରଜିତ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନଥିଲା । ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା । ସେଥିପାଇଁ ସେ ସବୁବେଳେ ଓଡ଼ିଶାବାସୀଙ୍କ ହୃଦୟରେ ରହିଛନ୍ତି ଓ ରହିଥିବେ ।

ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଆଜି ଜୟଦେବ ଭବନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ  ପ୍ରଦିପ କୁମାର ଅମାତ କହିଲେ ଯେ ପ୍ରବାଦପୁରୁଷ ବିଜୁବାବୁ ଥିଲେ ଓଡ଼ିଶାର ସ୍ୱାଭିମାନ, ସ୍ପର୍ଦ୍ଧା ଓ ସମୃଦ୍ଧିର ପ୍ରତୀକ । ଓଡ଼ିଶା ବାହାରେ ଓଡ଼ିଶାର ଅନନ୍ୟ ପରିଚୟ । ପାରାଦୀପ ବନ୍ଦର, ମହିଳା ସଶକ୍ତିକରଣ, ଅନେକ ବିଶ୍ୱବିଦ୍ୟଳୟ ସ୍ଥାପନ, ୧୩ରୁ ୩୦ ଜିଲ୍ଲା ସଂଖ୍ୟା ବୃଦ୍ଧି, ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଆଜି ଅନେକ ଅବଦାନ ମଧ୍ୟରୁ କେତେକ ଉଦାହରଣ ମାତ୍ର । ଆଧୁନିକ ଓଡ଼ିଶା ଗଠନରେ ତାଙ୍କର ଭୂମିକା ଅଗ୍ରଗଣ୍ୟ ବୋଲି ମନ୍ତ୍ରୀ
ଅମାତ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଲେ ଯେ ବିଜୁବାବୁ ଥିଲେ ସାହସିକତା ଓ ସ୍ୱାଭିମାନର ଏକ ସ୍ପର୍ଦ୍ଧିତ ଉଚ୍ଚାରଣ ।

ସେ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ଯେଉଁ ନକ୍ସା ଆଙ୍କିଥିଲେ, ତାକୁ ଆମେ ସମୟର ଆବଶ୍ୟକତା ଭିତ୍ତିରେ ଅନୁସରଣ କରୁଛୁ । ଗରିବି ହଟାଓ ଅଭିଯାନ କ୍ଷେତ୍ରରେ ବିଜୁବାବୁ ସର୍ବଦା ସ୍ମରଣୀୟ ରହିବେ । ଦୀର୍ଘ ୩୦ ବର୍ଷ ଧରି ବିରୋଧୀ ରାଜନୀତିରେ ରହି ସେ ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ବଳିଷ୍ଠ ଭୂମିକା ନିର୍ବାହ କରିଥିଲେ ।ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁୟ୍ୟୁ ସଂପାଦିକା କସ୍ତୁରୀ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜୁବାବୁଙ୍କ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ, କୃତି ଓ କୀର୍ତ୍ତି ଉପରେ ଆଲୋକପାତ କରିଥିଲେ । ମହିଳା ସମବାୟ ବିକାଶ ନିଗମ ଓ ମହିଳା କମିଶନ ଗଠନ କରି ନାରୀ ସଶକ୍ତିକରଣ କ୍ଷେତ୍ରରେ ସେ ଯେଉଁ ଯୋଗଦାନ ଦେଇଯାଇଛନ୍ତି ତାହା ରାଜ୍ୟ ତଥା ଦେଶର ରାଜନୀତିରେ ବିରଳ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ ।

 

