spot_img
Home Blog Page 3387

ସୋସିଆଲ୍ ମିଡିଆ ସେନସେସନ୍ ପାଲଟିଲେ ବିହାର ଯୁବକ

0

ପାଟଣା: ସୋସିଆଲ୍ ମିଡିଆ ସେନସେସନ୍ ପାଲଟିଛନ୍ତି ବିହାରର ଯୁବକ ଅମରଜିତ ଜାକର। ଅମରଜିତ କୌଣସି ପେଶାଦାର ସିଙ୍ଗର ନହୋଇଥିଲେ ବି ତାଙ୍କ ଗୀତକୁ ଖୁବ୍ ପ୍ରଶଂସା କରିଛନ୍ତି ୟୁଜର୍ସ।

ତାଙ୍କର ଏକ ଭିଡ଼ିଓ ଟ୍ୱିଟରରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଏମିତିକି ଫେସବୁକରେ ୪-୫ ମିଲିୟନ୍ ଭ୍ୟୁଜ ମିଳିଛି । ୨୧ ବର୍ଷୀୟ ଅମରଜିତ ବିହାରର ସମସ୍ତିପୁର ଜିଲ୍ଲାର ବହୁଆ ଗାଁର ବାସିନ୍ଦା। ଭାଇରାଲ୍ ହେବାକୁ ନେଇ ସେ କହିଛନ୍ତି, ‘‘ପୂର୍ବରୁ ଲାଗୁଥିଲା ମୁଁ ଠିକଠାକ୍ ଗାଉଛି କିନ୍ତୁ ଏବେ ଭାଇରାଲ୍ ହେଲା ପରେ ସେମିତି କିଛି ଫିଲ୍ ହେଉନି। ଇଣ୍ଡିଆନ୍ ଆଇଡଲରେ ଗାଇବା ମୋର ସ୍ୱପ୍ନ ।

ଯୁକ୍ତ ୩ର ପ୍ରଥମ ବର୍ଷରେ ପଢୁଥିବା ଅମରଜିତଙ୍କ ମେନ୍ ଫୋକସ୍ ହେଉଛି ଗୀତ ଗାଇବା।  ଏନେଇ ସେ କୁହନ୍ତି, ମୁଁ ଆଗରୁ ଷ୍ଟେଜ ଶୋ କରୁଥିଲି । ଖାସ୍ କରି ବଡ଼ବଡ଼ ଫଙ୍କସନରେ ଗୀତ ଗାଇବା ଆରମ୍ଭ କରିଥିଲି । ପୂର୍ବରୁ ସେ ପାର୍ଟି ଫଙ୍କସନରେ ୱେଟର ଭାବେ କାମ କରୁଥିଲେ । ଧିରେଧିରେ ସେହି ଫଙ୍କସନରେ ଗାଇବା ଆରମ୍ଭ କରିଥିଲେ।

ଭାଇରାଲ୍ ହେଉଥିବା ଏହି ଭିଡ଼ିଓକୁ ବଲିଉଡର ନାମୀଦାମୀ ସେଲିବ୍ରିଟି ମଧ୍ୟ ଶେୟାର କରିଛନ୍ତି । ତେବେ ପ୍ରଥମେ ପରିବାର ଲୋକେ ତାଙ୍କୁ ସପୋର୍ଟ କରୁନଥିଲେ । କିନ୍ତୁ ଏକଦା ଏକ ଇଭେଣ୍ଟରେ ଜିତି ପୁରସ୍କାର ସ୍ୱରୂପ ୬୦୦୦ ଟଙ୍କା ପାଇଥିଲେ । ସେଥିରେ ଘର ପାଇଁ ଏକ ଗ୍ୟାସ ସିଲିଣ୍ଡର କିଣିଥିଲେ । ପରେ ପରେ ତାଙ୍କୁ ପରିବାରର ସମର୍ଥନ ମିଳିବାରେ ଲାଗିଥିଲା ।