 ମାତ୍ର ୩୯ ସେକେଣ୍ଡ ପୂର୍ବରୁ ଅଟକାଗଲା ଦୁନିଆର ସବୁଠୁ ଶକ୍ତିଶାଳୀ ଲଞ୍ଚ  

କାର୍ଲିଫର୍ଣ୍ଣିଆ: ଦୁନିଆର ସବୁଠାରୁ ଶକ୍ତିଶାଳୀ ଲଞ୍ଚ ଯାନ ଷ୍ଟାରସିପର ପ୍ରଥମ କକ୍ଷପଥ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଏହାକୁ ସନ୍ଧ୍ୟା ୬.୫୦ ରେ ଲଞ୍ଚ କରାଯାଇଥାନ୍ତା । ବର୍ତ୍ତମାନ ରକେଟ୍ ପୁଣି ସେଟ୍ କରିବାକୁ ଅତି କମରେ ୪୮ ଘଣ୍ଟା ସମୟ ଲାଗିବ । ପ୍ରେସର ଭଲଭରେ ଫ୍ରିଜ୍ କାରଣରୁ ଲଞ୍ଚକୁ ସ୍ଥଗିତ ରଖାଯାଇଛି । ଷ୍ଟେନଲେସ୍ ଷ୍ଟିଲ୍ ଷ୍ଟାରସିପ୍ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟବସାୟୀ ଏଲନ ମସ୍କଙ୍କ କମ୍ପାନୀ ସ୍ପେସ୍ ଏକ୍ସ ଦ୍ୱାରା ନିର୍ମାଣ କରାଯାଇଥିଲା।

ଏହି ଉତକ୍ଷେପଣ ଗୁରୁତ୍ୱପୂର୍ଣ୍ଣ ଉତକ୍ଷେପଣ ଥିଲା । କାରଣ କେବଳ ଏହି ମହାକାଶଯାନ ମଣିଷଙ୍କୁ ଇଣ୍ଟରପ୍ଲାନେଟେରି କରିବ । ଏହା ସାହାଯ୍ୟରେ ପ୍ରଥମ ଥର ପାଇଁ ଜଣେ ବ୍ୟକ୍ତି ପୃଥିବୀ ବ୍ୟତୀତ ଅନ୍ୟ ଗ୍ରହରେ ପାଦ ଦେଇପାରିବ । ଏଲନ୍ ମସ୍କ ୨୦୨୯ ସୁଦ୍ଧା ମଣିଷକୁ ମଙ୍ଗଳ ଗ୍ରହକୁ ନେଇ ସେଠାରେ ଏକ କଲୋନୀ ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି । ମହାକାଶଯାନ ମଧ୍ୟ ଏକ ଘଣ୍ଟାରୁ କମ୍ ସମୟ ମଧ୍ୟରେ ମଣିଷକୁ ପୃଥିବୀର ଯେକୌଣସି କୋଣରୁ ସେଠାରେ ପହଞ୍ଚାଇବାରେ ସକ୍ଷମ ହେଇପାରିବ ।

ଲଞ୍ଚ ସ୍ଥଗିତ ହେବା ପରେ ଏଲନ୍ ମସ୍କ ଟ୍ୱିଟ୍ କରିଛନ୍ତି । ସେ କହିଛନ୍ତି, ‘ଲାଗୁଛି ଯେ ଏକ ପ୍ରେସର ଭଲଭ୍ ଫ୍ରିଜ୍ ହୋଇଯାଇଛି, ତେଣୁ ଏହା କାମ ଆରମ୍ଭ ନହେବା ପର୍ଯ୍ୟନ୍ତ ଲଞ୍ଚ କରାଯାଇପାରିବ ନାହିଁ।’ ଆଜି ବହୁତ କିଛି ଶିଖିଲି । ବର୍ତ୍ତମାନ ପ୍ରୋପେଲାଣ୍ଟ ଅଫଲୋଡ୍ କରାଯାଉଛି । କିଛି ଦିନ ମଧ୍ୟରେ ପୁଣି ଚେଷ୍ଟା କରାଯିବ। ରକେଟରେ ଇନ୍ଧନ ଭରିବା ଏକ କଷ୍ଟକର କାମ । ଏହାକୁ ପ୍ରଥମ ଥର କରିବା ମଧ୍ୟ ଆହୁରୀ କଷ୍ଟକର ।