ପାରିବାରିକ ବିବାଦର କରୁଣ ପରିଣତି

ଯାଜପୁର: ପାରିବାରିକ ବିବାଦର କରୁଣ ପରିଣତି । ଧାରୁଆ ଅସ୍ତ୍ରରେ ପତ୍ନୀକୁ ହତ୍ୟା କଲା ସ୍ବାମୀ । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଦତ୍ତପୁର ପଞ୍ଚାୟତର ହେମନ୍ତପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗାଁର ରନ୍ଥା ଜେନା ପତ୍ନୀ ରେଣୁକାଙ୍କୁ ପନିକିରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ରେଣୁକାଙ୍କ ପରିବାର ଲୋକ ମଙ୍ଗଳପୁର ଥାନାରେ ହତ୍ୟା ନେଇ ଅଭିଯୋଗ କରିଛନ୍ତି ।

ମଙ୍ଗଳପୁର ପୋଲିସ ଖବର ପାଇ ମୃତଦେହକୁ ଜବତ କରିବା ସହ ଘଟଣାସ୍ଥଳରେ ପଡିରହିଥିବା ପନିକିକୁ ଜବତ କରିବା ସହ ସ୍ୱାମୀକୁ ଥାନାରେ ଅଟକ ରଖିଛି । ପୂର୍ବରୁ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଥିଲା । ସେହି କାରଣରୁ ଏଭଳି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ପୋଲିସ ଏହାର ଅଧିକ ତଦନ୍ତ ଆରମ୍ଭ କରିଛି ।

ଆପର ଶେଲୀ ଓବରୟ ଜିତିଲେ ଦିଲ୍ଲୀ ମେୟର ନିର୍ବାଚନ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ଶେଲୀ ଓବରୟ ବନିଲେ ଦିଲ୍ଲୀର ନୂଆ ମେୟର। ଏହି ନିର୍ବାଚନରେ ଶେଲୀଙ୍କୁ ୧୫୦ ଓ ବିଜେପି ପ୍ରାର୍ଥୀଙ୍କୁ ୧୧୬ ଭୋଟ୍ ମିଳିଛି ।

ମେୟର ନିର୍ବାଚନ ଜିତିବା ପରେ  ଶେଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍, ଡେପୁଟି ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ସମେତ ସୁପ୍ରିମକୋର୍ଟର ଚିଫ୍ ଜଷ୍ଟିସଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, କାଲିଠୁ ଆମେ କାମ ଆରମ୍ଭ କରିବୁ । ଖାସକରି ଅଳିଆ ଆବର୍ଜନା ଉପରେ ଅଧିକ ଗୁରୁତ୍ୱ ଦେବୁ ।

ମତଦାନ କରିଥିଲେ ୨୬୬ ସାଂସଦ, ବିଧାୟକ ଓ କାଉନସିଲର। ଫଳରେ ଏମସିଡିରେ ବିଜେପିର ୧୫ବର୍ଷର ରାଜତ୍ବର ଅବସାନ ଘଟିଛି । ଦିଲ୍ଲୀ ଇଷ୍ଟ ପଟେଲ ନଗରରୁ ପ୍ରଥମ ଥର ଲାଗି କାଉନସିଲର ହୋଇଥିବା ଶେଲୀ ହୋଇଛନ୍ତି ମେୟର । ଆଜିର ନିର୍ବାଚନରେ ପ୍ରଥମେ ଭୋଟ ଦେଇଥିଲେ ଦିଲ୍ଲୀ ସାଂସଦ ।

ନିର୍ବାଚନ ଲାଗି ଏମସିଡି ଭବନ ଆଗରେ କରାଯାଇଥିଲା କଡା ସୁରକ୍ଷା ବ୍ୟବସ୍ଥା । ଲେଫ୍ଟନାଣ୍ଟ ଜେନେରାଲ ଭି.କେ. ସକ୍ସେନାଙ୍କ ମନମୁଖିତା କାରଣରୁ ୩ ଥର ସ୍ଥଗିତ ହୋଇଥିଲା ଭୋଟିଂ। ଏଲଜିଙ୍କ ଏକଛତ୍ରବାଦୀ ନୀତି ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଶେଲୀ । ଶେଷରେ ୧୦ ମନୋନୀତ କାଉନସିଲର ଭୋଟ ଦେଇପାରିବେ ନାହିଁ ବୋଲି ସିଜେଆଇ ଡି.ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ କହିବା ସହ ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