ହେଲେ ୨୩ କିଲୋମିଟର ଦୂର ମଙ୍ଗଳ ଗ୍ରହରେ କଲୋନୀ ତିଆରି କରିବାର ଆବଶ୍ୟକତା କ’ଣ ରହିଛି ? ଯଦି କଲୋନୀ ହେବ ତାହାଲେ ସେଠାକୁ ଯିବାକୁ କେତେ ସମୟ ଲାଗିବ? ମଣିଷ କେମିତି ଏହି ଗ୍ରହରୁ ଫେରିବ ।

ସ୍ପେସ୍ ଏକ୍ସର ଷ୍ଟାରସିପ୍ ମହାକାଶଯାନ ଏବଂ ସୁପର ହେଭି ରକେଟକୁ ସାମୂହିକ ଭାବରେ ‘ଷ୍ଟାରସିପ୍’ କୁହାଯାଏ । ଏହା ଏକ ପୁନଃ ବ୍ୟବହାର ଯୋଗ୍ୟ ପରିବହନ ବ୍ୟବସ୍ଥା । ଏଥିରେ ଉନ୍ନତମାନର ରାପ୍ଟର ଇଞ୍ଜିନ୍ ବ୍ୟବହାର କରାଯାଇଛି । ଏହା ଦୁନିଆରେ ସବୁଠୁ ଶକ୍ତିଶାଳୀ ଲଞ୍ଚ ଭେହିକିଲ । ଏହା ଏକ ସମୟରେ ଶହେ ଲୋକଙ୍କୁ ଏକା ଥର ମଙ୍ଗଳ ଗ୍ରହକୁ ନେଇପାରିବ ।

 

ଜର୍ମାନୀରେ ଓଡ଼ିଶା ଦିବସ, ଉତ୍କଳ ସମାଜ – ରାଇନ ମାଇନ୍ ଉଦଘାଟିତ

ଫ୍ରାଙ୍କଫୁର୍ଟ: ଜର୍ମାନୀରେ ମହାସମାରୋହରେ ୮୮ ତମ ଓଡ଼ିଶା ଦିବସ ପାଳନ କରାଯାଇଛି। ଏହି ଶୁଭ ଅବସରରେ ଫ୍ରାଙ୍କଫୁର୍ଟ ଇଲାକାରେ ପ୍ରଥମ ପଞ୍ଜୀକୃତ ଓଡ଼ିଆ ସଂଗଠନ, ” ଉତ୍କଳ ସମାଜ – ରାଇନ ମାଇନ୍” କୁ ଉଦଘାଟନ କରାଯାଇଛି। ଏହି ଦ୍ଵେତ ମହୋତ୍ସବ ପାଳନ ଉପଲକ୍ଷେ ପର୍ବାଣୀ ସ୍ଥଳ ଫ୍ରାଙ୍କଫୁର୍ଟ ସ୍ଥିତ ଜାଇକା ରେଷ୍ଟୁରାଣ୍ଟର କମ୍ୟୁନିଟି ହଲକୁ ସୁନ୍ଦର ଭାବେ ସଜ୍ଜାଯାଇ, ଏକ ଛୋଟ ଓଡ଼ିଶାର ସ୍ୱରୂପ ପ୍ରଦାନ କରାଯାଇଥିଲା। ଉପସ୍ଥିତ ଓଡ଼ିଆ ଓ ଓଡ଼ିଶାପ୍ରେମୀ ଜନସାଧାରଣଙ୍କ ମଧ୍ୟରେ ଅଭୂତପୂର୍ବ ଆନନ୍ଦ, ଉଲ୍ଲାସ, ଉତ୍ସାହ ଏବଂ ଉଦ୍ଦୀପନା ଦେଖିବାକୁ ମିଳିଥିଲା।