‘ଅଭିଯୁକ୍ତର ମାନସିକ ସ୍ଥିତି ଜାଣିବାରେ FBI ସହାୟକ ହେବ’

ଭୁବନେଶ୍ୱର: ନବ ଦାସ ହତ୍ୟାକାଣ୍ଡରେ ଏଫବିଆଇର ସହାୟତା ତଦନ୍ତ ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବ ବୋଲି କହିଛନ୍ତି ପୂର୍ବତନ ପୋଲିସ ଡିଜି ସଞ୍ଜିବ ମାରିକ । ଅଭିଯୁକ୍ତର ମାନସିକ ପରିସ୍ଥିତି ଜାଣିବାକୁ ଏଫବିଆଇ ବେଶ ସହାୟକ ହେବ । ପୂର୍ବରୁ ଗୋପାଳର ନାର୍କୋ ଓ ପଲ୍ଲିଗ୍ରାଫ୍ ଟେଷ୍ଟ ସରିଛି । ତଦନ୍ତ ପ୍ରକ୍ରିୟାରେ FBIର ସହଯୋଗ ନିଆଯିବା ନିଶ୍ଚିତ ଭାବେ ସ୍ବାଗତ ଯୋଗ୍ୟ ପଦକ୍ଷେପ ବୋଲି ପୂର୍ବତନ ଡିଜିପି କହଛନ୍ତି ।

କ୍ରିମିନାଲ ଆସିଷ୍ଟାଣ୍ଟ କ୍ଷେତ୍ରରେ ଭାରତ ସହ ଆମେରିକାର ସମ୍ପର୍କ ଭଲ ରହିଛି । ଗୃହ ମନ୍ତ୍ରଣାଳୟ ଚାହିଁଲେ FBI ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ କରିବ । ସିବିଆଇ ତଦନ୍ତ ନେଇ ଯେଉଁ ଦାବି ଉଠୁଛି ତାହା ଭିତ୍ତିହୀନ । ସିବିଆଇ ପାଖରେ ଅଭିଯୁକ୍ତର ମାନସିକ ସ୍ଥିତି ଜାଣିବା ଭଳି କିଛିବ୍ୟବସ୍ଥା ନାହିଁ ବୋଲି ପୂର୍ବତନ ଡିଜିପି ମାରିକ କହିଛନ୍ତି ।

ନବ ଦାସ ହତ୍ୟା ମାମଲାରେ ବିଜେପି ହୀନ ରାଜନୀତି କରୁଛି: ସସ୍ମିତ ପାତ୍ର

ଭୁବନେଶ୍ୱର: ନବକିଶୋର ଦାସ ହତ୍ୟା ଘଟଣାକୁ ନେଇ ସାଂସଦ ସସ୍ମିତ ପାତ୍ରଙ୍କ ପ୍ରତିକ୍ରିୟା। ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତ ଗୋପାଳ ଦାସକୁ ଗିରଫ କରାଯାଇଛି। ଗୁଜରାଟର ଫରେନସିକ୍ ଲାବରେଟୋରୀରେ ଗୋପାଳର ନାର୍କୋ ଟେଷ୍ଟ କରାଯାଇଛି। ସେହିପରି ଦିଲ୍ଲୀର ସିଏଫଏସଲ ଟିମ୍ ଦ୍ବାରା ଗୋପାଳର ମାନସିକ ପରୀକ୍ଷା ଓ ଏଲଭିଏ ଟେଷ୍ଟ କରାଯାଇଛି ବୋଲି କହିଛନ୍ତି ସସ୍ମିତ ପାତ୍ର।

ତଦନ୍ତରେ ସ୍ବଚ୍ଛତା ଆଣିବା ପାଇଁ ଆମେରିକାର ଏଫବିଆଇର ସହାୟତା ନିଆଯାଇଛି । ଅଭିଯୁକ୍ତ ଗୋପାଳର ବିହେବରାଲ ଯାଞ୍ଚ କରିବାକୁ ସହାୟତା ଲୋଡାଯାଇଛି। ଏନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଛି ବୋଲି କହିଛନ୍ତି ସସ୍ମିତ ପାତ୍ର । ଅନ୍ୟପଟେ ଜଣେ ଅବସରପ୍ରାପ୍ତ ବିଚାରପତି ତଦନ୍ତର ତଦାରଖ କରୁଛନ୍ତି । ହେଲେ ରାଜ୍ୟ ବିଜେପି ଏନେଇ ହୀନ ରାଜନୀତି କରୁଛି ବୋଲି କହିଛନ୍ତି ସସ୍ମିତ ପାତ୍ର ।

ନବ ଦାସ ହତ୍ୟାକାଣ୍ଡ ତଦନ୍ତରେ ସହଯୋଗ କରିବ ଏଫବିଆଇ, ଜାଣନ୍ତୁ FBI କ’ଣ

ଭୁବନେଶ୍ୱର: ନବକିଶୋର ଦାସ ହତ୍ୟା ମାମଲାରେ ଏଫବିଆଇ ସହାୟତା ଲୋଡ଼ିଲା କ୍ରାଇମବ୍ରାଞ୍ଚ। ଆମେରିକୀୟ ତଦନ୍ତକାରୀ ସଂସ୍ଥା ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ଏଫବିଆଇ) ଅଭିଯୁକ୍ତ ଗୋପାଳର ବ୍ୟବହାର ଅନୁଧ୍ୟାନ କରିବ। ହତ୍ୟା ପଛର ମୋଟିଭ୍ ଜାଣିବାକୁ ଆମେରିକୀୟ ସଂସ୍ଥାର ସହାୟତା ନିଆଯିବ। ତେବେ ଆସନ୍ତୁ ଜାଣିବା ଏଫବିଆଇ କ’ଣ?

ଏଫବିଆଇ ହେଲା ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ । ୧୯୦୮ ମସିହାରେ ଏହି ତଦନ୍ତକାରୀ ସଂସ୍ଥା ଗଠନ କରିଥିଲା ଆମେରିକା । ୧୯୭୨ ମସିହାରେ ବ୍ୟବହାରିକ ବିଶ୍ଳେଷକ ନିଯୁକ୍ତ ହୋଇଥିଲେ । ଆମେରିକାରେ ବନ୍ଧୁକ ରଖିବାରେ କୌଣସି କଟକଣା ନାହିଁ । ସେଥିପାଇଁ ଅନେକ ସମୟରେ ବନ୍ଧୁକ ଦ୍ବାରା ହତ୍ୟା ଘଟଣା ସହ ବହୁ ସିରିଆଲ ହତ୍ୟା ଘଟଣା ସଂଗଠିତ ହୋଇଥାଏ

ଅନେକ ମାମଲାରେ ହତ୍ୟାକାରୀର ଉଦ୍ଦେଶ୍ୟ ଜଣାପଡିନଥାଏ। ଫଳରେ ଏହାର ସମାଧାନ ପାଇଁ ୧୯୭୨ରେ ଆମେରିକା ସରକାର ଏହି ସଂସ୍ଥା ଗଠନ କରି ଅଭିଜ୍ଞ ଅଧିକାରୀଙ୍କୁ ନିଯୁକ୍ତ କରିଥିଲା। ଏହି ସଂସ୍ଥାରେ ହତ୍ୟାକାରୀର ବ୍ୟବହାର ସମୀକ୍ଷା କରିପାରୁଥିବା ଭଳି ଦକ୍ଷ ମନସ୍ତାତ୍ତ୍ବିକ ବିଶ୍ଳେଷକ ନିଯୁକ୍ତ ହୋଇଥାନ୍ତି। ଏଥିସହ ଫରେନସିକ ଏକ୍ସପର୍ଟଙ୍କ ଠାରୁ ଆରମ୍ଭ କରି ସାଇବର ଆନାଲାଟିକ୍ସ ମଧ୍ୟ ରହିଛନ୍ତି ।