ଅତିଥିମାନଙ୍କ ଦ୍ଵାରା ପାରମ୍ପରିକ ପ୍ରଦୀପ ପ୍ରଜ୍ବଳନ କରାଯିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସ୍ୱାଗତ ଭାଷଣ ପ୍ରଦାନ କରି ନବଗଠିତ “ଉତ୍କଳ ସମାଜ- ରାଇନ୍ ମାଇନ୍”ର ସଭାପତି ବିଭୁ ଆଶିଷ ମହାନ୍ତି, ତାଙ୍କ ସଙ୍ଗଠନର ମୁଖ୍ୟ ଲକ୍ଷ୍ୟ ଓଡ଼ିଶାର ଉତ୍କୃଷ୍ଟ କଳା, ଉନ୍ନତ ସଂସ୍କୃତି ଏବଂ ଉତ୍ତୁଙ୍ଗ ଐତିହ୍ୟକୁ ଜର୍ମାନୀରେ ପ୍ରଚାର ଓ ପ୍ରସାର କରିବା ବୋଲି ଦର୍ଶାଇଥିଲେ। ଓଡ଼ିଶା ମାଟିର ମହକ ଏବଂ ଉତ୍କଳୀୟ ପରମ୍ପରାର ମହନୀୟତାକୁ ବିଦେଶ ଭୂମିରେ ବିସ୍ତାର କରିବା ନେଇ ତାଙ୍କ ସମାଜର ପ୍ରୟାସକୁ ସମର୍ଥନ ଏବଂ ସହଯୋଗ କରିବା ପାଇଁ  ମହାନ୍ତି ସମସ୍ତଙ୍କୁ ନିବେଦନ କରିଥିଲେ। ନିଜର ବକ୍ତବ୍ୟ ପ୍ରଦାନ କରି ଉତ୍କଳ ସମାଜର ଯୁବ ଉପ- ସଭାପତି ଅମିତ କୁମାର ରାୱଲ, ଜର୍ମାନୀରେ ବସବାସ କରୁଥିବା ପ୍ରବାସୀ ଓଡିଆମାନଙ୍କୁ ଏକଜୁଟ କରି ଓଡ଼ିଶାର ବୃହତ୍ତର ହୀତସାଧନ କରିବା ପାଇଁ ସେମାନଙ୍କୁ ପ୍ରବର୍ତ୍ତାଇବା, ତାଙ୍କ ସଂସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସୂଚାଇଥିଲେ। ଉତ୍କଳ ସମାଜର କୋଷାଧ୍ୟକ୍ଷ ନମ୍ରତା ମହାପାତ୍ର, ଏହି ଦାତବ୍ୟ ଅନୁଷ୍ଠାନର ଆର୍ଥିକ ସ୍ଥିତି ସମର୍କରେ ଉଲ୍ଲେଖ କରି ପ୍ରବାସୀ ଓଡ଼ିଆମାନଙ୍କୁ ସହୃଦୟତା ସହିତ ସହାୟତାର ହାତ ବଢ଼ାଇବା ପାଇଁ ଅନୁରୋଧ କରିଥିଲେ।

ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଥିବା ଭାରତୀୟ କନସୁଲେଟ ଜେନେରାଲର ପ୍ରତିନିଧି ଅମର ପାଲ ମୀନା ଏବଂ ରିଏଲ୍ ଟିମ୍ ଇଣ୍ଡିଆ ଏଣ୍ଡ ଫ୍ରେଣ୍ଡସର ସହ ସଂସ୍ଥାପକ କମଲ ବତ୍ସାୟନ, ସେମାନଙ୍କର ଅଭିଭାଷଣରେ ଜର୍ମାନୀରେ ଉତ୍କଳ ସମାଜ ଗଠନକୁ ଭୂରି ଭୂରି ପ୍ରଶଂସା କରିଥିଲେ ଏବଂ ଓଡ଼ିଶାର ବିଶେଷତ୍ଵକୁ ସମ୍ମିଳିତ ଭାବେ ପ୍ରଦର୍ଶନ କରିବାରେ ନୂଆ କରି ଗଠିତ ସଂଘର ସାଧୁ ଉଦ୍ୟମକୁ ସେମାନେ ସମ୍ପୁର୍ଣ୍ଣ ଭାବରେ ସହଯୋଗ କରିବେ ବୋଲି ଘୋଷଣା କରିଥିଲେ। ଏହି ଅବସରରେ ୱାର୍ଲଡ୍ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ତଥା ଓଡ଼ିଶାର କଳା, ଚଳଚ୍ଚିତ୍ର, ସାହିତ୍ୟ, ଚିକିତ୍ସା ଏବଂ ଗଣମାଧ୍ୟମ ଜଗତର କିଛି ପ୍ରଖ୍ୟାତ ବ୍ୟକ୍ତିଙ୍କର ଶୁଭକାମନା ସମ୍ପନ୍ନ ଭିଡିଓ ବାର୍ତ୍ତା ପ୍ରସାରଣ କରାଯାଇଥିଲା। ଉତ୍ସବର ସ୍ବତନ୍ତ୍ର ଆକର୍ଷଣ ଭାବରେ ଉତ୍କଳ ସମାଜର ମହିଳା ସଦସ୍ୟା ମାନଙ୍କ ଦ୍ଵାରା ସଭାର ପ୍ରାରମ୍ଭରେ ମାତୃ ପ୍ରଦେଶ ଓଡ଼ିଶାର ଗୁଣଗାନ କରାଯାଇ ଗାୟନ କରାଯାଇଥିବା “ବନ୍ଦେ ଉତ୍କଳ ଜନନୀ ” ସଙ୍ଗୀତ ବେଶ୍ ମର୍ମସ୍ପର୍ଶୀ ଥିଲା ଏବଂ ଦର୍ଶକ ମାନଙ୍କ ଦ୍ଵାରା ଖୁବ ଆଦୃତ ହୋଇଥିଲା।

ସୁଦୃଢ ହେଉଛି କମିଶନରେଟ ପୋଲିସ, କଣ୍ଟ୍ରୋଲ ହେବ ଆଇନ୍ ଶୃଙ୍ଖଳା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ କମିଶନରେଟ ପୋଲିସର ସିକ୍ୟୁରିଟି ଡିଭିଜନ କାର୍ଯ୍ୟକ୍ଷମ ହୋଇଛି । ପୂର୍ବରୁ ଭିଭିଆଇପି, ଭିଆଇପିଙ୍କ ବଢ଼ୁଥିଲା ସୁରକ୍ଷା ଚିନ୍ତା । କମିଶନରେଟ ପୋଲିସ ଅଧୀନରେ ପୂର୍ବରୁ ଏକ ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ ମଧ୍ୟ ରହିଛି । ଭୁବନେଶ୍ବର କଟକ ଦ୍ୱୈତ ନଗରୀରେ ସିକ୍ୟୁରିଟି ଆରଞ୍ଜମେଣ୍ଟକୁ ସୁଗମ କରିବା ପାଇଁ ଯେଉଁ ପ୍ରସ୍ତାବ ଥିଲା, ତାହାକୁ ସରକାର ଗ୍ରହଣ କରିବା ପରେ ଆଜି ଏହାର ଶୁଭାରମ୍ଭ କରିଛନ୍ତି ପୋଲିସ କମିଶନର ।