ଏହି ସଂସ୍ଥା ଆମେରିକାର ୫୦ଟି ରାଜ୍ୟ ପୋଲିସକୁ ତଦନ୍ତରେ ସହାୟତା କରିଥାଏ । କେବଳ ଆମେରିକା ନୁହେଁ ଆମେରିକା ବାହାର ଦେଶର ପୋଲିସ ମଧ୍ୟ ଏଫବିଆଇ ସହାୟତା ନେଇଥାଏ। ତଦନ୍ତ କ୍ଷେତ୍ରରେ ସମଗ୍ର ବିଶ୍ବରେ ଗତ ୫୦ ବର୍ଷ ଭିତରେ ଏଫବିଆଇ ଅଭୂତପୂର୍ବ ସଫଳତା ହାସଲ କରିବା ସହ ସୁନାମ ଅର୍ଜନ କରିଛି । ଭାରତ ଆମେରିକା ମଧ୍ୟରେ ଏମ-ଲେଟ ଟ୍ରିଟି ବା ମ୍ୟୁଚୁଆଲ ଲିଗାଲ ଆସିଷ୍ଟାନ୍ସ ଟ୍ରିଟି ରହିଛି। ଏହି ଟ୍ରିଟି ବା ଚୁକ୍ତି ବଳରେ ଭାରତ ମଧ୍ୟ ଏଫବିଆଇ ସହାୟତା ନେଇପାରୁଛି ।

ଅତୀତରେ ସୁନନ୍ଦା ପୁଷ୍କର, ଅଭିନେତ୍ରୀ ଜିଆ ଖାନ, ଭଉଁରୀ ଦେବୀଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ପୋଲିସ ଏଫବିଆଇର ସହାୟତା ନେଇଥିଲା । ମୁମ୍ବାଇ ତାଜ ହୋଟେଲ ଉପରେ ଆତଙ୍କବାଦୀ ଆକ୍ରମଣ ବା ୯/୧୧ ଘଟଣାରେ ମଧ୍ୟ ଏଫବିଆଇର ସହାୟତା ନିଆଯାଇଛି । ଏବେ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାରେ ମଧ୍ୟ ରାଜ୍ୟ ସରକାର ଏଫବିଆଇର ସହାୟତା ଲୋଡୁଛନ୍ତି ।

ଭାରତର ବହୁ ଅପରାଧିକ ମାମଲାରେ FBIର ସହାୟତା ଅତୀତରେ ନିଆଯାଇଥିଲେ ମଧ୍ୟ ଓଡିଶାରେ ଏହା ପ୍ରଥମ ହେବ । ଏଥିପାଇଁ ଆବଶ୍ୟକୀୟ ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ରାଜ୍ୟ ସରକାର ଅନୁମତି ମାଗିଛନ୍ତି । ବୈଦଶିକ ବ୍ୟାପାର ମନ୍ତ୍ରଣାଳୟର ପରାମର୍ଶରେ ସମ୍ଭବତଃ ଏହି ଅନୁମତି ମିଳିବ । FBIର ସହଯୋଗ ମିଳିଲେ ଗୋପାଳ ଦାସ କାହିଁକି ନବ କିଶୋର ଦାସଙ୍କୁ ହତ୍ୟାକଲା ତାହା ଅଧିକ ସ୍ପଷ୍ଟ ହୋଇଯିବ ।

 