ଏମରଜେନ୍ସି ରେସ୍ପନ୍ସ ଘଟଣା ମନିଟର ହେବ । ପୁରା ରାଜ୍ୟ ପାଇଁ ଯେଭଳି ଗୁଇନ୍ଦା ନିର୍ଦ୍ଦେଶକଙ୍କ ଅଧୀନରେ ସିକ୍ୟୁରିଟି ଉଇଙ୍ଗ ରହିଛି, ଠିକ ସେହିଭଳି ଏହି ସିକ୍ୟୁରିଟି ଡିଭିଜନ କମିଶନରଙ୍କ ଅଧୀନରେ କାମ କରିବ । ଭୁବନେଶ୍ବର ବର୍ତ୍ତମାନ ସାରା ଭାରତରେ କ୍ରୀଡା ରାଜଧାନୀ ହୋଇଛି । ପ୍ରତେକ ଦିନ ଦେଶ ଓ ଦେଶ ବାହାରୁ ଭୁବନେଶ୍ବରକୁ ଭିଆଇପି, ଭିଭିଆଇପି ମାନେ ଆସୁଛନ୍ତି । ଏଥିପାଇଁ ସେମାନଙ୍କ ସୁରକ୍ଷା, ଯାତାୟାତ ଏହିଠାରୁ କଣ୍ଟ୍ରୋଲ ହେବ । ଏହାର ଦାୟିତ୍ୱରେ ଜଣେ କମାଣ୍ଡାଣ୍ଟ ରହିବେ । ଇଣ୍ଟେଲିଜେନ୍ସ ଉଇଙ୍ଗ ସହିତ ଏହାର ଲିଙ୍କ ରହିବ ବୋଲି କହିଛନ୍ତି ପୋଲିସ କମିଶନର।

ଝିଅ ବାହାଘର ପାଇଁ ଟଙ୍କା ରଖିଥିଲେ, ନେଇଗଲା ଚୋର

କୋରାପୁଟ: ଝିଅ ବାହାଘର ପାଇଁ ସଞ୍ଚିତ ସମ୍ପତ୍ତି ନେଇଗଲା ଚୋର । ବିବାହର ୨୦ ଦିନ ପୂର୍ବରୁ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ଚୋରି ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । କୋରାପୁଟ ଜିଲ୍ଲା ଜୟପୁର ସହରର ଗଙ୍ଗାନଗର ଠାରେ ଏହି ଘଟଣା ଘଟିଛି । ଦୁଇ ଝିଅଙ୍କ ବାହାଘର ପାଇଁ ରଖାଯାଇଥିବା ୩ ଲକ୍ଷ ନଗଦ ଟଙ୍କା ଏବଂ ୯ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଅଳଙ୍କାର ଲୁଟେରା ଲୁଟି ନେଇଛନ୍ତି ।

ଏନେଇ ଥାନାରେ ଅଭିଯୋଗ କରିଛନ୍ତି କରୁଣା ସିଂ । ସେ ଗତକାଲି ଭୋର ୫ଟାରେ ଉଠିବା ସହିତ ଗାଧୁଆଗୃହକୁ ଗାଧୋଇବା ପାଇଁ ଯାଇଥିଲେ । ଏହି ସମୟରେ ଚୋର ଘରେ ପସି ଆଲମାରିର ଲକରରୁ ସମସ୍ତ ଟଙ୍କା ସୁନା ଲୁଟ କରିଛି । ଲୁଟ କରି ଚମ୍ପଟ ମାରୁଥିବା ବେଳେ କୁକୁର ଲୁଟେରାକୁ ଗୋଡାଉଥିବା ଦୃଶ୍ୟ ସିସିଟିଭିରେ କହଏ ହୋଇଛି । ଏନେଇ ଟାଉନଥାନାରେ କରୁଣାଙ୍କ ଲିଖିତ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ଘଟଣାର ସ୍ଥଳରେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁରଙ୍କ ସହାୟତାରେ ଛାନବିନ୍ ଆରମ୍ଭ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ମେ ୫ ତାରିଖରେ କରୁଣାଙ୍କ ଗୋଟିଏ ଝିଅର ବାହାଘର ହୋଇଥାନ୍ତା । ଏନେଇ ଘରେ ଆଣି ନଗଦ ଟଙ୍କା ଓ ସୁନା ଅଳଙ୍କାର ରଖିଥିଲେ କରୁଣା ।