ନୂଆ କର୍ମଚାରୀଙ୍କୁ ୫୦ପ୍ରତିଶତ ଦରମା କାଟ୍ କରିବ ଓ୍ବିପ୍ରୋ

ବେଙ୍ଗାଳୁରୁ: ଛଟେଇ ପରେ ସାଲାରୀ କଟ୍ । ନୂଆ କର୍ମଚାରୀଙ୍କୁ ୫୦ପ୍ରତିଶତ ଦରମା କାଟ କରିବାକୁ ନିଷ୍ପତ୍ତି ନେଇଛି ଓ୍ବିପ୍ରୋ । ପ୍ରତିଷ୍ଠିତ ଆଇଟି କମ୍ପାନୀର ଏହି ନିଷ୍ପତ୍ତିକୁ ବିରୋଧ କରିଛି ଆଇଟି କର୍ମଚାରୀ ୟୁନିଅନ ନାଇଟସ୍ । କମ୍ପାନୀର ଏଭଳି ବ୍ୟବହାର ଆଦୌ ଗ୍ରହଣୀୟ ନୁହେଁ ବୋଲି ସଂଘ କହିଛି।

ଓ୍ବିପ୍ରୋର ଏହି ନିଷ୍ପତ୍ତି ବିଶ୍ବସ୍ତରରେ ଆର୍ଥିକ ଅନିଶ୍ଚିତତା ଏବଂ ବୈଷୟିକ କମ୍ପାନୀଗୁଡିକର ଚ୍ୟାଲେଞ୍ଜକୁ ପ୍ରତିଫଳିତ କରୁଛି ବୋଲି ବଜାର ପର୍ଯ୍ୟବେକ୍ଷକ ମାନେ କହିଛନ୍ତି। ବେଙ୍ଗାଳୁରୁ ସ୍ଥିତ ଆଇଟି କମ୍ପାନୀ ଓ୍ବିପ୍ରୋ ଚଳିତ ବର୍ଷ ନୂଆ କର୍ମଚାରୀଙ୍କୁ ୬.୫ ଲକ୍ଷ ପ୍ରତିବର୍ଷ ପ୍ୟାକେଜରେ ଜଏନ କରାଇଥିବା ବେଳେ ୩.୫ଲକ୍ଷ ପ୍ୟାକେଜରେ ଜଏନ କରିବାକୁ କହିଛି। କମ୍ପାନୀର ଏହି ନିଷ୍ପତ୍ତିକୁ ଆଇଟି କର୍ମଚାରୀ ୟୁନିୟନ ନିନ୍ଦା କରିଛି। କମ୍ପାନୀ ଏହି ନିଷ୍ପତ୍ତି ଉପରେ ଆଉ ଥରେ ଚିନ୍ତା କରୁ ବୋଲି ସଂଘ କହିଛି ।

୨୦୨୪ ନିର୍ବାଚନ; ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ହେବେ ଭାରତୀୟ ବଂଶୋଦ୍ଭବ

ୱାଶିଂଟନ: ଆମେରିକୀୟ ଭାରତୀୟ ଉଦ୍ୟୋଗୀ ବିବେକ ରାମସ୍ବାମୀ ଆସନ୍ତା ବର୍ଷ ଆମେରିକାର ରାଷ୍ଟ୍ରପତି ପଦ ଲାଗି ଲଢିବେ ନିର୍ବାଚନ। ଦେଶକୁ ଆଗେଇ ନେବାର ପ୍ରତିଶ୍ରୁତି ସହ ଚୀନ ଉପରେ ନିର୍ଭରଶୀଳତାର ଅନ୍ତ ଘଟାଇବା ଲାଗି ଦେଇଛନ୍ତି ପ୍ରତିଶ୍ରୁତି। ପୂର୍ବରୁ ରିପବ୍ଲିକାନ ଦଳର ନିକ୍କି ହାଲେ ରାଷ୍ଟ୍ରପତି ନିର୍ବାଚନ ଲଢିବା ଲାଗି ସୂଚନା ଦେଇଥିବାବେଳେ ପ୍ରତିଯୋଗିତା ଦୌଡ଼ରେ ସାମିଲ ହୋଇଛନ୍ତି ବିବେକ।