କେବେ ଶେଷ ହେବନି କରୋନା, ଡାକ୍ତର କହିଲେ ଏମିତି କଥା

ନୂଆଦିଲ୍ଲୀ: କିଛି ଦିନର ବ୍ରେକ୍ ପରେ ଏବେ ପୁଣି ବଢ଼ୁଛି କରୋନା ସଂକ୍ରମଣ । ଭାରତରେ ଆଜି ୯.୧୧୧ ନୂଆ କେସ୍ ସାମ୍ନାକୁ ଆସିଛି । ଏବେ ଆକ୍ଟିଭ କେସ ରହିଛି ୬୦. ୩୧୩ । ଗତ ୨୪ ଘଣ୍ଟାରେ ୨୭ ଜଣଙ୍କ ଜୀବନ ନେଇଛି କରୋନା ।

କରୋନା ସଂକ୍ରମଣ ବଢ଼ୁଥିବାରୁ ଡାକ୍ତର ବୁଷ୍ଟର ଡୋଜ୍ ଟିକା ନେବାକୁ ପରାମର୍ଶ ଦେଉଛନ୍ତି । କିନ୍ତୁ କିଛି ଏକ୍ସପର୍ଟ କହୁଛନ୍ତି ଯେ, ଭ୍ୟାକ୍ସିନ୍ ଶହେ ପ୍ରତିଶତ କାମ ଦେବନାହିଁ । ଆପଣ ବୁଷ୍ଟର ଡୋଜ ନେଇଥାନ୍ତୁ କିମ୍ବା ନେଇ ନଥାନ୍ତୁ । ଆପଣଙ୍କୁ ସଂକ୍ରମଣ ହେବ ।

କରୋନାକୁ ନେଇ ଏମସର ଡାକ୍ତର କହିଛନ୍ତି ଯେ, ଏବେ ଆମେ ଯେଉଁ କରୋନା ସ୍ଥିତି ଦେଖୁଛେ ତାହା କେବେ ଶେଷ ହେବନି । ଯଦି ଆମେ ଯାଞ୍ଚ ଯାରି ରଖିବା ତାହାଲେ କରୋନା ଚିହ୍ନଟ ହେବ । ଡାକ୍ତର କହିଛନ୍ତି ଯେ, ବୁଷ୍ଟର ଡୋଜ ଏବେ ଫାଇଦାରୁ ଅଧିକା କ୍ଷତି କରିପାରେ । କରୋନାର ପ୍ରଥମ ଭାଗରେ ଅଧିକ ଲୋକ ସଂକ୍ରମିତ ହୋଇ ନଥିଲେ । ସେତେବେଳେ ଲୋକଙ୍କ ଦେହରେ ହର୍ଡ ଇମ୍ୟୁନିଟି ନଥିଲା । ସେତେବେଳେ ମୃତ୍ୟୁ ସଂଖ୍ୟା କମ୍ ଥିଲା । କିନ୍ତୁ ଏବେ ଦେଶର ପ୍ରାୟ ସବୁ ଲୋକ ଟିକା ନେଇ ସାରିଛନ୍ତି । ଏବେ ନାଚ୍ୟୁରାଲ ଇମ୍ୟୁନିଟି ବି ବିକଶିତ ହୋଇ ସାରିଛି ।  ଯାହା ଭାଇରସକୁ ଅଧିକ ଦିନ ବଞ୍ଚାଇ ରଖିବାରେ ସାହାଯ୍ୟ କରିବ । ଆସୁଥିବା କରୋନାର ସବୁ ପ୍ରକାର ଲହରକୁ ଆମେ ରୋକି ପାରିବାନି । ମୃତ୍ୟୁ ସଂଖ୍ୟା କମ କରିପାରିବା ।