ଓହିଓର ଜେନେରାଲ ଇଲେକ୍ଟ୍ରିକ ପ୍ଲାଣ୍ଟରେ କାର୍ଯ୍ୟରତ ବିବେକଙ୍କ ବୟସ ୩୭ ବର୍ଷ ହୋଇଥିବାବେଳେ ତାଙ୍କ ପୈତୃକ ରାଜ୍ୟ ହେଉଛି କେରଳ । ପୂର୍ବରୁ ସାଉଥ କାରୋଲିନାର ପୂର୍ବତନ ଗଭର୍ଣ୍ଣର ତଥା ଜାତିସଂଘ ଲାଗି ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ ନିକ୍କି ହାଲେ ରାଷ୍ଟ୍ରପତି ନିର୍ବାଚନ ଲଢିବା ଲାଗି ଘୋଷଣା କରିଥିଲେ।

କାରୋଲିନାର ଏକ ମଞ୍ଚରେ ଭାଷଣ ଦେଇ ସେ କହିଥିଲେ, ମୁଁ ପୂର୍ବ ଅପେକ୍ଷା ଅଧିକ ଆତ୍ମବିଶ୍ୱାସୀ, ଯେ ଆମ ସମୟର ଦର୍ଶନକୁ ବାସ୍ତବ ରୂପ ଦେଇପାରିବା। କାରଣ ମୋର ପୁରା ଜୀବନବ୍ୟାପି ହିଁ ମୁଁ ସେଇ ସ୍ୱପ୍ନ ଦେଖିଛି। ମୁଁ ଜଣେ ବାଦାମୀ ରଙ୍ଗର ଝିଅ ଭାବେ କଳା-ଧଳା ଦୁନିଆରେ ବଢ଼ିଛି। ମୋ ପ୍ରତି ସମର୍ଥନର ପ୍ରତିଜ୍ଞା ଆମେରିକାରେ ମୁଁ ଦେଖିଛି।

ତେବେ ରାଷ୍ଟ୍ରପତି ପ୍ରାର୍ଥୀ ହେବା ନେଇ ବିବେକ କହିଛନ୍ତି- ଆମେରିକୀୟମାନେ ବର୍ତ୍ତମାନ ଜାତୀୟ ପରିଚୟ ସଂକଟର ଦୋଛକିରେ ରହିଛନ୍ତି। ଏହାକୁ ଟାଳିବା ଲାଗି ସେ କାର୍ଯ୍ୟ କରିବେ। ପ୍ରତିଟି ଜୀବନରେ ଆମେରିକୀୟ ଭାବପ୍ରବଣତାକୁ ଭରି ଦେବା ଲାଗି ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି।

ମଲ୍ଲିକାର୍ଜୁନ ଖଡଗେଙ୍କ ବଡ଼ ଘୋଷଣା, ୨୦୨୪ ନିର୍ବାଚନରେ ହାରିବ ବିଜେପି

ନୂଆଦିଲ୍ଲୀ: ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ବଡ଼ ଘୋଷଣା। ଆସନ୍ତା ୨୦୨୪ ନିର୍ବାଚନରେ ଗାଦିଚ୍ୟୁତ ହେବ ବିଜେପି। ଦେଶର ବିଭିନ୍ନ ବିରୋଧୀ ଦଳ ପକ୍ଷରୁ ଏନେଇ ଆଲୋଚନା ଜାରି ରହିଛି। ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ସ୍ବେଚ୍ଛାଚାରିତାର କୌଣସି ସ୍ଥାନ ନାହିଁ। ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ କେହି ଏକଛତ୍ରବାଦୀ ଶାସକ ହୋଇପାରିବେ ନାହିଁ ପରୋକ୍ଷରେ ମଲ୍କିକାର୍ଜୁନ କରିଛନ୍ତି ଟାର୍ଗେଟ।
ନାଗାଲାଣ୍ଡରେ ଆୟୋଜିତ ଏକ ସମାବେଶରେ ଖଡଗେ କହିଛନ୍ତି- ୨୦୨୪ରେ କଂଗ୍ରେସ ନେତୃତ୍ବରେ କେନ୍ଦ୍ରରେ ସରକାର ଗଠନ ହେବ। ଏନେଇ ଅନ୍ୟାନ୍ୟ ଦଳ ସହ ଆଲୋଚନା କରାଯାଇଛି। ଏହା ନହେଲେ ଦେଶରେ ଗଣତନ୍ତ୍ର ଓ ସମ୍ବିଧାନ ବୋଲି କିଛି ରହିବ ନାହିଁ। ବିଜେପି କଦାପି ସଂଖ୍ୟା ଗରିଷ୍ଠତା ଲାଭ କରିବ ନାହିଁ। ବିଜେପି ବିରୋଧରେ ବହୁ ଦଳ କଂଗ୍ରେସ ସହ ଏକାଠି ହେଲେଣି ବୋଲି କହିଛନ୍ତି ଖଡଗେ।

ଭୁବନେଶ୍ବର ଆଇଏଲ୍‌‌ଏସ୍‌କୁ ସଫଳତା, ମସ୍ତିଷ୍କ ମ୍ୟାଲେରିଆ ପାଇଁ ପ୍ରସ୍ତୁତ ହେଲା ଔଷଧ

ଭୁବନେଶ୍ବର: ଭୁବନେଶ୍ବର ଆଇଏଲ୍‌‌ଏସ୍‌କୁ ସଫଳତା । ମସ୍ତିଷ୍କ ମ୍ୟାଲେରିଆ ପାଇଁ ଔଷଧ ପ୍ରସ୍ତୁତ ହେଲା । ଜାପାନୀ ଜ୍ୱର ରୋଗରୁ ମଧ୍ୟ ଦେବ ସୁରକ୍ଷା । ଆଇଏଲ୍‌‌ଏସ୍‌‌ର ବୈଜ୍ଞାନିକ ଡକ୍ଟର ଅରୁଣ ନାଗରାଜ ଓ ତାଙ୍କ ଟିମ୍‌‌ ବ୍ରେନ୍‌‌ ମ୍ୟାଲେରିଆ ବା ମସ୍ତିଷ୍କ ମ୍ୟାଲେରିଆ ପାଇଁ ଔଷଧ ଉଦ୍ଭାବନ କରିଛନ୍ତି।

ଏହା ଗୁରୁତର ମ୍ୟାଲେରିଆ ଓ ମସ୍ତିଷ୍କ ମ୍ୟାଲେରିଆରୁ ରୋଗୀଙ୍କ ଜୀବନ ରକ୍ଷା କରିବ ବୋଲି ନାଗରାଜଙ୍କ ଟିମ୍‌‌ ଦାବି କରିଛନ୍ତି। ଏହି ଔଷଧର ନାମ ରହିଛି ଗ୍ରିସେଫୁଲଭିନ। ଅନୁମତି ମିଳିଲେ ଆଗକୁ ଏହାକୁ ରୋଗୀ ଚିକିତ୍ସାରେ ବ୍ୟବହାର କରାଯିବ ବୋଲି ସୂଚନା ମିଳିଛି। ଏହି ଔଷଧର ବଜାର ମୂଲ୍ୟ ଅପେକ୍ଷାକୃତ କମ୍‌‌ ରହିବ। ଉଭୟ ଶିଶୁ ଏବଂ ବୟସ୍କ ରୋଗୀଙ୍କ ପାଇଁ ଏହା ସମ୍ପୂର୍ଣ୍ଣ ନିରାପଦ ହୋଇପାରିବ।

ପ୍ରଚଳିତ ଏସିଟି ସହିତ ନୂଆ ଔଷଧର ବ୍ୟବହାର କରାଯାଇ ପାରିବ। ଆଇଏଲ୍‌‌ଏସ୍‌‌ ବୈଜ୍ଞାନିକଙ୍କର ଏହି ଉଦ୍ଭାବନ ସମ୍ପର୍କିତ ସନ୍ଦର୍ଭ ଖ୍ୟାତନାମା ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ପତ୍ରିକା ନେଚର୍‌‌ରେ ପ୍ରକାଶିତ ହୋଇଛି।